ଓ୍ବାସିମ ଜାଫରଙ୍କୁ ଓଡ଼ିଶା ଦଳର ଗୁରୁ ଦାୟିତ୍ୱ

ଭୁବନେଶ୍ୱର,୧୪।୭: ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ୱାସିମ ଜାଫରଙ୍କୁ ଓଡ଼ିଶା ସିନିୟର୍‌ କ୍ରିକେଟ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ବୁଧବାର ସୂଚନା ଦେଇଛି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)। ଗତ ୩ ବର୍ଷ ହେଲା ରଶ୍ମିରଞ୍ଜନ ପରିଡ଼ା ଏହି ଦାୟିତ୍ୱ ସମ୍ଭାଳୁଥିଲେ।

ଜାଫରଙ୍କ ପାଖରେ ରହିଛି ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ କ୍ରିକେଟର ପ୍ରଚୁର ଅଭିଜ୍ଞତା। ପୂର୍ବତନ ଭାରତୀୟ ଓପନର ପୂର୍ବରୁ ବାଂଲାଦେଶ ଜାତୀୟ ଦଳର କୋଚ ଦାୟିତ୍ୱ ତୁଲାଇ ସାରିଛନ୍ତି। ଏହାବ୍ୟତୀତ ଆଇପିଏଲରେ ସେ କିଙ୍ଗସ ଇଲେଭେନ ପଞ୍ଜାବ ଦଳର ମଧ୍ୟ ବ୍ୟାଟିଂ କୋଚ ଦାୟିତ୍ୱରେ ଥିଲେ। ଗତବର୍ଷ ସେ ଉତ୍ତରାଖଣ୍ଡ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତି ପାଇଥିଲେ। କିନ୍ତୁ ଉତ୍ତରାଖଣ୍ଡ କ୍ରିକେଟ ଆସୋସିଏସନର ଅଧିକାରୀଙ୍କ ସହ ବିବାଦ ପରେ ଚଳିତ ବର୍ଷ ଆରମ୍ଭରୁ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ।

୨୦୦୧ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଜାଫର୍‌ ମୋଟ ୩୧ ଟେଷ୍ଟ ଖେଳିଛନ୍ତି। ତାଙ୍କ ନାମରେ ରହିଛି ଗୋଟିଏ ଦ୍ୱିଶତକ, ୫ଟି ଶତକ ଓ ୧୧ ଅର୍ଦ୍ଧଶତକ ସହ ମୋଟ ୧୯୪୪ ରନ। ୨୦୦୮ରେ ସେ ଭାରତ ପାଇଁ ଖେଳିଥିଲେ ଅନ୍ତିମ ମ୍ୟାଚ୍‌। ଟେଷ୍ଟ ଛଡ଼ା ଦୁଇଟି ଦିନିକିଆରେ ମଧ୍ୟ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଏହା ପରେ ସେ ପ୍ରଥମଶ୍ରେଣୀ କ୍ରିକେଟ ଖେଳିବା ଜାରି ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନୀଷ ଅନୁରାଗ ମୃତ୍ୟୁ ମାମଲା: ଆତ୍ମସମର୍ପଣ କଲେ ୨ ସନ୍ଦିଗ୍ଧ

ଭୁବନେଶ୍ୱର,୧୩ା୧୦(ବ୍ୟୁରୋ): ବରିଷ୍ଠ ଖବରଦାତା ନବୀନ ଦାସଙ୍କ ବଡ଼ ପୁଅ ମନୀଷଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ଟୁଇଷ୍ଟ ସବୁ ପଦାକୁ ଆସୁଛି। ପୂର୍ବରୁ ମନୀଷଙ୍କ...

ଭାଙ୍ଗିପଡିଲା ଅର୍ଦ୍ଧନିର୍ମିତ ବିଦ୍ୟାଳୟ ଗୃହ

ବୋଲଗଡ଼,୧୦ା୮(ଡି.ଏନ.ଏ.): ବୋଲଗଡ଼ ବ୍ଲକ ଅସରଳା ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ଅର୍ଦ୍ଧନିର୍ମିତ ଗୃହର ତାଜା ଏବଂ କାନ୍ଥ ବୁଧବାର ବର୍ଷାଯୋଗୁ ଭାଙ୍ଗିିଯାଇଛି। ପ୍ରାୟ ୮ବର୍ଷ...

ଆଉ ୧୦୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କ୍ୱାରାଣ୍ଟାଇନ୍‌ରୁ ୬୪ ଥିବା ବେଳେ ୪୪ ଲୋକାଲ...

ଏପ୍ରିଲ ସୁଦ୍ଧା ପୂର୍ଣ୍ଣାଙ୍ଗ ହେବ ୫୫ନଂ. ଏନ୍‌ଏଚ୍‌

ଢେଙ୍କାନାଳ ଅଫିସ, ୨୯ ।୪ ଢେଙ୍କାନାଳ ଜିଲାର ଜୀବନରେଖା କୁହାଯାଉଥିବା ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଆସନ୍ତା ବର୍ଷ ଏପ୍ରିଲ୍‌ ସୁଦ୍ଧା ଶେଷ ହେବ।...

ଖେଳ ଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ

ଫିରିଙ୍ଗିଆ/କେଳାପଡା, ୬ା୧୨: ଫିରିଙ୍ଗିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଖେଳ ଶିକ୍ଷକଙ୍କ ମାଡରେ ଆହତ ହୋଇଛନ୍ତି। ଏ ନେଇ ଛାତ୍ରଙ୍କ ପରିବାର...

ପିଟି ପିଟି ମାରିଦେଲେ

ଭଦ୍ରକ ଅଫିସ,୧୯।୮: ସାମାନ୍ୟ କଳିରୁ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତା ବୃଦ୍ଧାଙ୍କ ସମ୍ପର୍କୀୟ ପୁତୁରାଙ୍କ ଏତଲା କ୍ରମେ ଅଭିଯୁକ୍ତ କାଳନ୍ଦୀ ମଳିକ(୨୮)ଙ୍କୁ...

ଧିମା ପିଚ୍‌ରେ ବାଜି ମାରିଲା କେକେଆର୍‌

ଶାରଜା,୨୮।୯: ମଙ୍ଗଳବାର ଅପରାହ୍ନରେ ଶାରଜାରେ ଖେଳାଯାଇଥିବା ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ୩ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ହରାଇ ଦେଇଛି। ଏହି ବିଜୟ...

ଜାତିଆଣ ଆକ୍ଷେପ ମାମଲା: କ୍ଷମା ମାଗିଲେ ସ୍ପାନିଶ୍‌ ଲିଗ୍‌ ସଭାପତି

ମାଡ୍ରିଡ୍‌,୨୫ା୫: ସ୍ପାନିସ୍‌ ଲିଗ୍‌ ଫୁଟବଲରେ ବ୍ରାଜିଲର ଫରଓ୍ବାର୍ଡ ଖେଳାଳି ଭିନିସିୟସ୍‌ ଜୁନିୟରଙ୍କ ଜାତିଆଣ ଆକ୍ଷେପ ମାମଲାରେ କ୍ଷମାପ୍ରାର୍ଥନା କରିଛନ୍ତି ସ୍ପାନିଶ ଲିଗ୍‌ ସଭାପତି ଜାଭିଏର ଟେବାସ୍‌।...

Advertisement
Archives

Model This Week