ଟିକା ପରେ ବି ଟିକେ ଅପେକ୍ଷା କର

ସହଦେବ ସାହୁ

ଲୋକେ ଟିକା ନେଲେଣି, ଏଣିକି ଯୁଆଡ଼େ ସିଆଡ଼େ ଯିବା-ଏମିତି ନିରାପଦ ଅବସ୍ଥା ଆସିଗଲା ବୋଲି ଭାବନ୍ତୁ ନାହିଁ। ଏବେ ଡାକ୍ତର ଡାକ୍ତରାଣୀ ତ ଟିକା ନେଲେଣି, ସ୍ବାସ୍ଥ୍ୟ ସେବକ ସେବିକାମାନେ ଟିକା ନେଇ ସାରିଲେଣି, ତେଣୁ ସେମାନଙ୍କ ସାଙ୍ଗରେ ମିଶିବା ତ? କିଛିଦିନ ଭିତରେ ଜେଜେମା’ ଜେଜେବାପା କି ଆଈ ଅଜା ବି ଟିକା ନେଇ ସାରିଥିବେ, ତା’ ପରେ ଆମ ମା’ ବାପା, ଶାଶୁ ଶ୍ୱଶୁର ଟିକା ନେବେ। ଏଥର ଛୁଟି କଟାଇବାକୁ ବିମାନରେ ଯିବା ତ! ଟିକା ନେଇଥିବା ଲୋକଙ୍କ ସାଙ୍ଗରେ ମିଶିଲେ କ୍ଷତି ଅଛି କି ?
ଯୁବତୀ ଯୁବକମାନେ ଟିକା ନେବାକୁ ବର୍ଷେ ପାଖାପାଖି ଲାଗିଯିବ, ଟିକା ନେଇ ନ ଥିବା ଲୋକ ଟିକା ନେଇଥିବା ଡାକ୍ତର ଓ ସେବକମାନଙ୍କ ସହ ପାଖାପାଖି ବସିପାରିବୁ କି? ପିଲାମାନେ ଟିକା ନେବାର ବେଳ କେବେ ଆସିବ ଜଣାନାହିଁ, ନିକଟ ଭବିଷ୍ୟତରେ ଟିକା ନେବେ ନାହିଁ, କାରଣ ପିଲାମାନଙ୍କ ଉପରେ ଏ ଟିକା ପରୀକ୍ଷିତ ହୋଇନାହିଁ, ଫଳ କ’ଣ ହେବ ଜଣାନାହିଁ। ଏତିକି ଜଣାପଡିଛି ଯେ, ପିଲାମାନଙ୍କଠାରେ କରୋନା ଭୂତାଣୁର ପ୍ରତିକୂଳ ପ୍ରଭାବ ବେଶି କିଛି ପଡ଼ୁନାହିଁ। ପିଲାମାନଙ୍କ ଦେହରେ ସେମାନଙ୍କ ରୋଗପ୍ରତିରୋଧକ ଶକ୍ତି ବେଶ୍‌ କାମ କରୁଛି। କରୋନାକୁ ରୋକିପାରୁଛି । ଏବେ ସେମାନଙ୍କୁ ଟିକା ଦିଆଯିବ ନାହିଁ ା ଜେଜେମା’ ଜେଜେବାପା କି ଆଈ ଅଜାଙ୍କ କୋଳରେ ନାତୁଣୀ ନାତିମାନେ ଖେଳିପାରିବେନି କି ? ପିଲାମାନେ ବିକଳ ହେଲେଣି ସେମାନଙ୍କ କୋଳରେ କେବେ ବସିବେ।
ପିଲାମାନେ ପଚାରୁଛନ୍ତି ଏବେ ମୋ ଡାକ୍ତର ମା’ ତ ଟିକା ନେଇଗଲାଣି, ମୁଁ ତା’ କୋଳରେ ଖେଳିବାକୁ ଚାହୁଁଛି। ଘର ଭିତରେ କି ବିମାନ ଭିତରେ ମାସ୍କ ନ ପିନ୍ଧି ଯାଇ ହେବ କି? ଆମେ କ’ଣ ଅପେକ୍ଷା କରିବା ସମସ୍ତେ ଟିକା ନେଇ ସାରିଲା ପର୍ଯ୍ୟନ୍ତ? ବର୍ଷେ ହେଲା ଚୁପ୍‌ଚାପ୍‌ ରହିଛୁ, ଆଉ କେତେ ଦିନ ରହିବୁ। ଆମେ କ’ଣ ଭାଗ ଭାଗ ହୋଇ ମିଶିବା।
ଯୁକ୍ତରାଷ୍ଟ୍ର ଆମେରିକା ଦୁଇଟି କରୋନା ଭାଇରସ ଟିକା ବ୍ୟବହାରର ଅନୁମତି ଦେଇଛି, ଫାଇଜର-ବୋୟୋଟେକ୍‌ ଏବଂ ମଡର୍ନା। ଆମ ଦେଶରେ ଭାରତ ବୋୟୋଟେକ୍‌ଙ୍କ କୋଭାକ୍ସିନ୍‌କୁ ଓ ସେରମ୍‌ ଇନ୍‌ଷ୍ଟିିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଦ୍ୱାରା ତିଆରି ଅକ୍ସଫୋର୍ଡ-ଅଷ୍ଟ୍ରାଜେନେକାଙ୍କ କୋଭିଶିଲ୍ଡକୁ ଜରୁରୀ ବ୍ୟବହାର ପାଇଁ ସୀମିତ କରି ସରକାର ଅନୁମତି ଦେଇଥିଲେ। ୨୦୨୧ ଜାନୁୟାରୀ ୯ରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକ ଟିକା ନେବେ। ପିପିଇ କିଟ୍‌ସ, ମାସ୍କ, ଭେଣ୍ଟିଲେଟର ଓ ଟେଷ୍ଟିଂ କିଟ୍‌ ଆଗରୁ ଆମଦାନୀ କରୁଥିବା ବେଳେ ଏବେ ଆତ୍ମନିର୍ଭର ହୋଇଥିବା ଭାରତ ସାରା ଦୁନିଆକୁ ରକ୍ଷା କରିପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଆଗଧାଡ଼ିର ଓ ଅତ୍ୟାବଶ୍ୟକ ୨ କୋଟି କର୍ମଚାରୀଙ୍କ ସହିତ ୫୦ରୁ ବୟସାଧିକ ତଥା ଦୁରାରୋଗଗ୍ରସ୍ତ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ। ପ୍ରସଙ୍ଗ କ୍ରମେ କୁହାଯାଇପାରେ ଯେ, ବିଶ୍ୱରେ ଭାରତ ଏକମାତ୍ର ଗଣତନ୍ତ୍ର; ଯିଏ ମହାମାରୀରେ ଶକ୍ତରୁ ଆହୁରି ଶକ୍ତ ହୋଇପାରୁଛି। ସ୍ବାଧୀନତା ପାଇବା ବେଳେ ଏଭଳି ଏକ ଗରିବ ଓ ଅଶିକ୍ଷିତ ଦେଶ ଦିନେ ଭୁଶୁଡ଼ି ପଡ଼ିବ ବୋଲି କହୁଥିବା ଲୋକେ ଏବେ ଦେଖନ୍ତୁ କିପରି ତାହା ବିଶ୍ୱର ଟିକା ଓ ଔଷଧର କାରଖାନା ହୋଇପଡ଼ିଛି।
କିନ୍ତୁ ପ୍ରଶ୍ନ ରହିଛି ଟିକା ଆସିଗଲେ କ’ଣ ଲୋକେ ସୁରୁଖୁରୁରେ ବୁଲାବୁଲି କରିପାରିବେ? ସଂକ୍ରମଣର ଭୟ ଆଉ ରହିବ ନାହିଁ? ଟିକା ନେଲେ କ’ଣ ଲୋକଟି କାହାକୁ ସଂକ୍ରମିତ କରିବ ନାହିଁ? କିନ୍ତୁ ଆମେ ଜାଣୁ ଯେ ଲକ୍ଷଣ ଦେଖାଉ ନ ଥିବା ଲୋକ ବି କରୋନା ଭୂତାଣୁ ଛାଡ଼ିପାରେ, ତା’ ହେଲେ ଟିକାନେଇଥିବା ଲୋକ ଦେହରେ ବି ଭୂତାଣୁ ଥାଇପାରେ ଓ ସେ ଭୂତାଣୁ ବିଛୁଡ଼ି ପାରେ। ତାହାଛଡ଼ା ଏଯାବତ୍‌ ଯାହା ଟିକା ଦିଆଯାଉଛି ତାହା ଜରୁରିକାଳୀନ ବ୍ୟବହାର ପାଇଁ ଅର୍ଥାତ୍‌ ପରୀକ୍ଷାମୂଳକ ଭାବେ ଦିଆଚାଲିଛି, ସେଗୁଡ଼ିକର ଫଳକୁ ଅପେକ୍ଷା। ଅବଶ୍ୟ ଇତିମଧ୍ୟରେ ପ୍ରଥମ ପାନ (ଡୋଜ୍‌) ଟିକାର ଖରାପ ଫଳ ପ୍ରାୟ ମିଳିନାହିଁ। ତେଣୁ କିଛିଦିନ ଅପେକ୍ଷା କରିବାକୁ ପଡ଼ିବ; ଯେତେବେଳେ ଆମେ ଭୂତାଣୁରୁ ମୁକ୍ତ ହେଲୁଣୁ ବୋଲି କହିପାରିବା । ପୁଣି ୧୬ରୁ କମ୍‌ ବୟସର ପିଲାଙ୍କୁ ଟିକା ଦିଆଯିବ ନାହିଁ, ଯେପର୍ଯ୍ୟନ୍ତ ଅନ୍ୟ ସମସ୍ତଙ୍କୁ ଟିକାଦିଆ ନ ସରିଛି। କାରଣ ପିଲାଙ୍କୁ ସହଜରେ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ କରେ ନାହିଁ। ଘରେ ଥିବା ସବୁ ବୟସ୍କ ଲୋକେ ଟିକା ନେଇଗଲେ ତୁମେ ନିରାପଦ ମନେକର ନାହିଁ। ଅନ୍ତତଃ ଏବେ ନୁହେଁ।
ଏ ତ ହେଲା ଆମ ଦେଶର କଥା। ପୃଥିବୀ କଥା ଦେଖନ୍ତୁ। ଗୋଟିଏ ବର୍ଷ ଭିତରେ କୋଭିଡ୍‌ ମହାମାରୀ କୋଟିଏ ଷାଠିଏ ଲକ୍ଷ ଲୋକଙ୍କ ଜୀବନ ନେଲାଣି ବୋଲି ଜାତିସଂଘ କହୁଛି। ଜାତିସଂଘର ୭୫ ବର୍ଷ ଜୀବନକାଳ ଭିତରେ ଏହା ହେଉଛି ସବୁଠାରୁ ବଡ଼ ସ୍ବାସ୍ଥ୍ୟ ସଙ୍କଟ। କିନ୍ତୁ ଜାତିସଂଘକୁ ସାହସିକ ପଦକ୍ଷେପ ନେବା ପାଇଁ ଧନୀ ଦେଶମାନେ ଅନୁମତି ଦେଉନାହାନ୍ତି।
ବର୍ତ୍ତମାନ ଦରକାର ଜନତାର ଟିକା। ଏହାର ମାନେ ଜାତିସଂଘ ଏପରି ଏକ ଟିକା ଉପରେ ଜୋର୍‌ ଦେବା କଥା, ଯାହା କି ଗରିବତମ ଲୋକର ହାତ ପାହାନ୍ତାରେ ମିଳିବ। କିନ୍ତୁ ତାହା ହେଉନାହିଁ। ଡିସେମ୍ବର ୧୦ର ଏକ ଖବରରୁ ଆମେ ଜାଣିଲୁ ଯେ ସେତେବେଳର ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କର ତିନିଜଣ ରାଜନୈତିକ ବନ୍ଧୁ ଭୂତାଣୁ ଦ୍ୱାରା ସଂକ୍ରମଣ ହେଲାକ୍ଷଣି ଅଳ୍ପଦିନ ଭିତରେ ଭଲ ହୋଇଗଲେ, କାରଣ ସେମାନଙ୍କୁ ଯେଉଁ ଔଷଧ ଦିଆଗଲା ତାହା ବିରଳ ଓ ଅତି ବ୍ୟୟବହୁଳ, ଅନ୍ୟ କୌଣସିି ଆମେରିକୀୟକୁ ମିଳୁନାହିଁ। ଫଳରେ ଲୋକେ କହୁଛନ୍ତି କୋଭିଡ୍‌-୧୯ର ଔଷଧ ହେଉଛି ଥିଲାବାଲାଙ୍କ ଔଷଧ। ଆମେରିକାରେ ଲୋକେ ଥର ଥର କରି ପାଞ୍ଚ ଥର ପାଇବା ପରିମାଣର ଟିକା ମହଜୁଦ ହେବ ଅଥଚ ଆଫ୍ରିକାରେ ଗୋଟିଏ ବି ଟିକା ମିଳିବ ନାହିଁ। ଆମେ ପ୍ରବଳ ବେଗରେ ‘ଟିକା ରାଷ୍ଟ୍ରୀୟତା’ ଦେଖିବାକୁ ପାଉଛୁ। ଏହାର ଗୋଟିଏ ସମାଧାନ ହେଉଛି ଯେ ଟିକା ଉପତ୍ାଦନର ସମସ୍ତ ଖର୍ଚ୍ଚ ସରକାର ବହନ କରନ୍ତୁ। ଅର୍ଥାତ୍‌ ଟିକା ମାଗଣାରେ ଲୋକଙ୍କୁ ମିଳୁ। ସାର୍ବଜନୀନ ସ୍ବାସ୍ଥ୍ୟ ଯୋଜନା ବା ୟୁନିଭର୍ସାଲ ହେଲ୍‌ଥ କଭରେଜ୍‌ ମାନେ ହେଉଛି ରୋଗକୁ ଲଢ଼ିବାର ସମାନ କ୍ଷମତା ପ୍ରତିଲୋକଙ୍କୁ ମିଳୁ। କ୍ୱାଲିଟି ହେଲ୍‌ଥ ବା ଉତ୍ତମ ସ୍ବାସ୍ଥ୍ୟ କେବଳ ହାୟେଷ୍ଟ ବିଡର୍‌ ବା ସର୍ବୋଚ୍ଚ ନିଲାମଧାରୀକୁ ନ ମିଳୁ।
ଆମେ କୌଣସି ମହାମାରୀକୁ ରୋକିପାରିବା ନାହିଁ, ଯଦି ପ୍ରତ୍ୟେକ ଧନୀ ରାଷ୍ଟ୍ର ଗରିବ ରାଷ୍ଟ୍ର ସହିତ ସହଯୋଗ ନ କରେ ଏବଂ ପ୍ରତ୍ୟେକ ଧନୀ ଗରିବ ପ୍ରତି ସହାନୁଭୂତି ନ ଦେଖାଏ। ଏ ଦିଗରେ ଗୋଟିଏ ଆଲୋକ ଦିଶୁଛି ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ହୁ) ଅଧୀନରେ କୋଆଲିସନ୍‌ ଫର୍‌ ଏପିଡେମିକ୍‌ ପ୍ରିପାର୍ଡନେସ୍‌ ଇନୋଭେସନ (ସିଇପିଆଇ) ଜିଏଭିଆ, ଗାଭିଭାକ୍ସିନ ଆଲାଏନ୍ସ, ୟୁରୋପିଆନ୍‌ କମିଶନ୍‌ ଓ ଫ୍ରାନ୍ସ ସମସ୍ତେ ମିଶି କୋଭାକ୍ସ ନାମକ ଏକ ପ୍ରକଳ୍ପ ଆରମ୍ଭ କରିଛନ୍ତି। ଏହାର ଉଦ୍ଦେଶ୍ୟ କୋଭିଡ୍‌-୧୯ର ଟିକା ସମସ୍ତଙ୍କୁ ବାଣ୍ଟିବେ। କୋଭାକ୍ସ ଲକ୍ଷ୍ୟ ରଖିଛି ଯେ, ୨୦୨୧ ଶେଷସୁଦ୍ଧା ଜାତି ଧର୍ମ ବର୍ଣ୍ଣ ଓ ରାଜନୈତିକ ସମ୍ପୃକ୍ତି ନିର୍ବିଶେଷରେ ୨୦୦ କୋଟି କୋଭିଡ୍‌-୧୯ ଟିକା ବାଣ୍ଟିବ।
ସମସ୍ତେ ଦିନେ ମରିବା- ଏ ବାସ୍ତବତାରୁ ଆମେ ମୁକୁଳିପାରିବା ନାହିଁ ମାନେ ନୁହେଁ ଯେ ଗରିବ ଓ ଅବହେଳିତମାନଙ୍କୁ ଅକାଳରେ ମାରିଦେବା! ଯେ ପର୍ଯ୍ୟନ୍ତ ଗରିବମାନଙ୍କୁ ଟିକା ନ ମିଳିଛି ମହାମାରୀର ଅନ୍ତ ହେବ ନାହିଁ।
ଇମେଲ୍‌: sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri