Posted inଖେଳ

୧୩ ଦଳର ୪୫୫ ବୋଲର୍‌ ଯାହା କରିପାରି ନ ଥିଲେ, ଜନ୍ମଦିନରେ ତାହା କରି ଦେଖାଇଲେ ଏହି କ୍ରିକେଟର୍‌

କଲମ୍ବୋ,୨୦।୭: ତୃତୀୟ ଟି -୨୦ ମ୍ୟାଚରେ ଶ୍ରୀଲଙ୍କା ଟିମ ଇଣ୍ଡିଆକୁ ୭ ଉଇକେଟରେ ପରାସ୍ତ କରି ସିରିଜକୁ ୨-୧ରେ ଜିତିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ମାତ୍ର ୮୧ ରନ ସ୍କୋର କରିପାରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୩ ଉଇକେଟ ହରାଇବା ଲକ୍ଷ୍ୟ ହାସଲ କରିଥିଲା। ଶ୍ରୀଲଙ୍କା ପାଇଁ ଲେଗ ସ୍ପିନର ୱାନିନ୍ଦୁ ହାସରାଙ୍ଗା ୪ ଓଭରରେ ୯ ରନ ଦେଇ ୪ ଉଇକେଟ ନେଇଥିଲେ।
ୱାନିନ୍ଦୁ ହାସରାଙ୍ଗା ନିଜର ୨୪ତମ ଜନ୍ମଦିନରେ ଟିମ ଇଣ୍ଡିଆ ବିପକ୍ଷରେ ୯ ରନ ଦେଇ ୪ ଉଇକେଟ ନେଇଥିଲେ। ଟିମ ଇଣ୍ଡିଆ ବିପକ୍ଷରେ ଯେକୌଣସି ବୋଲରଙ୍କ ଏହା ହେଉଛି ସର୍ବୋତ୍ତମ ପ୍ରଦର୍ଶନ। ଏହାପୂର୍ବରୁ ୧୩ଟି ଦଳର ୪୫୫ ବୋଲର ଟିମ ଇଣ୍ଡିଆ ବିପକ୍ଷରେ ଅବତରଣ କରିଥିଲେ, କିନ୍ତୁ ଏହିପରି ପ୍ରଦର୍ଶନ କରିପାରି ନ ଥିଲେ। ୨୦୧୬ରେ ଟି -୨୦ ବିଶ୍ୱକପ ସମୟରେ ନ୍ୟୁଜିଲାଣ୍ଡର ବାମହାତୀ ସ୍ପିନ ବୋଲର ମିଚେଲ ସାଣ୍ଟନର୍‌ ନାଗପୁରରେ ଭାରତ ବିପକ୍ଷରେ ୧୧ ରନ ଦେଇ ୪ଟି ଉଇକେଟ୍‌ ନେଇଥିଲେ। ପ୍ରଥମ ଥର ପାଇଁ ଶ୍ରୀଲଙ୍କା ବୋଲର ଭାରତ ବିପକ୍ଷ ଇନିଂସରେ ୪ ଉଇକେଟ ନେଇଛନ୍ତି। ଟି -୨୦ରେ ୱାନିନ୍ଦୁ ଙ୍କ ଏହା ହେଉଛି ସର୍ବୋତ୍ତମ ପ୍ରଦର୍ଶନ। ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚରେ ସେ ୱିଣ୍ଡିଜ ବିପକ୍ଷରେ ୧୨ ରନ ଦେଇ ୩ ଉଇକେଟ ନେଇଥିଲେ। ହାସାରଙ୍ଗାଙ୍କ ଟି -୨୦ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ୧୪ଟି ମ୍ୟାଚରେ ୨୦ଟି ଇନିଂସରେ ୩୩ ଉଇକେଟ ନେଇଛନ୍ତି। ଏହା ବ୍ୟତୀତ ହାସରାଙ୍ଗା ୨୬ଟି ଦିନିକିଆ ରେ ୨୫ ଉଇକେଟ ଏବଂ ୪ଟି ଟେଷ୍ଟରେ ୪ ଉଇକେଟ ନେଇଛନ୍ତି। ସେ ଦିନିକିଆରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?