Posted inଖେଳ

ଓ୍ବାର୍ନର ଓହରିଲେ, କୁମିନ୍ସଙ୍କୁ ବିଶ୍ରାମ

ସିଡ୍‌ନୀ,୧ା୧୨(ପି.ଟି.): ଅଷ୍ଟ୍ରେଲୀୟ ଓପନର ଡେଭିଡ ଓ୍ବାର୍ନର ଭାରତ ବିପକ୍ଷ ଅବଶିଷ୍ଟ ସୀମିତ ଓଭର କ୍ରିକେଟ ସିରିଜରୁ ଓହରି ଯାଇଛନ୍ତି। ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ମ୍ୟାଚ ଅବସରରେ ସେ ଉରୁସନ୍ଧିରେ ଆଘାତ ପାଇଥିଲେ। ସେହିପରି ଫାଷ୍ଟ ବୋଲର ପ୍ୟାଟ୍‌ କୁମିନ୍ସଙ୍କୁ ମଧ୍ୟ ଅବଶିଷ୍ଟ ସୀମିତ ଓଭର କ୍ରିକେଟରେ ଦେଖିବାକୁ ମିଳିବେ ନାହିଁ। ଓ୍ବାର୍କଲୋଡ୍‌ ମ୍ୟାନେଜମେଣ୍ଟକୁ ଦୃଷ୍ଟିରେ ରଖାଯାଇ ତାଙ୍କୁ ବିଶ୍ରାମ ଦିଆ ଯାଇଛି।
ଓ୍ବାର୍ନର ପ୍ରଥମ ୨ଟି ଦିନିକିଆରେ ୬୯ ଓ ୮୩ ରନ ସ୍କୋର କରିଥିଲେ। ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ରବିବାର ଫିଲ୍ଡିଂ କରୁଥିବାବେଳେ ସେ ଆଘାତପ୍ରାପ୍ତ ହୋଇଥିଲେ। ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ୫୧ ରନରେ ଜିତିବା ସହ ଆଗୁଆ ସିରିଜ ବିଜୟୀ ହୋଇଥିଲା। ଓ୍ବାର୍ନର ଏବେ ଘରକୁ ଫେରି ରିହାବିଲିଟେଶନରେ ରହିବେ। ଡିସେମ୍ବର ୧୭ରୁ ଆଡିଲେଡ୍‌ରେ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟ ବେଳକୁ ସେ ଦଳକୁ ଫେରିବା ସମ୍ଭାବନା ରହିଛି। ”ପ୍ୟାଟ୍‌ ଓ ଡାଭି ଆମ ଟେଷ୍ଟ ସିରିଜ ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ“ ବୋଲି କୋଚ୍‌ ଜଷ୍ଟିନ ଲାଙ୍ଗର କହିଥିବା ଅଷ୍ଟ୍ରେଲିଆ ମିଡିଆରୁ ପ୍ରକାଶ। ଡାଭି ଫିଟ୍‌ ହେବା ଉପରେ ଫୋକସ କରିବେ ଏବଂ ପ୍ୟାଟ୍‌ ଟେଷ୍ଟ ସିରିଜ ବେଳକୁ ଶାରୀରିକ ଓ ମାନସିକ ସ୍ତରରେ ଫିଟ୍‌ ରହିବା ଅତି ଜରୁରୀ। ସମ୍ପ୍ରତି ଦ୍ୱିପାକ୍ଷିକ ସିରିଜ ଗୁଡ଼ିକରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପଏଣ୍ଟ ମିଳୁଥିବାରୁ ଆଗାମୀ ଘରୋଇ ଟେଷ୍ଟ ଗୁଡ଼ିକ ଆମପାଇଁ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଏହି ଦୁଇ ଖେଳାଳିଙ୍କୁ ପ୍ରସ୍ତୁତ କରି ରଖିବା ଆମର ମୁଖ୍ୟ ଲକ୍ଷ୍ୟ“ ବୋଲି ଲାଙ୍ଗର କହିଛନ୍ତି। ବିଗ୍‌ବାଶ୍‌ ଲିଗ୍‌ର ୨ଟି ସିରିଜରେ ଅଗ୍ରଣୀ ରନ୍‌ ସ୍କୋରର ବାମହାତୀ ବ୍ୟାଟ୍ସମ୍ୟାନ ଡି’ ଆର୍ସି ଶର୍ଟ ଅଷ୍ଟ୍ରେଲିଆ ଦଳରେ ସାମିଲ ହୋଇଛନ୍ତି। ସେ ଓ୍ବାର୍ନରଙ୍କ ସ୍ଥାନନେବେ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ୟ ଦିନିକିଆ ବୁଧବାର ଖେଳାଯିବ। ଏହାପରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଅନୁଷ୍ଠିତ ହେବ।
ଗତ ଅଗଷ୍ଟରେ ଇଂଲଣ୍ଡ ଟୁର୍‌ରେ ଯାଇଥିବା ଅଷ୍ଟ୍ରେଲିଆ ଦଳର ସଦସ୍ୟ ଥିବା କୁମିନ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳିଥିଲେ। ଭାରତ ବିପକ୍ଷ ଗତ ପ୍ରଥମ ଦିନିକିଆରେ ସେ ପ୍ରଭାବହୀନ ରହିଥିଲେ। ମାତ୍ର ଦ୍ୱିତୀୟ ଦିନିକିଆରେ ୬୭ ରନ ବିନିମୟରେ ୩ଟି ଉଇକେଟ ନେଇଥିଲେ। ପ୍ରଥମ ଦିନିକିଆ ଅବସରରେ ଆଘାତ ଯୋଗୁ ଦ୍ୱିତୀୟ ଦିନିକିଆ ଖେଳି ପାରି ନ ଥିବା ଅଲରାଉଣ୍ଡର ମାର୍କୁସ ଷ୍ଟୋଇନିସ ଦଳରେ ଅପରିବର୍ତ୍ତିତ ରହିଛନ୍ତି। ମାତ୍ର ଆଇପିଏଲ ଅବସରରେ ପାଦରେ ଆଘାତ ପାଇଥିବା ଅଲରାଉଣ୍ଡର ମିଚେଲ ମାର୍ଶ ଆସନ୍ତା ରବିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଭାରତ-ଏ ବିପକ୍ଷ ଓ୍ବାର୍ମଅପ୍‌ ମ୍ୟାଚରେ ଖେଳିପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ତେବେ ଅଷ୍ଟ୍ରେଲିଆ-ଏରେ ତାଙ୍କ ବଦଳ ଖେଳାଳିଙ୍କ ନାମ ପ୍ରକାଶ କରାଯାଇନାହିଁ। ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ ଷ୍ଟାଣ୍ଡିଂରେ ଅଷ୍ଟ୍ରେଲିଆ ୩ ସିରିଜରୁ ୨୯୬ ପଏଣ୍ଟ ପାଇଛି। ଭାରତ ୪ ସିରିଜରୁ ୩୬୦ ପଏଣ୍ଟ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?