ରଦ୍ଦି କାଗଜ

ଭାରତରେ ଗବେଷଣା ସ୍ତର କିଭଳି ରହିଛି ତାହାର ଏକ ନମୁନା ଏବେ ଦେଖିବାକୁ ମିଳିଛି। ଗତ ୪ ମାସ ତଳେ ଇଣ୍ଡିଆନ୍‌ ଏକାଡେମୀ ଅଫ୍‌ ସାଇନ୍ସର ପୂର୍ବତନ ସଭାପତି ପାର୍ଥ ମଜୁମଦାର, ବାଙ୍ଗାଲୋର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଏଚ୍‌. ଏ. ରଙ୍ଗନାଥ, ବାଙ୍ଗାଲୋରସ୍ଥିତ ନ୍ୟାଶନାଲ ସେଣ୍ଟର ଫର୍‌ ବାୟୋଲୋଜିକାଲ ସାଇନ୍ସର ନିର୍ଦ୍ଦେଶକ ଏଲ୍‌.ଏସ୍‌. ଶଶିଧରନ୍‌ଙ୍କ ଭଳି ସୁପରିଚିତ ଜାତୀୟସ୍ତରୀୟ ୧୧ ବୈଜ୍ଞାନିକ ଚିଠି ଲେଖି କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ ଯେ, ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନାଲ ର଼୍ୟାଙ୍କିଙ୍ଗ ଫ୍ରେମ୍‌ଓ୍ବାର୍କ (ଏନ୍‌ଆଇଆର୍‌ଏଫ୍‌)ରେ ଉଚ୍ଚ ର଼୍ୟାଙ୍କ ବଛାଯିବାରେ ଦୁର୍ନୀତି ତଥା ଅନୈତିକ ଉପାୟ ଅବଲମ୍ବନ କରାଯାଇଛି। ଜୁନ୍‌ ୮ରେ ଏହି ବିଶିଷ୍ଟ ବୈଜ୍ଞାନିକମାନେ ଦର୍ଶାଇଥିବା ଅସଙ୍ଗତିର ଉତ୍ତର ଏବେ ପର୍ଯ୍ୟନ୍ତ ମିଳିପାରି ନ ଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଗମ୍ଭୀର କଥା ହେଉଛି ଯେ, ଭାରତରେ ଅଧିକାଂଶ ଉଚ୍ଚଶିକ୍ଷା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ବିଦ୍ୟାର୍ଥୀ ଓ ଫାକଲ୍ଟିଙ୍କୁ ବ୍ୟବହାର କରି କେବଳ ଅଧିକ ସଂଖ୍ୟକ ଗବେଷଣାତ୍ମକ ପ୍ରକାଶନ ନେଇ ପ୍ରସ୍ତୁତ କରୁଛନ୍ତି। ଏଗୁଡ଼ିକୁ ଅଜଣା, ଅଶୁଣା ଓ ନିମ୍ନମାନର ଜର୍ନାଲରେ ପ୍ରକାଶ କରି ଡିଗ୍ରୀ ଅର୍ଜନ କରାଉଛନ୍ତି। ଏଭଳି ଶିକ୍ଷାନୁଷ୍ଠାନ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଭଳି ଅନ୍ୟ ସରକାରୀ ସଂସ୍ଥାର ନିୟମାବଳୀକୁ ପାଳନ କରିବାକୁ ଯାଇ ବିଭିନ୍ନ ପ୍ରକାରର ଦୁର୍ନୀତିରେ ଲିପ୍ତ ହେଉଛନ୍ତି। ଏହା ଫଳରେ ନିୟମ ମାନିବା ସହଜ ହେଉଛି ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ଉଚ୍ଚ ର଼୍ୟାଙ୍କିଙ୍ଗ ମିଳିପାରୁଛି। କିନ୍ତୁ ଗୁଣାତ୍ମକ ଦୃଷ୍ଟିକୋଣରୁ ଦେଖିଲେ ଏତେ ସଂଖ୍ୟକ ଗବେଷଣାରୁ କୌଣସି ଉପାଦେୟ ଫଳ ମିଳିପାରୁ ନାହିଁ। ଅର୍ଥାତ୍‌ ଭାରତର ସରକାରୀ ଓ ବେସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରୁ ବାହାରୁଥିବା ବହୁସଂଖ୍ୟକ ଗବେଷଣାପତ୍ର ମୂଲ୍ୟହୀନ ହୋଇଯାଉଛି।
ଉପରଲିଖିତ ବୈଜ୍ଞାନିକମାନେ ଆହୁରି ଚିନ୍ତା ବ୍ୟକ୍ତ କରିିଛନ୍ତି ଯେ କିଛି ଅନୁଷ୍ଠାନ ଛାତ୍ରମାନଙ୍କୁ କିମ୍ବା ଫାକଲ୍ଟିଙ୍କୁ ନିଜ ସହକର୍ମୀଙ୍କ କାର୍ଯ୍ୟକୁ ଗବେଷଣାରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ୁଛି; ସେସବୁ ପ୍ରାସଙ୍ଗିକ ହେଉ ବା ନ ହେଉ ତାହା ଗୁରୁତ୍ୱ ରଖୁ ନ ଥିଲେ ମଧ୍ୟ ଗବେଷଣା ସଂଖ୍ୟା ବୃଦ୍ଧି କରିଥାଏ। ଉଦାହରଣ ସ୍ବରୂପ, ଗୋଟିଏ ବିଶ୍ୱବିଦ୍ୟାଳୟର ଛାତ୍ର ଓ ଫାକଲ୍ଟିମାନଙ୍କ ଦ୍ୱାରା ଫଳ ଓ ପନିପରିବା ଉପଭୋଗ ଉପରେ ପ୍ରକାଶିତ ଏକ ଗବେଷଣାପତ୍ର ସେହି ବିଶ୍ୱବିଦ୍ୟାଳୟର ଅନ୍ୟମାନଙ୍କ ଦ୍ୱାରା ଡିଜେଲ ଇଞ୍ଜିନ ଉପରେ କରାଯାଇଥିବା ଅଧ୍ୟୟନକୁ ଉଲ୍ଲେଖ କରିଥିଲା। ଏଭଳି ବିଷୟସବୁ ଯାହା ଦର୍ଶାଯାଇଛି ତାହା ଭାରତୀୟ ଗବେଷଣା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ସ୍ବାଭାବିକ। ବିପୁଳ ଅର୍ଥ ବ୍ୟୟ ହେଉଥିବା ସତ୍ତ୍ୱେ ସମାଜ କିମ୍ବା ଦେଶ ତା’ର ସୁଫଳ ପାଇପାରୁନାହିଁ।
ଉଚ୍ଚଶିକ୍ଷାରେ ଗବେଷଣା ସର୍ବଦା ବିଶେଷ ଗୁରୁତ୍ୱ ବହନ କରିଥାଏ। ପିଏଚ୍‌.ଡି, ଡିଲିଟ୍‌ ବା ଡିଏସ୍‌ସି ଆଦି ଡିଗ୍ରୀ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ସମାଜରେ ଅତି ପଢ଼ୁଆ ଲୋକ ବୋଲି ବିବେଚନା କରାଯାଇଥାଏ। ଯେଉଁ ବ୍ୟକ୍ତିଙ୍କ ଅଧୀନରେ ଅଧିକ ଛାତ୍ରୀଛାତ୍ର ଗବେଷଣା କରି ସଫଳତା ପାଇଥିବେ ତାଙ୍କର ଖ୍ୟାତି ବଢ଼ିଥାଏ। ଅନୁରୂପ ଭାବେ ଯେଉଁ ବିଶ୍ୱବିଦ୍ୟାଳୟ ବା ଉଚ୍ଚଶିକ୍ଷାନୁଷ୍ଠାନ ଯେତେ ଗବେଷକଙ୍କୁ ସୃଷ୍ଟି କରିଥିବ, ସେଠାରେ ପଢ଼ିବା ଲାଗି ବିଦ୍ୟାର୍ଥୀମାନେ ଆଗ୍ରହ ପ୍ରକାଶ କରିଥାଆନ୍ତି। ସେହି ଅନୁଯାୟୀ ସରକାରୀ କିମ୍ବା ବିଦେଶରୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ଆର୍ଥିକ ଅନୁଦାନ ମଧ୍ୟ ମିଳିଥାଏ। ତେଣୁ ୟୁଜିସି, କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟା ଓ ଉଚ୍ଚଶିକ୍ଷା ବିଭାଗର ସଚିବଙ୍କୁ ଗତ ୪ ମାସ ତଳେ ଯେଉଁ ବୈଜ୍ଞାନିକମାନେ ଚିଠି ଲେଖି ଗବେଷଣାରେ ଅସ୍ବାଭାବିକତା ରହିଥିବା ଦର୍ଶାଇଥିଲେ, ସେ ସଂକ୍ରାନ୍ତରେ ସେମାନଙ୍କୁ କିଛି ଜଣାଇ ଦିଆ ନ ଯିବା ନିଶ୍ଚିତ ଭାବେ ବ୍ୟବସ୍ଥାରେ ଅସଙ୍ଗତିକୁ ଦର୍ଶାଉଛି। ଗବେଷଣା ସଂଖ୍ୟାତ୍ମକ ନ ହୋଇ ଗୁଣାତ୍ମକ କରାଯିବା ପାଇଁ ମେଥଡୋଲୋଜିରେ ସଂସ୍କାର ଉପରେ ସେମାନେ ଯେଉଁ ଗୁରୁତ୍ୱ ଦେଇଥିଲେ ତାହା ଉପରେ ତର୍ଜମା କରାଯିବା ଦରକାର। ର଼୍ୟାଙ୍କ୍‌ରେ ଶ୍ରେଷ୍ଠତ୍ୱ ହାସଲ ପାଇଁ ଧରାଧରି, ପ୍ରିୟାପ୍ରୀତି ତୋଷଣ କିମ୍ବା ଆବଶ୍ୟକ ସ୍ଥଳେ ଅର୍ଥ କାରବାର ହୋଇଥାଏ ବୋଲି ସାଧାରଣରେ ଆଲୋଚନା ହେଉଥିବା ସମସ୍ତେ ଜାଣନ୍ତି। କିନ୍ତୁ ତାହା ଖୋଲାଖୋଲି ପ୍ରକାଶ ପାଇବା ଭାରତର ଗବେଷଣା ସ୍ତରକୁ ନୂ୍ୟନ କରୁଛି।
ସମ୍ଭବତଃ ଗବେଷଣା ଗୁଣାତ୍ମକ ସ୍ତରର ହେଉ ନ ଥିବାରୁ ଭାରତୀୟମାନେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିପାରୁନାହାନ୍ତି। ଭାରତରେ ମେଡିସିନ୍‌, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନରେ ଯେଉଁମାନେ ନୋବେଲ ପାଇଛନ୍ତି ସେମାନେ ପ୍ରାୟତଃ ବିଦେଶରେ ଗବେଷଣା କରି ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଛନ୍ତି। ଗବେଷଣାକୁ ବ୍ୟବସାୟରେ ପରିଣତ କରିଦିଆଯିବା ଯୋଗୁ ହୁଏତ ଭାରତରେ ଗବେଷକଙ୍କ ସଂଖ୍ୟା ବୃଦ୍ଧି ପାଇଛି। କିନ୍ତୁ ଶିକ୍ଷା ଓ ବାସ୍ତବ ଅନୁଧ୍ୟାନରେ ଠକେଇ ହେଉଛି ବୋଲି ହୃଦ୍‌ବୋଧ ହେଲାଣି। ଅତଏବ ଏବେଠାରୁ ଗବେଷଣାର ଗୁଣାତ୍ମକ ଦିଗକୁ ଗୁରୁତ୍ୱ ଦିଆ ନ ଗଲେ ଅନେକ ବିଦ୍ୟାର୍ଥୀ ଅନୁଧ୍ୟାନ କରି ପାଉଥିବା ଡିଗ୍ରୀ କେବଳ ରଦ୍ଦି କାଗଜ ହୋଇ ରହୁଥିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କାଲି ଗଞ୍ଜାମ-ଗଜପତି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ….

ଭୁବନେଶ୍ୱର/ଛତ୍ରପୁର, ୨୯।୧୦(ସୁନିତ୍‌ ମିଶ୍ର/ଦିଲ୍ଲୀପ ସାମଲ): ସ୍ପେଶାଲ ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟସ୍ଥିତ ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷଠାରେ ଗୁରୁବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ଅର୍ଣ୍ଣବକୁ…

କାଲି ମିଳିବ ୨୪ତମ ପିଏମ୍‌ କିଷାନ କିସ୍ତି, ରାଜ୍ୟର ୩୫.୩୯ ଲକ୍ଷ ଚାଷୀଙ୍କ…

ଭୁବନେଶ୍ୱର, ୨୯।୧୦(ସୁନିତ୍‌ ମିଶ୍ର): ପିଏମ୍‌ କିଷାନ ଉତ୍ସବ ଦିବସ ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ୍‌ କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଏହି…

ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଭୟଙ୍କର ଦୁର୍ଘଟଣା: ବ୍ୟାରିକେଡ଼ରେ ପିଟିହୋଇ ହୁତୁହୁତୁ ହୋଇ ଜଳିଗଲା କାର୍, ୨ ଯାତ୍ରୀ…

ଜୁନାଗଡ଼, ୨୯।୧୦ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ମୋଟର…

ଚିକେନ୍ କିଣିବାକୁ ଯାଇ ବିବାହିତ ଯୁବକ ନିଖୋଜ: ସୁଇଚ୍ ଅଫ୍ ଅଛି ମୋବାଇଲ୍ ଫୋନ୍, ପାଟଣା ଥାନାର ଦ୍ୱାରସ୍ଥ…

ପାଟଣା, ୨୯।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାଧୁପଡ଼ାରେ ଭଡ଼ାଘରେ ରହୁଥିବା ଜଣେ ବିବାହିତ ଯୁବକ ଚିକେନ୍ କିଣିବାକୁ ବଜାରକୁ ଯାଇ…

ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କାର ସରକାରୀ ଅର୍ଥ ହଡ଼ପ: ସଦର ଥାନାରେ ବିଡ଼ିଓଙ୍କ ଏତଲା, ବରିଷ୍ଠ କିରାଣୀ ଫେରାର

ଡେରାବିଶ, ୨୯।୧୦ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଶଶିକାନ୍ତ ରଣା ଚଞ୍ଚକତା କରି ୧ କୋଟି ୬ ଲକ୍ଷ…

ନୀତୀଶଙ୍କ ଘନିଷ୍ଠ ସହଯୋଗୀ ଏବେ ହୋଇପାରନ୍ତି ସମ୍ରାଟଙ୍କ ପ୍ରମୁଖ ସଚିବ; ବିହାରକୁ ଫେରିବାକୁ ଯାଉଛନ୍ତି ଓଡ଼ିଶା କ୍ୟାଡରର ଆଇଏଏସ!

ପାଟନା,୨୯।୧୦: ଓଡ଼ିଶା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ସଞ୍ଜୟ କୁମାର ସିଂହ, ଯିଏ ମୂଳତଃ ବିହାରର ବାସିନ୍ଦା, ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ପ୍ରମୁଖ…

ତପ୍ତପାଣି ଘାଟିରେ ପ୍ରଳୟଙ୍କରୀ ରୂପ: ପାହାଡ଼ ଧସି ଭାସିଗଲା କଲଭର୍ଟ, ୩୨୬ ନମ୍ବର NHରେ ଗାଡ଼ି ଚଳାଚଳ ଠପ୍

ଦିଗପହଣ୍ଡି, ୨୯।୧୦ (ଅଶେଷ ନାଥ ମିଶ୍ର): ଲଗାଣ ବର୍ଷା ଯୋଗୁ ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ବେଲଗଡ଼ ନିକଟରେ ଥିବା ଏକ କଲଭର୍ଟ ପାହାଡ଼ିଆ ପାଣିର ପ୍ରବଳ…

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ୟୁସୁଫ ପଠାନ

ନୂଆଦିଲ୍ଲୀ,୨୯।୧୦: ପଶ୍ଚିମବଙ୍ଗର ମୁର୍ସିଦାବାଦରେ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଏନସିପି ସାଂସଦ ୟୁସୁଫ ପଠାନ କହିଛନ୍ତି ଯେ ଏହି ଦେଶର ଯୁବକ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?