ଜେଲନ୍‌ସ୍କିଙ୍କ ଦାବି ସ୍ୱାଧିନତା ଦିବସରେ ୟୁକ୍ରେନରେ ୨୨ଲୋକଙ୍କ ମୃତ୍ୟୁ, ୫୦ ଆହତ

କ୍ୱିଭ,୨୫ ।୮: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲନ୍‌ସ୍କି ଅଗଷ୍ଟ ୨୪ରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦକୁ କହିଛନ୍ତି ‘ରୁଷିଆ ସେନା ୟୁକ୍ରେନର ସ୍ୱାଧିନତା ଦିବସରେ ନିପ୍ରୋପେଟ୍ରୋବସ୍କ ଅଞ୍ଚଳରେ ଏକ ରେଲୱେ ଷ୍ଟେଶନରେ ରକେଟ ଆକ୍ରମଣ କରିଛନ୍ତି । ଆଉ ଏହି ଆକ୍ରମଣରେ ଅତିକମରେ ୨୨ ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି । କିଛିଦିନ ତଳେ ଜେଲନସ୍କି ଅନୁମାନ ଲଗାଇଥିଲେ କି ରୁଷିଆ ଚଳିତ ସପ୍ତାହରେ କୌଣସି ବର୍ବର ଆକ୍ରମଣ କରିପାରେ । ସୂଚନାଯୋଗ୍ୟ, ରୁଷିଆ-ୟୁକ୍ରେନ ଯୁ୍‌ଦ୍ଧକୁ ୬ ମାସ ପୂରଣ ହୋଇଥିବା ବେଳେ ଏହାରି ଭିତରେ ଉଭୟ ଦେଶର ବହୁ ଧନଜୀବନ ହାନି ହେଲାଣି । ପୁଣିଥରେ ଅଣ୍ଟା ସଳଖି ଠିଆ ହୋବକୁ ଚେଷ୍ଟା କରୁଥିବା ୟୁକ୍ରେନ ଏବେ ପାଳନ କରିଛି ୩୧ ତମ ସ୍ୱାଧିନତା ଦିବସ ।
ୟୁକ୍ରେନ ସମାଚାର ଏଜେନ୍ସି ସେମାନଙ୍କ ରିପୋର୍ଟରେ କହିଛନ୍ତି, ଜେଲନସ୍କି ଭିଡିଓ ମାଧ୍ୟମରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦକୁ କହିଛନ୍ତି କି ଏହି ଆକ୍ରମଣ ନିପ୍ରୋପେଟ୍ରୋବସ୍କ ଅଞ୍ଚଳରେ ଚ୍ୟାପଲନେ ସହରରେ ହୋଇଛି । ସହରର ଜନସଂଖ୍ୟା ପ୍ରାୟ ୩,୫୦୦ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘କୋଭିଡ-୧୯’ ଚାଇନାର ଅତ୍ୟଧିକ ଖରାପ ଉପହାର: ଟ୍ରମ୍ପ

ଓ୍ବାଶିଂଟନ,୬।୬: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ବା କୋଭିଡ-୧୯ ଏବେ ସାରା ବିଶ୍ୱକୁ ବ୍ୟାପି ସାରିଛି। ଏହା ଚାଇନାରେ ଯେତିକି ସଂକ୍ରମିତ...

୩ହଜାର ଭାରତୀୟଙ୍କୁ ଅଟକ ରଖିଛି ୟୁକ୍ରେନ: ପୁଟିନ୍‌

ମସ୍କୋ,୩।୩: ରୁଷିଆ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ୟୁକ୍ରେନ ବିଦେଶୀ ନାଗରିକଙ୍କୁ ଅଟକ...

ଚାଇନା ଫ୍ୟାକ୍ଟ୍ରିରେ ନିଆଁ ଲାଗି ୧୯ ମୃତ

ବେଜିଂ,୧ା୧୦(ପି.ଟି.)-ଚାଇନାର ଏକ କାରଖାନାରେ ନିଆଁଲାଗି ୧୯ ଜଣଙ୍କ ମୃତ୍ୟୁ ଘଟିଛି। ନିଙ୍ଘାଇ କାଉଣ୍ଟିରେ ଥିତ୍ବା ରୁଇକି ଡେଲି ନେସେସିଟିଜ୍‌ କମ୍ପାନୀର ଏହି ଫ୍ୟାକ୍ଟ୍ରିରେ ରବିବାର ନିଆଁ...

ଗାନ୍ଧୀ-ମଣ୍ଡେଲା ଭିତ୍ତି ଚିତ୍ର ଲୋକାର୍ପିତ…

କେପ୍‌ଟାଉନ୍‌, ୩।୯ : ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀ, ନେଲସନ୍‌ ମଣ୍ଡେଲା, ଦେଶମଣ୍ଡ୍‌ ଟୁଟୁ, ଅହମଦ କଥରାଡା ଏବଂ ଅନ୍ୟ ନେତାଙ୍କ ଭିତ୍ତି ଚିତ୍ର କାନ୍ଥରେ...

କରୋନା ସଂକ୍ରମିତଙ୍କ ଗୁରୁତର ଅବସ୍ଥା ସମ୍ପର୍କରେ ପୂର୍ବରୁ ସୂଚିତ କରିବ ବାୟୋମାର୍କର

ଓ୍ବାଶିଂଟନ,୨୮।୪: କରୋନା ସଂକ୍ରମିତଙ୍କ ଅବସ୍ଥା ଗୁରୁତର ହେବ କି ନାହିଁ ସେନେଇ ପୂର୍ବରୁ ଜଣାପଡ଼ିବ। ଏନେଇ ଇଣ୍ଟରନ୍ୟାଶନାଲ ଇମ୍ୟୁନୋ ଫାର୍ମାକୋଲୋଜି ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ...

ଆମେରିକାରେ ଡେଲ୍ଟା ନୁହେଁ ଓମିକ୍ରନରେ ହୋଇଛି ଅଧିକ ମୃତ୍ୟୁ

ୱାଶିଂଟନ,୩୦ ।୧: କୁହାଯାଉଛି କରୋନା ମହାମାରୀର ନୂଆ ଭାରିଏଣ୍ଟ ଓମିକ୍ରନ୍ ଡେଲ୍ଟା ଭଳି ଏତେ ଭୟଙ୍କର ନୁହେଁ । ଏଥିରେ ମୃତ୍ୟୁହାର କମ୍ । ହେଲେ...

ଦ୍ୱିତୀୟ ବିଶ୍ୱଯୁଦ୍ଧର ସେହି ଲୋମହର୍ଷଣକାରୀ ଘଟଣା…

ଟିକେ ଚିନ୍ତା କରନ୍ତୁ ଆପଣ ସାମରିକ ବାହୀନର ଏକ ଅଂଶ। ଆଉ ଟ୍ରପିକାଲ ଦ୍ୱୀପରେ ଶତ୍ରୁ ଚାରି ଆଡ଼ୁ ଘେରି ରଖିଛନ୍ତି। ଏଠୁ ଖସିବାର ଏକମାତ୍ର...

ପାର୍ଲାମେଣ୍ଟରେ ମୁଥ ମରାମରି

ଅମ୍ମାନ, ୩୦ା୧୨: ଲିଙ୍ଗଗତ ସମାନତାକୁ ନେଇ ସମ୍ବିଧାନରେ ସଂଶୋଧନ ନିମନ୍ତେ ଏକ ବିଧେୟକ ଉପରେ ଆଲୋଚନାବେଳେ ମଙ୍ଗଳବାର ଜୋର୍ଡାନ ପାର୍ଲାମେଣ୍ଟରେ ଏମ୍‌ପିମାନେ ପରସ୍ପର ମଧ୍ୟରେ ମାରପିଟ...

Advertisement
Archives

Model This Week