Posted inଖେଳ

ଓ୍ବାର୍ନର ଓହରିଲେ, କୁମିନ୍ସଙ୍କୁ ବିଶ୍ରାମ

ସିଡ୍‌ନୀ,୧ା୧୨(ପି.ଟି.): ଅଷ୍ଟ୍ରେଲୀୟ ଓପନର ଡେଭିଡ ଓ୍ବାର୍ନର ଭାରତ ବିପକ୍ଷ ଅବଶିଷ୍ଟ ସୀମିତ ଓଭର କ୍ରିକେଟ ସିରିଜରୁ ଓହରି ଯାଇଛନ୍ତି। ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ମ୍ୟାଚ ଅବସରରେ ସେ ଉରୁସନ୍ଧିରେ ଆଘାତ ପାଇଥିଲେ। ସେହିପରି ଫାଷ୍ଟ ବୋଲର ପ୍ୟାଟ୍‌ କୁମିନ୍ସଙ୍କୁ ମଧ୍ୟ ଅବଶିଷ୍ଟ ସୀମିତ ଓଭର କ୍ରିକେଟରେ ଦେଖିବାକୁ ମିଳିବେ ନାହିଁ। ଓ୍ବାର୍କଲୋଡ୍‌ ମ୍ୟାନେଜମେଣ୍ଟକୁ ଦୃଷ୍ଟିରେ ରଖାଯାଇ ତାଙ୍କୁ ବିଶ୍ରାମ ଦିଆ ଯାଇଛି।
ଓ୍ବାର୍ନର ପ୍ରଥମ ୨ଟି ଦିନିକିଆରେ ୬୯ ଓ ୮୩ ରନ ସ୍କୋର କରିଥିଲେ। ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ରବିବାର ଫିଲ୍ଡିଂ କରୁଥିବାବେଳେ ସେ ଆଘାତପ୍ରାପ୍ତ ହୋଇଥିଲେ। ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ୫୧ ରନରେ ଜିତିବା ସହ ଆଗୁଆ ସିରିଜ ବିଜୟୀ ହୋଇଥିଲା। ଓ୍ବାର୍ନର ଏବେ ଘରକୁ ଫେରି ରିହାବିଲିଟେଶନରେ ରହିବେ। ଡିସେମ୍ବର ୧୭ରୁ ଆଡିଲେଡ୍‌ରେ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟ ବେଳକୁ ସେ ଦଳକୁ ଫେରିବା ସମ୍ଭାବନା ରହିଛି। ”ପ୍ୟାଟ୍‌ ଓ ଡାଭି ଆମ ଟେଷ୍ଟ ସିରିଜ ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ“ ବୋଲି କୋଚ୍‌ ଜଷ୍ଟିନ ଲାଙ୍ଗର କହିଥିବା ଅଷ୍ଟ୍ରେଲିଆ ମିଡିଆରୁ ପ୍ରକାଶ। ଡାଭି ଫିଟ୍‌ ହେବା ଉପରେ ଫୋକସ କରିବେ ଏବଂ ପ୍ୟାଟ୍‌ ଟେଷ୍ଟ ସିରିଜ ବେଳକୁ ଶାରୀରିକ ଓ ମାନସିକ ସ୍ତରରେ ଫିଟ୍‌ ରହିବା ଅତି ଜରୁରୀ। ସମ୍ପ୍ରତି ଦ୍ୱିପାକ୍ଷିକ ସିରିଜ ଗୁଡ଼ିକରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପଏଣ୍ଟ ମିଳୁଥିବାରୁ ଆଗାମୀ ଘରୋଇ ଟେଷ୍ଟ ଗୁଡ଼ିକ ଆମପାଇଁ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଏହି ଦୁଇ ଖେଳାଳିଙ୍କୁ ପ୍ରସ୍ତୁତ କରି ରଖିବା ଆମର ମୁଖ୍ୟ ଲକ୍ଷ୍ୟ“ ବୋଲି ଲାଙ୍ଗର କହିଛନ୍ତି। ବିଗ୍‌ବାଶ୍‌ ଲିଗ୍‌ର ୨ଟି ସିରିଜରେ ଅଗ୍ରଣୀ ରନ୍‌ ସ୍କୋରର ବାମହାତୀ ବ୍ୟାଟ୍ସମ୍ୟାନ ଡି’ ଆର୍ସି ଶର୍ଟ ଅଷ୍ଟ୍ରେଲିଆ ଦଳରେ ସାମିଲ ହୋଇଛନ୍ତି। ସେ ଓ୍ବାର୍ନରଙ୍କ ସ୍ଥାନନେବେ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ୟ ଦିନିକିଆ ବୁଧବାର ଖେଳାଯିବ। ଏହାପରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଅନୁଷ୍ଠିତ ହେବ।
ଗତ ଅଗଷ୍ଟରେ ଇଂଲଣ୍ଡ ଟୁର୍‌ରେ ଯାଇଥିବା ଅଷ୍ଟ୍ରେଲିଆ ଦଳର ସଦସ୍ୟ ଥିବା କୁମିନ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳିଥିଲେ। ଭାରତ ବିପକ୍ଷ ଗତ ପ୍ରଥମ ଦିନିକିଆରେ ସେ ପ୍ରଭାବହୀନ ରହିଥିଲେ। ମାତ୍ର ଦ୍ୱିତୀୟ ଦିନିକିଆରେ ୬୭ ରନ ବିନିମୟରେ ୩ଟି ଉଇକେଟ ନେଇଥିଲେ। ପ୍ରଥମ ଦିନିକିଆ ଅବସରରେ ଆଘାତ ଯୋଗୁ ଦ୍ୱିତୀୟ ଦିନିକିଆ ଖେଳି ପାରି ନ ଥିବା ଅଲରାଉଣ୍ଡର ମାର୍କୁସ ଷ୍ଟୋଇନିସ ଦଳରେ ଅପରିବର୍ତ୍ତିତ ରହିଛନ୍ତି। ମାତ୍ର ଆଇପିଏଲ ଅବସରରେ ପାଦରେ ଆଘାତ ପାଇଥିବା ଅଲରାଉଣ୍ଡର ମିଚେଲ ମାର୍ଶ ଆସନ୍ତା ରବିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଭାରତ-ଏ ବିପକ୍ଷ ଓ୍ବାର୍ମଅପ୍‌ ମ୍ୟାଚରେ ଖେଳିପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ତେବେ ଅଷ୍ଟ୍ରେଲିଆ-ଏରେ ତାଙ୍କ ବଦଳ ଖେଳାଳିଙ୍କ ନାମ ପ୍ରକାଶ କରାଯାଇନାହିଁ। ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ ଷ୍ଟାଣ୍ଡିଂରେ ଅଷ୍ଟ୍ରେଲିଆ ୩ ସିରିଜରୁ ୨୯୬ ପଏଣ୍ଟ ପାଇଛି। ଭାରତ ୪ ସିରିଜରୁ ୩୬୦ ପଏଣ୍ଟ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ ମାଗୁଛନ୍ତି ୨୫% ଅଂଶଧନ! ଏମିତି ଜବାବ ଦେଲା CSK

ନୂଆଦିଲ୍ଲୀ,୩୧।୮: ଏମଏସ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଥିବା ସମ୍ପର୍କକୁ ଆଇପିଏଲର ସବୁଠାରୁ ସ୍ବତନ୍ତ୍ର ସମ୍ପର୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଧୋନୀଙ୍କ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନ: ସେପ୍ଟେମ୍ବର ପ୍ରଥମରୁ ଏହି ୩ ରାଶିଙ୍କ ସୁବର୍ଣ୍ଣ ଦିନ ଆରମ୍ଭ! ମନଚାହାଁ ଫଳ ମିଳିବ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଗୋଚର ଏବଂ ନକ୍ଷତ୍ର ପରିବର୍ତ୍ତନକୁ ବେଶ ଗୁରୁତ୍ୱ ଦିଆଯାଏ। ଆସନ୍ତା ୨ ସେପ୍ଟେମ୍ବର ୨୦୨୬, ଦିନ ୧ଟା ୨୫ ମିନିଟରେ ମଙ୍ଗଳ ପୁନର୍ବସୁ…

ଟିଚ୍‌ କନ୍ଧମାଳ: ଲାଲ ବାହାଦୁର ବିଦ୍ୟାପୀଠରେ ପାଠ ପଢ଼ାଇଲେ ବିଡିଓ ପ୍ରୀତିରଞ୍ଜନ, ସିଆଙ୍ଗବାଲିରେ ଉପଜିଲାପାଳ

ଦାରିଙ୍ଗବାଡ଼ି, ୩୧/୮ (ଅରୁଣ ସାହୁ): କନ୍ଧମାଳ ଜିଲା ରେ ଶିକ୍ଷାର ବିକାଶ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ଉଦ୍ଦେଶ୍ୟରେ ଜିଲାର ବିଭିନ୍ନ ବିଭାଗର…

ବୈଭବଙ୍କ ବଡ଼ କାରନାମା: ନାଁରେ କଲେ ଏମିତି ରେକର୍ଡ ଯାହା ଇତିହାସରେ କେହି କରିନଥିଲେ!

ନୂଆଦିଲ୍ଲୀ, ୩୧।୮: ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟରେ ଲଗାତାର ରେକର୍ଡ କରି ଚାଲିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏବେ ଦୁଲୀପ ଟ୍ରଫି ୨୦୨୬ର ସେମିଫାଇନାଲରେ ଆଉ…

୫ ବର୍ଷ ପରେ ଟିମ୍‌ଇଣ୍ଡିଆକୁ ଫେରିପାରନ୍ତି ଏହି ୩୫ ବର୍ଷୀୟ ବୋଲର୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୯।୮: ଗତ ପାଞ୍ଚ ବର୍ଷ ଧରି ଭାରତୀୟ ଦଳରୁ ବାହାରେ ଥିବା କୃଣାଲ ପାଣ୍ଡ୍ୟା ପୁଣି ଦଳକୁ ଫେରିପାରନ୍ତି। ଦଳ ପରିଚାଳନା ନିୟମିତ ଭାବରେ ନୂତନ ଖେଳାଳିଙ୍କ…

୧୫ ବର୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ୭ଟି ବଡ଼ ରେକର୍ଡ: ଭାଙ୍ଗିବା ପ୍ରାୟ ଅସମ୍ଭବ! ବଡ଼ ବଡ଼ କ୍ରିକେଟର ଫଡିବେ ଫିକା

ନୂଆଦିଲ୍ଲୀ,୩୧।୮: ବୟସ ମାତ୍ର ୧୫ ବର୍ଷ। କିନ୍ତୁ କ୍ରିକେଟ ମଇଦାନରେ ରେକର୍ଡ ପରେ ରେକର୍ଡ କରି ଚର୍ଚ୍ଚାରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ଅତ୍ୟନ୍ତ କମ ବୟସରେ…

ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲା; ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ

କଟକ,୩୧।୮(ପ୍ରଭୁକଲ୍ୟାଣ ପାଲ୍): ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ଫସିଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଅଶ୍ଵସ୍ତି ମିଳିଛି । ଆଜି ବିକ୍ରମ ପଣ୍ଡାଙ୍କ ଜାମିନ…

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଜାରି, ଘନ କୁହୁଡ଼ି ସାଙ୍ଗକୁ କୋହଲା ପବନ

ଦାରିଙ୍ଗବାଡ଼ି, ୩୧/୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ କିଛି ଦିନ ହେଲା ଲଘୁଚାପଜନିତ ବର୍ଷା ଲାଗିରହିଛି। ଦିନରାତି ଝିପିଝିପି ବର୍ଷା ହେଉଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri