ଆଗ୍ନେୟଗିରି ହେବ ଥଣ୍ଡା: ନଳ ଲଗାଇ ଭୂଗର୍ଭକୁ ଛଡ଼ାଯିବ ଥଣ୍ଡାପାଣି

ଓ୍ବାଶିଂଟନ,୬।୪: ଆମେରିକାରେ ଥିବା ୟେଲୋଷ୍ଟୋନ ଆଗ୍ନେୟଗିରିକୁ ଥଣ୍ଡା କରାଯିବା ଲାଗି ନାସାର ବୈଜ୍ଞାନିକମାନେ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରତିବର୍ଷ ଆଗ୍ନେୟଗିରି ରହିଥିବା ଅଞ୍ଚଳରେ ୩୦୦୦ରୁ ଅଧିକ ଥର ଭୂକମ୍ପ ହୋଇଥାଏ। ଏହା ମୁଖ୍ୟତଃ ହାଇଡ୍ରୋଥର୍ମାଲ ପ୍ରତିକ୍ରିୟା ଯୋଗୁ ହେଉଥିବା ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଏହି ଅଞ୍ଚଳରେ ୧୦୫ ଥର ଭୂକମ୍ପ ହୋଇଛି। ଏହା ଯୋଗୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ତେବେ ଭୂବିଜ୍ଞାନୀଙ୍କ ଅନୁସାରେ ନିକଟ ଭବିଷ୍ୟତରେ ୟେଲୋଷ୍ଟୋନ୍‌ରୁ ଅଗ୍ନି ଉଦ୍‌ଗୀରଣ ହେବାର କୌଣସି ଆଶଙ୍କା ନାହିଁ। ଆଗ୍ନେୟ ଗିରିର ନିମ୍ନ ଭାଗରେ ଅତ୍ୟଧିକ ଚାପ ସୃଷ୍ଟି ହେବା ସହିତ ତାପମାତ୍ରା ବୃଦ୍ଧି ଘଟିଲେ ଶେଷରେ ଏଥିରୁ ଅଗ୍ନି ଉଦ୍‌ଗୀରଣ ହୋଇଥାଏ। ଏହା ପୂର୍ବରୁ ୟେଲୋଷ୍ଟୋନ୍‌ରୁ ୨୧ ଲକ୍ଷ, ୧୩ ଲକ୍ଷ ଏବଂ ସାଢ଼େ ୬ ଲକ୍ଷ ବର୍ଷ ତଳେ ଅଗ୍ନି ଉଦ୍‌ଗୀରଣ ହୋଇ ସାରିଛି। ଏବେ ସାଢ଼େ ୬ ଲକ୍ଷ ବର୍ଷ ଧରି ଏହା ସୁପ୍ତ ଅବସ୍ଥାରେ ରହିଛି। ମାତ୍ର ଭବିଷ୍ୟତରେ ଯେଭଳି ଏଥିରୁ ଅଗ୍ନି ଉଦ୍‌ଗୀରଣ ନ ହେବ ସେଥିଲାଗି ନାସାର ବୈଜ୍ଞାନିକମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ଆଗ୍ନେୟଗିରି ଥିବା ଅଞ୍ଚଳରେ ବହୁଗୁଡ଼ିଏ ନଳ ଭୂଗର୍ଭରେ ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ପ୍ରବେଶ କରାଯିବ। ଏସବୁ ନଳ ଦେଇ ଥଣ୍ଡାପାଣି ଛଡ଼ାଯିବ। ଏହାଦ୍ୱାରା ଆାଗ୍ନେୟଗିରି ଅଞ୍ଚଳରେ ଚାପ କମ୍‌ ହେବା ସହିତ ତାପମାତ୍ରାକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ନାସାର ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌: ଗୁପ୍ତଚରୀ କରୁଛନ୍ତି ୨୦ ଲକ୍ଷ ସିସିପି ସଦସ୍ୟ

ଓ୍ବାଶିଂଟନ,୧୪।୧୨: ପୃଥିବୀର ବିଭିନ୍ନ ଦେଶର ଗୁପ୍ତ ତଥ୍ୟ ଚୋରି କରିବା ଲାଗି ଚାଇନା ରଚିଥିବା ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ସମ୍ପ୍ରତି ବିଭିନ୍ନ ଦେଶର ଭିନ୍ନ...

ଥାଇଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଜେଲ

ବ୍ୟାଙ୍କକ୍‌,୭ା୬(ଆଇଏଏନ୍‌ଏସ୍‌) :ବେଆଇନ ଲଟେରି ଲଞ୍ଚ କରିବା ମାମଲାରେ ଥାଇଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଥକ୍‌ସିନ୍‌ ଶିନାଓ୍ବାତ୍ରାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ସୁପ୍ରିମକୋର୍ଟ ଶିନାଓ୍ବାତ୍ରାଙ୍କୁ ଦୋଷୀସାବ୍ୟସ୍ତ...

ଯେଉଁ ମନ୍ଦିରରେ ଘିଅ ନୁହେଁ, ପାଣିରେ ଜଳୁଛି ଦୀପ

ମଧ୍ୟପ୍ରଦେଶର ନଲଖେଡ଼ା ନିକଟସ୍ଥ କାଳିସିନ୍ଧ ନଦୀ କୂଳରେ ରହିଛି ଏକ ଅଦ୍ଭୁତ ମନ୍ଦିର। ଗଡ଼ିଆଘାଟ ମାତା ନାମରେ ପ୍ରସିଦ୍ଧ ଏହି ମନ୍ଦିରର ଏକ ଅଲୌକିକ ଘଟଣା...

ୟେମେନ୍‌ ଗୃହଯୁଦ୍ଧ ୭ ହଜାର ୫ ଶହରୁ ଅଧିକ ଶିଶୁଙ୍କ ଜୀବନ ନେଇଛି: ଜାତିସଂଘ ମହାସଚିବ

ଜେନେଭା,୨୯।୬: ୟେମେନ୍‌ରେ ଲାଗି ରହିଥିବା ଗୃହଯୁଦ୍ଧରେ ଗତ ସାଢ଼େ ୫ ବର୍ଷ ମଧ୍ୟରେ ୭ ହଜାର ୫ ଶହରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି। ଅନେକ...

ବେଜୋସ୍‌ଙ୍କ ଫୋନ୍‌ ହ୍ୟାକ୍‌ କରିଥିଲେ ଏମ୍‌ବିଏସ୍‌

ଡାଭୋସ୍‌,୨୪ା୧:୨୦୧୮ ଅକ୍ଟୋବରରେ ତୁର୍କୀସ୍ଥିତ ଇସ୍ତାନବୁଲ ଦୂତାବାସରେ ‘ଓ୍ବାଶିଂଟନ ପୋଷ୍ଟ’ ଖବରଦାତା ଜମାଲ କାଶୋଗୀଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ସୌଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନଙ୍କ...

ଆଉ ଥରେ ଜିତିବା କଠିନ ହେବ

ଓ୍ବାଶିଂଟନ,୧୪/୮:ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ୩ ମାସରୁ କମ୍‌ ସମୟ ବାକି ଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମୁଣ୍ଡବ୍ୟଥା ବଢ଼ାଇଦେଇଛନ୍ତି ତାଙ୍କ ଡେମୋକ୍ରାଟିକ୍‌ ପ୍ରତିଦ୍ୱନ୍ଦ୍ୱୀ ଜୋ...

ଏମିତି ବିବାହ କାର୍ଡ, ଯେଉଁଥିରେ ରହିଛି ଷ୍ଟକ୍‌ ମାର୍କେଟ୍‌ ଥିମ୍‌

ବର୍ତ୍ତମାନ ବିବାହ ଋତୁ ଚାଲିଛି। ଅନେକ ଲୋକ ନିଜର କିମ୍ବା ସମ୍ପର୍କୀୟଙ୍କ ବିବାହ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଯେହେତୁ ଏବେ ସୋସିଆଲ ମିଡିଆ ଲୋକମାନଙ୍କ...

ପ୍ରଥମ ରୋଜଗାର ଟଙ୍କା ବୋଉ ହାତରେ ଦେଇଥିଲି: ସତ୍ୟବତୀ ସ୍ବାଇଁ

ପ୍ରଥମ ରୋଜଗାର ଖୁସିକୁ ପ୍ରକାଶ କରିବାକୁ ମୋ ପାଖେ ଶବ୍ଦ କ’ଣ ଅଛି! ଏମିତି ଲାଗିଥିଲା ଏହା ମୋତେ ବେଜାଏ ଖୁସି ସହ ମେଞ୍ଚାଏ ଆତ୍ମବିଶ୍ୱାସ...

Advertisement
Archives

Model This Week