Posted inଖେଳ

୧୩ ଦଳର ୪୫୫ ବୋଲର୍‌ ଯାହା କରିପାରି ନ ଥିଲେ, ଜନ୍ମଦିନରେ ତାହା କରି ଦେଖାଇଲେ ଏହି କ୍ରିକେଟର୍‌

କଲମ୍ବୋ,୨୦।୭: ତୃତୀୟ ଟି -୨୦ ମ୍ୟାଚରେ ଶ୍ରୀଲଙ୍କା ଟିମ ଇଣ୍ଡିଆକୁ ୭ ଉଇକେଟରେ ପରାସ୍ତ କରି ସିରିଜକୁ ୨-୧ରେ ଜିତିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ମାତ୍ର ୮୧ ରନ ସ୍କୋର କରିପାରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୩ ଉଇକେଟ ହରାଇବା ଲକ୍ଷ୍ୟ ହାସଲ କରିଥିଲା। ଶ୍ରୀଲଙ୍କା ପାଇଁ ଲେଗ ସ୍ପିନର ୱାନିନ୍ଦୁ ହାସରାଙ୍ଗା ୪ ଓଭରରେ ୯ ରନ ଦେଇ ୪ ଉଇକେଟ ନେଇଥିଲେ।
ୱାନିନ୍ଦୁ ହାସରାଙ୍ଗା ନିଜର ୨୪ତମ ଜନ୍ମଦିନରେ ଟିମ ଇଣ୍ଡିଆ ବିପକ୍ଷରେ ୯ ରନ ଦେଇ ୪ ଉଇକେଟ ନେଇଥିଲେ। ଟିମ ଇଣ୍ଡିଆ ବିପକ୍ଷରେ ଯେକୌଣସି ବୋଲରଙ୍କ ଏହା ହେଉଛି ସର୍ବୋତ୍ତମ ପ୍ରଦର୍ଶନ। ଏହାପୂର୍ବରୁ ୧୩ଟି ଦଳର ୪୫୫ ବୋଲର ଟିମ ଇଣ୍ଡିଆ ବିପକ୍ଷରେ ଅବତରଣ କରିଥିଲେ, କିନ୍ତୁ ଏହିପରି ପ୍ରଦର୍ଶନ କରିପାରି ନ ଥିଲେ। ୨୦୧୬ରେ ଟି -୨୦ ବିଶ୍ୱକପ ସମୟରେ ନ୍ୟୁଜିଲାଣ୍ଡର ବାମହାତୀ ସ୍ପିନ ବୋଲର ମିଚେଲ ସାଣ୍ଟନର୍‌ ନାଗପୁରରେ ଭାରତ ବିପକ୍ଷରେ ୧୧ ରନ ଦେଇ ୪ଟି ଉଇକେଟ୍‌ ନେଇଥିଲେ। ପ୍ରଥମ ଥର ପାଇଁ ଶ୍ରୀଲଙ୍କା ବୋଲର ଭାରତ ବିପକ୍ଷ ଇନିଂସରେ ୪ ଉଇକେଟ ନେଇଛନ୍ତି। ଟି -୨୦ରେ ୱାନିନ୍ଦୁ ଙ୍କ ଏହା ହେଉଛି ସର୍ବୋତ୍ତମ ପ୍ରଦର୍ଶନ। ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚରେ ସେ ୱିଣ୍ଡିଜ ବିପକ୍ଷରେ ୧୨ ରନ ଦେଇ ୩ ଉଇକେଟ ନେଇଥିଲେ। ହାସାରଙ୍ଗାଙ୍କ ଟି -୨୦ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ୧୪ଟି ମ୍ୟାଚରେ ୨୦ଟି ଇନିଂସରେ ୩୩ ଉଇକେଟ ନେଇଛନ୍ତି। ଏହା ବ୍ୟତୀତ ହାସରାଙ୍ଗା ୨୬ଟି ଦିନିକିଆ ରେ ୨୫ ଉଇକେଟ ଏବଂ ୪ଟି ଟେଷ୍ଟରେ ୪ ଉଇକେଟ ନେଇଛନ୍ତି। ସେ ଦିନିକିଆରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri