ସାଉଣ୍ଡ ଫିଗର ଚାହୁଁଥିଲେ

ବର୍ତ୍ତମାନ ସ୍ଲିମ୍‌ ଟ୍ରେଣ୍ଡ ଚାଲିଛି। ହେଲେ ମହିଳାମାନେ ଆବଶ୍ୟକରୁ ଅଧିକ ପତଳା ହେବା ଦ୍ୱାରା ଫିଗରର ଆକର୍ଷଣ କମିଯାଏ। ଏମିତିରେ ଅନେକେ ମୋଟା ହେବା ଲାଗି ଏଣୁ ତେଣୁ ଖାଦ୍ୟଠାରୁ ଆରମ୍ଭ କରି ବିଭିନ୍ନ ଔଷଧ ଖାଇବାକୁ ବି ପଛାଇ ନ ଥାନ୍ତି; ଯାହାକି ଅପରପକ୍ଷେ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ। ତେଣୁ ଏକ ସୁନ୍ଦର ତଥା ସାଉଣ୍ଡ ଫିଗର ପାଇବାକୁ ଚାହୁଁଥିଲେ କେତେକ ପ୍ରାକୃତିକ ଉପାୟ ଆପଣାଇ ପାରିବେ…
ସର୍ବପ୍ରଥମ କଥା ହେଉଛି ମୋଟା ହେବା ଆଳରେ ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍‌, ଫୁଡ୍‌ ସପ୍ଲିମେଣ୍ଟ, ପ୍ରୋଟିନ୍‌ ପାଉଡର ଆଦି ଗ୍ରହଣ କରିବା ଠିକ୍‌ ନୁହେଁ। କାରଣ ଏହା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ତେଣୁ ସୁଷମ ଆହାର ଗ୍ରହଣ କରନ୍ତୁ। ଓଜନ ବଢୁଛି କି ନାହିଁ ଜାଣିବା ଲାଗି ମାସକୁ ଥରେ ମାପିବାକୁ ଭୁଲନ୍ତୁ ନାହିଁ। ନଚେତ୍‌ ଆବଶ୍ୟକରୁ ଅଧିକ ମୋଟା ହେବା ଦ୍ୱାରା ବି ଅସୁବିଧା ହୋଇପାରେ।
ନିଜ ଖାଦ୍ୟ ତାଲିକାରେ ସବୁପ୍ରକାର ପୌଷ୍ଟିକ ଖାଦ୍ୟକୁ ସାମିଲ କରନ୍ତୁ। ଖାଦ୍ୟରେ କ୍ୟାଲୋରି ମାତ୍ରା ବଢ଼ାନ୍ତୁ। ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଯେତେ ଅଧିକ ଗ୍ରହଣ କରିବେ ସେତେ ଶୀଘ୍ର ଲାଭ ପାଇବେ।
ଶସ୍ୟଜାତୀୟ ଖାଦ୍ୟ, ଫଳ, ପନିପରିବା ଆଦିରେ ପର୍ଯ୍ୟାପ୍ତ ପରିମାଣରେ କାର୍ବୋହାଇଡ୍ରେଟ୍‌ ରହିଛି। ତେଣୁ ଏହାକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ଓଜନ ବଢ଼ିବାରେ ସାହାଯ୍ୟ କରିବ।
ଫଳ ମଧ୍ୟରେ ଓଜନ ବଢାଇବା ଲାଗି କଦଳୀ ସବୁଠୁ ଭଲ। ପ୍ରତିଦିନ ଦୁଇଟି ପାଚିଲା କଦଳୀ ଖାଆନ୍ତୁ। ନ ହେଲେ ସକାଳୁ ଏହାର ସେକ୍‌ ପିଇପାରିବେ। କ୍ଷୀର କଦଳୀ ଚକଟି ଖାଇବା ବି ଲାଭଦାୟକ।
ପନୀରର ବିଭିନ୍ନ ଆଇଟମ୍‌ ଖାଆନ୍ତୁ। ସେହିପରି ଆମିଷ ଖାଇବା ବି ଓଜନ ବଢାଇବାରେ ସାହାଯ୍ୟ କରିଥାଏ।
ସକାଳ ଜଳଖିଆରେ ବ୍ରେଡ୍‌ ସହ ୨ଟି ସିଝା ଅଣ୍ଡା କିମ୍ବା ଆମ୍‌ଲେଟ୍‌ ଖାଆନ୍ତୁ। ଏହା ଖୁବ୍‌ଶୀଘ୍ର ଆପଣଙ୍କ ସ୍ବାସ୍ଥ୍ୟରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବ।
ଖାଦ୍ୟ ତାଲିକାରେ ବଟରକୁ ସାମିଲ କରନ୍ତୁ। ବିଶେଷ କରି ପିନଟ୍‌ ବଟରରେ ଥିବା ମୋନୋସାଚୁରେଟେଡ୍‌ ଫ୍ୟାଟ୍‌ ଆପଣଙ୍କ ଓଜନ ଶୀଘ୍ର ବଢାଇବ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri