ନିର୍ଣ୍ଣାୟକ ହେବ ୧୩ ପଞ୍ଚାୟତର ଭୋଟ

ଭଦ୍ରକ ଅଫିସ,୨୬।୧୦: ଧାମନଗର ଉପନିର୍ବାଚନ ଯେତେ ପାଖେଇ ଆସୁଛି ହାର୍‌ଜିତ୍‌କୁ ନେଇ ରାଜନୈତିକ ମହଲରେ ଉତ୍କଣ୍ଠା ସେତେ ବଢ଼ିଚାଲିଛି। ଧାମନଗର ନିର୍ବାଚନମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକର ୧୩ ପଞ୍ଚାୟତର ଭୋଟ୍‌ ଏହି ଉପନିର୍ବାଚନ ଫଳାଫଳର ନିର୍ଣ୍ଣାୟକ ହେବ ବୋଲି ଚର୍ଚ୍ଚା ହେଉଛି। ତିହିଡ଼ି ବ୍ଲକର ତଳଗୋପବିନ୍ଧା, ବାରୋ, କୁବେରା, କଁାପଡ଼ା, ବୋଡ଼କ, ବିଲଣା, ଶ୍ୟାମସୁନ୍ଦରପୁର, ଗୁଆମାଳ, ଅଚକ, ତାଳପଦା, ନୟାନନ୍ଦ, ଦୋଳସାହି ଓ ପାଳିଆବିନ୍ଧା ଏହି ୧୩ ପଞ୍ଚାୟତର ୬୩ ହଜାରରୁ ଊର୍ଦ୍ଧ୍ୱ ଭୋଟରଙ୍କ ନିର୍ଣ୍ଣାୟକ ଭୂମିକା ଉପରେ ନିର୍ବାଚନର ଫଳାଫଳ ନିର୍ଭର କରୁଛି।
ତିହିଡ଼ି ବ୍ଲକର ୭ ନଂ. ଜୋନ୍‌ କଁାପଡ଼ା ପଞ୍ଚାୟତରେ ବିଜେଡି ପ୍ରାର୍ଥତ୍ନୀ ଅବନ୍ତୀ ଦାସ ଓ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଘର। ଗତ ପଞ୍ଚାୟତ ନିର୍ବାଚନରେ ଏହି ପଞ୍ଚାୟତର ୨,୭୬୬ ଖଣ୍ଡ ଭୋଟ୍‌ ବିଜେଡିକୁ ମିଳିଥିବା ବେଳେ ୧,୨୯୮ ଖଣ୍ଡ ଭାଜପା ସପକ୍ଷରେ ଥିଲା। ଏଥର କିନ୍ତୁ ବିଜେଡିର ବିଦ୍ରୋହୀ ରାଜେନ୍ଦ୍ର ସ୍ବାଧୀନ ପ୍ରାର୍ଥୀ ହୋଇଥିବାରୁ ଭୋଟ୍‌ ବିଭାଜନ ହେବା ସମ୍ଭାବନା ରହିଛି। ନିଜ ଗଁାରୁ ରାଜେନ୍ଦ୍ର ଅଧିକ ଭୋଟ ପାଇବେ ବୋଲି ଆଶା ରଖିଥିବା ବେଳେ ତାଙ୍କୁ ଚେକ୍‌ ଦେବା ପାଇଁ ବିଜେଡି ଗୋଟି ଚାଳନା ଆରମ୍ଭ କରିଛି। ଏହି ଜୋନ୍‌ରେ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, ଅବନ୍ତୀ ଓ ରାଜେନ୍ଦ୍ରଙ୍କ ମଧ୍ୟରେ ତ୍ରିମୁଖୀ ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି। ପଞ୍ଚାୟତ ନିର୍ବାଚନରେ ୧୩ ପଞ୍ଚାୟତରୁ ବିଜେଡି ୨୭,୮୨୫ ଭୋଟ ପାଇଥିବା ବେଳେ ଭାଜପା ୨୦,୮୧୫ ଭୋଟ ପାଇଥିଲା। ଯଦି ଏହି ୧୩ ପଞ୍ଚାୟତରୁ ଅଧିକ ଭୋଟ୍‌ ରାଜେନ୍ଦ୍ରଙ୍କୁ ମିଳେ, ତା’ହେଲେ ବିଜେଡି ପାଇଁ ଏହା ସମସ୍ୟା ହୋଇପାରେ। ଏଥିସହ ଧାମନଗର ବ୍ଲକ ଓ ଏନ୍‌ଏସିର ସଂଖ୍ୟାଲଘୁ ଭୋଟ୍‌ ସମସ୍ତଙ୍କ ନଜରରେ ରହିଛି। ଏନ୍‌ଏସି ଅଧୀନ ୧୧ ୱାର୍ଡରେ ୧୫ ହଜାର ଭୋଟର ରହିଛନ୍ତି। ସେହିପରି ବ୍ଲକର ଗୁଡ଼ୁପୋଖରୀ, ପନ୍ଦରବାଟିଆ, ପିତେଇପୁର, ଜାଫରପୁର, ବୟାଙ୍ଗଡିହୀ ଆଦି ଅଞ୍ଚଳରେ ୧୦ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟାଲଘୁ ଭୋଟର। ଏହି ସଂଖ୍ୟାଲଘୁ ଭୋଟ୍‌ ଓ ତିହିଡ଼ି ବ୍ଲକର ୧୩ ପଞ୍ଚାୟତର ଭୋଟର ଉପନିର୍ବାଚନରେ ପ୍ରାର୍ଥୀଙ୍କ ବିଜୟ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବେ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri