ଶପିଂ କରୁଥିଲେ

ବର୍ତ୍ତମାନ ସମସ୍ତ ଦୋକାନ ବଜାର ଖୋଲା। ନା ଅଛି କରୋନା କଟକଣା, ନା ଅଛି ସନ୍ଧ୍ୟା ପୂର୍ବରୁ ଦୋକାନ ବନ୍ଦ ହୋଇଯିବାର ଟେନ୍‌ସନ୍‌। ତେଣୁ ସବୁଠି ଗ୍ରାହକଙ୍କ ଭିଡ଼ ଜମୁଛି। ହେଲେ ଏବେ ବି କରୋନା ସଙ୍କଟ ସମ୍ପୂର୍ଣ୍ଣ ଦୂର ହୋଇ ନାହିଁ। ତେଣୁ ଶପିଂ ଲାଗି ବାହାରକୁ ଯାଉଥିଲେ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ
ପ୍ରତି ସତର୍କ ରହିବାକୁ ଭୁଲନ୍ତୁ ନାହିଁ…
ଶପିଂ ପାଇଁ ଯିବା ବେଳେ ପର୍ସନାଲ ଗାଡ଼ି ବ୍ୟବହାର କରନ୍ତୁ। କାରଣ ଅଟୋରିକ୍ସା, କାର୍‌ ଏବଂ ବସ୍‌ ଭଳି ପବ୍ଲିକ୍‌ ଟ୍ରାନ୍ସପୋର୍ଟ ବ୍ୟବହାର କରୁଥିଲେ ସଂକ୍ରମଣର ଆଶଙ୍କା ବେଶି।
ଶପିଂ ଲାଗି ବାହାରକୁ ଯିବା ବେଳେ ମାସ୍କ ନିଶ୍ଚୟ ପିନ୍ଧନ୍ତୁ। କାରଣ କେବଳ କରୋନା ନୁହେଁ, ବର୍ତ୍ତମାନ ପ୍ରବଳ ବର୍ଷା ଯୋଗୁ ଅନେକଙ୍କଠାରେ ଥଣ୍ଡା, କାଶ ଏବଂ ଭାଇରାଲ୍‌ ଫିଭର୍‌ ଦେଖିବାକୁ ମିଳୁଛି, ଯାହାକି ଖୁବ୍‌ଶୀଘ୍ର ଅନ୍ୟକୁ ସଂକ୍ରମିତ ହୋଇଥାଏ। ନିହାତି ଆବଶ୍ୟକ ନ ଥିଲେ ବାହାରେ କାହା ସହ କଥା ହୁଅନ୍ତୁ ନାହିଁ। ଯଦିଓ କଥା ହେବାକୁ ଦରକାର ପଡ଼େ, ତେବେ ଦୂରତ୍ୱ ରକ୍ଷା କରନ୍ତୁ। ଶପିଂ ସାରିବାମାତ୍ରେ ତୁରନ୍ତ ହାତକୁ ସାନିଟାଇଜ୍‌ କରନ୍ତୁ। ଶପିଂ କରିଥିବା ସାମଗ୍ରୀକୁ ମଧ୍ୟ ସାନିଟାଇଜ୍‌ ନ କରି ବ୍ୟବହାର କରନ୍ତୁ ନାହିଁ।
ସଂକ୍ରମଣ ରୋକିବା ଲାଗି ସୋସିଆଲ୍‌ ଡିଷ୍ଟାନ୍ସିଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ସୁରକ୍ଷା ଦୃଷ୍ଟିରୁ କୌଣସି ଗହଳି ଥିବା ମାର୍କେଟ୍‌ ବା ଦୋକାନକୁ ଆଦୌ ଯାଆନ୍ତୁ ନାହିଁ। ଶପିଂ ମଲ୍‌ ଯାଉଥିଲେ ଅନ୍ୟ ଗ୍ରାହକ ଏବଂ ସେଲ୍ସ ପର୍ସନଙ୍କଠାରୁ ଦୂରତା ରକ୍ଷା କରନ୍ତୁ।
ବର୍ତ୍ତମାନ ଶପିଂ କରିବା ସମୟରେ ବିଭିନ୍ନ ଦିଗକୁ ଆଖିଆଗରେ ରଖି କ୍ୟାଶ୍‌ଲେସ୍‌ ବ୍ୟବସ୍ଥା ଆପଣେଇବା ସବୁଠୁ ଭଲ। ପ୍ରଥମ କଥା ହେଉଛି, କୌଣସି ଟଙ୍କା କେତେ କାହା ହାତ ଦେଇ ଆପଣଙ୍କ ପାଖକୁ ଆସିଛି ତାହା କହିବା କଷ୍ଟକର। ତେଣୁ ତାହା ରୋଗ ସଂକ୍ରମଣର ମାଧ୍ୟମ ବି ସାଜିପାରେ। ଏମିତିରେ କ୍ୟାଶ୍‌ଲେସ୍‌ ବ୍ୟବସ୍ଥା ନିରାପଦ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri