ଖାଦ୍ୟ ନଷ୍ଟ ଏକ ଅପରାଧ

ବିଶ୍ୱ କ୍ଷୁଧା ସୂଚକାଙ୍କରେ (ଜିଏଚ୍‌ଆଇ) ୨୦୨୪ରେ ସ୍ଥାନ ପାଇଥିବା ୧୨୭ ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୫ରେ ରହିଛି। ଅର୍ଥାତ କ୍ଷୁଧା ଦୂର କରିବାରେ ୧୦୪ଟି ଦେଶ ତଳେ ଅଛି। ଗତବର୍ଷ ତାଲିକାରେ ସ୍ଥାନ ପାଇଥିବା ୧୨୫ ଦେଶ ମଧ୍ୟରେ ଭାରତ ୧୧୧ତମ ସ୍ଥାନରେ ରହିଥିଲା। ସେହିଭଳି ୨୦୨୨ରେ ୧୨୧ ଦେଶ ମଧ୍ୟରେ ଭାରତ ତାଲିକାର ୧୦୭ରେ ଥିଲା। ୨୦୨୪ ସୂଚକାଙ୍କ ଯେଉଁ ପଦ୍ଧତିରେ ହୋଇଛି ତାହା ୨୦୦୦, ୨୦୦୮, ୨୦୧୬ ସୂଚକାଙ୍କ ସହିତ ତୁଳନୀୟ। ଏହି ସୂଚକାଙ୍କରେ କ୍ରମାଗତ ଭାବେ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ଧରି ଜାରି ରହିଛି ଭାରତର ନୈରାଶ୍ୟଜନକ ପ୍ରଦର୍ଶନ। ପାକିସ୍ତାନ ଓ ଆଫଗାନିସ୍ତାନ ସ୍ଥିତି ଭାରତଠାରୁ ଖରାପ ହେଲେ ମଧ୍ୟ ନେପାଳ, ବାଂଲାଦେଶ, କାମ୍ବୋଡିଆ, ଫିଜି ଓ ଶ୍ରୀଲଙ୍କା ଭଳି ଦେଶ କ୍ଷୁଧାରୁ ନିଜ ଦେଶର ଲୋକଙ୍କୁ ବଞ୍ଚାଇବା ଲାଗି ଭାରତ ଠାରୁ ଭଲ ପ୍ରଦର୍ଶନ କରିଛନ୍ତି। ପୁନଶ୍ଚ ସୁସ୍ଥ ଖାଦ୍ୟ ପାଇବାକୁ ଅସମର୍ଥ ଭାରତୀୟଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଖାଦ୍ୟ ଅଭାବରୁ ବିଶ୍ବରେ ୭୩.୩କୋଟି ଅପପୁଷ୍ଟି ବା କୁପୋଷଣରେ ଜର୍ଜରିତ ହେଲାବେଳେ ୨୮୦ କୋଟି ଲୋକ ସ୍ବାସ୍ଥ୍ୟକର ଖାଦ୍ୟ ପାଇବାରୁ ବଞ୍ଚିତ। ଭାରତରେ ୨୦ କୋଟିରୁ ଊଦ୍ଧର୍‌ବ ଲୋକ ଅପପୁଷ୍ଟି ବା କୁପୋଷଣରେ ଜର୍ଜରିତ ହୋଇଥିଲା ବେଳେ ୫୫.୬% ବା ୭୮.୮୨ କୋଟି ଲୋକ ସ୍ବାସ୍ଥ୍ୟକର ଖାଦ୍ୟ ପାଇବାରୁ ବଞ୍ଚିତ।
ସୂଚକାଙ୍କରେ ଭାରତର ଦୟନୀୟ ସ୍ଥିତିକୁ ସରକାର ସ୍ବୀକାର କରିବାକୁ ଅନିଚ୍ଛୁକ। ବାସ୍ତବରେ ଏହି ସୂଚକାଙ୍କରେ ଭୋକ ବା କ୍ଷୁଧା ଆକଳନ ହୋଇନଥାଏ ବରଂ ଅପପୁଷ୍ଟି ବା ପୁଷ୍ଟିହୀନତା ବା କୁପୋଷଣ ଆକଳନ କରାଯାଇଥାଏ। ଏହା ଖାଦ୍ୟରେ କ୍ୟାଲୋରି ଅଭାବରୁ ଜଣା ପଡିଥାଏ। ପ୍ରତିବର୍ଷ କନସର୍ନ ୱାଲର୍‌ଡ ୱାଇଡ ଏବଂ ୱାଲର୍‌ଡ ହଙ୍ଗର ହେଲ୍ପ ନାମକ ୟୁରୋପୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିଶ୍ୱ କ୍ଷୁଧା ସୂଚକାଙ୍କ (ଜିଏଚଆଇ) ଏହି ତାଲିକା ପ୍ରସ୍ତୁତ କରିଥାନ୍ତି। ବିଶ୍ୱ କ୍ଷୁଧା ସୂଚକାଙ୍କ ସାଧାରଣତଃ ୪ ମାନଦଣ୍ଡ ଆଧାରରେ ପ୍ରସ୍ତୁତ କରାଯାଇଛି। ପ୍ରଥମରେ ଅପପୁଷ୍ଟି ବା କୁପୋଷଣ ବା ଅଣ୍ଡରନିୟୁଟ୍ରିଶନ। ଅର୍ଥାତ ଜନସଂଖ୍ୟାର କେତେ ପ୍ରତିଶତ ପର୍ଯ୍ୟାପ୍ତ ପରିମାଣର ପୁଷ୍ଟିକର ଆହାର ଖାଇବାକୁ ପାଆନ୍ତିନି। ଅର୍ଥାତ ୧୩.୭% ଭାରତୀୟଙ୍କୁ ସୁସ୍ଥ ବ୍ୟକ୍ତିଙ୍କୁ ଦିନସାରା ଯେତିକି କ୍ୟାଲୋରି ଖାଦ୍ୟ ଦରକାର ସେତିକି ମିଳୁନାହିଁ। ସେହିଭଳି ଶିଶୁ ଅପଚୟ ବା ଚାଇଲ୍ଡ ୱେଷ୍ଟିଙ୍ଗ (ପାଞ୍ଚ ବର୍ଷରୁ କମ ବୟସର ପିଲାଙ୍କ ମଧ୍ୟରୁ କେତେ ପ୍ରତିଶତଙ୍କ ଓଜନ ଉଚ୍ଚତା ଅନୁସାରେ କମ୍‌ , ଯାହା ତୀବ୍ର ପୁଷ୍ଟିହୀନତା ସୂଚାଇଥାଏ। ଭାରତରେ ଏହା ୧୮.୭%। ତୃତୀୟରେ ଶିଶୁ ଗେଡା ହେବା ବା ଚାଇଲ୍ଡ ଷ୍ଟଣ୍ଟିଂ (ପାଞ୍ଚ ବର୍ଷରୁ କମ ବୟସର ପିଲାଙ୍କ ମଧ୍ୟରୁ କେତେ ପ୍ରତିଶତଙ୍କ ଉଚ୍ଚତା ବୟସ ଅନୁପାତରେ କମ୍‌, ଯାହା ‘କ୍ରୋନିକ’ ପୁଷ୍ଟିହୀନତାକୁ ପ୍ରତିଫଳିତ କରେ)। ଏହା ଭାରତରେ ୩୫.୫%। ଚତୁର୍ଥରେ ପାଞ୍ଚ ବର୍ଷରୁ କମ୍‌ ବୟସର ପିଲାମାନଙ୍କ ମୃତ୍ୟୁହାର)। ଭାରତରେ ଏହା ୨.୯%। ଏହା ପୁଷ୍ଟିକର ଖାଦ୍ୟର ଅଭାବ ଏବଂ ଅସ୍ବାସ୍ଥ୍ୟକର ପରିବେଶର ସାଂଘାତିକ ମିଶ୍ରଣକୁ ବୁଝାଏ।
କେଉଁ ଦେଶରେ କ୍ଷୁଧା ସ୍ଥିତି କ’ଣ ତାହା ଏହି ରିପୋର୍ଟରୁ ସ୍ପଷ୍ଟ ଭାବେ ଜଣାପଡ଼େ। ୧୦୦ ସ୍କୋର ହେଲେ ସର୍ବାଧିକ କ୍ଷୁଧା ଏଂ ଶୂନ ହେଲେ କ୍ଷୁଧା ଜମା ନାହିଁ। କ୍ଷୁଧା ତାଲିକାର ସ୍କୋର ୯.୯ କିମ୍ବା ତା’ଠାରୁ କମ୍‌ ରହିଲେ ତାକୁ ସର୍ବନିମ୍ନ ବୋଲି ଧରାଯାଏ। ସେହିଭଳି ୧୦.୦ରୁ ୧୯.୯ ଭିତରେ ରହିଲେ ସ୍ବାଭାବିକ କିମ୍ବା ନିୟନ୍ତ୍ରିତ, ୨୦.୦ରୁ ୩୪.୯ ଭିତରେ ରହିଲେ ଗମ୍ଭୀର, ୩୫.୦ରୁ ୪୯.୯ ରହିଲେ ବିପଜ୍ଜନକ ଏବଂ ୫୦.୦ କିମ୍ବା ତାଠାରୁ ଅଧିକ ରହିଛି ଅତି ବିପଜ୍ଜନକ ଭାବେ ଗଣନା କରାଯାଏ। ଭାରତର କ୍ଷୁଧା ତାଲିକା ସ୍କୋରରେ ଉନ୍ନତି ଘଟିଛି। କ୍ଷୁଧା ସ୍କୋର ୨୦୦୦ରେ ୩୮.୪ ଥିଲାବେଳେ ୨୦୦୮ରେ ୩୫.୨, ୨୦୧୬ରେ ୨୯.୨ ଏଂ ୨୦୨୪ରେ ୨୭.୩କୁ ହ୍ରାସ ପାଇଛି। କିନ୍ତୁ କ୍ଷୁଧା ସ୍ତର ସାଂଘାତିକ। କ୍ଷୁଧା କମିବା ଏକ ସ୍ବାଭାବିକ ପ୍ରକ୍ରିୟା, କିନ୍ତୁ ବିଲୋପ ନ ହେବା ଏକ ବଡ଼ ବିଫଳତା। ୨୦୩୦ ସୁଦ୍ଧା ମିଳିତ ଜାତିସଂଘର କ୍ଷୁଧା ବିଲୋପ କରିବାର ଯେଉଁ ଲକ୍ଷ୍ୟ ରହିଛି, ତାହା ପୂରଣ ହେବାର ଆଦୌ ସମ୍ଭାବନା ନାହିଁ। କ୍ଷୁଧା ଦୂର ନ ହେବା ଏକ ଲଜ୍ଜାକର ଘଟଣା। କାରଣ ଏହା ଯୋଗୁ ଆମ ଭାବନା ଓ ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼େ ବୋଲି ବିଭିନ୍ନ ଅଧ୍ୟୟନରୁ ଜଣାପଡ଼େ। ନେଦରଲାଣ୍ଡର ଗ୍ରୋନିଙ୍ଗନ ବିଶ୍ୱବିଦ୍ୟାଳୟର ମନୋବୈଜ୍ଞାନିକ ନିଏନକେ ଜୋଙ୍କର ଓ ତାଙ୍କ ସହକର୍ମୀମାନେ ୧୨୯ ମହିଳାଙ୍କ ଉପରେ ଅଧ୍ୟୟନ କରିଥିଲେ। ଅଧା ମହିଳାଙ୍କୁ ୧୪ ଘଣ୍ଟା ଧରି ଭୋକରେ ରଖାଗଲା। କ୍ଷୁଧା ସ୍ତର, ଖାଦ୍ୟ ଅଭ୍ୟାସ ଓ ମୁଡ୍‌ ବିଷୟରେ ସେମାନଙ୍କୁ ପଚରାଗଲା। ଭୋକରେ ଥିବା ମହିଳାଙ୍କଠାରେ ନକାରାତ୍ମକ ଭାବନା, ଅବସାଦ, କ୍ରୋଧ, ଚିନ୍ତା, ଥକ୍କାପଣ ଓ ଭ୍ରମ ଆଦି ଦେଖାଗଲା।
ଭାରତର ସମ୍ବିଧାନର ଧାରା ୪୭ ହେଉଛି ଏକ ନିର୍ଦ୍ଦେଶନାମା, ଯାହା ଅନୁଯାୟୀ କିପରି ଜନସାଧାରଣ ସାମାଜିକ ନ୍ୟାୟ ସ୍ବରୂପ ଏକ ଉନ୍ନତ ତଥା ସୁସ୍ଥ ଜୀବନଯାପନ ପାଇପାରିବେ, ସେଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବେ। ପୁନଶ୍ଚ ଏହା ସମସ୍ତଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ତଥା ଜୀବନଧାରଣର ସ୍ତର ତଥା ଜନସ୍ବାସ୍ଥ୍ୟର ଉନ୍ନତିକୁ ଏ ପ୍ରାଥମିକ କର୍ତ୍ତବ୍ୟ ପରି ବିବେଚନା କରିବା ସହିତ ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ତଥା