କାର୍ଯ୍ୟାଳୟ ପାଇଁ ସତର୍କ, ଅନ୍ୟ ଅଞ୍ଚଳ ଚିନ୍ତାନାହିଁ

ଅନୁଗୋଳ ଅଫିସ୍‌, ୨୪ା୭
ମହାମାରୀ କରୋନା ଅନୁଗୋଳରେ କାୟା ମେଲାଇ ଚାଲିଛି। ଦିନକୁ ଦିନ ପଜିଟିଭ୍‌ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହେଉଛି। ପୂର୍ବରୁ ପ୍ରବାସୀ ଶ୍ରମିକଙ୍କ ଦେହରେ ଏହି ଭୂତାଣୁ ଚିହ୍ନଟ ହେଉଥିବା ବେଳେ କିଛିଦିନ ହେଲା ଶିଳ୍ପ ସଂସ୍ଥା ଲିଙ୍କ୍‌ ପ୍ରଶାସନ ଓ ଜିଲାବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏପରି ଅବସ୍ଥାରେ ପ୍ରଶାସନର ସାନିଟାଇଜ୍‌ ପ୍ରକ୍ରିୟାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରୀ ଅଫିସର କିମ୍ବା କର୍ମଚାରୀ ସଂକ୍ରମିତ ହେଲେ ଉକ୍ତ କାର୍ଯ୍ୟାଳୟକୁ ତୁରନ୍ତ ବିଶୋଧନ କରାଯାଉଥିବା ବେଳେ ସହର କିମ୍ବା ଗ୍ରାମାଞ୍ଚଳ କ୍ଷେତ୍ରରେ ସେପରି ତତ୍ପରତା ପ୍ରକାଶ ପାଉ ନ ଥିବା ନେଇ ଅଭିଯୋଗ ବଢ଼ିବାରେ ଲାଗିଛି।
ସହରବାସୀଙ୍କ କହିବା ଅନୁଯାୟୀ, ନିକଟରେ ହେମସୁରପଡ଼ାର ଏକ ଦମ୍ପତିଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ସେମାନେ ଅଞ୍ଚଳର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ବହୁ ଲୋକଙ୍କ ସହ ମିଳାମିଶା କରିଥିଲେ। ତେଣୁ ଦୁହେଁ ସଂକ୍ରମିତ ବୋଲି ପ୍ରଶାସନ ଜାଣିବା ପରେ ଉକ୍ତ ଅଞ୍ଚଳକୁ ଶୀଘ୍ର ବିଶୋଧନ କରିବା ଦିଗରେ ପଦକ୍ଷେପ ନେବା କଥା। କିନ୍ତୁ ସେପରି କିଛି ହୋଇ ନ ଥିବା ସାହିବାସୀ ଅଭିଯୋଗ ଆଣିଛନ୍ତି। କେବଳ ଏହି ଗୋଟିଏ ଅଞ୍ଚଳ ନୁହେଁ, ଅନୁଗୋଳ ସହରର ଅମଲାପଡ଼ା, ଗୁଜୁରାତିପଡ଼ା, କଣିହଁା ବ୍ଲକର ସାନତିବ୍ରିଡା, ଅର୍କିଳ ପଞ୍ଚାୟତ, ଛେଣ୍ଡିପଦା ବ୍ଲକର ଛେଣ୍ଡିପଦା, ମାଛକୁଟା, ବଅଁରପାଳ ବ୍ଲକର ନାଲ୍‌କୋ ପେରିଫେରି ଅଞ୍ଚଳ ଏବଂ ଆଠମଲ୍ଲିକ ବ୍ଲକର ପାଇକସାହି, ଠାକୁରଗଡ଼ ପଞ୍ଚାୟତ ଅଞ୍ଚଳରେ ସଂକ୍ରମିତଙ୍କ ଚିହ୍ନଟ ପରେ ମଧ୍ୟ ପ୍ରଶାସନ ପକ୍ଷରୁ ସାନିଟାଇଜ୍‌ ଦିଗରେ ସେପରି ତତ୍ପରତା ଦେଖାଯାଇ ନ ଥିବା ଅଭିଯୋଗ ହେଉଛି। ଫଳରେ ସ୍ଥାନୀୟ ଲୋକେ ସଂକ୍ରମଣ ଆଶଙ୍କା ମଧ୍ୟରେ ରହୁଛନ୍ତି। କିନ୍ତୁ ସରକାରୀ କର୍ମଚାରୀ କମ୍ବା ଅଧିକାରୀଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଉକ୍ତ କାର୍ଯ୍ୟାଳୟ ବିଶୋଧନ ଦିଗରେ ପ୍ରଶାସନ ବେଶ୍‌ ବ୍ୟସ୍ତତା ପ୍ରକାଶ କରୁଥିବା ଚର୍ଚ୍ଚା ହେଉଛି। ଅନୁଗୋଳର ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି, ପ୍ରଶାସନ ପକ୍ଷରୁ ଦିଆଯାଉଥିବା ନିର୍ଦ୍ଦେଶ ଅନୁସାରେ ସାନିଟାଇଜ୍‌ କାର୍ଯ୍ୟ କରାଯାଇଛି। ତେବେ ଅଭିଯୋଗ ସମ୍ପର୍କରେ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ମତାମତ ମିଳିପାରି ନାହିଁ।
ଆତଙ୍କିତ ନ କରି
ଚାପମୁକ୍ତ କର
ଅନୁଗୋଳରେ ସଂକ୍ରମଣ ବଢ଼ୁଛି। ପଜିଟିଭ୍‌ ରିପୋର୍ଟ ଆସିବା ପରେ ପ୍ରଶାସନ ସଂକ୍ରମିତଙ୍କୁ ତୁରନ୍ତ ହସ୍ପିଟାଲକୁ ପଠାଉଥିଲେ ବି ଅଞ୍ଚଳର ବିଶୋଧନ ଉପରେ ସେତେଟା ଗୁରୁତ୍ୱ ଦେଉନାହିଁ। ଫଳରେ ସାଧାରଣରେ ଭୟ ସୃଷ୍ଟି ହେଉଛି। ତେଣୁ ଲୋକଙ୍କୁ ଆଶ୍ୱସ୍ତ ତଥା ସଂକ୍ରମଣରୁ ରକ୍ଷା କରିବା ପାଇଁ ଉକ୍ତ ଅଞ୍ଚଳକୁ ସାନିଟାଇଜ୍‌ ପାଇଁ ଶୀଘ୍ର ପଦକ୍ଷେପ ନିଆଯାଉ।
-ପ୍ରତାପ ଚନ୍ଦ୍ର ପ୍ରଧାନ, ଭାଜପା ନେତା, ଅନୁଗୋଳ
ଜିଲାପାଳଙ୍କୁ ଅବଗତ କରାଯିବ
ଯଦି ପ୍ରଶାସନ ପକ୍ଷରୁ ସଂକ୍ରମଣ ଚିହ୍ନଟ ଅଞ୍ଚଳ ସାନିଟାଇଜ୍‌ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉ ନ ଥିବ ତା’ହେଲେ ଏହା ଚିନ୍ତାଜନକ। ଏ ନେଇ ଜିଲାପାଳଙ୍କୁ ଅବଗତ କରାଯିବ। ସେହିପରି ସରପଞ୍ଚମାନେ ଜିଲାପାଳ କ୍ଷମତା ପାଇଥିବାରୁ ସେମାନେ ସାନିଟାଇଜ୍‌ ଦିଗରେ ଦୃଷ୍ଟି ଦେଲେ ଭଲ ହେବ।
-ମହେନ୍ଦ୍ର ବସ୍ତିଆ, ଜିଲା ବିଜେଡି ସଭାପତି, ଅନୁଗୋଳ
ଶିଳ୍ପ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଉ
ଅନୁଗୋଳ ଜିଲା ପାଇଁ ଅର୍ଥର ଅଭାବ ନାହିଁ। ବିଭିନ୍ନ ଅଞ୍ଚଳ ବିଶୋଧନ କରିବାରେ ଯଦି ଅର୍ଥ ବାଧକ ସାଜୁଛି ତା’ହେଲେ ଶିଳ୍ପ ସଂସ୍ଥାଗୁଡ଼ିକକୁ ନିର୍ଦ୍ଦେଶ ଦିଆଯାଇପାରିବ। କିନ୍ତୁ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସଂକ୍ରମିତ ବାହାରୁଥିବା ଅଞ୍ଚଳ ସାନିଟାଇଜ୍‌ କରିବାକୁ ପ୍ରଶାସନ କାହିଁକି ଶିଳ୍ପସଂସ୍ଥାର ସହଯୋଗ ନେଉନାହିଁ ତାହା ବୁଝାପଡ଼ୁନି।
-ବିପ୍ଳବ ଜେନା, ଜିଲା କଂଗ୍ରେସ ସଭାପତି, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri