ଯୁଦ୍ଧ ଉପାର୍ଜିତ ପୁରସ୍କାର

ନୋବେଲ୍‌ ପୁରସ୍କାର’ ବିଶ୍ୱର ସର୍ବୋଚ୍ଚ ସମ୍ମାନ ରୂପେ ପରିଗଣିତ। କିଏ ସେ ନୋବେଲ୍‌? କାହିଁକି ବା ତାଙ୍କ ନଁାରେ ଏପରି ସର୍ବୋଚ୍ଚ ପୁରସ୍କାର ଦେବାର ଘୋଷଣା କରାଗଲା? ଏହାର ଇତିହାସ ଅନେକଟା ଦୁଃଖଦ, ଯାହାକୁ ସୁଖଦ କରିବାକୁ ବିଶ୍ୱଦରବାରରେ ବାରମ୍ବାର ଚେଷ୍ଟା କରାଯାଇଛି। ବିଧିର ବିଧାନ କିନ୍ତୁ ଚାହିଁଛି ପୃଥକ୍‌ ପରିଣତି। କ୍ରମେ ପୁରସ୍କାରଟି ନାନାଆଡୁ ଦୁଃଖକୁ ହିଁ ସାଉଁଟି ଆଣିଛି।
ସାର୍‌ ଆଲଫ୍ରେଡ୍‌ ନୋବେଲ୍‌। ୧୮୩୩ ମସିହାରେ ଜନ୍ମ ନିଅନ୍ତି ସ୍ବିଡେନ୍‌ରେ। ରସାୟନ ବିଜ୍ଞାନରେ ବ୍ରତୀ। ୧୮୬୬ରେ ଆବିଷ୍କାର କରନ୍ତି ମାରାତ୍ମକ ବିସ୍ଫୋରକ ‘ଡିନାମାଇଟ୍‌’। ୧୮୬୭ରେ ସେ ‘ଡିନାମାଇଟ୍‌’ର ପେଟେଣ୍ଟ କରିନିଅନ୍ତି। ଅର୍ଥାତ୍‌ ଏହାର ବିକ୍ରି ଲବ୍‌ଧ ଅର୍ଥ ଉପରେ ତାଙ୍କର ଏକଚାଟିଆ ଅଧିକାର ରହେ। ରୋଜଗାରର ସୁଅ ଛୁଟେ। ତାହା ତାଙ୍କୁ ସୁନାମ ସହିତ ସମପରିମାଣର ଦୁର୍ନାମ ମଧ୍ୟ ଆଣି ଦିଏ। ବିଭିନ୍ନ ଖବରକାଗଜ ଓ ଗଣମାଧ୍ୟମ ସାର୍‌ ଆଲ୍‌ଫ୍ରେଡ୍‌ଙ୍କୁ ‘ମୃତ୍ୟୁର ସୌଦାଗର’ ବୋଲି ବର୍ଣ୍ଣନା କରନ୍ତି। କାରଣ ‘ଡିନାମାଇଟ୍‌’ ପ୍ରଭାବରେ ସାରା ବିଶ୍ୱରେ ମୃତ୍ୟୁସଂଖ୍ୟା ଦିନକୁ ଦିନ ମାତ୍ରାଧିକ ଭାବେ ବଢ଼ିଚାଲେ।
ଏ ଅବତାରଣା ଆଲ୍‌ଫ୍ରେଡ୍‌ଙ୍କୁ ବହୁତ ବାଧେ। ସେ ମର୍ମାହତ ହୁଅନ୍ତି। ତାଙ୍କ ଡିନାମାଇଟ ଉପାର୍ଜିତ ଅର୍ଥକୁ କୌଣସି କଲ୍ୟାଣକାରୀ କାମରେ ଉପଯୋଗ କରିବା ପାଇଁ ସିଦ୍ଧାନ୍ତ ନିଅନ୍ତି। ‘ମୃତ୍ୟୁର ବର୍ଷେ ପୂର୍ବରୁ, ୧୮୯୫ରେ ସେ ଗୋଟେ ଉଇଲ୍‌ କରି ତାଙ୍କର ସମସ୍ତ ଅର୍ଜିତ ଅର୍ଥକୁ ବିଶ୍ୱର କଲ୍ୟାଣ ନିମନ୍ତେ ଏକ ପାଣ୍ଠିକୁ ହସ୍ତାନ୍ତର କରନ୍ତି। ବିଶ୍ୱର ସର୍ବଶ୍ରେଷ୍ଠ ସାହିତ୍ୟ କୃତି, ରସାୟନ ବିଦ୍ୟା, ପଦାର୍ଥ ବିଜ୍ଞାନ ଓ ଭେଷଜ ବିଜ୍ଞାନରେ ଶ୍ରେଷ୍ଠ ଆବିଷ୍କାର/ଉଦ୍ଭାବନ ପାଇଁ ଅଲଗା ଅଲଗା ଚାରୋଟି ପୁରସ୍କାର ଦିଆଯିବ। ସେତେବେଳକୁ ପ୍ରାୟ ପ୍ରଥମ ବିଶ୍ୱଯୁଦ୍ଧ ଆଶଙ୍କାରେ ପ୍ରାକ୍‌ଯୁଦ୍ଧ ଅଶାନ୍ତି ଅଳ୍ପ ବହୁତେ ଅନୁଭୂତ ହୋଇଆସୁଥିଲା। ତେଣୁ ଶେଷକୁ ପଞ୍ଚମ ଶ୍ରେଷ୍ଠ ପୁରସ୍କାର ଭାବେ ନୋବେଲ ଶାନ୍ତି ପୁରସ୍କାରକୁ ମଧ୍ୟ ଯୋଡ଼ାଗଲା ଓ ଆଲ୍‌ଫ୍ରେଡ୍‌ଙ୍କ ମୃତ୍ୟୁର ଚାରିବର୍ଷ ପରଠାରୁ ୧୯୦୧ରୁ ଆରମ୍ଭ ହେଲା ‘ନୋବେଲ୍‌ ପୁରସ୍କାର’ ପ୍ରଦାନର ପର୍ବ।
୧୯୧୪ରେ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହୁଏ। ନୋବେଲ୍‌ ପୁରସ୍କାର ପରିଚାଳନା କମିଟି ଯୁଦ୍ଧର ବାସ୍ନା ବାରିପାରି, ଏହାର ୧୩ ବର୍ଷ ପୂର୍ବରୁ ଶାନ୍ତି ପୁରସ୍କାର ପ୍ରଦାନ ଆରମ୍ଭ କରିଥିଲେ। ତଥାପି ଯୁଦ୍ଧକୁ ବନ୍ଦ କରିପାରିଲେ ନାହିଁ। ଠିକ୍‌ ୨୦ ବର୍ଷ ପରେ, ପୁଣି ୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ମଧ୍ୟ ଭୟଙ୍କର ରୂପ ନିଏ। ୮୦ ବର୍ଷ ପରେ ଆଜି ଆମେ ତୃତୀୟ ବିଶ୍ୱଯୁଦ୍ଧର ଦ୍ୱାରଦେଶରେ ଉପନୀତ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା, ପର୍ଯ୍ୟାଲୋଚନା ଓ ପ୍ରଚେଷ୍ଟା ମଧ୍ୟ କରୁଛୁ।
ଦୁଇଦୁଇଟି ଭୟଙ୍କର ଯୁଦ୍ଧ କିପରି ପୁରସ୍କାର ପ୍ରଦାନ କରିବାରେ; ପ୍ରକାରାନ୍ତେ ଉପାର୍ଜନ କରାଇବାରେ ସମର୍ଥ ହୋଇପାରିଛି ସେ ବିଷୟରେ ଆଲୋକପାତ କରିବା। ଦ୍ୱିତୀୟ ବିଶ୍ୱଯୁଦ୍ଧର ପୃଷ୍ଠଭୂମିରେ ଗୁଣ୍ଟାର୍‌ ଗ୍ରାସ୍‌ ରଚନା କରନ୍ତି ଏକ ବହୁଚର୍ଚ୍ଚିତ ଉପନ୍ୟାସ, ‘ଦି ଟିନ୍‌ ଡ୍ରମ୍‌’। ୧୯୫୮ରେ ଏହା ପ୍ରକାଶିତ ହୁଏ, ଯାହାର ନାୟକ ଜଣେ ୧୩ ବର୍ଷର ବାଳକ; ନଁା ଓସ୍କାର ମାଜେରାଥ୍‌। ବାଳକଟି ଗୋଟିଏ ଡ୍ରମ୍‌ ବାଡ଼େଇ ଭର୍ତ୍ସନା କରୁଛି ବୟସ୍କମାନଙ୍କୁ। ଅର୍ଥାତ୍‌ ପ୍ରୌଢ଼ ବର୍ଗଙ୍କୁ ଯିଏ ଯୁଦ୍ଧର ମୁଖ୍ୟ ନେପଥ୍ୟ ନାୟକ ଓ ଯୁବ ବର୍ଗଙ୍କୁ, ଯେଉଁମାନେ ଯୁଦ୍ଧ ଲଢ଼ନ୍ତି। ଅନେକ ବର୍ଷ ପରେ ୧୯୯୯ ମସିହାର ସାହିତ୍ୟ ବିଭାଗରେ ନୋବେଲ୍‌ ପୁରସ୍କାର ପାଇଁ ଗୁଣ୍ଟାର ଗ୍ରାସ୍‌ଙ୍କର୨ଟି ଉପନ୍ୟାସ ‘ଦି ର଼୍ୟାଟ’ ଓ ‘ଦି ଟିନ୍‌ ଡ୍ରମ୍‌’ ନୋବେଲ୍‌ କମିଟିର ବିଚାର ପରିସରଭୁକ୍ତ ହୋଇଥିଲା।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିବା ପରଠୁ ଆମେ ୮ଦଶନ୍ଧି ସମୟ ବିତେଇ ସାରିଲେଣି। ଏହା ମଧ୍ୟରେ ସାହିତ୍ୟ ଓ ଶାନ୍ତି ପାଇଁ ୮୦ଥର ନୋବେଲ୍‌ ପୁରସ୍କାର ଦିଆଯାଇଥିବ। ୧୯୬୯ରୁ ଆରମ୍ଭ ହୋଇଥିବା, ଅର୍ଥନୀତି ନୋବେଲ୍‌ ପୁରସ୍କାର ମଧ୍ୟ ପ୍ରାୟ ୫୫ ଥର ଦିଆସରିବଣି। ଏ ତିନି ଜାତିର ପୁରସ୍କାର ପ୍ରତ୍ୟେକ ବର୍ଷ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ବିଚାର କରି ଦିଆଯାଇଥିବ। ହୁଏତ କେଉଁଠି ଛୋଟମୋଟ ଯୁଦ୍ଧ ଏ ପୁରସ୍କାର ପାଇଁ ଆଧାର ବି ସାଜିଥାଇ ପାରନ୍ତି। କିନ୍ତୁ କ୍ରମ ହେଲା, ପ୍ରଥମେ ଯୁଦ୍ଧ ପରବର୍ତ୍ତୀ ସମୟରେ ଶାନ୍ତି ପ୍ରତିଷ୍ଠା ପାଇଁ; କିଛି ବର୍ଷ ମଧ୍ୟରେ ସେ ଘନଘଟାର ବର୍ଣ୍ଣନାତ୍ମକ ସାହିତ୍ୟ ସୃଷ୍ଟି ପାଇଁ ଓ ପରେ ପରେ ଯୁଦ୍ଧୋତ୍ତର ଅର୍ଥନୀତିରେ ସୁଧାର ଆଣିବାର ପ୍ରଚେଷ୍ଟା ପାଇଁ। ଯୁଦ୍ଧ ଉପାର୍ଜିତ ସାହିତ୍ୟ ନୋବେଲ୍‌ ପୁରସ୍କାରର ଆଖ୍ୟାୟିକା ତ ଶୁଣିଲେ। ଶାନ୍ତି ପୁରସ୍କାର କଥା ସମସ୍ତେ ଜାଣିଛନ୍ତି। ଜାତିସଂଘ ମଧ୍ୟ ପ୍ରତିଷ୍ଠା ହୋଇଛି ଶାନ୍ତି ପ୍ରତିଷ୍ଠା ପାଇଁ, ଯଦିଓ ଏହା ଆଜିଯାଏ ସକ୍ରିୟ ହୋଇପାରି ନାହିଁ। ଯୁଦ୍ଧୋତ୍ତର ପୃଥିବୀରେ ନିଶ୍ଚୟ କେଉଁଠି ନା କେଉଁଠି ଅର୍ଥନୀତିରେ ଭୂସ୍ଖଳନ ହେବାର ଆଶଙ୍କା ଥାଏ। ତାକୁ ସୁଧାରିବା ପାଇଁ ଯାଇ କେହି ମନୀଷୀ ଆସି ଅର୍ଥନୀତିରେ ସୁଧାର ଆଣିଲେ, ସେ ପୁଣି ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ପାଇଁ ଦାବିଦାର ହୋଇଯାଆନ୍ତି। ବାଂଲାଦେଶର ମହମ୍ମଦ ୟୁନୁସ୍‌ ମଧ୍ୟ ଯୁଦ୍ଧୋତ୍ତର ଅର୍ଥନୀତିରେ ଏଭଳି ନୋବେଲ୍‌ ପୁରସ୍କାର ପାଇବାରେ ଦୃଷ୍ଟାନ୍ତ ସାଜିଛନ୍ତି। କିନ୍ତୁ ଅର୍ଥନୀତିରେ ନୋବେଲ ପୁରସ୍କାର ବିଚାର ଯେଉଁ କ୍ଷେତ୍ର ପାଇଁ ଦିଆଯାଏ, ତାହା ଲାଗି ପ୍ରଥମେ ଦେଶଟି ଦରିଦ୍ର ପଦବାଚ୍ୟ ହେବା ଉଚିତ।
ବର୍ତ୍ତମାନ ପୃଥିବୀରେ ରୁଷିଆ-ୟୁକ୍ରେନ୍‌, ଗାଜା-ଇସ୍ରାଏଲ କିମ୍ବା ଭାରତ-ପାକିସ୍ତାନ ଯୁଦ୍ଧର ନିଅଁା ପୂରାପୂରି ଲିଭିନାହିଁ। ସବୁଠାରେ କୁହୁଳୁଛି। ପୁଣି ଦକ୍ଷିଣ-ଉତ୍ତର କୋରିଆ ଓ ଚାଇନା-ତାଇୱାନରେ ଆଉ ଦୁଇଟି ଆସନ୍ନ ଯୁଦ୍ଧ କଳାହାଣ୍ଡିଆ ମେଘ ଭଳି ଘୋଟି ରହିଛି। କେତେବେଳେ ବର୍ଷିଯିବ କେହି ଜାଣିନାହାନ୍ତି। ସେପଟେ ପୁଣି ସାହିତି୍ୟକ ଗୋଷ୍ଠୀ ଚାହିଁ ବସିଥିବେ ଏହି ଯୁଦ୍ଧ ପୃଷ୍ଠଭୂମିକୁ ନେଇ ଦରଦୀ ସାହିତ୍ୟ ରଚନା ପାଇଁ, ଯାହା ପୁଣି କିଛି ବର୍ଷ ପରେ ସାହିତ୍ୟରେ ନୋବେଲ୍‌ ପୁରସ୍କାର ପାଇଁ ମନୋନୀତ ହେବ। ପୁଣି ୟୁକ୍ରେନ୍‌, ଗାଜା ବା ପାକିସ୍ତାନ ଭଳି ଯୁଦ୍ଧ ବିଧ୍ୱସ୍ତ ରାଷ୍ଟ୍ରର ଅର୍ଥନୀତିରେ ସୁଧାର ଆଣିବା ପାଇଁ ବିଶ୍ୱସ୍ତରରେ ନାନା ଚେଷ୍ଟା କରାଯିବ। ତାହା ହୁଏତ କୌଣସି ବ୍ୟକ୍ତିବିଶେଷ ବା ସଂସ୍ଥାକୁ ନୋବେଲ୍‌ ଅର୍ଥନୀତି ପୁରସ୍କାର ପାଇବାରେ ସହାୟକ ହେବ।
ପୃଷ୍ଠଭୂମିରେ ଯୁଦ୍ଧରୁ ପରୋକ୍ଷରେ ଉପାର୍ଜିତ ହୋଇଥିବା, ଶାନ୍ତି, ସାହିତ୍ୟ ଓ ଅର୍ଥନୀତିର ତିନୋଟି ଯାକ ନୋବେଲ୍‌ ପୁରସ୍କାର ଗୋଟିଏ ଦେଶକୁ ଚାଲିଯିବାର ଆଶଙ୍କା ମଧ୍ୟ ରହିଛି। ମୃତ୍ୟୁର ଘନଘଟାରୁ ଦୁଃଖ ଉପାର୍ଜିତ ଅର୍ଥରେ ପ୍ରଦତ୍ତ ନୋବେଲ୍‌ ପୁରସ୍କାର ପୁଣି ଘୂରିବୁଲେ ସେହି ଦୁଃଖର ଭଉଁରି ଭିତରେ। ସୁଖ ସାଉଁଟିବାର ଆଶା ପରାହତ ହୁଏ। ଆମର ସହଜାତ ଯୁଦ୍ଧଖୋର ମନୋବୃତ୍ତି ଯୋଗୁ କୌଣସି ପ୍ରକାରେ ପ୍ରାୟୋଜିତ ଦୁଃଖ ଲଦି ଦିଆଯାଏ ପୃଥିବୀବାସୀଙ୍କ ଉପରେ।
ମୋ: ୯୪୩୭୦୪୫୫୪୭

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

CJP ଆନ୍ଦୋଳନ ଭିତରେ କେନ୍ଦ୍ର ସରକାରଙ୍କ ଠାରେ ବଡ଼ ଦାବି କଲେ ମୁଖ୍ୟମନ୍ତ୍ରୀ ବିଜୟ: NEET ପରୀକ୍ଷାକୁ…

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP)ର ପ୍ରଦର୍ଶନ ଏବଂ ବିବାଦ ଭିତରେ ତମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଥଲାପତି କେନ୍ଦ୍ର ସରକାରଙ୍କ ନିକଟରେ ଏକ ବଡ଼ ଦାବି ରଖିଛନ୍ତି।…

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri