ଭାଷାର ବ୍ୟବହାର କମ୍‌ ହେଲେ ମାନ କମିବ

ଭୁବନେଶ୍ୱର,୧ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଆଜିକାଲି ଆମ ଦିନ ‘ଗୁଡ୍‌ ମର୍ନିଂ’ରୁ ଆରମ୍ଭ ହେଉଛି। ‘ସୁପ୍ରଭାତ’ ବା ‘ଶୁଭ ସକାଳ’ର ବ୍ୟବହାର ବହୁତ କମ୍‌। ସକାଳଠୁ ନେଇ ରାତି ପର୍ଯ୍ୟନ୍ତ ଆମେ ଓଡ଼ିଆ ଭାଷା ଭିତରେ ହିନ୍ଦୀ, ଇଂଲିଶ ଭାଷାର ବ୍ୟବହାର ଅଧିକ କରୁଛେ। କାହା ସହ କଥାବାର୍ତ୍ତା ଆରମ୍ଭ କରିବା ବେଳେ ‘ହାଓ ଆର୍‌ ୟୁ’ ଶବ୍ଦ ଉଚ୍ଚାରିତ ହେଉଛି। କେମିତି ଅଛନ୍ତି ବୋଲି ପଚାରିବାକୁ ଆମକୁ ଖରାପ ଲାଗୁଛି। ସେହିପରି ରାସ୍ତାରେ ଯାଉଥିବା କିମ୍ବା ବସ୍‌ କି ଟ୍ରେନରେ ଯାତ୍ରା କରୁଥିବା ସମୟରେ ଅନେକ ଓଡ଼ିଆ ଯୁବତୀଯୁବକଙ୍କୁ ପରସ୍ପର ସହ ହିନ୍ଦୀରେ କଥା ହେଉଥିବାର ମଧ୍ୟ ଦେଖିବାକୁ ମିଳିଥାଏ। ବହୁ ସଂଘର୍ଷ ପରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି। ଯୁବପିଢ଼ି ଯଦି ଭାଷାର ବ୍ୟବହାର କମ୍‌ କରିବେ ତା’ହେଲେ ଭାଷାର ମାନ ଦିନକୁ ଦିନ ହ୍ରାସ ପାଇବ। ଏହା ସମ୍ପ୍ରତି ଏକ ଚିନ୍ତାର ବିଷୟ ପାଲଟିଲାଣି। ସୋମବାର ଓଡ଼ିଶା ଦିବସ। ଏହି ପରିପ୍ରେକ୍ଷୀରେ ଯୁବପିଢ଼ିଙ୍କୁ ନେଇ ଏକ ମତାମତଭିତ୍ତିକ ଉପସ୍ଥାପନା।

ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେବା ଉଚିତ
ମୁଁ ଏବେ ବାହାରେ ରହୁଛି। ଆମ ଅଫିସ୍‌ରେ ଓଡ଼ିଆ ପିଲା ମଧ୍ୟ ବହୁତ କମ୍‌। ଆମେ କେତେବେଳେ ଗ୍ରୁପ୍‌ ହୋଇ କଥା ହେବା ସମୟରେ କେହି ଅନ୍ୟ ଭାଷାର ସାଙ୍ଗ ଆସିଗଲେ, ଓଡ଼ିଆରେ କଥା ହେଉଥିଲେ ବନ୍ଦ କରିବାକୁ ପଡ଼େ। ଯେଉଁ ଭାଷାକୁ ସମସ୍ତେ ବୁଝିପାରିବେ ଯେମିତି କି ହିନ୍ଦୀ, ଇଂଲିଶ କହିବାକୁ ହୁଏ। କେବଳ ଓଡ଼ିଆ ନୁହେଁ ଅନ୍ୟ ଆଞ୍ଚଳିକ ଭାଷାର ପିଲାମାନେ ମଧ୍ୟ ଏଭଳି ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି। ଏହାର ଅର୍ଥ ନୁହେଁ ଯେ, ଓଡ଼ିଆରେ ଆମେ କଥା ହେଉନାହୁଁ। ତେବେ ଏହା ସତ ଆମ ଭଳି ପିଲାମାନଙ୍କ ପାଟିରୁ ଓଡ଼ିଆ ଭାଷା ଶୁଣିବାକୁ କମ୍‌ ମିଳୁଛି। ମାତ୍ର ସମସ୍ତେ ଦୈନନ୍ଦିନ ଜୀବନରେ ଅଧିକରୁ ଅଧିକ ଓଡ଼ିଆ ଭାଷା କହିବା ଉଚିତ।
– ସୁବାସ ଦଳେଇ, କର୍ମଜୀବୀ
ଆବେଗ ଓ ବ୍ୟବହାରରେ ଭାଷା ବଞ୍ଚତ୍ରହେ
ଆବେଗ ଓ ବ୍ୟବହାରରେ ଭାଷା ବଞ୍ଚତ୍ରହେ। ଯଦି ଆବେଗ ଥିବ ତା’ହେଲେ ବ୍ୟବହାର ମଧ୍ୟ ହୋଇପାରିବ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦେଢ଼ ଲକ୍ଷରୁ ଅଧିକ ଶବ୍ଦ ଅଛି। ଜଣେ ଚାହିଁଲେ ୩ରୁ ୪ଟି ଭାଷା ଶିଖିପାରିବେ। କିନ୍ତୁ ଅନ୍ୟକୁ ସୁହାଇଲା ଭଳି ଭାଷାରେ କଥା ନ ହୋଇ ନିଜ ଭାଷାର ବ୍ୟବହାର କରିବା ଆବଶ୍ୟକ। ତେବେ ଯାଇ ଭାଷାର ବ୍ୟବହାର ବଢ଼ିପାରିବ। ଏବେ ଓଡ଼ିଆ ଭାଷାରେ ଅନେକ ସୁଯୋଗ ସୃଷ୍ଟି ହେଲାଣି। ପରୀକ୍ଷା ଦେବାଠୁ ନେଇ ଚାକିରି କ୍ଷେତ୍ରରେ ମଧ୍ୟ ଓଡ଼ିଆ ଭାଷାର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି। ତେଣୁ ଓଡ଼ିଶାର ଯୁବପିଢି ଏଥିପ୍ରତି ଯତ୍ନବାନ ହେବା ଉଚିତ। ବିଦ୍ୟାଳୟ ସ୍ତରରୁ ଏ ନେଇ ପ୍ରୟାସ ଆବଶ୍ୟକ। ଅଭିଭାବକମାନେ ମଧ୍ୟ ଇଂଲିଶ, ହିନ୍ଦୀ ମାନସିକତାରୁ ଦୂରେଇ ପିଲାଙ୍କୁ ଓଡ଼ିଆ ଭାଷାରେ ଅଧିକ ଜ୍ଞାନ ଆହରଣ ପାଇଁ ପ୍ରୋତ୍ସାହିତ କରିବା ଉଚିତ।
– ଚନ୍ଦନ ପଣ୍ଡା, ଯୁବ ଲେଖକ
ଗୁଜରାଟରେ ରହିଥିବାରୁ ଏଠାକାର ଭାଷା ଶିଖିବାକୁ ପଡ଼ୁଛି
ଆଗରୁ ମୁଁ ଯେବେ ମୋ ଗାଁରେ ପାଠ ପଢ଼ୁଥିଲି, ଓଡ଼ିଆ ଭାଷାରେ କଥା ହେଉଥିଲି। ଏବେ ବାପାଙ୍କ ଚାକିରି ପାଇଁ ଆମେ ସବୁ ଆସି ଗୁଜରାଟରେ ରହିଲୁ। ମୋର ଏଠାରେ ଏକ ସ୍କୁଲରେ ନାମ ଲେଖାହେଲା। ତେଣୁ ମୁଁ ଓଡ଼ିଆ ଶିଖେ କି ନ ଶିଖେ ପ୍ରଥମେ ଗୁଜରାଟୀ ଭାଷା ଶିଖିବାରୁ ପଡ଼ିଲା। କାରଣ ପରୀକ୍ଷାରେ ଗୁଜରାଟୀରେ ଏକ ବିଷୟକୁ ନେଇ ଉତ୍ତର ଲେଖିବାକୁ ପଡ଼ୁଛି। ଆଗ ଅପେକ୍ଷା ଓଡ଼ିଆ କମ୍‌ ଆଉ ହିନ୍ଦୀ, ଗୁଜରାଟୀ ମୁଁ ଅଧିକ କହୁଛି ଓ ଶିଖିବାକୁ ପଡ଼ୁଛି। କାରଣ ଏଠାରେ ଗୁଜରାଟୀ ଭାଷାର ବ୍ୟବହାର ଅଧିକ ହେଉଛି।
– ଅର୍ପିତା ପଣ୍ଡା, ଛାତ୍ରୀ
କେବଳ ଯୁବପିଢ଼ିଙ୍କୁ ଦୋଷ ଦେଲେ ହେବନାହିଁ
ଓଡ଼ିଶାରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର ନାମ ଇଂଲିଶରେ ଲେଖାଯାଉଛି। ସେହିପରି ଅନେକ କାର୍ଯ୍ୟକ୍ରମର ନିମନ୍ତ୍ରଣ କାର୍ଡ ଇଂଲିଶରେ ଛପାଯାଉଛି। ବକ୍ତାମାନଙ୍କ ଭାଷଣରେ ଓଡ଼ିଆ କମ୍‌, ହିନ୍ଦୀ ଓ ଇଂଲିଶ ବେଶୀ ରହୁଛି। ତା’ହେଲେ ଯୁବପିଢ଼ିଙ୍କୁ କାହିଁକି ଦୋଷ ଦେବା ଯେ, ଆଜିକାଲିର ପିଲା ଓଡ଼ିଆ କହୁନାହାନ୍ତି। ଉତ୍ତରଦାୟିତ୍ୱ କେବଳ ଯୁବପିଢ଼ଙ୍କ କାନ୍ଧରେ ନ ଥାଏ। ସମସ୍ତେ ଭାଷାର ବ୍ୟବହାର କରିବା ଉଚିତ। ଆମେ ଓଡ଼ିଶା ବାହାରେ ରହି କାମ କଲେ ମଧ୍ୟ ପ୍ରବାସୀଙ୍କ ସହ ଓଡ଼ିଆ ପର୍ବ ପାଳନ କରୁୁ, ଓଡ଼ିଆ ଖାଦ୍ୟ ଖାଉ, ଓଡ଼ିଆରେ ବିଭିନ୍ନ କାର୍ଯ୍ୟକ୍ରମ କରିଥାଉ। ତେଣୁ ଭାଷାର ବ୍ୟବହାର ସମସ୍ତେ ସବୁଠି କରିବା ଉଚିତ।
– ଶ୍ରୀଲିପ୍ତା ନନ୍ଦ, କର୍ମଜୀବୀ

 


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri