ନଷ୍ଟ କମାଇବା

ପୃଥିବୀର ଜନସଂଖ୍ୟା ବଢ଼ି ଚାଲିଥିବାରୁ ପ୍ରତ୍ୟେକ ରାଷ୍ଟ୍ର ତା’ର ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ସକାଶେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ କରୁଛନ୍ତି। କୃଷି ଉତ୍ପାଦନ ବଢ଼ାଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ହେଲେ ଯେଉଁଭଳି ଭାବେ ଖାଦ୍ୟ ନଷ୍ଟ ହେଉଛି, ତାହା ବିଶ୍ୱ ସମ୍ମୁଖରେ ଏକ ସମସ୍ୟା ହୋଇ ଠିଆହେଲାଣି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ଓ ବ୍ରିଟେନସ୍ଥିତ ଅଣଲାଭଦାୟକ ସଂସ୍ଥା ଓ୍ବେଷ୍ଟ ଆଣ୍ଡ୍‌ ରିସୋର୍ସେସ୍‌ ଆକ୍ସନ ପ୍ରୋଗ୍ରାମ୍‌ (ଡବ୍ଲ୍ୟୁଆର୍‌ଏପି) ଦ୍ୱାରା କରାଯାଇଥିବା ଫୁଡ୍‌ ଓ୍ବେଷ୍ଟ ଇଣ୍ଡେକ୍ସ ରିପୋର୍ଟ ୨୦୨୪ ନିକଟରେ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି, ୨୦୨୨ରେ ପ୍ରତି ଘରକୁ ହିସାବକୁ ନିଆଗଲେ ପୃଥିବୀରେ ଦିନକୁ ୧୦୦ କୋଟି ମିଲ୍‌ ନଷ୍ଟ ହେଉଛି। ଏଥିରେ ଆହୁରି ଦର୍ଶାଯାଇଛି, ପ୍ରାୟ ୭୮ କୋଟି ୩୦ ଲକ୍ଷ ଲୋକ କ୍ଷୁଧା ପୀଡ଼ିତ ଥିବା ବେଳେ ମାନବଜାତିର ଏକ ତୃତୀୟାଂଶ ଖାଦ୍ୟ ଅନିଶ୍ଚିତତା ଦେଇ ଗତି କରୁଛନ୍ତି। ଏହି ରିପୋର୍ଟକୁ ତର୍ଜମା କରି କୁହାଯାଇପାରେ ଯେ, ବର୍ତ୍ତମାନ ସମୟର ଆହ୍ବାନ ହେଉଛି ଅଧିକ ଖାଦ୍ୟ ସୃଷ୍ଟି କରିବା ଅପେକ୍ଷା କିଭଳି ଖାଦ୍ୟ ନଷ୍ଟକୁ କମାଇ ଦିଆଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବା ଉଚିତ।
ଉପରଲିଖିତ ଖାଦ୍ୟନଷ୍ଟଜନିତ ତଥ୍ୟ ନିଶ୍ଚିତ ଭାବେ ଚିନ୍ତା ଉଦ୍ରେକକାରୀ। ପୃଥିବୀରେ ଉତ୍ପାଦିତ ଶସ୍ୟ ଲୋକଙ୍କ କ୍ଷୁଧା ମେଣ୍ଟାଇ ପାରୁ ନ ଥିବା ବେଳେ ଦୈନିକ ୧୦୦ କୋଟି ମିଲ୍‌ ନଷ୍ଟ ହେବା ଏକ ଦୁଃଖଦ ବିଷୟ। କେବଳ ଧନୀ ରାଷ୍ଟ୍ର ନୁହେଁ, ଭାରତ ଭଳି ଦେଶରେ ଦୈନିକ ଖାଦ୍ୟ ନଷ୍ଟ ହେଉଥିବା ସମସ୍ତେ ଭଲ ଭାବେ ଅନୁଭବ କରୁଥିବେ। ଖାଦ୍ୟ ପରିଚାଳନାର ଏହା ଏକ ଖରାପ ଦିଗକୁ ଦର୍ଶାଉଛି। ପୁଣି ବିବାହ, ବ୍ରତଠାରୁ ଆରମ୍ଭ କରି ସାମାଜିକ କାର୍ଯ୍ୟକ୍ରମରେ ବଳକା ପଡ଼ୁଥିବା ଖାଦ୍ୟକୁ ବାହାରେ ଫୋପାଡ଼ି ଦିଆଯିବା ପରେ ତାହା ମଧ୍ୟ ପରିବେଶ ପ୍ରଦୂଷଣ କରୁଛି। ସମ୍ଭବତଃ ନଷ୍ଟ ଜିନିଷଗୁଡ଼ିକ ଏକାଠି ହୋଇ ଆମ ଗ୍ରହ ପ୍ରତି ବିପଦ ଆଣୁଥିବାରୁ ଜାତିସଂଘ ୩୦ ମାର୍ଚ୍ଚକୁ ଇଣ୍ଟରନ୍ୟାଶନାଲ ଡେ ଅଫ୍‌ ଜିରୋ ଓ୍ବେଷ୍ଟ ବା ଅନ୍ତର୍ଜାତୀୟ ଶୂନ୍ୟ ନଷ୍ଟ ଦିବସ ପାଳନ କରୁଛି। ଏହି ଦିବସ ପାଳନ ପୂର୍ବରୁ ଫୁଡ୍‌ ଓ୍ବେଷ୍ଟ ଇଣ୍ଡେକ୍ସ ରିପୋର୍ଟ ୨୦୨୪ ପ୍ରକାଶ ପାଇଥିବାରୁ ପୃଥିବୀବ୍ୟାପୀ ଲୋକେ ସଚେତନ ହେବା ଦରକାର। କୌଣସି ଖାଦ୍ୟପଦାର୍ଥ ବା ବସ୍ତୁ ସୃଷ୍ଟି ପାଇଁ ଯେତିକି ଅର୍ଥ ଓ ଶ୍ରମ ବ୍ୟୟ କରାଯାଉଛି, ତାହାର ନଷ୍ଟକୁ ଏଡ଼ାଇବା ପାଇଁ ଯଦି ମଣିଷଜାତିକୁ ଅର୍ଥ ଓ ଶ୍ରମର ବୋଝ ବୋହିବାକୁ ପଡ଼ିବ, ତେବେ ନିରନ୍ତର ବିକାଶ ବାଧା ପାଇବା ସୁନିଶ୍ଚିତ। ଖାଦ୍ୟ ନଷ୍ଟରୁ ଉତ୍ପନ୍ନ ବର୍ଜ୍ୟ ସହିତ ଅନ୍ୟାନ୍ୟ ଦିଗରୁ ସୃଷ୍ଟି ହେଉଥିବା ବର୍ଜ୍ୟର ସମାହାର ଆଗାମୀ ଦିନ ପାଇଁ ବଡ଼ ବିପତ୍ତି ଭାବେ ଉଭା ହେବାକୁ ଯାଉଛି। କାରଣ ବର୍ଜ୍ୟ ପରିଚାଳନା ଦିନକୁ ଦିନ ମଣିଷର ଆୟତ୍ତ ବାହାରକୁ ଚାଲିଯାଉଛି। ଓଡ଼ିଶାର ଖୋଦ୍‌ ରାଜଧାନୀରେ ବର୍ଜ୍ୟ କୁପରିଚାଳନାର ଯନ୍ତ୍ରଣା ଲୋକେ ସବୁ ଦିଗରୁ ଭୋଗି ଚାଲୁଛନ୍ତି। ଏମିତିରେ ଦେଖିଲେ ପର୍ଯ୍ୟାପ୍ତ ପ୍ଲାଷ୍ଟିକ୍‌ ଓ ପଲିଥିଲିନ୍‌ ଯୋଗୁ ପରିବେଶ ରୁନ୍ଧି ହୋଇଗଲାଣି। ଏଗୁଡ଼ିକ ସାଧାରଣରେ ମାଟି ବା ପାଣିରେ ଦ୍ରବୀଭୂତ ହେଉ ନ ଥିବାରୁ ଆଗାମୀ ଦିନରେ ଏସବୁର ଯେଉଁ ପାହାଡ଼ ସୃଷ୍ଟି ହେବାକୁ ଯାଉଛି, ତାହା ମଣିଷର ଜାଗାକୁ ସଙ୍କୁଚିତ କରିଦେବା ଥୟ।
ପୃଥିବୀର ଅନ୍ୟାନ୍ୟ ରାଷ୍ଟ୍ର ସହ ତୁଳନା କରିଦେଖିଲେ ଭାରତର ଜନସଂଖ୍ୟା ସର୍ବାଧିକ ଥିବାରୁ ଏହାର ବର୍ଜ୍ୟ ପରିମାଣ ମଧ୍ୟ ଅଧିକ ରହିବା ସ୍ବାଭାବିକ। ତେଣୁ ଉତ୍ପାଦ ବଢ଼ାଇବା ପାଇଁ ଯେଭଳି ଯୋଜନା ଓ କାର୍ଯ୍ୟକ୍ରମ ଉପରେ ସରକାର ପ୍ରାଧାନ୍ୟ ଦେଉଛନ୍ତି, ସେହିଭଳି ଖାଦ୍ୟ ନଷ୍ଟ କମାଇବା ପାଇଁ ଜାତୀୟ ମିଶନ ଗଢ଼ାଯିବା ଉପରେ ଗୁରୁତ୍ୱ ଦିଆଯିବାର ସମୟ ଆସିଲାଣି। ଏହି କାର୍ଯ୍ୟରେ ସରକାରଙ୍କୁ ସହଯୋଗ କରିବା ଲାଗି ପ୍ରତ୍ୟେକ ନାଗରିକ ଆଗେଇ ଆସିବା ଦରକାର। ଏପରି କି ଖାଦ୍ୟ ନଷ୍ଟ କମାଇବା କିମ୍ବା ବର୍ଜ୍ୟ ପରିଚାଳନା ସଂକ୍ରାନ୍ତରେ ସଚେତନତା ସୃଷ୍ଟି ଦିଗରେ ପ୍ରତି ସ୍ତରରେ ପଦକ୍ଷେପ ନିଆଯିବା ନିତାନ୍ତ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri