ପୋଖରୀରେ ବର୍ଜ୍ୟବସ୍ତୁ: ଲକ୍ଷାଧିକ ମାଛ ମଡ଼କ

ଝାରସୁଗୁଡା ଅଫିସ୍‌,୧୫।୯: ଝାରସୁଗୁଡ଼ା ପୌର ପରିଷଦ ଅଧୀନ ପୁରୁଣାବସ୍ତିର ୧୭ ଏକର ଜମିରେ ଥିବା ବୃହତ୍‌ ପୋଖରୀରେ ୨ଦିନ ହେଲାଣି ମାଛ ମଡ଼କ ଦେଖାଦେଇଛି। ପୋଖରୀରେ ଲକ୍ଷାଧିକ ବିଭିନ୍ନ ପ୍ରକାର ଛୋଟବଡ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ବେଦାନ୍ତ କାରଖାନାର ବର୍ଜ୍ୟବସ୍ତୁ ଓ ଡ୍ରେନ୍‌ ପାଣି ପୋଖରୀରେ ପଶି ଏଭଳି ହୋଇଥିବା ଅଭିଯୋଗ କରିଛନ୍ତି। ଜିଲା ପ୍ରଶାସନ ଘଟଣାର ତଦନ୍ତ କରି କମ୍ପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏହା ନ ହେଲେ ଆଗାମୀ ଦିନରେ ସହର ମୁଖ୍ୟରାସ୍ତା ଓ ବସ୍‌ଷ୍ଟାଣ୍ଡ ରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ଏନେଇ ବେଦାନ୍ତ କମ୍ପାନୀ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରତ୍ୟୁଷ ଜେନା କହିଛନ୍ତି, ଘଟଣା ସମ୍ପର୍କରେ ଅବଗତ ହେଲାପରେ ଏହାର ତଦନ୍ତ ପାଇଁ କମ୍ପାନୀ ତରଫରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯିବ। ଏହି ଟିମ୍‌ ଏହାର ଯାଞ୍ଚ କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଭୀଷଣ ବର୍ଷା ଆଲର୍ଟ

ଭୁବନେଶ୍ୱର,୧୫।୭: ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଏହି ଲଘୁଚାପ। ବୁଧବାର ସକାଳ ୫.୩୦ରେ…

ବ୍ରେକ ଡାଉନ ଟ୍ରକ ପଛ ପଟେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ପଦ୍ମପୁର ରାସ୍ତାର କରକଚିଆ ସ୍କୁଲ ନିକଟରେ ବ୍ରେକ ଡାଉନ ପଡ଼ିଥିବା ଏକ ଟ୍ରକ ପଛପଟେ ମଙ୍ଗଳବାର ରାତିରେ…

ଜରାଜୀର୍ଣ୍ଣ ଘରେ ଜୀବନ କାଟୁଛନ୍ତି ତ୍ରିପୁରା: ସରକାରୀ ସହାୟତା ଅପେକ୍ଷାରେ …

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ):ବୟସର ଅପରାହ୍ନରେ ଜୀବନ ସହ ଲଢେଇ କରୁଛନ୍ତି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଲତରପାଲି ଗ୍ରାମର ୭୭ ବର୍ଷୀୟା ଅସହାୟ ବୃଦ୍ଧା ତ୍ରିପୁରା ମହାନନ୍ଦ। ସ୍ବାମୀ…

ବିଦ୍ୟୁତ୍‌ ସଂଯୋଗ ନ ହେଲେ ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ନୂଆପଡ଼ା,୧୫ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ମଧ୍ୟସ୍ଥ ଢେକୁନପାଣି ଗଁାରେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯୋଗୁ ଲୋକେ ଅନ୍ଧାରରେ ରାତି ବିଉଛନ୍ତି।…

ନୂଆଦିଲ୍ଲୀ ଗସ୍ତରେ ନବୀନ; ଭେଟିପାରନ୍ତି କିଛି…

ଭୁବନେଶ୍ୱର,୧୩।୭(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତେବେ ସେ କେତେଦିନ ଲାଗି ଗସ୍ତ କରିଛନ୍ତି…

ମା’ ସୁଭଦ୍ରାଙ୍କୁ ‘ଶ୍ରୀମତୀ’ ବୋଲି ସମ୍ବୋଧନ କଲା ଇସ୍କନ, ବାଲୁକାଶିଳ୍ପୀ ସୁଦର୍ଶନ କହିଲେ…

ପୁରୀ, ୧୪।୭: ଇସ୍କନ (ISKCON) ପକ୍ଷରୁ ପ୍ରକାଶିତ ରଥଯାତ୍ରା ବାର୍ତ୍ତାକୁ ନେଇ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଇସ୍କନ…

ଜଣେ ସାଙ୍ଗ ସିନା ବଞ୍ଚିଗଲେ, ହେଲେ ଆଉ ଜଣେ ଫେରିଲେନି: ଭୀମକୁଣ୍ଡରେ ବୁଡ଼ି କେନ୍ଦ୍ରାପଡ଼ା ଯୁବକଙ୍କ ମୃତ୍ୟୁ

ପାଟଣା, ୧୪।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଉଥିବା…

କାଲି ଭଦ୍ରକର ସମସ୍ତ ସ୍କୁଲ ଛୁଟି, ଜାଣନ୍ତୁ କାହିଁକି ହେଲା ଏଭଳି…

ଭଦ୍ରକ, ୧୪।୭: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ଷା ଯୋଗୁ ଛାତ୍ରଛାତ୍ରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri