ଭାଷାର ବ୍ୟବହାର କମ୍‌ ହେଲେ ମାନ କମିବ

ଭୁବନେଶ୍ୱର,୧ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଆଜିକାଲି ଆମ ଦିନ ‘ଗୁଡ୍‌ ମର୍ନିଂ’ରୁ ଆରମ୍ଭ ହେଉଛି। ‘ସୁପ୍ରଭାତ’ ବା ‘ଶୁଭ ସକାଳ’ର ବ୍ୟବହାର ବହୁତ କମ୍‌। ସକାଳଠୁ ନେଇ ରାତି ପର୍ଯ୍ୟନ୍ତ ଆମେ ଓଡ଼ିଆ ଭାଷା ଭିତରେ ହିନ୍ଦୀ, ଇଂଲିଶ ଭାଷାର ବ୍ୟବହାର ଅଧିକ କରୁଛେ। କାହା ସହ କଥାବାର୍ତ୍ତା ଆରମ୍ଭ କରିବା ବେଳେ ‘ହାଓ ଆର୍‌ ୟୁ’ ଶବ୍ଦ ଉଚ୍ଚାରିତ ହେଉଛି। କେମିତି ଅଛନ୍ତି ବୋଲି ପଚାରିବାକୁ ଆମକୁ ଖରାପ ଲାଗୁଛି। ସେହିପରି ରାସ୍ତାରେ ଯାଉଥିବା କିମ୍ବା ବସ୍‌ କି ଟ୍ରେନରେ ଯାତ୍ରା କରୁଥିବା ସମୟରେ ଅନେକ ଓଡ଼ିଆ ଯୁବତୀଯୁବକଙ୍କୁ ପରସ୍ପର ସହ ହିନ୍ଦୀରେ କଥା ହେଉଥିବାର ମଧ୍ୟ ଦେଖିବାକୁ ମିଳିଥାଏ। ବହୁ ସଂଘର୍ଷ ପରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି। ଯୁବପିଢ଼ି ଯଦି ଭାଷାର ବ୍ୟବହାର କମ୍‌ କରିବେ ତା’ହେଲେ ଭାଷାର ମାନ ଦିନକୁ ଦିନ ହ୍ରାସ ପାଇବ। ଏହା ସମ୍ପ୍ରତି ଏକ ଚିନ୍ତାର ବିଷୟ ପାଲଟିଲାଣି। ସୋମବାର ଓଡ଼ିଶା ଦିବସ। ଏହି ପରିପ୍ରେକ୍ଷୀରେ ଯୁବପିଢ଼ିଙ୍କୁ ନେଇ ଏକ ମତାମତଭିତ୍ତିକ ଉପସ୍ଥାପନା।

ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେବା ଉଚିତ
ମୁଁ ଏବେ ବାହାରେ ରହୁଛି। ଆମ ଅଫିସ୍‌ରେ ଓଡ଼ିଆ ପିଲା ମଧ୍ୟ ବହୁତ କମ୍‌। ଆମେ କେତେବେଳେ ଗ୍ରୁପ୍‌ ହୋଇ କଥା ହେବା ସମୟରେ କେହି ଅନ୍ୟ ଭାଷାର ସାଙ୍ଗ ଆସିଗଲେ, ଓଡ଼ିଆରେ କଥା ହେଉଥିଲେ ବନ୍ଦ କରିବାକୁ ପଡ଼େ। ଯେଉଁ ଭାଷାକୁ ସମସ୍ତେ ବୁଝିପାରିବେ ଯେମିତି କି ହିନ୍ଦୀ, ଇଂଲିଶ କହିବାକୁ ହୁଏ। କେବଳ ଓଡ଼ିଆ ନୁହେଁ ଅନ୍ୟ ଆଞ୍ଚଳିକ ଭାଷାର ପିଲାମାନେ ମଧ୍ୟ ଏଭଳି ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି। ଏହାର ଅର୍ଥ ନୁହେଁ ଯେ, ଓଡ଼ିଆରେ ଆମେ କଥା ହେଉନାହୁଁ। ତେବେ ଏହା ସତ ଆମ ଭଳି ପିଲାମାନଙ୍କ ପାଟିରୁ ଓଡ଼ିଆ ଭାଷା ଶୁଣିବାକୁ କମ୍‌ ମିଳୁଛି। ମାତ୍ର ସମସ୍ତେ ଦୈନନ୍ଦିନ ଜୀବନରେ ଅଧିକରୁ ଅଧିକ ଓଡ଼ିଆ ଭାଷା କହିବା ଉଚିତ।
– ସୁବାସ ଦଳେଇ, କର୍ମଜୀବୀ
ଆବେଗ ଓ ବ୍ୟବହାରରେ ଭାଷା ବଞ୍ଚତ୍ରହେ
ଆବେଗ ଓ ବ୍ୟବହାରରେ ଭାଷା ବଞ୍ଚତ୍ରହେ। ଯଦି ଆବେଗ ଥିବ ତା’ହେଲେ ବ୍ୟବହାର ମଧ୍ୟ ହୋଇପାରିବ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦେଢ଼ ଲକ୍ଷରୁ ଅଧିକ ଶବ୍ଦ ଅଛି। ଜଣେ ଚାହିଁଲେ ୩ରୁ ୪ଟି ଭାଷା ଶିଖିପାରିବେ। କିନ୍ତୁ ଅନ୍ୟକୁ ସୁହାଇଲା ଭଳି ଭାଷାରେ କଥା ନ ହୋଇ ନିଜ ଭାଷାର ବ୍ୟବହାର କରିବା ଆବଶ୍ୟକ। ତେବେ ଯାଇ ଭାଷାର ବ୍ୟବହାର ବଢ଼ିପାରିବ। ଏବେ ଓଡ଼ିଆ ଭାଷାରେ ଅନେକ ସୁଯୋଗ ସୃଷ୍ଟି ହେଲାଣି। ପରୀକ୍ଷା ଦେବାଠୁ ନେଇ ଚାକିରି କ୍ଷେତ୍ରରେ ମଧ୍ୟ ଓଡ଼ିଆ ଭାଷାର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି। ତେଣୁ ଓଡ଼ିଶାର ଯୁବପିଢି ଏଥିପ୍ରତି ଯତ୍ନବାନ ହେବା ଉଚିତ। ବିଦ୍ୟାଳୟ ସ୍ତରରୁ ଏ ନେଇ ପ୍ରୟାସ ଆବଶ୍ୟକ। ଅଭିଭାବକମାନେ ମଧ୍ୟ ଇଂଲିଶ, ହିନ୍ଦୀ ମାନସିକତାରୁ ଦୂରେଇ ପିଲାଙ୍କୁ ଓଡ଼ିଆ ଭାଷାରେ ଅଧିକ ଜ୍ଞାନ ଆହରଣ ପାଇଁ ପ୍ରୋତ୍ସାହିତ କରିବା ଉଚିତ।
– ଚନ୍ଦନ ପଣ୍ଡା, ଯୁବ ଲେଖକ
ଗୁଜରାଟରେ ରହିଥିବାରୁ ଏଠାକାର ଭାଷା ଶିଖିବାକୁ ପଡ଼ୁଛି