ପୁଷ୍ଟିକର ଖାଦ୍ୟ ପାଇବାକୁ ସୁନିଶ୍ଚିତ କରେ। ଭାରତୀୟ ସମ୍ବିଧାନ ଧାରା୨୧ଅନୁଯାୟୀ ଖାଦ୍ୟର ଅଧିକାରକୁ ଏକ ମୌଳିକ ଅଧିକାର ଭାବରେ ସ୍ବୀକୃତି ଦେଇ ନାହିଁ। ତଥାପି ଏହା ମାନବିକ ସମ୍ମାନ ସହିତ ବଞ୍ଚିବାର ଅଧିକାର ଅଧୀନରେ ଆସିପାରେ, ଯାହା ପରୋକ୍ଷରେ ଧାରା ୨୧ ଅନୁଯାୟୀ ଏକ ମୌଳିକ ଅଧିକାର ବୋଲି ଧରିବାକୁ ପଡ଼ିବ। ଏହି କର୍ତ୍ତବ୍ୟ ନିର୍ବାହରେ ଦେଶ ଯେ ବିଫଳ ହୋଇଛି ତାହା ସ୍ପଷ୍ଟ ଭାବରେ ଚେତେଇ ଦେଇଛି ବିଶ୍ୱ କ୍ଷୁଧା ସୂଚକାଙ୍କ ତଥ୍ୟ।
ଏହି ସମସ୍ୟାର ସମାଧାନ ପାଇଁ କେତେକ ସମ୍ଭାବ୍ୟ ପନ୍ଥା ହେଉଛି ସମସ୍ତଙ୍କୁ ଖାଦ୍ୟ ପ୍ରାପ୍ତ କରାଇବାର ବ୍ୟବସ୍ଥା କରିବା। କୃଷି ଉତ୍ପାଦିକତାରେ ବୃଦ୍ଧି , ସାମାଜିକ ନିରାପତ୍ତା ଜାଲକୁ ମଜଭୁତ କରିବା, ନିରନ୍ତର କୃଷିକୁ ପ୍ରୋତ୍ସାହିତ କରିବା, ଖାଦ୍ୟ ନଷ୍ଟ ପରିମାଣ ବା ବର୍ଜ୍ୟବସ୍ତୁକୁ ହ୍ରାସ କରିବା ଏବଂ ଭୋକର ମୂଳ କାରଣକୁ ଖୋଜି ସମାଧାନ କରିବା। ମିଳିତ ଜାତିସଂଘର ଖାଦ୍ୟ ବର୍ଜ୍ୟବସ୍ତୁ ସୂଚକାଙ୍କ ରିପୋର୍ଟ ୨୦୨୪ ଅନୁଯାୟୀ ବିଶ୍ବରେ୨୦୨୨ରେ ୧୦୫ କୋଟି ଟନ୍‌ ଖାଦ୍ୟ ବର୍ଜ୍ୟବସ୍ତୁ ସୃଷ୍ଟି ହୋଇଥିଲା, ଅର୍ଥାତ ମୁଣ୍ଡପିଛା ବାର୍ଷିକ ୧୩୨ କିଲୋଗ୍ରାମ ଖାଦ୍ୟ ନଷ୍ଟ ହୋଇଛି , ଯାହା ମୁଣ୍ଡପିଛା ଉପଲବ୍ଧ ଖାଦ୍ୟର ଏକ ପଞ୍ଚମାଂଶ। ଭାରତୀୟ ପରିବାର ପ୍ରତିବର୍ଷ ୭.୮୨କୋଟି ଟନ୍‌ ଖାଦ୍ୟ ନଷ୍ଟ କରୁଛନ୍ତି। ଭାରତର ମୁଣ୍ଡପିଛା ବାର୍ଷିକ ଖାଦ୍ୟ ବର୍ଜ୍ୟବସ୍ତୁ ଓ ଖାଦ୍ୟ ନଷ୍ଟ ୫୫ କିଲୋଗ୍ରାମରେ ଦର୍ଶାଯାଇଛି। ଭାରତର ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଖାଦ୍ୟ ନଷ୍ଟ ପରିମାଣ ବା ବର୍ଜ୍ୟବସ୍ତୁ ଅଧିକ। ଯେତେବେଳେ କ୍ଷୁଧା ବ୍ୟାପକ, ଖାଦ୍ୟ ନଷ୍ଟ ସେତେବେଳେ ଏକ ଅପରାଧ।

ଡ. ସନ୍ତୋଷ କୁମାର ମହାପାତ୍ର
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri