ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ ଉଦ୍ଧାର କରାଯିବା ପରେ ସାମାନ୍ୟ ବିଶ୍ୱାସ ସୃଷ୍ଟି ହୋଇଛି। ଉତ୍ତର ଏବଂ କେନ୍ଦ୍ର ନାଇଜେରିଆର ଅନେକ ଅଞ୍ଚଳରେ ସ୍କୁଲଗୁଡ଼ିକରେ ପିଲାଙ୍କ ଉପସ୍ଥାନ କମିଛି। ଅପହରଣ ଯୋଗୁ ସ୍କୁଲ ବନ୍ଦ ରହିବା କିମ୍ବା ଭୟରେ ଅଭିଭାବକମାନେ ପିଲାଙ୍କୁ ଘରେ ରଖିବା ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇପାରେ। କିନ୍ତୁ ୨୦୨୪ରେ ପ୍ରକାଶ ପାଇଥିବା ୟୁନିସେଫ୍‌ର ମିନିମମ୍‌ ଷ୍ଟାଣ୍ଡାର୍ଡସ୍‌ ଫର୍‌ ସେଫ୍‌ ସ୍କୁଲ୍ସ ମନିଟରିଂ ରିପୋର୍ଟରୁ ଜଣାପଡ଼ିଛି, ନାଇଜେରିଆର ୧୦ଟି ଜିଲାରେ ଯାଞ୍ଚ କରାଯାଇଥିବା ୧୭% ସ୍କୁଲ ମୂଳ ମାନଦଣ୍ଡର ଅତିକମ୍‌ରେ ୭୦% ପାଳନ କରିଥିଲେ। ଜାନୁଆରୀ ମଧ୍ୟଭାଗରୁ ଆରମ୍ଭ ହେବାକୁ ଯାଉଥିବା ପରବର୍ତ୍ତୀ ସ୍କୁଲ ସେଶନ ପୂର୍ବରୁ ଏହି ସ୍ଥିତିକୁ ସୁଧାରିବା ଉଚିତ। ସେ ପର୍ଯ୍ୟନ୍ତ, ସ୍କୁଲର ସୁରକ୍ଷା ସମ୍ପର୍କିତ ଅନେକ ପ୍ରସ୍ତାବ ନାଇଜେରିଆ ସରକାର ଏବଂ ପାଣ୍ଠି ଯୋଗାଉଥିବା ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ସମ୍ମୁଖରେ ଉପସ୍ଥାପନ କରାଯାଇଛି। ତୃଣମୂଳ ସ୍ତରରେ କାର୍ଯ୍ୟକରୁଥିବା ୟୁନିସେଫ୍‌ର ଟିମ୍‌, ସେଫ୍‌ ସ୍କୁଲ୍ସ ଇନିସିଏଟିଭ(ଏସ୍‌ଏସ୍‌ଆଇ)କୁ ପାଣ୍ଠି ଯୋଗାଉଥିବା ବିଜ୍‌ନେସ୍‌ ଲିଡର୍ସ ଏବଂ ସ୍ଥାନୀୟ ତଥା ଜାତୀୟ ପ୍ରଶାସକଙ୍କ ପାଇଁ ଏହା ପ୍ରସ୍ତୁତ କରାଯାଇଛି।
ନାଇଜେରିଆର ଶିକ୍ଷା ବ୍ୟବସ୍ଥା ପିଲାଙ୍କ କମ୍‌ ଉପସ୍ଥାନଜନିତ ସମସ୍ୟାକୁ ସାମ୍ନା କରୁଛି। କିନ୍ତୁ ପିଲାଙ୍କ ଅପହରଣ ବ୍ୟବସ୍ଥାରେ ଏକ ଗମ୍ଭୀର ସମସ୍ୟା, ଯାହା ଏବେ ସାଧାରଣ ଘଟଣା ପାଲଟିଗଲାଣି। ଏମ୍‌ଆଇସିଏସ୍‌- ଇଗଲ ନାଇଜେରିଆ ଏଜୁକେଶନ ଫ୍ୟାକ୍ଟ ଶିଟ୍‌, ୨୦୨୩ ଅନୁଯାୟୀ, ଉତ୍ତରପଶ୍ଚିମ ନାଇଜେରିଆର ରାଜ୍ୟ କେବିରେ ୬୭% ବାଳିକା ଓ ୬୨% ବାଳକ ପ୍ରାଥମିକ ସ୍କୁଲରେ ନାମ ଲେଖାଇନାହାନ୍ତି। ଉଲ୍ଲେଖନୀୟ, ଏହି ରାଜ୍ୟରେ ୨୦୨୩ରେ ୨୫ଛାତ୍ରଙ୍କୁ ଅପହରଣ କରାଯାଇଥିଲା। ମାଧ୍ୟମିକ ସ୍କୁଲଗୁଡ଼ିକରେ ମଧ୍ୟ ସମାନ ପ୍ରତିଶତ ପିଲା ପଢ଼ିବାକୁ ଯାଉ ନାହାନ୍ତି। ପ୍ରାଥମିକ ସ୍କୁଲରେ ନାମ ଲେଖାଇବା ଯୋଗ୍ୟ ବହୁ ହଜାର ପିଲାଙ୍କ ମଧ୍ୟରୁ ଅନେକେ ସ୍କୁଲକୁ ଯାଉ ନାହାନ୍ତି। ବରଂ ସେମାନେ ଇସ୍‌ଲାମିୟା ସ୍କୁଲଗୁଡ଼ିକରେ ଅନୌପଚାରିକ ଇସ୍‌ଲାମୀୟ ଶିକ୍ଷା ଗ୍ରହଣ କରୁଛନ୍ତି। କେବିର ୩ ଏବଂ ୪ ବର୍ଷ ବୟସର ପିଲାଙ୍କ ମଧ୍ୟରୁ କେବଳ ୪% ପ୍ରାରମ୍ଭିକ ଶିଶୁ ଶିକ୍ଷା ପାଉଥିବାବେଳେ ଅନ୍ୟ ଉତ୍ତରପଶ୍ଚିମ ରାଜ୍ୟଗୁଡ଼ିକ ଯଥା କାଟସିନାରେ ଏହା ୧୦%, ଜିଗାଓ୍ବାରେ ୧୬%ଏବଂ କଡୁନାରେ ୩୨%।
ଅନେକ ବର୍ଷ ଧରି ଜାତୀୟ ଓ ରାଜ୍ୟଗୁଡ଼ିକର ଶିକ୍ଷା ମନ୍ତ୍ରଣାଳୟ ଏବଂ ନ୍ୟାଶ୍‌ନାଲ ସେଫ୍‌ ସ୍କୁଲ୍ସ ରେସ୍‌ପନ୍ସ କୋର୍ଡିନେଶନ ସେଣ୍ଟର୍‌ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି। ଏମାନେ ସ୍ଥାନୀୟ ଓ ଅନ୍ତର୍ଜାତୀୟ ଅଂଶୀଦାରଙ୍କ ସହଯୋଗରେ ଆତଙ୍କବାଦୀ ସମେତ ଡକାୟତ ଗୋଷ୍ଠୀ(ଏବେ ପିଲାଙ୍କୁ ଅପହରଣ କରି ତା’ବଦଳରେ ଅର୍ଥ ଦାବି କରୁଛନ୍ତି)ଙ୍କୁ ପ୍ରତିରୋଧ କରିବା ସକାଶେ ସ୍କୁଲ ଓ ସ୍ଥାନୀୟ ସମୁଦାୟଗୁଡ଼ିକର କ୍ଷମତା ବଢ଼ାଇବା ପାଇଁ କାର୍ଯ୍ୟ କରୁଛନ୍ତି। କେବଳ ଏତିକି ନୁହେଁ, ସୁରକ୍ଷା ଉପାୟ ସମ୍ପର୍କରେ ସ୍କୁଲ ପରିଚାଳନା କମିଟି ସଦସ୍ୟ ତଥା ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଏହାସହ ପୂର୍ବରୁ ସତର୍କ ସୂଚନା ଦେବାର ବ୍ୟବସ୍ଥା କରାଯିବା ସହ ସ୍କୁଲ ଚାରିପଟେ ତାରବାଡ଼ ଦିଆଯାଉଛି । ସମ୍ଭାବ୍ୟ ବିପଦ କମ୍‌ କରିବା ଏବଂ ତାହାକୁ ସାମ୍ନା କରିବା ସକାଶେ ସ୍ଥାନୀୟ ଲୋକଙ୍କ ପରିଚାଳନା କମିଟି ଦ୍ୱାରା ଟେଲିକମ୍ୟୁନିକେଶନ ଲିଙ୍କ୍‌ ସୃଷ୍ଟି କରାଯାଇଛି। ଏସବୁ ପରେ ଯଦି ନୂଆ ବର୍ଷରେ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସ୍କୁଲ ପଠାଇବେ ନାହିଁ, ତେବେ ସୁରକ୍ଷା ଉପରେ ଆହୁରି ଦୃଢ଼ ପଦକ୍ଷେପ ନିଆଯିବା ଜରୁରୀ। ଏହି କ୍ରମରେ ସମ୍ଭାବ୍ୟ ବିପଦରେ ଥିବା ସ୍କୁଲଗୁଡ଼ିକର ସୁରକ୍ଷା ଭିତ୍ତିଭୂମି ମଜଭୁତ କରିବା ପାଇଁ ତାରବାଡ଼ ଏବଂ ପାଚେରି ନିର୍ମାଣ କରିବା ଜରୁରୀ। ସ୍କୁଲଗୁଡ଼ିକରେ କ୍ୟାମେରା ଏବଂ ଅନ୍ୟାନ୍ୟ ନିରୀକ୍ଷଣକାରୀ ଉପକରଣ ଲଗାଯିବା ଦରକାର। ପିଲାଙ୍କ ପାଇଁ ସୁରକ୍ଷିତ ପ୍ରବେଶ ଓ ପ୍ରସ୍ଥାନ ପଥ ନିର୍ଣ୍ଣୟ କରାଯିବା ଉଚିତ। କେତେକ କ୍ଷେତ୍ରରେ ଆଲୋକୀକରଣ ଓ ବିପଦ ସମ୍ପର୍କିତ ସତର୍କ ସୂଚନା ଦେଉଥିବା ବ୍ୟବସ୍ଥା କରାଯିବା ଆବଶ୍ୟକ। ସବୁ ସ୍କୁଲ, ସ୍ଥାନୀୟ ଅଧିକାରୀମାନେ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକ ମଧ୍ୟରେ ସ୍ପଷ୍ଟ ଯୋଗାଯୋଗ ବ୍ୟବସ୍ଥାର ବିକାଶ କରାଯିବା ସହ ତାହାକୁ କାର୍ଯ୍ୟକାରୀ କରାଯାଇ ପରିବର୍ତ୍ତନ ଅଣାଯିବା ଉଚିତ। ଯଦି କୌଣସି ସ୍କୁଲ ଆକ୍ରମଣର ସମ୍ମୁଖୀନ ହୁଏ, ତେବେ ସେହି କ୍ଷେତ୍ରରେ ତାହାକୁ କିଭଳି ମୁକାବିଲା କରାଯିବ ଏବଂ ପିଲାଙ୍କୁ ସ୍କୁଲରୁ ସୁରକ୍ଷିତ ଭାବେ ବାହାରକୁ ନିଆଯିବ ସେ ସମ୍ପର୍କରେ ପ୍ରଦାନ କରାଯାଉଥିବା ପ୍ରଶିକ୍ଷଣ ପ୍ରକ୍ରିୟାରେ ସୁଧାର ଆଣିବାରେ ଏହା ମଧ୍ୟ ସହାୟକ ହେବ।
ଯଦି ପିଲାଙ୍କ ଅପହରଣ ଜାରି ରହେ, ତେବେ ଅଧିକ ବିପଦରେ ଥିବା ସ୍କୁଲଗୁଡ଼ିକରୁ ପିଲାଙ୍କୁ ନେଇ ସୁରକ୍ଷିତ ସ୍କୁଲରେ ନାମ ଲେଖାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇପାରେ। ଏହାସହ ଯେଉଁସବୁ ସ୍କୁଲରେ ପଢ଼ା ଆରମ୍ଭ ହୋଇପାରୁନାହିଁ ସେହି କ୍ଷେତ୍ରରେ ଅନ୍‌ଲାଇନ କିମ୍ବା ରେଡିଓ ମାଧ୍ୟମରେ ଶିକ୍ଷା ଦିଆଯିବା ଦରକାର ହୋଇପାରେ। ପିଲାଙ୍କ ମଧ୍ୟରେ ମାନସିକ ସ୍ତରରେ ସୃଷ୍ଟି ହୋଇଥିବା ଭୟକୁ ଦୂର କରିବା ଲାଗି ସେମାନଙ୍କୁ ସାହାଯ୍ୟ କରାଯିବା ଦରକାର। ପିଲାମାନେ ପଢ଼ିପାରୁ ନାହାନ୍ତି ଏବଂ ପିଲାଙ୍କ ଉପରେ ପଡ଼ୁଥିବା ଗମ୍ଭୀର ତଥା ବ୍ୟାପକ ପ୍ରଭାବକୁ ଆମେ କୌଣସି ପ୍ରକାରେ ଅଣଦେଖା କରିପାରିବା ନାହିଁ। ସ୍କୁଲଗୁଡ଼ିକରେ ସୁରକ୍ଷା ଦୃଢ଼ କରିବା ହେଉଛି ବଡ଼ ପ୍ରାଥମିକତା। ୟୁନିସେଫ୍‌ ଜାତୀୟ ଓ ରାଜ୍ୟ ଶିକ୍ଷା ମନ୍ତ୍ରଣାଳୟଗୁଡ଼ିକ ଭାଗୀଦାରିରେ ୨.୬ ମିଲିୟନ ଆମେରିକୀୟ ଡଲାର ସହାୟତା କାର୍ଯ୍ୟକ୍ରମର ପ୍ରସ୍ତାବ ରଖିଛି, ଯାହା ଏବେ ପ୍ରକାଶ କରାଯାଇନାହିଁ, କିନ୍ତୁ ବିଶ୍ୱସ୍ତ ଅଂଶୀଦାରଙ୍କୁ ଏହା ଜଣାଇଦିଆଯାଇଛି। ପ୍ରଥମ ପଦକ୍ଷେପ ସ୍ବରୂପ, ଅପହରଣ ଦ୍ୱାରା ପ୍ରଭାବିତ ହୋଇଥିବା ପିଲା ଓ ସେମାନଙ୍କ ପରିବାର ସଦସ୍ୟ ତଥା ଶିକ୍ଷକଙ୍କ ମନସ୍ତାତ୍ତ୍ୱିକ ସ୍ଥିତିକୁ ସ୍ବାଭାବିକ କରାଯିବା ଦରକାର। ଦ୍ୱିତୀୟରେ, ସ୍କୁଲ ବନ୍ଦ ହେବା ଯୋଗୁ ପିଲାଙ୍କ ପଢ଼ା ପ୍ରଭାବିତ ହୋଇଛି ଏବଂ ପଢ଼ା ଜାରି ରଖିବା ପାଇଁ ଅନ୍‌ଲାଇନ୍‌ ଇ-ଲର୍ନିଂ ପ୍ଲାଟଫର୍ମ ନାଇଜେରିଆ ଲର୍ନିଂ ପାସ୍‌ପୋର୍ଟ ଦ୍ୱାରା ମୋବାଇଲ ମାଧ୍ୟମରେ ଶିକ୍ଷାପ୍ରଦାନ କରାଯିବ। ତୃତୀୟରେ, ଗୋଟିଏ ସ୍କୁଲର ସୁରକ୍ଷା ସ୍ଥିତି ନିର୍ଣ୍ଣୟ କରିବା ପାଇଁ ତ୍ୱରିତ୍‌ ଆକଳନ ଉପକରଣ ଶିକ୍ଷା ମନ୍ତ୍ରଣାଳୟଗୁଡ଼ିକୁ ଯୋଗାଇ ଦିଆଯିବ।
