କାଳୀପୂଜା ପାଇଁ ଝଲସୁଛି ଯାଜପୁର ସହର

ଯାଜପୁର ଟାଉନ,୨୬ା୧୦(ଡି.ଏନ.ଏ.): ଯାଜପୁରର ଗଣପର୍ବ କାଳୀପୂଜା ସୋମବାର ରାତିରୁ ଆରମ୍ଭ ହୋଇଛି। ଚଳିତ ବର୍ଷ ସୂର୍ଯ୍ୟ ପରାଗ ଯୋଗୁ ରାତି ୧୦ଟା ସମୟରେ ବୈତରଣୀ ନଦୀରେ କଳସ ବୁଡା କାର୍ଯ୍ୟକ୍ରମ ଶେଷ ହୋଇଥିଲା ା ଏହାପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ବିଭିନ୍ନ ମଣ୍ଡପରେ ମା’ କାଳୀଙ୍କ ପୂଜା ଅନୁଷ୍ଠିତ ହୋଇଥିଲା ା ଭୋର ୪.୪୦ମିନିଟ୍‌ ସୁଦ୍ଧା ପୂଜା କାର୍ଯ୍ୟକୁ ଶେଷ କରାଯାଇଥିଲା ା ସେହିପରି ଶନିବାର ରାତିରୁ ବିଭିନ୍ନ ମଣ୍ଡପରେ ଲକ୍ଷ୍ମୀ ନାରାୟଣଙ୍କ ପୂଜା ଆରମ୍ଭ ହୋଇଥିଲା ା
କରୋନା କଟକଣା ଯୋଗୁ ଗତ ୨ବର୍ଷ ବିନା ଶ୍ରଦ୍ଧାଳୁରେ ପୂଜା ହୋଇଥିଲା ା ଚଳିତ ବର୍ଷ ଶ୍ରଦ୍ଧାଳୁମାନଙ୍କ ଉତ୍ସାହ ଓ ପୂଜାକମିଟି କର୍ମକର୍ତ୍ତାଙ୍କ ସହଯୋଗରେ ଖୁବ୍‌ ଧୁମ୍‌ଧାମରେ ପୂଜା ଚାଲିଛି ା ପ୍ରତି ପୂଜାମଣ୍ଡପକୁ ବିଭିନ୍ନ ପ୍ରକାରର ଆଲୋକ ମାଳା ଓ ତୋରଣରେ ସଜା ଯାଇଛି। ସୂର୍ଯ୍ୟ ପରାଗ ଯୋଗୁ ମଙ୍ଗଳବାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳି ନ ଥିଲା। ହେଲେ ସମଗ୍ର ସହର ସନ୍ଧ୍ୟା ହେବା ମାତ୍ରେ ଚଳଚଞ୍ଚଳ ହୋଇଉଠିଥିଲା ା ସବୁଠି ରଙ୍ଗୀନ ଆଲୋକ ମାଳାରେ ଝଲ୍‌ମଲ୍‌ ହୋଇଉଠିଥିଲା ା ସେହିପରି ସହରବାସୀ ନିଜ ଘରକୁ ବି ବିଦ୍ୟୁତ୍‌ ଆଲୋକମାଳାରେ ସଜାଇଛନ୍ତି ା ପ୍ରତିବର୍ଷ ଏହି ପୂଜାର ମାହୋଲ ବଢ଼ି ବଢ଼ି ଚାଲିଛି ା ଚଳିତବର୍ଷ ଯାଜପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ୫୬ରୁ ଊର୍ଦ୍ଧ୍ୱ ଶ୍ୟାମାକାଳୀ ଓ ଲକ୍ଷ୍ମୀନାରାୟଣଙ୍କ ମେଢ଼ ହେଇଛି ା
ଯାଜପୁର ସହରର ସର୍ବପୂରାତନ ବାହାବଳପୁର ଗରୁଡ଼କାଳୀଙ୍କଠାରୁ ପ୍ରାଚୀନ ସଦାବ୍ରତମଠ ଓ ଗରିଆପୁରଠାରେ ଶ୍ୟାମାକାଳୀଙ୍କ ପୂଜାର୍ଚ୍ଚନା ଆଧ୍ୟାମତ୍ିକତା ପରିବେଶ ସୃଷ୍ଟି କରିଛି। ସେହିପରି ସାନବଜାର, ବଡବଜାର, ନାରାୟଣଛକ, ଯୋଡିକୂଅ, ଶୀତଳେଶ୍ୱର, ବିରଜାହାଟ, ଡେଲିମାର୍କେଟ, କିଆନାଳିକୂଳ, ବୈଦ୍ୟରାଜପୁର, ମାନସାପୋଲ, ଟାଉନ ହଲ, କଚେରୀ ବଜାର, ସରକାରୀ ବସଷ୍ଟାଣ୍ଡ, ଭାବାନୀଗଞ୍ଜ, ବିରଜା ସିନେମାହଲ, ହାବେଳି ବଜାର, ଜାଉଁଳି ବନ୍ଧ, ଟ୍ୟାକ୍ସି ଷ୍ଟାଣ୍ଡ, ଖଣ୍ଡେଶ୍ୱର, କୁଆଁସରପୁର, ଅମ୍ବିକାଇଛକ, ଲଳିତେଶ୍ୱର, କଲେଜ ଛକ, ରକ୍ଷାକାଳୀ, ଷ୍ଟେଟବ୍ୟାଙ୍କ, ମାର୍କଣ୍ଡପୁର ଆଦି ସ୍ଥାନରେ ତୋରଣ ଓ ଆଲୋକମାଳା ଆକର୍ଷଣୀୟ ହୋଇଛି ା ଚଳିତବର୍ଷ ପୂଜା କମିଟି ପକ୍ଷରୁ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଅସ୍ଥାୟୀ ଦୋକାନ,ବଜାରରେ ଭିଡି ଜମିଛି ା ବିଭିନ୍ନ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପୋଲିସ ନଜର ରଖିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ, ମେଡିକାଲରେ ଦମ୍ପତି

ହାଟଡିହୀ/ଛେନାପଦୀ,୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ…

ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ନମ୍ବରହୀନ କାର୍‌ରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ: ପାଟପୁର ପୋଲିସ ହାତରେ ଧରାପଡ଼ିଲେ ୨…

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ବୁଧବାର ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ ନମ୍ବରହୀନ ହୁଣ୍ଡାଇ କାର୍ ଜବତ କରିବା ସହ ଦୁଇ ଜଣ…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ଦିଗପହଣ୍ଡିରେ ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ: କଲ୍ୟାଣ ମଣ୍ଡପ ନିମନ୍ତେ ଏମ୍.ପି. କଲେ ଶିଳାନ୍ୟାସ

ଦିଗପହଣ୍ଡି,୨୨|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି-ପୋଡ଼ାମାରି ରାସ୍ତାରେ ଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ କାର୍ଯ୍ୟାଳୟ ପରିସରରେ ଗୋପାଳ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri