କାହା ପାଇଁ ଯୁଦ୍ଧ

ଲଳିତେନ୍ଦୁ ପଲାଉରୀ

 

ରୁଷିଆ-ୟୁକ୍ରେନ ଯୁଦ୍ଧ ସହ ତାଳଦେଇ ମଧ୍ୟପ୍ରାଚ୍ୟର ରାଷ୍ଚ୍ର ଇସ୍ରାଏଲ୍‌ ଓ ହମାସ ମଧ୍ୟରେ ଚାଲିଛି ଆଉ ଏକ ଭୟଙ୍କର ଲଢ଼େଇ। ତେବେ ପ୍ରଶ୍ନ ଆସୁଛି- ଏ ଯୁଦ୍ଧ କାହା ପାଇଁ ଆଉ କ’ଣ ପାଇଁ ହେଉଛି ? ମାନବବାଦ ଓ ବିଶ୍ବ ଭ୍ରାତୃର ପରିପନ୍ଥୀ ଏହି ଯୁଦ୍ଧର ଭୟାବହତା ପୂର୍ବରୁ ୨ଟି ବିଶ୍ବଯୁଦ୍ଧ ମାଧ୍ୟମରେ ବିଶ୍ବବାସୀ ଅନୁଭବ କରିସାରିଥିବା ବେଳେ ପୁଣି କାହିଁକି ଯୁଦ୍ଧ ରଚାଯାଉଛି। ପାଲେଷ୍ଟାଇନ୍‌ ଓ ଇସ୍ରାଏଲ୍‌ ମଧ୍ୟରେ ଯେଉଁ ଭୟଙ୍କର ଯୁଦ୍ଧ ସୂତ୍ରପାତ ହୋଇଛି ଏହା ଇତିହାସକୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଛି। ପାଲେଷ୍ଟାଇନ୍‌, ହମାସ୍‌ ଆତଙ୍କୀ ସଙ୍ଗଠନ ଓ ଇସ୍ରାଏଲ୍‌ ମଧ୍ୟରେ ଏଭଳି ଯୁଦ୍ଧ ୧୦୦ବର୍ଷ ପୁରୁଣା ବୋଲି କୁହାଯାଉଥିବା ବେଳେ ଇତିହାସକାରମାନେ ଏହାକୁ ୧୦୦୦ବର୍ଷ ତଳ ସଂଘର୍ଷର ସୂତ୍ରପାତ ବୋଲି କହୁଛନ୍ତି। ଜେରୁଜେଲମର ୩୫ ଏକର ଅଞ୍ଚଳକୁ ନେଇ ଏହି ଯୁଦ୍ଧ ଲଢ଼ାଯାଉଛି। ୧୯୪୮ରେ ଇସ୍ରାଏଲ୍‌କୁ ରାଷ୍ଟ୍ରର ମାନ୍ୟତା ମିଳିବା ପରେ ୭ଥର ଉଭୟ ପାଲେଷ୍ଟାଇନ୍‌ ଓ ଇସ୍ରାଏଲ୍‌ ମଧ୍ୟରେ ଏଭଳି ଯୁଦ୍ଧ ସଂଘଟିତ ହୋଇସାରିଲାଣି। ତେବେ ଜେରୁଜେଲମର ୩୫ ଏକର ବିବାଦୀୟ ସ୍ଥାନ ବର୍ତ୍ତମାନ ଜାତିସଂଘର ନିୟନ୍ତ୍ରଣାଧୀନରେ ରହିଥିବା ବେଳେ ଉକ୍ତ ପବିତ୍ର ସ୍ଥାନର ସମ୍ପର୍କ ୩ଟି ଧର୍ମ ସହ ରହିଥିବା ଦାବି କରାଯାଉଛି। ଏହାକୁ ନେଇ ମଧ୍ୟ ବିବାଦ ହେଉଛି। ଜେରୁଜେଲମର ଏହି ପବିତ୍ର ସ୍ଥାନକୁ ଇହୁଦୀମାନେ ହର ଇବାୟିୟତ ବା ଟେମ୍ପଲ ମାଉଣ୍ଟ କହୁଥିବା ବେଳେ ମୁସଲମାନ ସେମାନଙ୍କ ପବିତ୍ରସ୍ଥଳ ହରମ୍‌-ଅଲ୍‌-ସରିଫ୍‌ ବୋଲି କହୁଛନ୍ତି। ମୁସଲମାନଙ୍କ ବିଶ୍ବାସ ସେମାନଙ୍କ ପବିତ୍ର ଧର୍ମସ୍ଥଳ ମକ୍କା ଓ ମଦିନା ପରେ ଏହି ହରମ୍‌-ଅଲ୍‌- ସରିଫ୍‌ ହେଉଛି ତୃତୀୟ ପବିତ୍ର ସ୍ଥାନ। ସେମାନଙ୍କ ବିଶ୍ବାସ ପୈଗମ୍ବର ମହମ୍ମଦ ମକ୍କା,ମଦିନାରୁ ଉଡ଼ନ୍ତା ଘୋଡ଼ାରେ ଆସି ଏହି ହରମ୍‌-ଅଲ୍‌-ସରିଫ୍‌ରେ ପାଦ ଥାପିଥିଲେ ଓ ସେଠାରେ ହିଁ ପାର୍ଥିବ ଶରୀର ତ୍ୟାଗ କରିଥିଲେ। ଜେରୁଜେଲମରେ ଏହି ପବିତ୍ର ସ୍ଥାନରେ ଉକ୍ତ ମସ୍‌ଜିଦ ନିର୍ମାଣ ହୋଇଥିଲା। ଏଠାରେ ଥିବା ଡୋମ୍‌ ଅଫ୍‌ ସାଫ୍‌ରେ ଶେଷ ନିଃଶ୍ବାସ ତ୍ୟାଗକରିଥିଲେ ପୈଗମ୍ବର ମହମ୍ମଦ। ତେବେ ଇହୁଦୀମାନଙ୍କ ବିଶ୍ବାସ ଟେମ୍ପଲ ମାଉଣ୍ଟ ହେଉଛି ସେହି ପବିତ୍ର ସ୍ଥାନ ଯେଉଁଠି ସେମାନଙ୍କ ଈଶ୍ବର ମାଟି ରଖିଥିଲେ,ଯେଉଁଠାରେ ପୃଥିବୀର ପ୍ରଥମ ମାନବ ଆଦାମ୍‌ଙ୍କର ଜନ୍ମ ହୋଇଥିଲା। ଏଭଳି ବିଶ୍ବାସ ଓ ଦ୍ବନ୍ଦ୍ୱକୁ ନେଇ ବାରମ୍ବାର ସଂଘର୍ଷ ଓ ରକ୍ତପାତ ମଧ୍ୟ ଘଟିଛି।
ତେବେ ୧୯୪୮ରୁ ଇସ୍ରାଏଲ୍‌ର ଆତ୍ମପ୍ରକାଶ ପରଠାରୁି ୱେଷ୍ଟବ୍ୟାଙ୍କ, ଗାଜା ଷ୍ଟ୍ରିପ୍‌ ଓ ଗେଲନ ହାଇଟ୍ସକୁ ନେଇ ଉଭୟ ଦେଶ ମଧ୍ୟରେ ଦୀର୍ଘଦିନର ବିବାଦ ଲାଗି ରହିଥିବାରୁ ମଝିରେ ମଝିରେ ଏଭଳି ବିବାଦର ସୂତ୍ରପାତ ହେଉଛି। ପାଲେଷ୍ଟାଇନ୍‌ ଏହି ୩ ଅଞ୍ଚଳ ସମେତ ପୂର୍ବ ଇସ୍ରାଏଲ୍‌ ଉପରେ ନିଜର ଅଧିକାର ସାବ୍ୟସ୍ତ କରି ଆସୁଛି। ଅନ୍ୟପଟେ ଇସ୍ରାଏଲ ଜେରୁଜେଲମ ଉପରେ ନିଜର କର୍ତ୍ତୃତ୍ୱ ବଳବତ୍ତର ରଖିଛି। ଗାଜା ଷ୍ଟ୍ରିପ୍‌ ହେଉଛି ମିଶର ଓ ଇସ୍ରାଏଲ୍‌ ମଧ୍ୟସ୍ଥଳରେ ଥିବା ଏକ ସ୍ଥାନ, ଯାହାକି ପାଲେଷ୍ଟାଇନ୍‌ ସମର୍ଥିତ ହମାସ୍‌ମାନଙ୍କ କବ୍‌ଜାରେ ରହିଛି। ହମାସ୍‌ ନିଜକୁ ପାଲେଷ୍ଟିନୀୟ ମାନଙ୍କ ପ୍ରତିନିଧି କହି ଇସ୍ରାଏଲ୍‌କୁ ବିରୋଧକରି ଚାଲିଛି। ୨୦୦୫ରେ ଇସ୍ରାଏଲ୍‌ ଗାଜାରୁ ସୈନ୍ୟ ପ୍ରତ୍ୟାହର କରିବା ସହ ୨୦୦୭ରେ ଏହି ଅଞ୍ଚଳ ଉପରେ କିଛି ପ୍ରତିବନ୍ଧକ ଲଗାଇଛି। କିନ୍ତୁ ପାଲେଷ୍ଟାଇନ୍‌ର ଦାବି ୱେଷ୍ଟବ୍ୟାଙ୍କ ଓ ଗାଜା ଉପରେ ସ୍ବତନ୍ତ୍ର ପାଲେଷ୍ଟ୍ରଇନ୍‌ ରାଷ୍ଟ୍ର ଗଠନ ହେଉ। ଏହାକୁ ବିରୋଧ କରୁଛି ଇସ୍ରାଏଲ୍‌। ୩୬୫ ବର୍ଗକି.ମି. ଅଞ୍ଚଳ ପରିମିତ ଗାଜା ୧୯୪୯ରେ ସ୍ବତନ୍ତ୍ର ପରିଚୟ ପାଇଥିବା ବେଳେ ୨୦୨୦ ଜନସଂଖ୍ୟା ଆଧାର ରିପୋର୍ଟ କହୁଛି ଗାଜାର ଲୋକସଂଖ୍ୟା ହେଉଛନ୍ତି ୨୦.୫ ଲକ୍ଷ। ଅଧିକାଂଶ ଲୋକ ସିଆ ମୁସଲମାନ ଓ ଅହମ୍ମଦୀ ମୁସଲମାନ ସମ୍ପ୍ରଦାୟର। ଗାଜାର ୩ ପାଶର୍‌ବରେ ଇସ୍ରାଏଲ ଓ ଗୋଟିଏ ପାଶର୍‌ବ (ଦକ୍ଷିଣ)ରେ ରହିଛି ଇଜିପ୍ଟ। ୨୦୦୭ରୁ ଏହା ହମାସ୍‌ ଦ୍ବାରା ନିୟନ୍ତ୍ରିତ ।
୨୦୦୬ ପରେ ଏଠାରେ କୌଣସି ନିର୍ବାଚନ ହୋଇନାହିଁ। ହମାସ୍‌ ଏଠାରେ ପାଲେଷ୍ଟାଇନ୍‌ ରାଷ୍ଟ୍ର ଓ ପାଲେଷ୍ଟାଇନ୍‌ ଲୋକଙ୍କ ପ୍ରତିନିଧିତ୍ୱ କରୁଥିବା କହି ଆସୁଛି। ୧୯୧୮ରୁ ୧୯୪୮ ପର୍ଯ୍ୟନ୍ତ ବ୍ରିଟେନ୍‌ ଓ ୧୯୪୮ରୁ ୧୯୬୭ ପର୍ଯ୍ୟନ୍ତ ଇଜିପ୍ଟି ନିୟନ୍ତ୍ରଣରେ ଥିବା ଗାଜା ପୂର୍ବରୁ ଅଟୋମାନ ସାମ୍ରାଜ୍ୟର ଅଂଶ ଥିଲା। ୧୯୬୭ରେ ଇସ୍ରାଏଲ ଇଜିପ୍ଟିଠାରୁ ଗାଜା ଷ୍ଟ୍ରିପ୍‌ ଓ ଜୋର୍ଡାନଠାରୁ ୱେଷ୍ଟବ୍ୟାଙ୍କକୁ ଅଧିକାର କରି ନେଇଥିଲା। ପରେ ଇସ୍ରାଏଲ ଗାଜା ଉପରୁ ନିୟନ୍ତ୍ରଣ ପ୍ରତ୍ୟାହାର କରିନେଇଥିଲା।
ତେଣୁ ଏଭଳି ଅନେକ ବାଦବିବାଦ, ଧର୍ମ ଓ ବିଶ୍ବାସକୁ ନେଇ ଯୁଦ୍ଧ ହୋଇଆସୁଛି। ଅକ୍ଟୋବର ୭ରେ ଇସ୍ରାଏଲ୍‌ର ବିଭିନ୍ନ ସହରକୁ ଟାର୍ଗେଟକରି ହମାସ୍‌ ଆତଙ୍କବାଦୀମାନେ ଯେମିତି ୫ହଜାରରୁ ଅଧିକ ରକେଟ ମାଡ଼ କଲା ତାହା ବିଶ୍ବକୁ ସ୍ତବ୍ଧ କରିଦେଇଛି। ଏଭଳି ସ୍ଥିତିକୁ ଦେଖି ହମାସ୍‌କୁ ଗାଜା ଷ୍ଟ୍ରିପ୍‌ରୁ ସମ୍ପୂର୍ଣ୍ଣ ନିଶ୍ଚିନ୍ନ କରିବାକୁ ଇସ୍ରାଏଲ୍‌ ଗାଜା ଉପରେ ଭୟଙ୍କର ଆକ୍ରମଣ କରିଚାଲିଛି। ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଯୁଦ୍ଧକୁ ନେଇ ଏବେ ବିଶ୍ବ ୨ଭାଗରେ ବିଭକ୍ତ ହୋଇ ସାରିଲାଣି। ଆମେରିକା ସିଧା ଇସ୍ରାଏଲ୍‌କୁ ସମର୍ଥନ କରୁଥିବା ବେଳେ ଯୁଦ୍ଧପୋତ ,ଯୁଦ୍ଧ ବିମାନ ପଠାଇଛି। ଗାଜାଷ୍ଟ୍ରିପ୍‌କୁ ପୂରା ମାଟିରେ ମିଶାଇଦେବାକୁ ପଣ କରିଥିବା ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଭାରତ ଭଳି ପ୍ରମୁଖ ଦେଶରୁ ସମର୍ଥନ ମିଳିଛି। ଏହି ଲଢ଼େଇରେ ଉଭୟ ଦେଶର ଜନସାଧାରଣଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଛି। ଗାଜାରେ ୨ଲକ୍ଷରୁ ଅଧିକ ଲୋକ ବେଘର ହୋଇଛନ୍ତି। ମୃତାହତଙ୍କ ସଂଖ୍ୟା ପ୍ରତିଦିନ ବଢୁଛି। ଜନବସତି, ମେଡିକାଲ,ବିଶ୍ବବିଦ୍ୟାଳୟ ଉପରକୁ ମଧ୍ୟ ରକେଟ ଓ ବୋମାମାଡ଼ ହେଉଛି। ଅନେକ ସାଧାରଣ ଲୋକଙ୍କୁ ଅପହରଣକରି ବନ୍ଦୀକରି ରଖିଛନ୍ତି ହମାସ୍‌ ଆତଙ୍କବାଦୀ ମାନେ। ଲେବାନନ୍‌ର ହିଜବୁଲା ଆତଙ୍କବାଦୀ ସଙ୍ଗଠନ ହମାସ୍‌କୁ ସମର୍ଥନ ଜାରି ରଖି ଇସ୍ରାଏଲ୍‌ ଉପରେ ମୋର୍ଟାର ମାଡ଼ କରିଛି। ଯୁଦ୍ଧ ସମାଧାନ କ୍ଷେତ୍ରରେ ଜାତିସଂଘ ଭଳି ବିଶ୍ବ ସଙ୍ଗଠନ ମଧ୍ୟ ଏକ ପ୍ରକାର ବିଫଳ ବୋଲି କୁହାଯାଉଛି। ପତିଆରା ଓ ପ୍ରଭୁତ୍ୱ ପାଇଁ ବିଶ୍ବର ସଙ୍ଗଠିତ ହେଉଥିବା ଏଭଳି ଯୁଦ୍ଧ ପଛରେ କିଛି ଗୋଷ୍ଠୀ ବିଶ୍ବକୁ ଗୋଳମାଳିଆ ସ୍ଥିତିରେ ରଖି ନିଜ ସ୍ବାର୍ଥ ହାସଲ ପାଇଁ ବାରୁଦଗଦା ଭିତରକୁ ବିଶ୍ବବାସୀଙ୍କୁ ଠେଲିଦେଇଛନ୍ତି,ଯାହାକି ସମସ୍ତଙ୍କ ପାଇଁ ସଙ୍କଟ ସ୍ଥିତି ଆଣିଦେଇଛି।
ବାଲିପନ୍ତାଳ, ଅସ୍ତରଙ୍ଗ, ପୁରୀ
ମୋ-୯୭୭୮୬୯୭୦୩୬


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?