କାଳୀପୂଜା ପାଇଁ ଝଲସୁଛି ଯାଜପୁର ସହର

ଯାଜପୁର ଟାଉନ,୨୬ା୧୦(ଡି.ଏନ.ଏ.): ଯାଜପୁରର ଗଣପର୍ବ କାଳୀପୂଜା ସୋମବାର ରାତିରୁ ଆରମ୍ଭ ହୋଇଛି। ଚଳିତ ବର୍ଷ ସୂର୍ଯ୍ୟ ପରାଗ ଯୋଗୁ ରାତି ୧୦ଟା ସମୟରେ ବୈତରଣୀ ନଦୀରେ କଳସ ବୁଡା କାର୍ଯ୍ୟକ୍ରମ ଶେଷ ହୋଇଥିଲା ା ଏହାପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ବିଭିନ୍ନ ମଣ୍ଡପରେ ମା’ କାଳୀଙ୍କ ପୂଜା ଅନୁଷ୍ଠିତ ହୋଇଥିଲା ା ଭୋର ୪.୪୦ମିନିଟ୍‌ ସୁଦ୍ଧା ପୂଜା କାର୍ଯ୍ୟକୁ ଶେଷ କରାଯାଇଥିଲା ା ସେହିପରି ଶନିବାର ରାତିରୁ ବିଭିନ୍ନ ମଣ୍ଡପରେ ଲକ୍ଷ୍ମୀ ନାରାୟଣଙ୍କ ପୂଜା ଆରମ୍ଭ ହୋଇଥିଲା ା
କରୋନା କଟକଣା ଯୋଗୁ ଗତ ୨ବର୍ଷ ବିନା ଶ୍ରଦ୍ଧାଳୁରେ ପୂଜା ହୋଇଥିଲା ା ଚଳିତ ବର୍ଷ ଶ୍ରଦ୍ଧାଳୁମାନଙ୍କ ଉତ୍ସାହ ଓ ପୂଜାକମିଟି କର୍ମକର୍ତ୍ତାଙ୍କ ସହଯୋଗରେ ଖୁବ୍‌ ଧୁମ୍‌ଧାମରେ ପୂଜା ଚାଲିଛି ା ପ୍ରତି ପୂଜାମଣ୍ଡପକୁ ବିଭିନ୍ନ ପ୍ରକାରର ଆଲୋକ ମାଳା ଓ ତୋରଣରେ ସଜା ଯାଇଛି। ସୂର୍ଯ୍ୟ ପରାଗ ଯୋଗୁ ମଙ୍ଗଳବାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳି ନ ଥିଲା। ହେଲେ ସମଗ୍ର ସହର ସନ୍ଧ୍ୟା ହେବା ମାତ୍ରେ ଚଳଚଞ୍ଚଳ ହୋଇଉଠିଥିଲା ା ସବୁଠି ରଙ୍ଗୀନ ଆଲୋକ ମାଳାରେ ଝଲ୍‌ମଲ୍‌ ହୋଇଉଠିଥିଲା ା ସେହିପରି ସହରବାସୀ ନିଜ ଘରକୁ ବି ବିଦ୍ୟୁତ୍‌ ଆଲୋକମାଳାରେ ସଜାଇଛନ୍ତି ା ପ୍ରତିବର୍ଷ ଏହି ପୂଜାର ମାହୋଲ ବଢ଼ି ବଢ଼ି ଚାଲିଛି ା ଚଳିତବର୍ଷ ଯାଜପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ୫୬ରୁ ଊର୍ଦ୍ଧ୍ୱ ଶ୍ୟାମାକାଳୀ ଓ ଲକ୍ଷ୍ମୀନାରାୟଣଙ୍କ ମେଢ଼ ହେଇଛି ା
ଯାଜପୁର ସହରର ସର୍ବପୂରାତନ ବାହାବଳପୁର ଗରୁଡ଼କାଳୀଙ୍କଠାରୁ ପ୍ରାଚୀନ ସଦାବ୍ରତମଠ ଓ ଗରିଆପୁରଠାରେ ଶ୍ୟାମାକାଳୀଙ୍କ ପୂଜାର୍ଚ୍ଚନା ଆଧ୍ୟାମତ୍ିକତା ପରିବେଶ ସୃଷ୍ଟି କରିଛି। ସେହିପରି ସାନବଜାର, ବଡବଜାର, ନାରାୟଣଛକ, ଯୋଡିକୂଅ, ଶୀତଳେଶ୍ୱର, ବିରଜାହାଟ, ଡେଲିମାର୍କେଟ, କିଆନାଳିକୂଳ, ବୈଦ୍ୟରାଜପୁର, ମାନସାପୋଲ, ଟାଉନ ହଲ, କଚେରୀ ବଜାର, ସରକାରୀ ବସଷ୍ଟାଣ୍ଡ, ଭାବାନୀଗଞ୍ଜ, ବିରଜା ସିନେମାହଲ, ହାବେଳି ବଜାର, ଜାଉଁଳି ବନ୍ଧ, ଟ୍ୟାକ୍ସି ଷ୍ଟାଣ୍ଡ, ଖଣ୍ଡେଶ୍ୱର, କୁଆଁସରପୁର, ଅମ୍ବିକାଇଛକ, ଲଳିତେଶ୍ୱର, କଲେଜ ଛକ, ରକ୍ଷାକାଳୀ, ଷ୍ଟେଟବ୍ୟାଙ୍କ, ମାର୍କଣ୍ଡପୁର ଆଦି ସ୍ଥାନରେ ତୋରଣ ଓ ଆଲୋକମାଳା ଆକର୍ଷଣୀୟ ହୋଇଛି ା ଚଳିତବର୍ଷ ପୂଜା କମିଟି ପକ୍ଷରୁ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଅସ୍ଥାୟୀ ଦୋକାନ,ବଜାରରେ ଭିଡି ଜମିଛି ା ବିଭିନ୍ନ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପୋଲିସ ନଜର ରଖିଛି ା


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri