Posted inଖେଳ

ବଲ ଟ୍ୟାମ୍ପରିଂ ପାଇଁ ବାସନ୍ଦ

ଦୁବାଇ,୨୬।୧: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ରେ ବଲ ଟ୍ୟାମ୍ପରିଂ କରିଥିଲେ ନେଦରଲାଣ୍ଡ୍ସ ପେସର ଭିଭିଆନ କିଙ୍ଗମା। ଦୋହାରେ ଖେଳାଯାଇଥିବା ୩ୟ ମ୍ୟାଚ୍‌ରେ ନେଦରଲାଣ୍ଡ୍ସକୁ ୭୫ ରନ୍‌ରେ ହରାଇ ଦେଇଥିଲା ଆଫଗାନିସ୍ତାନ। ମ୍ୟାଚ୍‌ର ୩୧ତମ ଓଭରରେ କିଙ୍ଗମା ନଖରେ ବଲକୁ ସ୍କ୍ରାଚ୍‌ କରି ଦେଇଥିଲେ।

“ଖେଳାଳିଙ୍କ ପାଇଁ ଉଦ୍ଧିଷ୍ଟ ଆଇସିସି କୋଡ୍‌ ଅଫ୍‌ କଣ୍ଡକ୍ଟର ୨.୧୪ ଧାରା ଭଙ୍ଗ କରିଛନ୍ତି କିଙ୍ଗମା। ଆଇସିସି ଷ୍ଟାଣ୍ଡାର୍ଡ ମ୍ୟାଚ୍‌ ଲାଗି ଉଦ୍ଧିଷ୍ଟ ନିୟମ ଉଲ୍ଲଂଘନ କରି ବଲର ପରିସ୍ଥିତି ବଦଳି ଦେଇଥିଲେ” ବୋଲି ଆଇସିସି ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି। ଏଥିଯୋଗୁ କିଙ୍ଗମାଙ୍କୁ ୪ ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି।

ଉଲ୍ଲେଖଯୋଗ୍ୟ, ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଆଫଗାନିସ୍ତାନ ୩-୦ କ୍ଲିନ ସୁଇପ୍‌ ହାସଲ କରିଥିଲା। ସିରିଜ୍‌ରେ ବିଜୟ ସ୍ବାଦ ଚାଖି ପାରି ନ ଥିବା ନେଦରଲାଣ୍ଡ୍ସର ଟପ୍‌ ଅର୍ଡର ବ୍ୟାଟର ଭଲ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାରେ ଅବହେଳା ହେଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ, ଛାତ୍ରୀଛାତ୍ର ଫେଲ୍‌ ହେଲେ ଦାୟୀ ରହିବେ ଶିକ୍ଷକ

କୋରାପୁଟ,୧୯ା୪(ଅମିତାଭ ବେହେରା): ବିଦ୍ୟାଳୟରେ ଶିକ୍ଷାରେ ଅବହେଳା କିମ୍ବା ତ୍ରୁଟି ଦେଖାଦେଲେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ…

ରକ୍ତରଞ୍ଜିତ ହେଲା ଲଖୁଆପଡା, ରାତିଅଧରେ ୯ ଜଣଙ୍କୁ ଶାବଳରେ ଆକ୍ରମଣ କଲେ ମାନସିକ ବିକାରଗ୍ରସ୍ତ ଯୁବକ

ବଡ଼ଗାଁ,୧୯ା୪(ଅଶୋକ ଷଡଙ୍ଗୀ):  ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଲଖୁଆପଡା ଗାଁ ଦାଣ୍ଡ ଶନିବାର ରାତିରେ ରକ୍ତରଞ୍ଚିତ ହୋଇଥିଲା। ଜଣେ ମାନସିକ ବିକାରଗ୍ରସ୍ତ ଯୁବକ…

ଆମେରିକୀୟ ‘ଜଳଦସ୍ୟୁ’କୁ ମୁକାବିଲା କରିବେ ଇରାନୀ ‘ମଶା’: ହର୍ମୁଜ ପ୍ରଣାଳୀରେ ବିନାଶର ପର୍ଯ୍ୟାୟ ପ୍ରସ୍ତୁତ…

ତେହରାନ,୧୯।୪: ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସମ୍ମୁଖରେ ଘୋଷଣା କରିଥିଲେ ଯେ ଆମେରିକା ଇରାନ ନୌସେନାକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେଇଛି। ଆମେରିକା ଦ୍ୱାରା ଆରମ୍ଭ ହୋଇଥିବା ଆକ୍ରମଣରେ,…

ଇଟାଲୀରେ ଦୁଇ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା, ଗୁରୁଦ୍ୱାର ବାହାରେ….

ନୂଆଦିଲ୍ଲୀ,୧୯।୪: ଇଟାଲୀରେ ଦୁଇଜଣ ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର ଇଟାଲୀର କୋଭୋ ସହରରେ ଘଟିଥିଲା।…

‘ଆମେ କୌଣସି ମୂର୍ଖଙ୍କ ଇଙ୍ଗିତରେ ହର୍ମୁଜ ଖୋଲିବୁ ନାହିଁ’, ଟ୍ରମ୍ପଙ୍କୁ ତାତ୍ସଲ୍ୟ କଲା ଇରାନ୍

ତେହରାନ,୧୯।୪: ଇରାନ-ଆମେରିକା ବିବାଦ ଏବେ ଏକ ସୋସିଆଲ ମିଡିଆ ଓ୍ବାରରେ ପରିଣତ ହୋଇଛି । ଏକ ଅଡିଓ କ୍ଲିପ୍ ଉଦ୍ଧୃତ କରି ଦକ୍ଷିଣ ଆଫ୍ରିକାରେ ଥିବା ଇରାନୀ…

ଆସିଗଲା ନାମ! ସୂର୍ଯ୍ୟକୁମାର ଯାଦବଙ୍କ ପରେ, ଏହି ଖେଳାଳି ହେବେ ଟିମ ଇଣ୍ଡିଆର T20 ଅଧିନାୟକ

ନୂଆଦିଲ୍ଲୀ,୧୯।୪: ଭାରତୀୟ କ୍ରିକେଟ ଦଳର ନୂତନ T-20 ଅଧିନାୟକ କିଏ ହେବେ? ସୂର୍ଯ୍ୟକୁମାର ଯାଦବ ଅଧିନାୟକ ପଦ ଛାଡିବା ପରେ – କିମ୍ବା ଯଦି ଭାରତୀୟ ଚୟନକର୍ତ୍ତାମାନେ…

ସରକାରୀ ଆଇଟିଆଇ ପ୍ରିନ୍ସିପାଲଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଅନାଥ ନାବାଳିକା, ମାସେ ହେଲା ଜୋର୍‌ ଜବରଦସ୍ତ…

ଦେବଗଡ଼,୧୯ା୪(ଶଶାଙ୍କ ଶେଖର ଝାଙ୍କର): ସରକାରୀ ଆଇଟିଆଇ ପ୍ରିନ୍ସିପାଲଙ୍କ ନାଁରେ ବାରକୋଟ ଥାନାରେ ଜଣେ ଅନାଥ ନାବାଳିକା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସୂଚନାଥାଉକି, ପ୍ରତ୍ୟେକ ବର୍ଷ ମାଟ୍ରିକ…

ଦେବଗଡ଼ରେ ସ୍କୁଲ ଛୁଟି ଘୋଷଣା କଲେ ଜିଲାପାଳ, ଏତିକି ଦିନ ରହିବ ବନ୍ଦ

ଦେବଗଡ଼,୧୯ା୪(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗରମକୁ ଦୃଷ୍ଟିରେ ରଖି ଦେବଗଡ଼ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ କବୀନ୍ଦ୍ର କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri