ବୁଥ୍‌ ଖୋଜି ଖୋଜି ଭୋଟର ନୟାନ୍ତ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ୭ ବର୍ଷ ପରେ ପୌର ନିର୍ବାଚନ ହୋଇଛି। ଏହା ଭିତରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଭୋଟର ଓ ପରିସୀମା ମଧ୍ୟ ବଢ଼ିଛି। ଏଥିପାଇଁ ପୂର୍ବରୁ ଓ୍ବାର୍ଡ ପୁନର୍ଗଠନ ସହ ନୂଆ ଭୋଟର ସଂଯୋଗ ଓ ସଂଶୋଧନ କରାଯାଇଥିଲା। ଏପରିକି ଅଭିଯୋଗ ଆଧାରରେ ଦ୍ୱିତୀୟ ଥର ମଧ୍ୟ ତାଲିକା ବଦଳିଥିଲା। ଏହାସତ୍ତ୍ୱେ ଗୁରୁବାର ମତଦାନବେଳେ କେତେକ ତ୍ରୁଟି ମଧ୍ୟ ପରିଲକ୍ଷିତ ହୋଇଥିଲା। କାହାର ନାଁ ଭୋଟର ତାଲିକାରେ ନ ଥିଲା ତ ପୁଣି ଆଉ କାହାର ଅନ୍ୟ ଓ୍ବାର୍ଡକୁ ଚାଲିଯାଇଥିଲା। ଏହା ଜାଣି ନ ପାରି ବହୁ ଭୋଟର ବୁଥ୍‌ରୁ ବୁଥ୍‌ ଓ ଓ୍ବାର୍ଡରୁ ଓ୍ବାର୍ଡ ବୁଲି ନୟାନ୍ତ ହୋଇପଡିଥିଲେ। କେତେଜଣ ଭୋଟର ଭୋଟ ଦେଇଥିବାବେଳେ ଆଉ କେତେଜଣ ନାଁ ନ ପାଇ ମତଦାନରୁ ବଞ୍ଚତ୍ତ ହୋଇଥିଲେ। ଆଉ କେତେକ ବୁଥ୍‌ ଖୋଜି ଖୋଜି ନୟାନ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ୱାର୍ଡ ପୁନର୍ଗଠନ ପରେ ୧୮ ଓ ୧୯ ନଂ. ୱାର୍ଡର ଅଞ୍ଚଳ ବଦଳିବା ସହ ପରସ୍ପର ସହ ମିଶିଛି। ଫଳରେ ଉଭୟ ଓ୍ବାର୍ଡର ଭୋଟର ମତଦାନବେଳେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୧୮ ନଂ. ୱାର୍ଡ ପାଇଁ ଗୋଟିଏ ସ୍ଥାନରେ ଦୁଇଟି ମତଦାନ କେନ୍ଦ୍ର ଯଥା ଜିଜିପି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଗୋପୀନାଥଦେବ ହାଇସ୍କୁଲରେ ହୋଇଥିଲେ ମଧ୍ୟ ଭୋଟରଙ୍କ ସୁବିଧା ପାଇଁ କୌଣସି ସହାୟତା କେନ୍ଦ୍ର ନ ଥିଲା। ଏପରିକି ବୁଥ୍‌ ଚିହ୍ନିବା ପାଇଁ କିଛି ଫଳକର ବ୍ୟବସ୍ଥା ନ ଥିଲା। ଏହି କେନ୍ଦ୍ର ସାମ୍ନାରେ ୧୯ ନଂ. ୱାର୍ଡ ମତଦାନ କେନ୍ଦ୍ରଗୁଡିକ ସମ୍ପର୍କରେ ସୂଚନ ଦିଆଯାଇଥିଲା। ଏହା ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜଳଖିଆ ବିକ୍ରି କରିଥିଲେ ୧୪୬ ନଂ. ଆକ୍ରାନ୍ତ

ଭୁବନେଶ୍ୱର, ୫।୫(ବ୍ୟୁରୋ): ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୋମବାର ସନ୍ଧ୍ୟାରେ ୧୪୪, ୧୪୫, ୧୪୬, ୧୫୧, ୧୫୭, ୧୫୮ ଓ ୧୫୯ ନମ୍ବର...

ଚିହ୍ନଟ ହେଲେ ୯.୫୯ ଲକ୍ଷ ହିତାଧିକାରୀ

ଭୁବନେଶ୍ୱର,୧୭ା୧(ବ୍ୟୁରୋ):ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯.୫୯ ଲକ୍ଷ ହିତାଧିକାରୀ ପକ୍କାଘର ପାଇବା ନେଇ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୦ ଜିଲାରୁ ୮ଲକ୍ଷ ୧୭ ହଜାର ହିତାଧିକାରୀ ରହିଛନ୍ତି।...

ଚୂଡ଼ାନ୍ତ ପର୍ଯ୍ୟାୟରେ କପିଳାସ ଭକ୍ତନିବାସ

ଢେଙ୍କାନାଳ ଅଫିସ, ୩୧।୧: ପ୍ରସିଦ୍ଧ ଶୈବପୀଠ କପିଳାସରେ ଶ୍ରଦ୍ଧାଳୁଙ୍କ ରହଣି ସୁବିଧା ପାଇଁ ୫୦ ଲକ୍ଷ ଟଙ୍କା ବ୍ୟୟରେ ଚାଲିଥିବା ଭକ୍ତ ନିବାସ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ...

ଲେବାନନ୍‌ ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିକୁ ନେଇ ସରକାର ତତ୍ପର

ଭୁବନେଶ୍ୱର,୧୩।୮(ବ୍ୟୁରୋ): ଲେବାନନ୍‌ ବିସ୍ଫୋରଣ ଘଟଣା ପରେ ରାଜ୍ୟର କଳକାରଖାନାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଫ୍ୟାକ୍ଟ୍ରି ଆଣ୍ଡ ବଏଲର ନିର୍ଦ୍ଦେଶକ ଗତ ସୋମବାର ରାଜ୍ୟରେ ଥିବା...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୩୦।୫(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୨,୭୯,୧୯୧ ଜଣ ସୁସ୍ଥ...

ଭୁବନେଶ୍ୱରରେ ୯ ନୂଆ ପଜିଟିଭ୍‌ ଚିହ୍ନଟ: ଅଛନ୍ତି ୩ କୋଭିଡ ହସ୍ପିଟାଲ କର୍ମଚାରୀ, ୨ ଲୋକାଲ୍‌ କେସ୍‌

ଭୁବନେଶ୍ୱର,୧୮।୬(ବ୍ୟୁରୋ): ରାଜଧାନୀରେ ଗୁରୁବାର ୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୪ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା ବେଳେ ୩ଜଣ କରୋନା ଯୋଦ୍ଧା ,...

ଶ୍ରୀଲିଙ୍ଗରାଜଙ୍କ ଜମିରେ ୧୪୪ ଧାରା ଲାଗିବା ଘଟଣା:ନିର୍ମାଣ କାମକୁ ନେଇ ଠାକୁରଙ୍କ ନୀତି ବନ୍ଦ

ପୁରୁଣା ଭୁବନେଶ୍ୱର,୪ା୯(ଡି.ଏନ.ଏ.):ଶ୍ରୀଲିଙ୍ଗରାଜଙ୍କ ଜମି ଉପରେ ନିର୍ମାଣାଧୀନ ଗୃହକୁ ନେଇ ୧୪୪ ଧାରା ଜାରି ସତ୍ତ୍ୱେ ସେଠାରେ କାମ ବନ୍ଦ ହେଉନାହିଁ। ଏହାକୁ ବିରୋଧ କରି ବ୍ରାହ୍ମଣ...

ବର୍ଷାରେ ଭିଜିପାରେ ନୂଆବର୍ଷ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତର ପ୍ରକୋପ ଜାରି ରହିଛି। ଶନିବାର ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ୯ଟି ସହରର ତାପମାତ୍ରା...

Advertisement
Archives

Model This Week