ଭିଆର୍‌ଏସ୍‌ ଧାରା

ଶାସନର ମଜଭୁତ ଢାଞ୍ଚା ଭାବେ ବିଚାର କରାଯାଉଥିବା ଭାରତର ଅମଲାତନ୍ତ୍ର ବିଚିତ୍ର ଘଟଣାର ସମ୍ମୁଖୀନ ହେଉଛି। ବହୁ ସଂଖ୍ୟାର ଅଧିକାରୀମାନେ ଏହାକୁ ଛାଡ଼ି ନୂଆ କ୍ଷେତ୍ରକୁ ଚାଲିଯାଉଥିବା ଦେଖାଯାଉଛି। ମୋଦି ଶାସନରେ ଅନେକ ଶହ ଅଧିକାରୀ ବିଶେଷକରି ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌)ରୁ ସ୍ବେଚ୍ଛାକୃତ ଅବସର ନେବାକୁ ପସନ୍ଦ କରୁଛନ୍ତି। ନିକଟରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସଂସଦକୁ ସୂଚନା ଦେଇଛନ୍ତି ଯେ, ୨୦୧୪ରୁ ୮୫୩ ଆଇଆର୍‌ଏସ୍‌ ଅଧିକାରୀ ସ୍ବେଚ୍ଛାକୃତ ଅବସର ନେଇଛନ୍ତି। ୨୦୧୪ ରେ ୨୦ ଆଇଆର୍‌ଏସ୍‌ (ଆୟକର) ଅଧିକାରୀ ଭିଆର୍‌ଏସ୍‌ ନେଇଥିଲେ; ୨୦୨୪ ସୁଦ୍ଧା ଏହି ସଂଖ୍ୟା ପ୍ରାୟ ତିନିଗୁଣ ବୃଦ୍ଧି ପାଇ ୫୭ରେ ପହଞ୍ଚିଛି। ସୀମା ଶୁଳ୍କ ଓ ପରୋକ୍ଷ ଟିକସ କ୍ୟାଡରରେ ମଧ୍ୟ ଏଭଳି ବୃଦ୍ଧି ଘଟିଥିଲା। ୨୦୧୪ରେ ୨୪ ଜଣ ଅଧିକାରୀ ଛାଡ଼ିବାକୁ ଚାହଁିଥିବାବେଳେ ୨୦୨୪ରେ ଏହି ସଂଖ୍ୟା ଥିଲା ୭୩ । ଆଇଆର୍‌ଏସ୍‌ର ଏଭଳି ତଥ୍ୟ ଥିବାବେଳେ ଭିଆର୍‌ଏସ୍‌ ନେଉଥିବା ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀଙ୍କ ରଖାଯାଇନାହିଁ। ତେବେ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ସେମାନେ ମଧ୍ୟ ବହୁ ସଂଖ୍ୟାରେ ଭିଆର୍‌ଏସ୍‌ ନେଉଛନ୍ତି। ଏହା ପଛରେ କାରଣ ରହୁଛିି। ଯେଉଁମାନେ ପ୍ରଥମରୁ କାମ ଆରମ୍ଭ କରୁଛନ୍ତି ସେମାନଙ୍କ ପାଇଁ ବେସରକାରୀ କ୍ଷେତ୍ରରେ ଭଲ ବେତନ, ଅଧିକ ସୃଜନଶୀଳ ସ୍ବାଧୀନତା ଏବଂ କମ୍‌ ଅମଲାତାନ୍ତ୍ରିକ କଟକଣା ରହିଛି। ବହୁ ବର୍ଷର ଅଭିଜ୍ଞତା ସମ୍ପନ୍ନ ଏହି ଅଧିକାରୀମାନଙ୍କର ଭାରତର ଜଟିଳ ନିୟାମକ ଦୃଶ୍ୟପଟକୁ ସଞ୍ଚାଳନ କରିବାର ଦକ୍ଷତା ଥିବା ଯୋଗୁ କର୍ପୋରେଶନ ସେକ୍ଟରରେ ଅତ୍ୟଧିକ ଚାହିଦା ରହିଛି। ସମାଲୋଚକମାନେ ଯୁକ୍ତି କରନ୍ତି ଯେ, ମୋଦି ସରକାରରେ କ୍ଷମତାର କେନ୍ଦ୍ରୀକରଣ ଏବଂ ପ୍ରତଶୋଧାତ୍ମକ ପରିବେଶ ଅଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ, ଯେଉଁଥିପାଇଁ ସେମାନେ ଭିଆର୍‌ଏସ୍‌ ନିଷ୍ପତ୍ତିି ନେଉଛନ୍ତି। ଯଦି ଭିଆର୍‌ଏସ୍‌ ଧାରା ଜାରି ରହେ, ତେବେ ଅଭିଜ୍ଞ ଅଧିକାରୀଙ୍କୁ ହରାଇବା ଅମଲାତାନ୍ତ୍ରିକ ଭବିଷ୍ୟତ ପାଇଁ ଭଲ ହେବ ନାହିଁ।
