ଛାତ୍ରୀନିବାସରେ ରାତିରେ ରହୁନାହାନ୍ତି ୱାଡେନ

କେସିଙ୍ଗା,୧୦ା୮(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୨୦୦୬ରେ ସ୍ଥାପିତ ହୋଇଛି। ଛାତ୍ରୀନିବାସରେ ରାତିରେ ୱାଡେନ ରହୁ ନ ଥିବା ଅଭିଭାବକମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ବିଦ୍ୟାଳୟରେ ୨୦୦ଜଣ ଜନଜାତି, ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପଛୁଆବର୍ଗର ଛାତ୍ରୀଙ୍କ ପାଇଁ ଛାତ୍ରୀନିବାସୀ ରହିଛି। ଛତ୍ରୀନିବାସରେ ଜଣେ ହେଡ୍‌ କୁକର, ଜଣେ ଅତିରିକ୍ତ କୁକର, ୨ଜଣ ପାର୍ଟ ଟାଇମ ଶିକ୍ଷକ, ଜଣେ ଆଟେଣ୍ଡେଣ୍ଟ, ଜଣେ ୱାଡେନ ଓ ଜଣେ ଆକାଉଣ୍ଟ ରହିବା କଥା। ଏଥି ମଧ୍ୟରୁ ୨ ବର୍ଷ ହେଲା ଆକାଉଣ୍ଟ ପଦବୀ ଖାଲି ରହିଛି। ଛାତ୍ରୀ ନିବାସରେ ବର୍ତ୍ତମାନ ୧୦୬ଜଣ ଛାତ୍ରୀ ରହିଛନ୍ତି। ୨୦୧୦ରୁ ଜଣେ ମହିଳା ୱାଡେନ କାର୍ଯ୍ୟ କରି ଆସୁଛନ୍ତି।
ଛାତ୍ରୀନିବାସରେ ୱାଡେନ ୨୪ ଘଣ୍ଟା ଛାତ୍ରୀମାନଙ୍କ ସୁରକ୍ଷା ଦେବା, ସେମାନଙ୍କ ଖାଦ୍ୟ ପେୟଠାରୁ ସକାଳୁ ସା ଓ ରାତିିରେ ତାଙ୍କ ସହିତ ଶୋଇବା ନିୟମ ରହିଛି। କିନ୍ତୁ ରାତିରେ ୱାଡେନ ଛାତ୍ରୀନିବାସରେ ନ ଘରେ ରହୁଥିବା ଏବଂ ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିବାବକମାନେ ଅଭିଯୋଗ କରିଛନ୍ତି। ଏଠାରେ ସମୁଦାୟ ୧୦୬ଜଣ ଛାତ୍ରୀ ରହୁଛନ୍ତି। ରାତିରେ ରହୁ ନ ଥିବାରୁ ୱାଡେନଙ୍କୁ ବଦଳି କରାଯିବା ପାଇଁ ଅଭିଭାବକମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସ୍କୁଲ ଶିକ୍ଷା କମିଟି ସଭାପତି କମଳ ବନଛୋରଙ୍କୁ ପଚାରିବାରୁ ୱାଡେନ ଛାତ୍ରୀ ନିବାସରେ ରହୁନାହାନ୍ତି। ୱାଡେନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବା କଥା ବୋଲି କହିଛନ୍ତି। ୱାଡେନ ବନ୍ଧନା ସାହୁଙ୍କୁ ପଚାରିବାରୁ ମୋର ଦେହ ଠିକ ରହୁ ନ ଥିବାରୁ ଛାତ୍ରୀନିବା ସବୁ କାମ ସାରି ରାତ୍ରି ୧୧ଟା ପରେ ଘରକୁ ଯାଉଛି, ପୁଣି ସକାଳେ ଆସି ନିୟମିତ କାର୍ଯ୍ୟ କରୁଛି। ମୁଁ ଛାତ୍ରୀମାନଙ୍କୁ କେବେବି ଦୁର୍ବ୍ୟବହାର କରିନାହିଁ, ରାତିରେ ଅନ୍ୟ କର୍ମଚାରୀଙ୍କୁ ଦାୟିତ୍ୱ ଦେଇ ଘରେ ରହୁଛି ବୋଲି କହିଥିଲେ। ଏ ସଂକ୍ରାନ୍ତରେ ପ୍ରଧାନ ଶିକ୍ଷୟିତ୍ରୀ ଅହଲ୍ୟା ମାଝିଙ୍କୁ ପଚାରିବାରୁ ରାତ୍ରିରେ ଛାତ୍ରୀନିବାସରେ ୱାଡେନ ଛାତ୍ରୀମାନଙ୍କ ସହିତ ରାତିରେ ନିୟମିତ ରହୁନାହାନ୍ତି, ମୁଁ ନିଜେ ଛାତ୍ରୀମାନଙ୍କୁ ସୁରକ୍ଷା ଦେବା ସହିତ ଖାଦ୍ୟପେୟ, ମେଡ଼ିକାଲ ନେବା ଆଣିବା କାର୍ଯ୍ୟ କରୁଛି। ଅଭିଭାବକଙ୍କ ଅଭିଯୋଗ ଡିପିସିଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ନିକଟରେ ସବୁ ସମସ୍ୟା ଜଣେଇ ଦେଇଛି। ଡିପିସି ଭୁବନେଶ୍ୱର ଯାଇଛନ୍ତି, ଆସିଲେ ବିଚାର କରିବେ, ବର୍ତ୍ତମାନ ମୁଁ ହଷ୍ଟେଲ ଦାୟିତ୍ୱ ନେଇ ରହୁଛି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ଲକ୍ଷ ଟଙ୍କାରେ ଭଡା କରି ଆଣିଥିଲେ : ଅଧାବାଟରେ ୫୦ ପ୍ରବାସୀଙ୍କୁ ଛାଡି ଚାଲିଗଲା ବସ୍‌

ବାଲିଗୁଡା/କୋଟଗଡ,୧୬ା୫(ଡି.ଏନ୍‌.ଏ.)- ପୁଣି ସାମ୍ନାକୁ ଆସିଲା ପ୍ରବାସୀ ଓଡ଼ିଆଙ୍କ ଦୁଃଖ। ତାମିଲନାଡୁରୁ ବସ୍‌ ଭଡା କରି ୫୧ଜଣ ପ୍ରବାସୀ ଓଡ଼ିଆ କଳାହାଣ୍ଡି ଜିଲା ଏମ୍‌.ରାମପୁର ଫେରୁଥିବାବେଳେ ଶନିବାର...

ଝାରସୁଗୁଡ଼ାରୁ ଭୁବନେଶ୍ୱର, କୋଲକାତାକୁ ବିମାନ ସେବା ଆରମ୍ଭ

ଝାରସୁଗୁଡା ଅଫିସ,୧।୬: ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସୋମବାର ଠାରୁ ଭୁବନେଶ୍ୱର ଓ କୋଲକାତାକୁ ବିମାନ ଚଳାଚଳ ଆରମ୍ଭ ହୋଇଛି। ଗତ ମେ’ ୨୫ରୁ...

ରାଜ୍ୟ ଖାଦ୍ୟ ସୁରକ୍ଷା ସେବା ଯୋଜନାରେ ୬୬୦ ହିତାଧିକାରୀ ସାମିଲ

ସାକ୍ଷୀଗୋପାଳ,୬।୧୨(ଡି.ଏନ୍‌.ଏ.) : ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପଡ଼ିଥିବା ୬୬୦ ହିତାଧିକାରୀ ରାଜ୍ୟ ଖାଦ୍ୟ ସୁରକ୍ଷା ସେବାରେ ସାମିଲ କରାଯାଇଛି। ଏହ ସମସ୍ତ ପରିବାରକୁ...

ବିପଦସଙ୍କୁଳ ଅବସ୍ଥାରେ ସୋନପୁର ରାଜପ୍ରାସାଦ

ସୋନପୁର,୨୩।୧୦(ନି.ପ୍ର.): ମହାନଦୀ କୂଳରେ ଥିବା ସୋନପୁର ରାଜପ୍ରାସାଦ ରକ୍ଷଣାବେକ୍ଷଣ ଅଭାବରୁ ଏବେ ବିପଦସଙ୍କୁଳ ଅବସ୍ଥାରେ ଅଛି। ପ୍ରତିଦିନ ରାଜପ୍ରାସାଦରୁ ଇଟା ଓ କଂକ୍ରିଟ୍‌ ଖଣ୍ଡ ଖସୁଛି।...

ନୂଆବର୍ଷରେ ମିଳିବନି ଜଗା ଦର୍ଶନ

ପୁରୀ ଅଫିସ,୧୦।୧୨: ନିଳାଦ୍ରୀ ଭକ୍ତନିବାସ ପରିସରରେ ଶୁକ୍ରବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ଓ ନୀତି ସବ୍‌କମିଟି ବୈଠକ ଅନୁଷ୍ଠିତ...

ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼, ଛଡେଇ ନେଲେ ଭୋଟବାକ୍ସ

ଭଦ୍ରକ ଅଫିସ,୨୦।୨: ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ରବିବାର ଥିଲା ତୃତୀୟ ପର୍ଯ୍ୟାୟ ମତଦାନ। କୋହ୍ଲ ପଞ୍ଚାୟତର ୪ ନନମ୍ବର ବୁଥ୍‌ରେ ଉତ୍ତେଜନା ଦେଖାଦେଇଛି। ବାଲଟ...

ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ: ୭୫ ଦାଦନ ଶ୍ରମିକ, ୧୦ ନାବାଳକଙ୍କୁ ଉଦ୍ଧାର କଲା ପୋଲିସ

ଖଡିଆଳ,୪।୧: ନୂଆପଡ଼ା ଜିଲା ଖଡିଆଳ ଥାନା ଅଧିନ ରାଣୀପୁର ନିକଟରେ ଥିବା ଏକ ଢ଼ାବା ପାଖରୁ ଖଡିଆଳ ପୋଲିସ ସୋମବାର ୭୫ ଜଣ ଦାଦନ ଶ୍ରମିକ...

୪୫୫ ପ୍ରଶିକ୍ଷାର୍ଥୀ ନାବିକଙ୍କ ପାସିଂ ଆଉଟ ପରେଡ୍‌

ବାଲୁଗାଁ,୬।୧(ଡି.ଏନ୍‌.ଏ.): ଭାରତୀୟ ନୌସେନା ବିଭାଗ ଚିଲିକା ଶାଖା ତାଲିମ କେନ୍ଦ୍ରରେ ମଙ୍ଗଳବାର ୪୫୫ଜଣ ପ୍ରଶିକ୍ଷାର୍ଥୀ ନାବିକଙ୍କ ପାସିଂ ଆଉଟ୍‌ ପରେଡ୍‌ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ...

Advertisement
Archives

Model This Week