ସବୁଠୁ ବଡ଼ ଆବଶ୍ୟକତା ହେଉଛି ପାଣ୍ଠି ଯୋଗାଉଥିବା ପକ୍ଷମାନେ ପର୍ଯ୍ୟାପ୍ତ ସୁରକ୍ଷା ନିଶ୍ଚିତ କରିବା ଦରକାର, ଯାହାଦ୍ୱାରା ଜାନୁଆରୀରେ ନାଇଜେରିଆର ପିଲାମାନେ ସୁରକ୍ଷିତ ଭାବେ ସ୍କୁଲକୁ ଫେରିପାରିବେ। ଅପେକ୍ଷାକୃତ ସୀମିତ ପାଣ୍ଠିରେ ଆମେ ଜାତୀୟ ଓ ରାଜ୍ୟ ସରକାରଗୁଡ଼ିକୁ ପୂର୍ବ ସତର୍କ ସୂଚନା ବ୍ୟବସ୍ଥା, ଉତ୍ତର ନାଇଜେରିଆରେ ସର୍ବାଧିକ ବିପଦରେ ଥିବା ସ୍କୁଲଗୁଡ଼ିକ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ନିମନ୍ତେ ଜାତୀୟ ଓ ରାଜ୍ୟ ସରକାରଙ୍କୁ ଟେକ୍‌ନିକାଲ ଓ ଲଜିଷ୍ଟିକ ସହଯୋଗ ଯୋଗାଇ ଦେଇପାରିବା। ଏହା ସହ ସୁରକ୍ଷିତ- ସ୍କୁଲ କିଟ୍‌ ଏବଂ ସଙ୍କଟ ସମୟରେ ଖୁବ୍‌ଶୀଘ୍ର ଯୋଗାଯୋଗ ପାଇଁ ଏକାଧିକ ନେଟ୍‌ଓ୍ବର୍କ ସହ ସଂଯୋଜିତ ଇଣ୍ଟରନେଟ ଡିଭାଇସ୍‌ ବଣ୍ଟନ କରାଯିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଦରକାର।
ନିକଟରେ ଘଟିଥିବା ଅପହରଣ ଆମକୁ ସ୍ମରଣ କରାଇ ଦିଏ ଯେ, ଆତଙ୍କବାଦ ଦ୍ୱାରା ବହୁ ସଂଖ୍ୟକ ନାଇଜେରୀୟ ଛାତ୍ରଙ୍କ ସ୍କୁଲ ଶିକ୍ଷାରେ ବାଧା ଉପୁଜି ଆସୁଛି। ଏହା ହେଉଛି ଉପଯୁକ୍ତ ସମୟ, ଯେଉଁଠି ପିଲା ଓ ଅଭିଭାବକଙ୍କୁ ଜଣାଇଦେବାକୁ ହେବ ଯେ, ସଶସ୍ତ୍ର ଗୋଷ୍ଠୀ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ଏବଂ ଏପରି କି ବିପଦପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ସ୍କୁଲ ସୁରକ୍ଷାରେ ପରିବର୍ତ୍ତନ ଅଣାଯାଇପାରିବ। ଏହା ହେଲେ, ପ୍ରତ୍ୟେକ ପିଲା ବିନା ବାଧାରେ ଭଲ ଶିକ୍ଷା ପାଇବାର ସୁଯୋଗ ଆସିପାରିବ।

ଗର୍ଡନ ବ୍ରାଉନ
ପୂର୍ବତନ ପ୍ରଧାନମନ୍ତ୍ରୀ, ବ୍ରିଟେନ


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?