ଫ୍ଲୋରିଡାରେ ରାଓ
ପୂର୍ବତନ ଏସ୍‌ଆଇବି ମୁଖ୍ୟ ଏବଂ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ତଥା ପ୍ଲେବୁକ ଲେଖକ ଟି.ପ୍ରଭାକର ରାଓ ଏବେ ଆମେରିକାରେ ରାଜନୈତିକ ଆଶ୍ରୟ ନେବାକୁ ଚାହଁୁଛନ୍ତି। ଅଧିକାରୀମାନେ ଏ ସମ୍ପର୍କରେ କିଛି କହୁ ନ ଥିଲାବେଳେ ରିପୋର୍ଟରେ ଦର୍ଶାଯାଇଛି ଯେ, ରାଓ ତାଙ୍କ ପୂର୍ବତନ ସହଯୋଗୀଙ୍କ ଦ୍ୱାରା ନିର୍ଯାତିତ ହୋଇ ରାଜନୈତିକ ଶରଣାର୍ଥୀର ସ୍ବୀକୃତି ପାଇବାକୁ ନିବେଦନ କରିଛନ୍ତି। ବର୍ତ୍ତମାନ ସେ ତାଙ୍କ ପୁଅଙ୍କ ସହ ଫ୍ଲୋରିଡ଼ାରେ ରହୁଛନ୍ତି ଓ କର୍କଟ ରୋଗ ଚିକିତ୍ସାରେ ଅଛନ୍ତି। ଏକ ଫୋନ୍‌ ଟ୍ୟାପିଂ ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ, ଯେଉଁଥିରେ ତେଲଙ୍ଗାନା ପୋଲିସ ରେଡ କର୍ନର ନୋଟିସ ବଳରେ ତାଙ୍କୁ ଫେରାଇ ଆଣିବା ପାଇଁ ଚେଷ୍ଟା କରୁଛି। ମାର୍ଚ୍ଚ ୧୦ ରେ ତାଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା। କିନ୍ତୁ ମାର୍ଚ୍ଚ ୧୧ ସୁଦ୍ଧା ରାଓ ବିମାନରେ ଆମେରିକା ଚାଲି ଯାଇଥିଲେ ଏବଂ ତାଙ୍କ ସହଯୋଗୀଙ୍କ ଉପରେ ଏହି ଆଇନଗତ ଲଢ଼େଇ ଛାଡିଦେଇ ଯାଇଥିଲେ। ରାଓ ଦେଶ ଛାଡ଼ି ଚାଲିଯିବା ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ଯଦି ଏହା ଏକ ଉଦାହରଣ ସୃଷ୍ଟି କରେ ତେବେ ଆଗକୁ କ’ଣ ଘଟିବ? ସମସ୍ୟାରେ ଥିବା ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀଙ୍କ ପାଇଁ ରାଜନୈତିକ ଆଶ୍ରୟ ସର୍ବଶେଷ ପଳାୟନ ମାର୍ଗ ହୋଇଯିବନି ତ? ଏହା ଏକ ଘୋଟାଲାଠାରୁ ଅଧିକ ଗମ୍ଭୀର ବିଷୟ। ଆମ ଅମଲାତନ୍ତ୍ରର ସ୍ଥିତି ବିଷୟରେ ଏହା କ’ଣ ସୂଚିତ କରିବ ଯେତେବେଳେ ଏହାର ସମର୍ଥକମାନେ ସମସ୍ୟାର ମୁକାବିଲା କରି ନ ପାରି ପଳାୟନ କରିବେ? ଯହେତୁ ଫ୍ଲୋରିଡ଼ାରେ ରାଓ ଆନନ୍ଦ ନେଉଛନ୍ତି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଏହି କାହାଣୀର ସହଜରେ ଅନ୍ତ ଘଟିବ ନାହିଁ।
ଡିଜିପି ଡ୍ରାମା
ଝାଡ଼ଖଣ୍ଡର ସର୍ବୋଚ୍ଚ ପୋଲିସ ପଦବୀ ଆଇନଶୃଙ୍ଖଳାରେ କମ୍‌ ବରଂ ଅଧିକ ରାଜନୈତିକ କ୍ରୀଡ଼ନକ ବୋଲି ମନେହୁଏ। ରାଜ୍ୟ ଡିଜିପିକୁ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସରକାର ଏବଂ ନିର୍ବାଚନ ଆୟୋଗ (ଇସିଆଇ) ମଧ୍ୟରେ ବିବାଦ ଶାସନରେ ଏକ ଅଜବ ସ୍ଥିତି ସୃଷ୍ଟି କରିଛି। ଏବକାର ପଦକ୍ଷେପ କ୍ରମେ ଅଜୟ କୁମାର ସିଂ (ଆଇପିଏସ: ୧୯୮୯ ବ୍ୟାଚ)ଙ୍କୁ ହଟାଇ ଅନୁରାଗ ଗୁପ୍ତା (ଆଇପିଏସ୍‌: ୧୯୯୦ ବ୍ୟାଚ)ଙ୍କୁ ଡିଜିପି ଭାବେ ନିଯୁକ୍ତ କରାଯାଇଛି। ସିଂଙ୍କୁ ଝାଡ଼ଖଣ୍ଡ ପୋଲିସ ହାଉସିଂ କର୍ପୋରେଶନ ଲିମିଟେଡରେ ଅବସ୍ଥାପିତ କରାଯାଇଛି। ବିଧାନସଭା ନିର୍ବାଚନ ସମୟରେ ଗୁପ୍ତାଙ୍କୁ ଇସିଆଇ ହଠାତ ହଟାଇ ଦେଇ ଅଜୟ କୁମାର ସିଂଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରିଥିଲେ। ବର୍ତ୍ତମାନ ଗୁପ୍ତା ପୁଣି ଥରେ ଦାୟିତ୍ୱ ସମ୍ଭାଳିଛନ୍ତି। ସିଂ ବର୍ତ୍ତମାନ ଯେଉଁିଠିକୁୁ ଯାଇଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ମନେ ହେଉଥିଲେ ବି ସେ କିନ୍ତୁ ପୋଲିସ ଫ୍ରଣ୍ଟଲାଇନରୁ ବହୁ ଦୂରରେ ରହିଗଲେ। ସୋରେନ ସରକାର ଦାୟିତ୍ୱ ଗ୍ରହଣ କରିବାର କିଛି ସପ୍ତାହ ପରେ ପ୍ରଶାସନିକ ଅଦଳବଦଳ ସାମ୍ପ୍ରତିକ ପରିସ୍ଥିତି ସହ ଅଧିକ ସାମଞ୍ଜସ୍ୟ ଥିବା ଭଳି ମନେ ହେଉଛି। ନିୟନ୍ତ୍ରଣ କରିବା ପାଇଁ ସୋରେନଙ୍କର ଏହା ଏକ ସଙ୍କେତ କି? ଅଥବା ଇସିଆଇ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ପ୍ରଭୁତ୍ୱ ବିସ୍ତାର ଯୁଦ୍ଧର ଏହା ଅୟମାରମ୍ଭ ନୁହେଁ ତ? ନେତୃତ୍ୱରେ ସ୍ଥିରତା ଅର୍ଥ ଅମଲାତାନ୍ତ୍ରିକ ବିଭେଦତା ନୁହେଁ କିମ୍ବା ଏକ ଶବ୍ଦ ନୁହେଁ; ଏହାର କିଛି ଅର୍ଥ ରହିବା ଉଚିତ। କିନ୍ତୁ ଝାଡ଼ଖଣ୍ଡରେ ଡିଜିପିଙ୍କ ଚେୟାର ବା ପଦବୀ ସ୍ଥିର ଅପେକ୍ଷା ଅସ୍ଥିର ପରି ମନେ ହେଉଛି।

ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍‌

Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?