ନୂଆ ଦାୟିତ୍ୱ ଅପେକ୍ଷାରେ

Dillip Cherian

ଅବସରପ୍ରାପ୍ତ ୧୯୮୫ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ତଥା ପୂର୍ବତନ ମୁମ୍ବାଇ ମ୍ୟୁନିସିପାଲ କମିଶନର ପ୍ରବୀଣ ପରଦେଶୀ କରୋନା ମହାମାରୀ ସଂକ୍ରମଣ ସମୟରେ ନିଗମର ନେତୃତ୍ୱ ନେଇ ଆବଶ୍ୟକ କୋଭିଡ୍‌ ଚିକିତ୍ସା ସୁବିଧା ଯୋଗାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ଏବେ ପରଦେଶୀଙ୍କୁ ମହାରାଷ୍ଟ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଟ୍ରାନ୍ସଫର୍‌ମେଶନ (ଏମ୍‌ଆଇଟିଆର୍‌ଏ)ର ନୂଆ ସିଇଓ ଭାବେ ନିଯୁକ୍ତ କରାଯାଉଥିବା ଜଣାପଡ଼ିଛି। କୁହାଯାଉଛି, ଏମ୍‌ଆଇଟିଆର୍‌ଏ କେନ୍ଦ୍ରର ନୀତି ଆୟୋଗ ସହ ସମତୂଲ୍ୟ। ଗୁଞ୍ଜରଣ ପ୍ରକାଶ ପାଇଛି ଯେ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଉଭୟ ପରଦେଶୀଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିଛନ୍ତି। ତେବେ ନୀତି ଆୟୋଗର ମୁଖ୍ୟ ପ୍ରଧାନମନ୍ତ୍ରୀ ରହିଥିବାବେଳେ ଏମ୍‌ଆଇଟିଆର୍‌ଏର ମୁଖ୍ୟ ରହିବେ ମୁଖ୍ୟମନ୍ତ୍ରୀ। ପରଦେଶୀ ମ୍ୟୁନିସିପାଲ କମିଶନର ଥିବା ସମୟରେ ତାଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ଝଗଡ଼ା କରିଥିଲେ ଓ ଅକସ୍ମାତ ତାଙ୍କୁ ଯୁଗ୍ମ ମୁଖ୍ୟ ସଚିବ(ସହରବିକାଶ) ଭାବେ ବଦଳି କରାଯାଇଥିଲା। କିନ୍ତୁ ସେ ଏହି ପଦବୀରେ ଯୋଗ ଦେବା ପାଇଁ ମନା କରିଦେଇଥିଲେ। ଅନ୍ୟପକ୍ଷରେ, ଜାତିସଂଘକୁ ଡେପୁଟେଶନରେ ଯିବାକୁ ଚାହଁିଥିଲେ। ଗତ ବର୍ଷ ଫେବୃୟାରୀରେ ରାଜ୍ୟ ମୁଖ୍ୟ ସଚିବ ହେବାର ସୁଯୋଗ ହରାଇବା ପରେ ସେ ସ୍ବେଚ୍ଛାକୃତ ଭାବେ ସେବାରୁ ଇସ୍ତଫା ଦେଇଥିଲେ। ପରେ ତାଙ୍କୁ ନ୍ୟାଶନାଲ କାପାସିଟି ବଲ୍ଡିଂ କମିଶନର ଜଣେ ସଦସ୍ୟ ଭାବେ ଅଣାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ, ଏହି ଅବସରପ୍ରାପ୍ତ ବାବୁଙ୍କ ଥଇଥାନ ପ୍ରକ୍ରିୟାରେ ଭଲ ଅଗ୍ରଗତି ହୋଇଛି।
ମାନ୍‌ଙ୍କ ଅଭିଯୋଗ
ପଞ୍ଜାବ କ୍ୟାଡର ଆଇପିଏସ୍‌ ଅଧିକାରୀ କେ.ଏସ୍‌. ଚହଲଙ୍କର ମୂଳ କ୍ୟାଡରକୁ ହଠାତ୍‌ ପ୍ରତ୍ୟାବର୍ତ୍ତନ ପରେ ତାଙ୍କ ସ୍ଥାନରେ ହରିୟାଣା କ୍ୟାଡର ଆଇପିଏସ୍‌ ଅଧିକାରୀ ମନୀଷା ଚୌଧୁରୀଙ୍କୁ ଅବସ୍ଥାପିତ କରାଯାଇଛି। ଏହାକୁ ନେଇ ପଞ୍ଜାବ ଓ ହରିୟାଣା ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି। ଚୌଧୁରୀଙ୍କୁ ପଞ୍ଜାବ ରାଜ୍ୟପାଳ ତଥା ଚଣ୍ଡିଗଡ଼ ଆଡ୍‌ମିନିଷ୍ଟ୍ରେଟର ବଓ୍ବଁରି ଲାଲ ପୁରୋହିତ ନିଯୁକ୍ତ କରିଛନ୍ତି ା ଚଣ୍ଡିଗଡ଼ର ଏବକାର ପ୍ରଶାସନିକ ବ୍ୟବସ୍ଥାରେ ଗୃହ ସଚିବ ଓ ଉପ କମିଶନର ପଦବୀ ହରିୟାଣା କ୍ୟାଡର ଅଧିକାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଅର୍ଥ ସଚିବ ଓଏସ୍‌ଏସ୍‌ପି ପଦବୀଗୁଡ଼ିକ ପଞ୍ଜାବ କ୍ୟାଡର ଅଧିକାରୀମାନଙ୍କ ପାଇଁ ନିର୍ଦ୍ଧାରିତ କରାଯାଇଥିଲା। ବାସ୍ତବରେ ପଞ୍ଜାବ ଲାଗି ସଂରକ୍ଷିତ ଏକ ପଦବୀରେ ଚୌଧୁରୀଙ୍କ ନିଯୁକ୍ତିକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଚହଲଙ୍କ ବଦଳରେ ଯଦି ଜଣେ ପଞ୍ଜାବ କ୍ୟାଡର ଅଧିକାରୀଙ୍କୁ ଅବସ୍ଥାବିତ କରାଯାଇଥାଆନ୍ତା ତେବେ ତାହାକୁ ନିୟମିତ ଅଦଳବଦଳ ପ୍ରକ୍ରିୟା ଭାବେ ଦେଖାଯାଇଥାଆନ୍ତା। କିନ୍ତୁ ରାଜ୍ୟପାଳଙ୍କର ଏହା ଏକ ଉତ୍ତେଜକ ପଦକ୍ଷେପ ଏବଂ ପଞ୍ଜାବ ଓ ହରିୟାଣା ମଧ୍ୟରେ ରହିଥିବା ଦୀର୍ଘ ଦଶନ୍ଧିର ପୁରୁଣା ବ୍ୟବସ୍ଥାକୁ ଭାଙ୍ଗିଦିଆଯାଇଥିବା ଅଭିଯୋଗ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ବିବାଦ ଠିଆ କରିଛନ୍ତି। ମାନ୍‌ଙ୍କ ଅଭିଯୋଗ ଫଳରେ ରାଜ୍ୟପାଳ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ଚହଲଙ୍କ ପ୍ରତ୍ୟାବର୍ତ୍ତନ ନିଷ୍ପତ୍ତି ତାଙ୍କର ଦୁର୍ବ୍ୟବହାର ଅଭିଯୋଗକୁ ଆଧାର କରି ନିଆଯାଇଥିଲା; ଯାହା ପଞ୍ଜାବ ମୁଖ୍ୟ ସଚିବ ଭି.କେ.ଯାଞ୍ଜୁଆ ଭଲ ଭାବେ ଅବଗତ। କିନ୍ତୁ ମାନ୍‌ ଘଟଣାକୁ ସହଜରେ ଛାଡ଼ିଦେଇନାହାନ୍ତି। ଜଣାପଡ଼ିଛି ଯେ,ଏହି ଘଟଣାରେ କେବଳ ପଞ୍ଜାବ ସରକାର ରାଜ୍ୟପାଳଙ୍କୁ ବିରୋଧ କରିନାହାନ୍ତି, ବରଂ ଚଣ୍ଡିଗଡ଼ ଏସ୍‌ଏସ୍‌ପି ପଦବୀ ପାଇଁ ଚୟନ କରିବା ଲାଗି ସେ ରାଜ୍ୟପାଳଙ୍କ ପାଇଁ ୩ ଜଣ ଅଧିକାରୀଙ୍କ ତାଲିକା ପଠାଉଛନ୍ତି। ତେବେ ଏହିସବୁ ଆକ୍ରାମକ ରଣନୀତି ଆପଣାଇ ମାନ୍‌ ବିଜୟୀ ହେବେ କି?
ଅବାଞ୍ଛିତ ବିଳମ୍ବ
ଦୀର୍ଘଦିନର ବିଳମ୍ବ ପରେ ନିକଟରେ ସରକାର ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌( ବିପିସିଏଲ୍‌)ର ପୂର୍ବତନ ସିଏମ୍‌ଡି ଅରୁଣ କୁମାର ସିଂଙ୍କୁ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ କମିଶନ( ଓଏନ୍‌ଜିସି)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିବା ବିଷୟ ଉକ୍ତ ସ୍ତମ୍ଭରେ ପୂର୍ବରୁ ଉଲ୍ଲେଖ କରାଯାଇଥିଲା । ଏହାର ପ୍ରକୃତ ରହସ୍ୟ ଜଣାପଡ଼ି ନ ଥିଲେ ବି ଏବେ ଯାଏ ସବୁ ଠିକ୍‌ଠାକ୍‌ ଅଛି। ତଥାପି ରାଷ୍ଟ୍ରାୟତ୍ତ ଉଦ୍ୟୋଗ( ପିଏସ୍‌ୟୁ)ଗୁଡ଼ିକରେ ଏଯାବତ୍‌ ସିଏମ୍‌ଡି, ଏମ୍‌ଡିର ଓ ପୂର୍ଣ୍ଣକାଳିକ ନିର୍ଦ୍ଦେଶକର ୭୨ଟି ପଦବୀ ଖାଲି ରହିଛି, ଯାହା ଚିନ୍ତାଜନକ। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡ.ଭଗଓ୍ବତ କ୍ରିଷ୍ଣାରାଓ ପାର୍ଲାମେଣ୍ଟରେ ମନ୍ତବ୍ୟ ଦେଇଥିଲେ ଯେ, ଲଗାତର ଭାବେ ଚୟନ ପ୍ର୍ରକ୍ରିୟା ଜାରି ରହିଛି। ଯଦି ଆମେ ତାଙ୍କର ଉକ୍ତ ମନ୍ତବ୍ୟକୁ ଗ୍ରହଣ କରିବା, ତେବେ ନିୟମିତ ଭାବେ ଏହି ସବୁ ପଦବୀରେ ନିଯୁକ୍ତିର ବିଳମ୍ବକୁ ଦେଖିଲେ ଚୟନ ପ୍ରକ୍ରିୟାର ଦକ୍ଷତା ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ। କୁହାଯାଉଛି ଯେ, ପ୍ରମୁଖ ପିଏସ୍‌ୟୁଗୁଡ଼ିକରେ ପୂର୍ଣ୍ଣକାଳିକ ନେତୃତ୍ୱ ରହୁ ନ ଥିବା କାରଣରୁ ଅର୍ଥ ବ୍ୟବସ୍ଥାର କ୍ଷତି ହେଉଛି। ଏହି ସବୁ ପଦବୀ ଲାଗି ବିଭିନ୍ନ ମନ୍ତ୍ରଣାଳୟର ଭିନ୍ନ ଭିନ୍ନ ସର୍ତ୍ତ ରହିଛି। ଅର୍ଥ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ,ରାଷ୍ଟ୍ରାୟତ୍ତ କମ୍ପାନୀର ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୫ ବର୍ଷ ହେବା ଉଚିତ ଓ ରାଷ୍ଟ୍ରାୟତ୍ତ ୧୨ଟି ବ୍ୟାଙ୍କ ପାଇଁ ଏହାକୁ ୧୦ ବର୍ଷ ପର୍ଯ୍ୟନ୍ତ ବଢାଯାଇପାରିବ। ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ତା’ଅଧୀନରେ ରହିଥିବା କମ୍ପାନୀଗୁଡ଼ିକ ପାଇଁ ୩ ବର୍ଷ କାର୍ଯ୍ୟକାଳ ସ୍ଥିର କରିଥିବାବେଳେ ଶକ୍ତି ମନ୍ତ୍ରଣାଳୟ ଏଯାବତ ନିଷ୍ପତ୍ତି ନେଇନାହିଁ। ପିଏସ୍‌ୟୁରେ ମୁଖ୍ୟ ପଦବୀଗୁଡ଼ିକରେ ଅବାଞ୍ଛିତ ବିଳମ୍ବ ଦୂର କରିବା ପାଇଁ ଚୟନ ପ୍ରକ୍ରିୟା ସହ ଏହିସବୁ ମୌଳିକ ନିଷ୍ପତ୍ତି ଉପରେ ତୁରନ୍ତ ସମାଧାନ କରାଯିବା ଉଚିତ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?