ନିର୍ଣ୍ଣାୟକ ହେବ ୧୩ ପଞ୍ଚାୟତର ଭୋଟ

ଭଦ୍ରକ ଅଫିସ,୨୬।୧୦: ଧାମନଗର ଉପନିର୍ବାଚନ ଯେତେ ପାଖେଇ ଆସୁଛି ହାର୍‌ଜିତ୍‌କୁ ନେଇ ରାଜନୈତିକ ମହଲରେ ଉତ୍କଣ୍ଠା ସେତେ ବଢ଼ିଚାଲିଛି। ଧାମନଗର ନିର୍ବାଚନମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକର ୧୩ ପଞ୍ଚାୟତର ଭୋଟ୍‌ ଏହି ଉପନିର୍ବାଚନ ଫଳାଫଳର ନିର୍ଣ୍ଣାୟକ ହେବ ବୋଲି ଚର୍ଚ୍ଚା ହେଉଛି। ତିହିଡ଼ି ବ୍ଲକର ତଳଗୋପବିନ୍ଧା, ବାରୋ, କୁବେରା, କଁାପଡ଼ା, ବୋଡ଼କ, ବିଲଣା, ଶ୍ୟାମସୁନ୍ଦରପୁର, ଗୁଆମାଳ, ଅଚକ, ତାଳପଦା, ନୟାନନ୍ଦ, ଦୋଳସାହି ଓ ପାଳିଆବିନ୍ଧା ଏହି ୧୩ ପଞ୍ଚାୟତର ୬୩ ହଜାରରୁ ଊର୍ଦ୍ଧ୍ୱ ଭୋଟରଙ୍କ ନିର୍ଣ୍ଣାୟକ ଭୂମିକା ଉପରେ ନିର୍ବାଚନର ଫଳାଫଳ ନିର୍ଭର କରୁଛି।
ତିହିଡ଼ି ବ୍ଲକର ୭ ନଂ. ଜୋନ୍‌ କଁାପଡ଼ା ପଞ୍ଚାୟତରେ ବିଜେଡି ପ୍ରାର୍ଥତ୍ନୀ ଅବନ୍ତୀ ଦାସ ଓ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଘର। ଗତ ପଞ୍ଚାୟତ ନିର୍ବାଚନରେ ଏହି ପଞ୍ଚାୟତର ୨,୭୬୬ ଖଣ୍ଡ ଭୋଟ୍‌ ବିଜେଡିକୁ ମିଳିଥିବା ବେଳେ ୧,୨୯୮ ଖଣ୍ଡ ଭାଜପା ସପକ୍ଷରେ ଥିଲା। ଏଥର କିନ୍ତୁ ବିଜେଡିର ବିଦ୍ରୋହୀ ରାଜେନ୍ଦ୍ର ସ୍ବାଧୀନ ପ୍ରାର୍ଥୀ ହୋଇଥିବାରୁ ଭୋଟ୍‌ ବିଭାଜନ ହେବା ସମ୍ଭାବନା ରହିଛି। ନିଜ ଗଁାରୁ ରାଜେନ୍ଦ୍ର ଅଧିକ ଭୋଟ ପାଇବେ ବୋଲି ଆଶା ରଖିଥିବା ବେଳେ ତାଙ୍କୁ ଚେକ୍‌ ଦେବା ପାଇଁ ବିଜେଡି ଗୋଟି ଚାଳନା ଆରମ୍ଭ କରିଛି। ଏହି ଜୋନ୍‌ରେ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, ଅବନ୍ତୀ ଓ ରାଜେନ୍ଦ୍ରଙ୍କ ମଧ୍ୟରେ ତ୍ରିମୁଖୀ ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି। ପଞ୍ଚାୟତ ନିର୍ବାଚନରେ ୧୩ ପଞ୍ଚାୟତରୁ ବିଜେଡି ୨୭,୮୨୫ ଭୋଟ ପାଇଥିବା ବେଳେ ଭାଜପା ୨୦,୮୧୫ ଭୋଟ ପାଇଥିଲା। ଯଦି ଏହି ୧୩ ପଞ୍ଚାୟତରୁ ଅଧିକ ଭୋଟ୍‌ ରାଜେନ୍ଦ୍ରଙ୍କୁ ମିଳେ, ତା’ହେଲେ ବିଜେଡି ପାଇଁ ଏହା ସମସ୍ୟା ହୋଇପାରେ। ଏଥିସହ ଧାମନଗର ବ୍ଲକ ଓ ଏନ୍‌ଏସିର ସଂଖ୍ୟାଲଘୁ ଭୋଟ୍‌ ସମସ୍ତଙ୍କ ନଜରରେ ରହିଛି। ଏନ୍‌ଏସି ଅଧୀନ ୧୧ ୱାର୍ଡରେ ୧୫ ହଜାର ଭୋଟର ରହିଛନ୍ତି। ସେହିପରି ବ୍ଲକର ଗୁଡ଼ୁପୋଖରୀ, ପନ୍ଦରବାଟିଆ, ପିତେଇପୁର, ଜାଫରପୁର, ବୟାଙ୍ଗଡିହୀ ଆଦି ଅଞ୍ଚଳରେ ୧୦ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟାଲଘୁ ଭୋଟର। ଏହି ସଂଖ୍ୟାଲଘୁ ଭୋଟ୍‌ ଓ ତିହିଡ଼ି ବ୍ଲକର ୧୩ ପଞ୍ଚାୟତର ଭୋଟର ଉପନିର୍ବାଚନରେ ପ୍ରାର୍ଥୀଙ୍କ ବିଜୟ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବେ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?