ଆଗରୁ ମୁଁ ଯେବେ ମୋ ଗାଁରେ ପାଠ ପଢ଼ୁଥିଲି, ଓଡ଼ିଆ ଭାଷାରେ କଥା ହେଉଥିଲି। ଏବେ ବାପାଙ୍କ ଚାକିରି ପାଇଁ ଆମେ ସବୁ ଆସି ଗୁଜରାଟରେ ରହିଲୁ। ମୋର ଏଠାରେ ଏକ ସ୍କୁଲରେ ନାମ ଲେଖାହେଲା। ତେଣୁ ମୁଁ ଓଡ଼ିଆ ଶିଖେ କି ନ ଶିଖେ ପ୍ରଥମେ ଗୁଜରାଟୀ ଭାଷା ଶିଖିବାରୁ ପଡ଼ିଲା। କାରଣ ପରୀକ୍ଷାରେ ଗୁଜରାଟୀରେ ଏକ ବିଷୟକୁ ନେଇ ଉତ୍ତର ଲେଖିବାକୁ ପଡ଼ୁଛି। ଆଗ ଅପେକ୍ଷା ଓଡ଼ିଆ କମ୍‌ ଆଉ ହିନ୍ଦୀ, ଗୁଜରାଟୀ ମୁଁ ଅଧିକ କହୁଛି ଓ ଶିଖିବାକୁ ପଡ଼ୁଛି। କାରଣ ଏଠାରେ ଗୁଜରାଟୀ ଭାଷାର ବ୍ୟବହାର ଅଧିକ ହେଉଛି।
– ଅର୍ପିତା ପଣ୍ଡା, ଛାତ୍ରୀ
କେବଳ ଯୁବପିଢ଼ିଙ୍କୁ ଦୋଷ ଦେଲେ ହେବନାହିଁ
ଓଡ଼ିଶାରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର ନାମ ଇଂଲିଶରେ ଲେଖାଯାଉଛି। ସେହିପରି ଅନେକ କାର୍ଯ୍ୟକ୍ରମର ନିମନ୍ତ୍ରଣ କାର୍ଡ ଇଂଲିଶରେ ଛପାଯାଉଛି। ବକ୍ତାମାନଙ୍କ ଭାଷଣରେ ଓଡ଼ିଆ କମ୍‌, ହିନ୍ଦୀ ଓ ଇଂଲିଶ ବେଶୀ ରହୁଛି। ତା’ହେଲେ ଯୁବପିଢ଼ିଙ୍କୁ କାହିଁକି ଦୋଷ ଦେବା ଯେ, ଆଜିକାଲିର ପିଲା ଓଡ଼ିଆ କହୁନାହାନ୍ତି। ଉତ୍ତରଦାୟିତ୍ୱ କେବଳ ଯୁବପିଢ଼ଙ୍କ କାନ୍ଧରେ ନ ଥାଏ। ସମସ୍ତେ ଭାଷାର ବ୍ୟବହାର କରିବା ଉଚିତ। ଆମେ ଓଡ଼ିଶା ବାହାରେ ରହି କାମ କଲେ ମଧ୍ୟ ପ୍ରବାସୀଙ୍କ ସହ ଓଡ଼ିଆ ପର୍ବ ପାଳନ କରୁୁ, ଓଡ଼ିଆ ଖାଦ୍ୟ ଖାଉ, ଓଡ଼ିଆରେ ବିଭିନ୍ନ କାର୍ଯ୍ୟକ୍ରମ କରିଥାଉ। ତେଣୁ ଭାଷାର ବ୍ୟବହାର ସମସ୍ତେ ସବୁଠି କରିବା ଉଚିତ।
– ଶ୍ରୀଲିପ୍ତା ନନ୍ଦ, କର୍ମଜୀବୀ

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ନବୀନ

ଭୁବନେଶ୍ୱର,୩୦।୪: ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ଦଳୀୟ କର୍ମୀ ଓ ହଜାର ହଜାର...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଟ୍ବିନ୍‌ ସିଟିକୁ ରେର୍ଡ ଆର୍ଲଟ୍‌ ଜାରି

ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ...

ବିଜେଡି ବିଧାୟକଙ୍କ ରାଲିରେ ମାଡିଗଲା ଟ୍ରକ୍‌: ୩ ଆହତ

ଭୁବନେଶ୍ୱର,୩୦।୪: କଟକ ଜିଲା ବଡମ୍ବାରେ ବିଜେଡି ବିଧାୟକଙ୍କ ରାଲି ଉପରକୁ ମାଡିଗଲା ଟ୍ରକ୍‌। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ବଡମ୍ବା...

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଙ୍ଗଳବାର ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ୭୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଦୁଇ ଜଣ...

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri