ଛାତ୍ରୀନିବାସରେ ରାତିରେ ରହୁନାହାନ୍ତି ୱାଡେନ

କେସିଙ୍ଗା,୧୦ା୮(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୨୦୦୬ରେ ସ୍ଥାପିତ ହୋଇଛି। ଛାତ୍ରୀନିବାସରେ ରାତିରେ ୱାଡେନ ରହୁ ନ ଥିବା ଅଭିଭାବକମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ବିଦ୍ୟାଳୟରେ ୨୦୦ଜଣ ଜନଜାତି, ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପଛୁଆବର୍ଗର ଛାତ୍ରୀଙ୍କ ପାଇଁ ଛାତ୍ରୀନିବାସୀ ରହିଛି। ଛତ୍ରୀନିବାସରେ ଜଣେ ହେଡ୍‌ କୁକର, ଜଣେ ଅତିରିକ୍ତ କୁକର, ୨ଜଣ ପାର୍ଟ ଟାଇମ ଶିକ୍ଷକ, ଜଣେ ଆଟେଣ୍ଡେଣ୍ଟ, ଜଣେ ୱାଡେନ ଓ ଜଣେ ଆକାଉଣ୍ଟ ରହିବା କଥା। ଏଥି ମଧ୍ୟରୁ ୨ ବର୍ଷ ହେଲା ଆକାଉଣ୍ଟ ପଦବୀ ଖାଲି ରହିଛି। ଛାତ୍ରୀ ନିବାସରେ ବର୍ତ୍ତମାନ ୧୦୬ଜଣ ଛାତ୍ରୀ ରହିଛନ୍ତି। ୨୦୧୦ରୁ ଜଣେ ମହିଳା ୱାଡେନ କାର୍ଯ୍ୟ କରି ଆସୁଛନ୍ତି।
ଛାତ୍ରୀନିବାସରେ ୱାଡେନ ୨୪ ଘଣ୍ଟା ଛାତ୍ରୀମାନଙ୍କ ସୁରକ୍ଷା ଦେବା, ସେମାନଙ୍କ ଖାଦ୍ୟ ପେୟଠାରୁ ସକାଳୁ ସା ଓ ରାତିିରେ ତାଙ୍କ ସହିତ ଶୋଇବା ନିୟମ ରହିଛି। କିନ୍ତୁ ରାତିରେ ୱାଡେନ ଛାତ୍ରୀନିବାସରେ ନ ଘରେ ରହୁଥିବା ଏବଂ ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିବାବକମାନେ ଅଭିଯୋଗ କରିଛନ୍ତି। ଏଠାରେ ସମୁଦାୟ ୧୦୬ଜଣ ଛାତ୍ରୀ ରହୁଛନ୍ତି। ରାତିରେ ରହୁ ନ ଥିବାରୁ ୱାଡେନଙ୍କୁ ବଦଳି କରାଯିବା ପାଇଁ ଅଭିଭାବକମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସ୍କୁଲ ଶିକ୍ଷା କମିଟି ସଭାପତି କମଳ ବନଛୋରଙ୍କୁ ପଚାରିବାରୁ ୱାଡେନ ଛାତ୍ରୀ ନିବାସରେ ରହୁନାହାନ୍ତି। ୱାଡେନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବା କଥା ବୋଲି କହିଛନ୍ତି। ୱାଡେନ ବନ୍ଧନା ସାହୁଙ୍କୁ ପଚାରିବାରୁ ମୋର ଦେହ ଠିକ ରହୁ ନ ଥିବାରୁ ଛାତ୍ରୀନିବା ସବୁ କାମ ସାରି ରାତ୍ରି ୧୧ଟା ପରେ ଘରକୁ ଯାଉଛି, ପୁଣି ସକାଳେ ଆସି ନିୟମିତ କାର୍ଯ୍ୟ କରୁଛି। ମୁଁ ଛାତ୍ରୀମାନଙ୍କୁ କେବେବି ଦୁର୍ବ୍ୟବହାର କରିନାହିଁ, ରାତିରେ ଅନ୍ୟ କର୍ମଚାରୀଙ୍କୁ ଦାୟିତ୍ୱ ଦେଇ ଘରେ ରହୁଛି ବୋଲି କହିଥିଲେ। ଏ ସଂକ୍ରାନ୍ତରେ ପ୍ରଧାନ ଶିକ୍ଷୟିତ୍ରୀ ଅହଲ୍ୟା ମାଝିଙ୍କୁ ପଚାରିବାରୁ ରାତ୍ରିରେ ଛାତ୍ରୀନିବାସରେ ୱାଡେନ ଛାତ୍ରୀମାନଙ୍କ ସହିତ ରାତିରେ ନିୟମିତ ରହୁନାହାନ୍ତି, ମୁଁ ନିଜେ ଛାତ୍ରୀମାନଙ୍କୁ ସୁରକ୍ଷା ଦେବା ସହିତ ଖାଦ୍ୟପେୟ, ମେଡ଼ିକାଲ ନେବା ଆଣିବା କାର୍ଯ୍ୟ କରୁଛି। ଅଭିଭାବକଙ୍କ ଅଭିଯୋଗ ଡିପିସିଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ନିକଟରେ ସବୁ ସମସ୍ୟା ଜଣେଇ ଦେଇଛି। ଡିପିସି ଭୁବନେଶ୍ୱର ଯାଇଛନ୍ତି, ଆସିଲେ ବିଚାର କରିବେ, ବର୍ତ୍ତମାନ ମୁଁ ହଷ୍ଟେଲ ଦାୟିତ୍ୱ ନେଇ ରହୁଛି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri