ଚଣ୍ଡିଖୋଲ,୨୭।୫(ଡି.ଏନ୍.ଏ.): ଯାଜପୁର ଜିଲା ବଡଚଣା ନିର୍ବାଚନମଣ୍ଡଳୀର ଧାନମଣ୍ଡଳ ପଞ୍ଚାୟତରେ ଶୁକ୍ରବାର ଉପନିର୍ବାଚନ ହୋଇଯାଇଛି। ଶହଶହ ଭୋଟର ମତଦାନ କେନ୍ଦ୍ରକୁ ଆସି ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ।
ଶୁକ୍ରବାର ବିଭିନ୍ନ ପଞ୍ଚାୟତରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଧାନମଣ୍ଡଳ ସରପଞ୍ଚ ପ୍ରାର୍ଥୀଙ୍କ ଦେହାନ୍ତ ପରେ ଏଠାରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିଲା। ସକାଳୁ ଭୋଟର ଲମ୍ବା ଲାଇନ୍ରେ ରହି ଆମତଦାନ କରିଥିଲେ।