ହାତୀଟିଏ ହାତୀଶାଳରୁ ଖସି ଆସି ତା’ର ଅନେକ ଦିନର ବନ୍ଧୁ ହରିଣ, ଗାଈ, ବାଘ, ବିଲୁଆ, ଠେକୁଆମାନଙ୍କ ପାଖକୁ ଚାଲି ଆସି ଗୋଟିଏ ପଡ଼ିଆରେ ମିଳିତ ହୋଇଥାଏ। ଠେକୁଆଟି ପଚାରିଲା, ହାତୀଭାଇ ବହୁ ଦିନ ପରେ ଦେଖା, କେମିତି ଅଛ? ହାତୀ ଉତ୍ତର ଦେଇ କହିଲା, ଏ ମଣିଷର ଖପୁରି ଉପରେ ମୃତ୍ୟୁର ସ୍ବର ସଦାସର୍ବଦା ଝଙ୍କୁରିତ ହେଉଥିଲେ ମଧ୍ୟ ଗୋଟାଏ ମାହୁନ୍ତକୁ ରଖି ମୋର ମୁଣ୍ଡକୁ ସଦାସର୍ବଦା ଅଙ୍କୁଶରେ ଖେଞ୍ଚୁଛି। ଘୃଣାର ହିସ୍‌ ହିସ୍‌ ଶବ୍ଦରେ ମଣିଷ ନିଜେ ଜର୍ଜରିତ। ତା’ର ସ୍ବରରେ ସେ ହତ୍ୟାକାରୀକୁ ହତ୍ୟାକରେ ନାହିଁ କିମ୍ବା ମୁମୂର୍ଷୁକୁ ମାରେ ନାହିଁ, କେବଳ ସ୍ବର ଅପବ୍ୟବହାରକରି ନିଜର ଓ ଅନ୍ୟର କ୍ଷତି ପହଞ୍ଚାଇଥାଏ।
ହରିଣ କହିଲା, ତୁମେ ଠିକ୍‌ କହିଛ। ମଣିଷ ତା’ର ସ୍ବର ମାଧ୍ୟମରେ ଶାନ୍ତିକୁ ଅସ୍ବୀକାର କରେ ଓ ସାହସକରି ସମୁଦ୍ରରେ ଉଠୁଥିବା ତୋଫାନ ତରଫକୁ ଶାନ୍ତ କରିପାରେ। ବାଘ ଥାଇ କହିଲା, ଖାଲି ସେତିକି ମଣିଷର ସ୍ବର, ବୀର ଓ ଗର୍ବୀମାନଙ୍କୁ ଜନ୍ମ ଦେଇଥାଏ। ଗାଈ କହିଲା, ଏ ସବୁ ସତ ଯେ, ଜଣେ ଯେତେ ଧୀର ବୀର ଗର୍ବୀ ହୋଇଥାଉନା କାହିଁକି, ତାକୁ ଦିନେ ନା ଦିନେ ଗୋଚାରଣ କରୁଥିବା ପାଦ ପାଖକୁ ଆସିବାକୁ ହେବ ଓ କୃଷ୍ଣଙ୍କର ବଂଶୀର ସ୍ବରର ମଧୁରତାକୁ ପାନକରିବାକୁ ହେବ। ଠେକୁଆ କହିଲା, ଭଗବାନ ସୃଷ୍ଟି କରିଥିବା ଏ ସ୍ବର ଏପରି ଯେ ତାହା ପର୍ବତରେ ପ୍ରତିଧ୍ୱନିତ ହୁଏ। ମରୁଭୂମିର ବାଲିବନ୍ତକୁ ରୋମାଞ୍ଚତ୍ତ କରିପାରେ। ସ୍ବର ନିନାଦିତ କାଳର ଗହ୍ବରରେ ଅସରନ୍ତି ତାରା ଖଚିତ ଗମ୍ବୁଜ ଗର୍ଭ ଓ ସମାଧି ଗୁହାରେ ମଧ୍ୟ ପ୍ରତିଧ୍ୱନିତ ହେଉଥାଏ। ବିଲୁଆ ଥାଇ କହିଲା, ସ୍ବର ଅନ୍ତର ଭିତରେ ଓ ନୀରବତାରେ ବିରାଜିତ। ଏହି ସ୍ବର ଶୁଣି ନ ପାରିଲେ, ମନୁଷ୍ୟ ହତାଶା ଓ ଅନ୍ଧକାରରେ ରୁହେ। ହୃଦ୍‌ତନ୍ତ୍ରୀ ତା’ର ଛିନ୍ନ ହୁଏ, କିନ୍ତୁ ଭୁଲ୍‌ବଶତଃ ଥରେ ଓଁକାର ଧ୍ୱନି ବା ସ୍ବରକୁ ଶୁଣେ ସେହିଦିନ ମନୁଷ୍ୟ ତା’ର ଜ୍ଞାନର ଦିବସ ପାଳନକରେ। ଏହି ସଭାରେ ଯୋଗଦେଇଥିବା କାଉ, କୋଇଲି, ଶୁଆ ଏକ ସ୍ବରରେ କହି ଉଠିଲେ, ମଣିଷ ଭିତରେ ଏହି ଓଁକାର ଶବ୍ଦ ରୁଣୁଝୁଣୁ ହେଉଅଛି। ତା’ର ଆତ୍ମାର ମନ୍ଦିର ଭିତରେ ସ୍ବର ସୃଷ୍ଟି ହେଉଛି ହେଲେ ମଣିଷ ତା’ର ପ୍ରବୃତ୍ତିକୁ ବଦଳାଇପାରୁନାହିଁ। ସେ ଆମ ମାନଙ୍କର ସ୍ବର ଶୁଣି ହୁରୁଡ଼ାଇ ଦେଉଛି।
ମୟୂରଟିଏ କେଉଁଠି ଥିଲା ପୁଚ୍ଛ ମେଲାଇ ଆସି ପହଞ୍ଚତ୍ଗଲା। ସେ କହିଲା, ସ୍ବର ସର୍ବୋତ୍ତମ ଉପଦେଶ ଭରିଦିଏ। ସେହି ସ୍ବରକୁ ଶୁଣିବା ପାଇଁ ଋଷିମାନେ ଆକୁଳ। ସେହି ସ୍ବର ଜଳଧାରାକୁ ବୋହିନିଏ ସମୁଦ୍ର ନିକଟକୁ। କଙ୍କରିତ ଇଲାକାରେ, ଯନ୍ତ୍ରଣାର ଗଳି ଦେଇ ସ୍ବର ଉପଶମ ଓ ମୁକ୍ତିର ସନ୍ଦେଶ ଦିଏ। ବିଲେଇ ଛୁଆଟିଏ ତା’ର କଥା ରଖି କହିଲା, ମାତାଙ୍କର ସ୍ବର ମତେ ଗେଲ କରିବା ପରି ଲାଗେ, କ୍ରନ୍ଦନ ଶିଶୁକୁ ଖେଳନା ଦେବା ପରି। ମଣିଷମାନଙ୍କର ଗୁରୁ ଅଛନ୍ତି। ତାଙ୍କର ଦୟାଳୁ ସ୍ବର ଯୋଗୁ ମଣିଷମାନେ ଆମକୁ ଭଲ ପାଇ କ୍ଷୀର ଭାତ ଦିଅନ୍ତି। ଏହି ସମୟରେ ସିଂହ ଆସି ସେଠାରେ ପହଞ୍ଚତ୍ଲା। ସେ କହିଲା, ମୁଁ ସିନା ଗର୍ଜନକରେ କିନ୍ତୁ ମଣିଷମାନଙ୍କର ଗୁରୁ କହନ୍ତି, ସ୍ବର କୁଆଡ଼େ ଧୀରେ ଧୀରେ କୁହେ। କାନ ଥାଉ ବା ନ ଥାଉ ସେ ପାଖ ଦେଇ ପ୍ରସ୍ଥାନ କରୁଛି। ସ୍ବର ଶୂନ୍ୟରେ ଜାତ ହୋଇଛି। ସେହି ସ୍ବର ତୁମ ଓ ମୋ ଭିତରେ ମଧ୍ୟ ରହିଛି। ସେହି ସ୍ବର ଆମ୍ଭମାନଙ୍କୁ ଜାଗ୍ରତ କରି ରଖିଛି।
ପାଖରେ ଥିବା ଉଦ୍ଭିଦମାନେ କହିଲେ, ସେଇଥିପାଇଁ ଭଗବାନ୍‌ ସେହି ସ୍ବରକୁ ଶୁଣିବା ପାଇଁ ଓ ମୁକ୍ତି ଲାଭ କରିବା ପାଇଁ ଆମକୁ ଏକାନ୍ତବାସୀ ହେବାକୁ ଆହ୍ବାନ ଦେଇଛନ୍ତି। ଯେଉଁ ସ୍ବର ଆଦି ଅନନ୍ତ କାଳରୁ ନିନାଦିତ ସେହି ସ୍ବର ଆମକୁ ଘେନିଯାଏ ବାଟ ଦେଖାଏ। ଭ୍ରୂଣ ଅବସ୍ଥାରୁ ପାଦପଦ୍ମରେ ପହଞ୍ଚାଇଥାଏ ପ୍ରଭୁଙ୍କର କରୁଣାର ସ୍ବର ଖୁବ୍‌ କମ୍‌ ବ୍ୟକ୍ତି ଶୁଣିପାରନ୍ତି।
ଅବସରପ୍ରାପ୍ତ ପ୍ରାଧ୍ୟାପିକା, କଟକ
ମୋ : ୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri