Advertisement
Posted inଖେଳ

ସିରାଜ୍‌ଙ୍କ ଜାଲରେ ଫସିଲେ ଓ୍ବେଡ୍‌, ଲଜ୍ଜାଜନକ ରେକର୍ଡର ହେଲେ ଅଧିକାରୀ

ବ୍ରିସବେନ୍‌,୧୭।୧: ବ୍ରିସବେନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଥିଲେ। ସିରାଜ ପ୍ରଥମେ ମାର୍ନୁସ ଲାବୁଶେନଙ୍କୁ ୨୫ ରନରେ ପାଭିଲିୟନରୁ ବିଦା କରିଥିବାବେଳେ ମାଥ୍ୟୁ ୱେଡଙ୍କ ଉଇକେଟ୍‌ ନେଇଥିଲେ। ଉଭୟ ବ୍ୟାଟ୍ସମ୍ୟାନ ଭାରତ ପାଇଁ ବିପଦ ଥିବାବେଳେ ସିରାଜ ଉଭୟଙ୍କୁ ନିଜ ଫାନ୍ଦରେ ପକାଇବାରେ ସଫଳ ହୋଇଥିଲେ। ସିରାଜଙ୍କ ବଲରେ ଶୂନରେ ଆଉଟ୍‌ ହେବାପରେ ୱେଡ ଦୁଇଟି ଲଜ୍ଜାଜନକ ରେକର୍ଡ ନିଜ ନାଁରେ କରିଛନ୍ତି। ପ୍ରଥମ ଅଷ୍ଟ୍ରେଲୀୟ ଖେଳାଳି ଭାବେ ୱେଡ ପାଇଁ, ଏହି ସିରିଜ ଏକ ଦୁଃସ୍ବପ୍ନ ଠାରୁ କମ ନୁହେଁ। ଏହି ସିରିଜରେ ତାଙ୍କ ବ୍ୟାଟ ଶାନ୍ତ ରହିଥିଲା। ୱେଡ ଏହି ସିରିଜରେ ଚାରୋଟି ଟେଷ୍ଟ ମ୍ୟାଚର ୮ ଇନିଂସରେ ହାରାହାରି ୨୧.୬୨ରନ ସଂଗ୍ରହ କରିଥିଲେ।ଏହି ସିରିଜରେ ତାଙ୍କର ସର୍ବଶ୍ରେଷ୍ଠ ଇନିଂସ ୪୫ ରନ ଥିଲା। ଏହି ସମୟ ମଧ୍ୟରେ ସେ ଅର୍ଦ୍ଧଶତକ ହାସଲ କରିପାରି ନ ଥିଲେ। ୱେଡ୍‌ଙ୍କ ପୂର୍ବରୁ ଅଷ୍ଟ୍ରେଲୀୟ ଖେଳାଳି ମାର୍କ ଟେଲରଙ୍କ ନାଁରେ ଏହି ରେକର୍ଡ ଥିଲା, ଯିଏ କି ଆଗଧାଡିର ୮ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଥାଇ ମଧ୍ୟ ଅର୍ଦ୍ଧଶତକ ହାସଲ କରି ପାରି ନ ଥିଲେ। ୧୯୯୬ରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିପାରି ନ ଥିଲେ। ସେହି ସିରିଜରେ ତାଙ୍କର ଶ୍ରେଷ୍ଠ ସ୍କୋର ଥିଲା ୪୩ ରନ। ଏହାସହ ଚଳିତ ସିରିଜ୍‌ରେ ଓ୍ବେଡ୍‌ଙ୍କ ନାଁରେ ଆଉ ଏକ ରେକର୍ଡ ସାମିଲ ହୋଇଛି। ସେ ଗୋଟିଏ ସିରିଜ୍‌ରେ ୩୦ରୁ କମ୍‌ ହାରାହାରିରେ ରନ୍‌ କରିବାରେ ପ୍ରଥମ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ୍‌ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘କସ୍‌ମୋପଲିଟାନ୍‌’ କଭର୍‌ଷ୍ଟୋରୀରେ ଦୂତି

ଭୁବନେଶ୍ୱର,୯ା୭(ବ୍ୟୁରୋ)- ଅନ୍ତର୍ଜାତୀୟସ୍ତରରେ ଖ୍ୟାତିଅର୍ଜନ କରିଥିବା ଓଡ଼ିଆ କ୍ରୀଡାବିତ୍‌ ଦୂତି ଚାନ୍ଦ ବିଶ୍ୱର ସର୍ବାଧିକ ପ୍ରସାରିତ ଫ୍ୟାଶନ ମାଗାଜିନ୍‌ ‘କସ୍‌ମୋପଲିଟାନ୍‌’ର କଭର୍‌ ଷ୍ଟୋରୀରେ ସ୍ଥାନ ପାଇବାର ଗୌରବ...

ଦଳରେ ସାମିଲ ହେଲେ ସୂର୍ଯ୍ୟ-ପୃଥ୍ବୀ

ଲଣ୍ଡନ,୧୪।୮: ଯୁବ ଓପନର ପୃଥ୍ବୀ ଶ’ ଓ ମିଡ୍‌ଲ ଅର୍ଡର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଶନିବାର ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ବହୁ ପୂର୍ବରୁ ୟୁକେରେ...

ଟେଷ୍ଟ ଫର୍ମାଟ ସବୁଠାରୁ ସ୍ବତନ୍ତ୍ର: ପୂଜାରା

ରାଜକୋଟ,୧୨।୧(ପି.ଟି.)- କ୍ରିକେଟର ପାରମ୍ଭରିକ ତଥା ସବୁଠାରୁ ଲମ୍ବା ଫର୍ମାଟ ରୂପ ପରିଗଣିତ ହେଉଥିବା ଟେଷ୍ଟ ହେଉଛି ସବୁଠାରୁ ସ୍ବତନ୍ତ୍ର। ଏହି ଫର୍ମାଟ ତା’ର ସ୍ଥିତି ବଜାୟ...

ମାତ୍ର ୫୨ ବଲ୍‌ରେ ଧୂଆଁଧାର ଶତକ ହାସଲ କରି ଇତିହାସ ରଚିଲେ ଏହି ୨୦ ବର୍ଷୀୟ କ୍ରିକେଟର୍‌

ମୁମ୍ବାଇ,୨୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ଯୁବ ବ୍ୟାଟ୍ସମ୍ୟାନ ଦେବଦତ୍ତ ପଡିକାଲ୍‌ ଆଇପିଏଲ ୨୦୨୧ରେ ପ୍ରଥମ ଶତକ ହାସଲ କରିଛନ୍ତି। ୨୦ ବର୍ଷୀୟ ପଡିକାଲ୍‌ ୫୧ଟି ବଲରେ...

କେକେଆର୍‌ ସାମ୍ନାରେ ୧୪୩ ରନ୍‌ ଟାର୍ଗେଟ୍‌ ରଖିଲା ହାଇଦ୍ରାବାଦ୍‌

ଆବୁଧାବି, ୨୬।୯: ଆଇପିଏଲ୍‌-୧୩ତମ ସିଜନର ୮ମ ମୁକାବିଲାରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏହି...

ହାଇଦ୍ରାବାଦର ଗଣବଳାତ୍କାର ମାମଲା: କୋହଲି କହିଲେ, ଅତ୍ୟନ୍ତ ଲଜ୍ଜାଜନକ

ହାଇଦ୍ରାବାଦ,୨।୧୨: ତେଲେଙ୍ଗାନାର ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଏହି ଘଟଣାରେ ଦୋଷୀଙ୍କୁ ଫାଶୀ ଦେବା ପାଇଁ ସାରା...

ଭାରତରେ ଚମକିବେ ଇଂଲଣ୍ଡର ଏହି ସ୍ପିନର, ବଲ୍‌କୁ ଖେଳି ପାରିବେନି ଭାରତୀୟ ଖେଳାଳି :ସ୍ବାନ୍‌

ଲଣ୍ଡନ,୨୪।୧: ଫେବୃୟାରୀ ୫ରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌। ଏହାପୂର୍ବରୁ ଇଂଲଣ୍ଡର ପୂର୍ବ ଅଫ୍‌ ସ୍ପିନର ଗ୍ରିମ୍‌ ସ୍ବାନ ଦଳର ଜ୍ୟାକ୍‌...

ସାକ୍ଷୀ, ଭିନେଶଙ୍କୁ ବ୍ରୋଞ୍ଜ ପଦକ

ଜିଆନ୍‌ (ଚାଇନା), ୨୬ା୪ (ପି.ଟି.)-ଏଠାରେ ଚାଲିଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳାମାନେ ବିନା ସ୍ବର୍ଣ୍ଣରେ ସେମାନଙ୍କ ଅଭିଯାନ ଶେଷ କରିଛନ୍ତି। ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ...

Advertisement
Archives

Model This Week