କାର୍ଯ୍ୟାଳୟ ପାଇଁ ସତର୍କ, ଅନ୍ୟ ଅଞ୍ଚଳ ଚିନ୍ତାନାହିଁ

ଅନୁଗୋଳ ଅଫିସ୍‌, ୨୪ା୭
ମହାମାରୀ କରୋନା ଅନୁଗୋଳରେ କାୟା ମେଲାଇ ଚାଲିଛି। ଦିନକୁ ଦିନ ପଜିଟିଭ୍‌ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହେଉଛି। ପୂର୍ବରୁ ପ୍ରବାସୀ ଶ୍ରମିକଙ୍କ ଦେହରେ ଏହି ଭୂତାଣୁ ଚିହ୍ନଟ ହେଉଥିବା ବେଳେ କିଛିଦିନ ହେଲା ଶିଳ୍ପ ସଂସ୍ଥା ଲିଙ୍କ୍‌ ପ୍ରଶାସନ ଓ ଜିଲାବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏପରି ଅବସ୍ଥାରେ ପ୍ରଶାସନର ସାନିଟାଇଜ୍‌ ପ୍ରକ୍ରିୟାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରୀ ଅଫିସର କିମ୍ବା କର୍ମଚାରୀ ସଂକ୍ରମିତ ହେଲେ ଉକ୍ତ କାର୍ଯ୍ୟାଳୟକୁ ତୁରନ୍ତ ବିଶୋଧନ କରାଯାଉଥିବା ବେଳେ ସହର କିମ୍ବା ଗ୍ରାମାଞ୍ଚଳ କ୍ଷେତ୍ରରେ ସେପରି ତତ୍ପରତା ପ୍ରକାଶ ପାଉ ନ ଥିବା ନେଇ ଅଭିଯୋଗ ବଢ଼ିବାରେ ଲାଗିଛି।
ସହରବାସୀଙ୍କ କହିବା ଅନୁଯାୟୀ, ନିକଟରେ ହେମସୁରପଡ଼ାର ଏକ ଦମ୍ପତିଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ସେମାନେ ଅଞ୍ଚଳର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ବହୁ ଲୋକଙ୍କ ସହ ମିଳାମିଶା କରିଥିଲେ। ତେଣୁ ଦୁହେଁ ସଂକ୍ରମିତ ବୋଲି ପ୍ରଶାସନ ଜାଣିବା ପରେ ଉକ୍ତ ଅଞ୍ଚଳକୁ ଶୀଘ୍ର ବିଶୋଧନ କରିବା ଦିଗରେ ପଦକ୍ଷେପ ନେବା କଥା। କିନ୍ତୁ ସେପରି କିଛି ହୋଇ ନ ଥିବା ସାହିବାସୀ ଅଭିଯୋଗ ଆଣିଛନ୍ତି। କେବଳ ଏହି ଗୋଟିଏ ଅଞ୍ଚଳ ନୁହେଁ, ଅନୁଗୋଳ ସହରର ଅମଲାପଡ଼ା, ଗୁଜୁରାତିପଡ଼ା, କଣିହଁା ବ୍ଲକର ସାନତିବ୍ରିଡା, ଅର୍କିଳ ପଞ୍ଚାୟତ, ଛେଣ୍ଡିପଦା ବ୍ଲକର ଛେଣ୍ଡିପଦା, ମାଛକୁଟା, ବଅଁରପାଳ ବ୍ଲକର ନାଲ୍‌କୋ ପେରିଫେରି ଅଞ୍ଚଳ ଏବଂ ଆଠମଲ୍ଲିକ ବ୍ଲକର ପାଇକସାହି, ଠାକୁରଗଡ଼ ପଞ୍ଚାୟତ ଅଞ୍ଚଳରେ ସଂକ୍ରମିତଙ୍କ ଚିହ୍ନଟ ପରେ ମଧ୍ୟ ପ୍ରଶାସନ ପକ୍ଷରୁ ସାନିଟାଇଜ୍‌ ଦିଗରେ ସେପରି ତତ୍ପରତା ଦେଖାଯାଇ ନ ଥିବା ଅଭିଯୋଗ ହେଉଛି। ଫଳରେ ସ୍ଥାନୀୟ ଲୋକେ ସଂକ୍ରମଣ ଆଶଙ୍କା ମଧ୍ୟରେ ରହୁଛନ୍ତି। କିନ୍ତୁ ସରକାରୀ କର୍ମଚାରୀ କମ୍ବା ଅଧିକାରୀଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଉକ୍ତ କାର୍ଯ୍ୟାଳୟ ବିଶୋଧନ ଦିଗରେ ପ୍ରଶାସନ ବେଶ୍‌ ବ୍ୟସ୍ତତା ପ୍ରକାଶ କରୁଥିବା ଚର୍ଚ୍ଚା ହେଉଛି। ଅନୁଗୋଳର ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି, ପ୍ରଶାସନ ପକ୍ଷରୁ ଦିଆଯାଉଥିବା ନିର୍ଦ୍ଦେଶ ଅନୁସାରେ ସାନିଟାଇଜ୍‌ କାର୍ଯ୍ୟ କରାଯାଇଛି। ତେବେ ଅଭିଯୋଗ ସମ୍ପର୍କରେ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ମତାମତ ମିଳିପାରି ନାହିଁ।
ଆତଙ୍କିତ ନ କରି
ଚାପମୁକ୍ତ କର
ଅନୁଗୋଳରେ ସଂକ୍ରମଣ ବଢ଼ୁଛି। ପଜିଟିଭ୍‌ ରିପୋର୍ଟ ଆସିବା ପରେ ପ୍ରଶାସନ ସଂକ୍ରମିତଙ୍କୁ ତୁରନ୍ତ ହସ୍ପିଟାଲକୁ ପଠାଉଥିଲେ ବି ଅଞ୍ଚଳର ବିଶୋଧନ ଉପରେ ସେତେଟା ଗୁରୁତ୍ୱ ଦେଉନାହିଁ। ଫଳରେ ସାଧାରଣରେ ଭୟ ସୃଷ୍ଟି ହେଉଛି। ତେଣୁ ଲୋକଙ୍କୁ ଆଶ୍ୱସ୍ତ ତଥା ସଂକ୍ରମଣରୁ ରକ୍ଷା କରିବା ପାଇଁ ଉକ୍ତ ଅଞ୍ଚଳକୁ ସାନିଟାଇଜ୍‌ ପାଇଁ ଶୀଘ୍ର ପଦକ୍ଷେପ ନିଆଯାଉ।
-ପ୍ରତାପ ଚନ୍ଦ୍ର ପ୍ରଧାନ, ଭାଜପା ନେତା, ଅନୁଗୋଳ
ଜିଲାପାଳଙ୍କୁ ଅବଗତ କରାଯିବ
ଯଦି ପ୍ରଶାସନ ପକ୍ଷରୁ ସଂକ୍ରମଣ ଚିହ୍ନଟ ଅଞ୍ଚଳ ସାନିଟାଇଜ୍‌ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉ ନ ଥିବ ତା’ହେଲେ ଏହା ଚିନ୍ତାଜନକ। ଏ ନେଇ ଜିଲାପାଳଙ୍କୁ ଅବଗତ କରାଯିବ। ସେହିପରି ସରପଞ୍ଚମାନେ ଜିଲାପାଳ କ୍ଷମତା ପାଇଥିବାରୁ ସେମାନେ ସାନିଟାଇଜ୍‌ ଦିଗରେ ଦୃଷ୍ଟି ଦେଲେ ଭଲ ହେବ।
-ମହେନ୍ଦ୍ର ବସ୍ତିଆ, ଜିଲା ବିଜେଡି ସଭାପତି, ଅନୁଗୋଳ
ଶିଳ୍ପ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଉ
ଅନୁଗୋଳ ଜିଲା ପାଇଁ ଅର୍ଥର ଅଭାବ ନାହିଁ। ବିଭିନ୍ନ ଅଞ୍ଚଳ ବିଶୋଧନ କରିବାରେ ଯଦି ଅର୍ଥ ବାଧକ ସାଜୁଛି ତା’ହେଲେ ଶିଳ୍ପ ସଂସ୍ଥାଗୁଡ଼ିକକୁ ନିର୍ଦ୍ଦେଶ ଦିଆଯାଇପାରିବ। କିନ୍ତୁ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସଂକ୍ରମିତ ବାହାରୁଥିବା ଅଞ୍ଚଳ ସାନିଟାଇଜ୍‌ କରିବାକୁ ପ୍ରଶାସନ କାହିଁକି ଶିଳ୍ପସଂସ୍ଥାର ସହଯୋଗ ନେଉନାହିଁ ତାହା ବୁଝାପଡ଼ୁନି।
-ବିପ୍ଳବ ଜେନା, ଜିଲା କଂଗ୍ରେସ ସଭାପତି, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri