Advertisement

ରୁଷିଆ ରାଷ୍ଟ୍ରପତିଙ୍କୁ ଡରାଉଛି ହତ୍ୟାର ଭୟ! ଜି-୨୦ ସମ୍ମିଳନୀରେ ଏଥିପାଇଁ ଯୋଗଦେବେ ନାହିଁ ପୁଟିନ: ବ୍ରିଟିଶ ଗଣମାଧ୍ୟମର ଦାବି

ମସ୍କୋ,୧୧ ।୧୧: ହତ୍ୟାର ଆଶଙ୍କା କରି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜି-୨୦ ସମ୍ମିଳନୀରେ ଯୋଗ ଦେବେ ନାହିଁ ବୋଲି କୁହାଯାଉଛି । ବ୍ରିଟିଶ ଖବରକାଗଜ ରୁଷିଆ ସୂତ୍ରରୁ ମିଳିଥିବା ସୂଚନାକୁ ନେଇ ଏହି ଦାବି କରିଛି । କ୍ରିମଲିନ ସମର୍ଥକ ଏକ ଟିପ୍ପଣିକାରଙ୍କ ଅନୁଯାୟୀ, ଭ୍ଲାଦିମିର ପୁଟିନ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବେ ନାହିଁ କାରଣ ତାଙ୍କୁ ହତ୍ୟା କରାଯିବ ବୋଲି ସେ ଭୟ କରୁଛନ୍ତି ।
ୟୁକ୍ରେନର ଖେରସନରୁ ରୁଷିଆ ସେନାଙ୍କୁ ଅପମାନଜନକ ଭାବେ ଫେରାଇ ଆଣିବାକୁ ବାଧ୍ୟ କରାଯିବାର କିଛି ଘଣ୍ଟା ପରେ ସର୍ଗେଇ ମାକୋବ ଲେଖିଛନ୍ତି , ‘ଆମେରିକା, ବ୍ରିଟନ ଓ ୟୁକ୍ରେନର ବିଶେଷ ସେବାରେ ପୁଟିନଙ୍କୁ ହତ୍ୟା କରାଯିବାର ଏକ ବଡ ସମ୍ଭାବନା ରହିଛି । ମୁଁ ବିଶ୍ୱାସ କରୁଛି କି କେତେଜଣ ସମ୍ପୂର୍ଣ୍ଣ ପାଗଳ ପଶ୍ଚିମି ଲୋକ ଏଭଳି ସ୍ଥିତି ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ।
ସୂଚନାଯୋଗ୍ୟ, ଗୁରୁବାର ଅର୍ଥାତ୍ ୧୦ ନଭେମ୍ବରରେ ଏହି ଖବର ଆସିଥିଲା କି ୟୁକ୍ରେନ୍ ଉପରେ ସମ୍ଭାବିତ ଆକ୍ରମଣରୁ ବଞ୍ଚିବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ ନାହିଁ । ସିଏନଏନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜି-୨୦ ଶିଖର ସମ୍ମିଳନୀରେ ପୁଟିନଙ୍କ ପ୍ରତିନିଧିତ୍ୱ ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋବ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ହେବେ ବାଜଓ୍ବାଙ୍କ ଉତ୍ତରାଧିକାରୀ

ଇସ୍‌ଲାମାବାଦ,୨୪ା୧୧: ଆଣବିକ ଅସ୍ତ୍ରସମ୍ପନ୍ନ ପାକିସ୍ତାନୀ ସେନା ଖୁବ୍‌ଶୀଘ୍ର ନୂଆ କମାଣ୍ଡର ପାଇବ। ସ୍ଥଳସେନା ମୁଖ୍ୟ ଜେନେରାଲ ଜାଭେଦ ବାଜ୍‌ଓ୍ବାଙ୍କ ୬ ବର୍ଷର କାର୍ଯ୍ୟକାଳ ଆସନ୍ତା ୨୯ରେ...

ଦୁର୍ଗାପୂଜା ଭସାଣିରେ ୨ ହିନ୍ଦୁଙ୍କୁ ହତ୍ୟା

ଢାକା,୧୬।୧୦: ବାଂଲାଦେଶରେ ପୁଣିଥରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଛି। ଏଥିରେ ୨ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ହିଂସାକାଣ୍ଡରେ ୬ ଜଣଙ୍କ...

ପରିବେଶ ବି ଆଣିଥାଏ ଦମ୍ପତିଙ୍କ ମଧ୍ୟରେ ଦୂରତା…

ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ପରିବେଶ ଉପରେ ମଧ୍ୟ ନିର୍ଭର କରିଥାଏ। ଗୋଟିଏ ଋତୁରେ ସେମାନଙ୍କ ମଧ୍ୟରେ ନିବିଡ଼ତା ବଢୁଥିବାବେଳେ ଅନ୍ୟ ଋତୁରେ ସେମାନେ ପରସ୍ପରଠାରୁ ଦୂରେଇ...

ଜଣେ କରୋନା ସଂକ୍ରମିତ ମିଳିବା ପରେ ସମ୍ପୂର୍ଣ୍ଣ ଦେଶରେ ଲକଡାଉନ୍ ଘୋଷଣା

ୱେଲିଂଟନ,୧୭ ।୮: କରୋନାକୁ ନେଇ ବେଶ୍ ସଚେତନ ନ୍ୟୁଜିଲାଣ୍ଡ ସରକାର । ମଙ୍ଗଳବାର ନ୍ୟୁଜିଲାଣ୍ଡର ଓକଲ୍ୟାଣ୍ଡରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ...

ସିଙ୍ଗାପୁରରେ ଜୁନ୍‌ ୧ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ ଅବଧି

ସିଙ୍ଗାପୁର,୨୧।୪: କରୋନା ଭାଇରସର ସଂକ୍ରମଣଙ୍କୁ ଦେଖି ବିଭିନ୍ନ ଦେଶରେ କ୍ରମାଗତ ଭାବେ ଲକ୍‌ଡାଉନ ଅବଧି ବୃଦ୍ଧି ହେବାରେ ଲାଗିଛି। ମଙ୍ଗଳବାର ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ହେସେନ...

ୟୁକ୍ରେନର ଦ୍ୱିତୀୟ ବୃହତ୍ତ ପାୱାର ପ୍ଲାଣ୍ଟ ଉପରେ ରୁଷିଆର କବଜା

କ୍ୱିଭ,୨୯ ।୭: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରତିଦିନ ଧ୍ୱଂସର ଚିତ୍ର ଦେଖିବାକୁ ମିଳୁଛି । ଗୁରୁବାର ରୁଷିଆ ସେନା ପୂର୍ବ ଦୋନେସ୍କ ଅଞ୍ଚଳରେ ଥିବା ୟୁକ୍ରେନର...

ପ୍ରଥମ ଥର କମ୍ପାନୀର ସିଇଓ ହେଲା ରୋବୋ

ବେଜିଂ,୮ା୯: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଜୀବନକୁ ଅଧିକ ସହଜ କରିଥିବା ବେଳେ ଏହାର ଉପଯୋଗରେ ନିର୍ମିତ ରୋବୋ ଧୀରେ ଧୀରେ ମାନବ କର୍ମଚାରୀଙ୍କ ସ୍ଥାନ ନେବାକୁ...

ତିନି ତଲାକ୍‌ ଦେଲେ ମାଲେସିଆ ପୂର୍ବତନ ରାଜା

କୁଆଲାଲମ୍ପୁର,୨୫ା୭(ପି.ଟି.): ମାଲେସିଆର ପୂର୍ବତନ ରାଜା ସୁଲତାନ୍‌ ମହମ୍ମଦ ପଞ୍ଚମ କିଛିମାସ ତଳେ ବିବାହ କରିଥିବା ରୁଷୀୟ ସୁନ୍ଦରୀ ତଥା ପୂର୍ବତନ ରାଣୀ ରିହାନା ଓଜାନା ଗୋର୍ବାତେଙ୍କୋଙ୍କୁ...

Advertisement
Archives

Model This Week