Posted inଖେଳ

ବଲ ଟ୍ୟାମ୍ପରିଂ ପାଇଁ ବାସନ୍ଦ

ଦୁବାଇ,୨୬।୧: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ରେ ବଲ ଟ୍ୟାମ୍ପରିଂ କରିଥିଲେ ନେଦରଲାଣ୍ଡ୍ସ ପେସର ଭିଭିଆନ କିଙ୍ଗମା। ଦୋହାରେ ଖେଳାଯାଇଥିବା ୩ୟ ମ୍ୟାଚ୍‌ରେ ନେଦରଲାଣ୍ଡ୍ସକୁ ୭୫ ରନ୍‌ରେ ହରାଇ ଦେଇଥିଲା ଆଫଗାନିସ୍ତାନ। ମ୍ୟାଚ୍‌ର ୩୧ତମ ଓଭରରେ କିଙ୍ଗମା ନଖରେ ବଲକୁ ସ୍କ୍ରାଚ୍‌ କରି ଦେଇଥିଲେ।

“ଖେଳାଳିଙ୍କ ପାଇଁ ଉଦ୍ଧିଷ୍ଟ ଆଇସିସି କୋଡ୍‌ ଅଫ୍‌ କଣ୍ଡକ୍ଟର ୨.୧୪ ଧାରା ଭଙ୍ଗ କରିଛନ୍ତି କିଙ୍ଗମା। ଆଇସିସି ଷ୍ଟାଣ୍ଡାର୍ଡ ମ୍ୟାଚ୍‌ ଲାଗି ଉଦ୍ଧିଷ୍ଟ ନିୟମ ଉଲ୍ଲଂଘନ କରି ବଲର ପରିସ୍ଥିତି ବଦଳି ଦେଇଥିଲେ” ବୋଲି ଆଇସିସି ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି। ଏଥିଯୋଗୁ କିଙ୍ଗମାଙ୍କୁ ୪ ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି।

ଉଲ୍ଲେଖଯୋଗ୍ୟ, ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଆଫଗାନିସ୍ତାନ ୩-୦ କ୍ଲିନ ସୁଇପ୍‌ ହାସଲ କରିଥିଲା। ସିରିଜ୍‌ରେ ବିଜୟ ସ୍ବାଦ ଚାଖି ପାରି ନ ଥିବା ନେଦରଲାଣ୍ଡ୍ସର ଟପ୍‌ ଅର୍ଡର ବ୍ୟାଟର ଭଲ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାଫାକ୍‌ ୬ ବର୍ଷ ବାସନ୍ଦ

କାବୁଲ, ୧୧ା୫ (ପି.ଟି.)-ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବିି) ଉଇକେଟକିପର ବ୍ୟାଟ୍ସମ୍ୟାନ ସାଫିକୁଲ୍ଲା ସାଫାକ୍‌ଙ୍କୁ ୬ ବର୍ଷ ବାସନ୍ଦ କରିଛି। ଏହି ଖେଳାଳି ଉଭୟ ଆଫଗାନିସ୍ତାନ ପ୍ରିମିୟର...

ପୁଅ ସହ ନଜର ଆସିଲେ ସାନିଆ ମିର୍ଜା

ମୁମ୍ବାଇ,୨୬।୧୨-ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ନିଜ ପୁଅ ଇଜହାନ ମିର୍ଜା ମଲ୍ଲିକ ସହ ନଜର ଆସିଛନ୍ତି। ଦୀର୍ଘଦିନ ପରେ ସାନିଆଙ୍କୁ ଇଜହାନଙ୍କ ଦେଖିବାକୁ ମିଳିଛି।...

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଆବେଦନ ତାରିଖ ଘୁଞ୍ଚିବ

ଭୁବନେଶ୍ୱର, ୨୮।୩ (କ୍ରୀଡ଼ା ପ୍ରତିନିଧି)- କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିଛି। ସଂକ୍ରମଣକୁ କିପରି ରୋକାଯାଇ ପାରିବ ଏବଂ ଏଥିରୁ...

କୋବେଙ୍କ ସମେତ ସମସ୍ତଙ୍କ ମରଶରୀର ପରିବାରକୁ ପ୍ରଦାନ

କାଲିଫର୍ନିଆ, ୪।୨- କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି କୋବେ ବ୍ରାୟଣ୍ଟ ଓ ତାଙ୍କ ଝିଅ ଜିଆନାଙ୍କ ସମେତ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅନ୍ୟ ୭ଜଣଙ୍କ ମୃତ...

ବଲ୍‌ ଟ୍ୟାମ୍ପରିଂ ମାମଲା:ଅଷ୍ଟ୍ରେଲୀୟ ବୋଲରଙ୍କ ସଫେଇରେ କ୍ଲାର୍କ ଅସନ୍ତୁଷ୍ଟ

ମେଲବୋର୍ନ,୨୦।୫(ପି.ଟି.)- ୨୦୧୮ ସ୍ୟାଣ୍ଡ ପେପର ତଥା ବଲ୍‌ ଟ୍ୟାମ୍ପରିଂ ମାମଲାରେ ଅଷ୍ଟ୍ରେଲୀୟ ବୋଲରମାନେ ଦେଇଥିବା ସ୍ପଷ୍ଟୀକରଣ ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ଦକ୍ଷିଣ...

ବର୍ଷା ଯୋଗୁ ଘୁଞ୍ଚିଲା ଦୁଇଦିନ ପରେ ଥିବା ମ୍ୟାଚ୍‌

କରାଚୀ,୨୮।୯: ଦୀର୍ଘ ୧୦ ବର୍ଷ ପରେ ଏଠାକୁ ଅନ୍ତର୍ଜାତୀୟ କ୍ରିକେଟ ଫେରିଛି। ହେଲେ ଟସ୍‌ ପଡ଼ିବା ପୂର୍ବରୁ ମ୍ୟାଚ୍‌ ବାତିଲ ହୋଇଛି। ଅତ୍ୟଧିକ ବର୍ଷା ଯୋଗୁ...

ଚେନ୍ନାଇ ଆଗରେ ୧୭୩ ରନ୍‌ର ଟାର୍ଗେଟ୍‌

ଦୁବାଇ,୧୦।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୪ତମ ସଂସ୍କରଣ ରବିବାର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ପୃଥ୍ବୀ ଶ(୩୪ ବଲ୍‌ରେ ୬୦...

‘କୌଣସି ବିଦେଶୀ ଲିଗ୍‌ରେ ନ ଖେଳିବା ଭାରତ ବିଫଳତାର ପ୍ରମୁଖ କାରଣ’

ନୂଆଦିଲ୍ଲୀ,୧୪।୧୧: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୨ରେ ସେମିଫାଇନାଲରୁ ବିଦା ହୋଇ ସମାଲୋଚିତ ହେଉଛି ଟିମ୍‌ ଇଣ୍ଡିଆ। ବିଦେଶୀ ଟି୨୦ ଲିଗ୍‌ରେ ନ ଖେଳିବାର ପରିଣାମ ଭାରତ...

Advertisement
Archives

Model This Week