ସମ୍ବଲପୁର,୨୦।୨(ବ୍ୟୁରୋ): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଜିଲାପରିଷଦ ଜୋନ-୨ର ପ୍ରାର୍ଥୀମାନଙ୍କ ତାଲିକା ଥିବା ଏକ ବାଲଟ୍‌ ପେପର ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଉକ୍ତ ପେପରରେ ପ୍ରାଥମିକ ଶିକ୍ଷକ ନାହିଁ ତ ଭୋଟ ନାହିଁ ବୋଲି ଉଲ୍ଲେଖ ରହିଛି। ସେହିପରି ମାନେଶ୍ୱର ବ୍ଲକ ଜୋନ-୧ର ସରପଞ୍ଚ, ସମିତି, ଜିଲା ପରିଷଦ, ୱାର୍ଡସଭ୍ୟ ମୋଟ ୪ ଗୋଟି ବାଲଟ୍‌ ପେପର ଭାଇରାଲ ହେଉଛି। ଉକ୍ତ ପେପରରେ ନୋଟା ପାଇଁ ସୁବିଧା ନ ଥିବାବେଳେ ଭୋଟର ଜଣଙ୍କ ନୋଟା ଲେଖି ଭୋଟବାକ୍ସରେ ଭର୍ତ୍ତିି କରିଥିଲେ। ପୂର୍ବରୁ ଉଠାଯାଇଥିବା ଫଟୋକୁ ସାମାଜିକ ଗଣମାଧ୍ୟମରେ ଚାଷୀ ଦେବେନ୍ଦ୍ର ପ୍ରଧାନ ଓ ସୁଶାନ୍ତ ପ୍ରଧାନ ସେୟାର କରିଛନ୍ତି। ଦେବେନ୍ଦ୍ର ଚେତବାନୀ ଦେଇ ଉଲ୍ଲେଖ କରିଛନ୍ତି, ସବୁ ସରକାର ଚାଷୀ ବିରୋଧୀ କାର୍ଯ୍ୟ କରୁଛନ୍ତି। ଅଗାମୀ ଦିନରେ ଧାନ କିଣା ଓ ଅନ୍ୟ ସମସ୍ୟା ସମାଧାନ ନ ହେଲେ ନୋଟା ସଂଖ୍ୟା ବୃଦ୍ଧି ପାଇବ।

ଏହାକୁ ଜିଲା ପ୍ରଶାସନ ଗୁରୁତର ସହ ନେଇଥିବା ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି। ଏହି ବାଲଟ୍‌ ପେପର ସତ୍ୟତାକୁ ନେଇ ପରଖାଯାଉଛି। ଏ ନେଇ ପୋଲିସ ତଦନ୍ତ କରୁଛି। ସତ୍ୟତା ସାମ୍ନାକୁ ଆସିଲେ ଏଭଳିି ପ୍ରଚାର କରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପଟେ ସ୍କୁଲ ଶିକ୍ଷକ ଅଭାବରୁ ଜଣେ ଭୋଟର ମତଦାନ କରିବାକୁ ଇଚ୍ଛା ପ୍ରକାଶ କଲେ ନାହିଁ। ବାଲଟ୍‌ ପେପରରେ ଏଭଲି ଉଲ୍ଲେଖ କରି ସାମାଜିକ ଗଣମାଧ୍ୟମରେ ପ୍ରଚାର କରିଥିଲେ। ସୂଚନାଯୋଗ୍ୟ, ୧୮ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ନାକଟିଦେଉଳ ବ୍ଲକରେ ନିର୍ବାଚନ ରହିଥିଲା। ଜୋନ-୨ରେ ବିଜେଡି ଟିକେଶ୍ୱର ମେହେର, କଂଗ୍ରେସର ସୁନନ୍ଦା ପ୍ରଧାନ, ଭାଜପାର ଲୁଚନା ଗଡତ୍ୟା ପ୍ରାର୍ଥୀ ହୋଇଛନ୍ତି। ଭାଇରାଲ ହେଉଥିବା ବାଲଟ୍‌ ପେପରରେ ମଧ୍ୟ ସମାନ ନାମ ରହିଛି। ଏହି ବାଲଟ ପେପରରେ ନୋଟାର ସୁବିଧା ନାହିଁ। ତେଣୁ ବ୍ଲକର କେହି ଜଣେ ଭୋଟର ସରପଞ୍ଚ, ସମିତି ଓ ୱାର୍ଡ ସଭ୍ୟରେ ଭୋଟ ଦେବା ପରେ ଜିଲାପରିଷଦ ପ୍ରାର୍ଥୀ ଦଳୀୟ ହୋଇଥିବାରୁ ଭୋଟ ଦେଲେନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଢିପାରେ ୨୦ ଟିଏମସି ବିଦ୍ରୋହୀଙ୍କ ସମସ୍ୟା! ବଡ଼ ନିଷ୍ପତ୍ତି ନେଲେ ଦିଦି

କୋଲକାତା,୧୪।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମସି) ୨୦ ଜଣ ବିଦ୍ରୋହୀ ଲୋକ ସଭା ସାଂସଦଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି।…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର କହିଲେ…..

ନୂଆଦିଲ୍ଲୀ,୧୪।୮: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ଅଗଷ୍ଟ ୧୫ରେ କ’ଣ ଖୋଲା କ’ଣ ବନ୍ଦ? ଘରୁ ବାହାରିବା ପୂର୍ୱରୁ ଜାଣି ନିଅନ୍ତୁ ବଡ଼ ଅପଡେଟ୍‌…

ନୂଆଦିଲ୍ଲୀ,୧୪।୮: ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧୀନତା ଦିବସରେ ସମଗ୍ର ଭାରତ ସ୍ୱାଧୀନତା ଉତ୍ସବ ପାଳନ କରିବ। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ନିରାପତ୍ତା ପାଇଁ ନିୟମରେ କେତେକ…

ପାଣିରେ ବୁଡ଼ିରହିଛି ଚାଷଜମି, ଉଜୁଡ଼ିଲା ଖରିଫ ଫସଲ

ଡେରାବିଶ,୧୪ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲ୍ଳକର ଚାଷୀମାନେ ଜୁନ୍‌ ଦ୍ୱିତୀୟ ସପ୍ତାହରୁ ଖରିଫ୍‌ ଚାଷ ପାଇଁ ବିହନ ବୁଣା ପ୍ରକ୍ରିୟା ଆରମ୍ଭ କରିଥିଲେ। ଜୁଲାଇ…

BCIକୁ CJIଙ୍କ ପରାମର୍ଶ: ‘ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ; ମୁଁ ଛାତ୍ର ଥିବାବେଳେ ମଧ୍ୟ ସକ୍ରିୟ ଥିଲି’

ନୂଆଦିଲ୍ଲୀ,୧୪।୮: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଯଦି NALSAR ଛାତ୍ରମାନେ ତାଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି, ତେବେ ବାର କାଉନସିଲ ଅଫ ଇଣ୍ଡିଆ (BCI)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri