ଭିଟାମିନ୍‌ ଓ ସ୍ୱାସ୍ଥ୍ୟ

ଭାରତରେ ଅଧିକାଂଶ ଲୋକଙ୍କ ଅଭ୍ୟାସ ରହିଛି ଯଦି ସେମାନଙ୍କୁ କୌଣସି ରୋଗ ହୁଏ ଡାକ୍ତରଙ୍କ ପରାମର୍ଶ ନେବା ଅପେକ୍ଷା ଦୋକାନରୁ ଔଷଧ କିଣି ସେବନ କରିଥାଆନ୍ତି। ଆହୁରି କିଛି କ୍ଷେତ୍ରରେ ଦେଖାଯାଉଛି, ଡାକ୍ତର ଔଷଧ ପ୍ରେସ୍‌କ୍ରିପ୍‌ଶନ କରୁଥିବା ବେଳେ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟ କ୍ଲିନିକାଲ ଟେଷ୍ଟ୍‌ କିମ୍ବା ଭିଟାମିନ୍‌ ଲେଖିବା ଲାଗି ପ୍ରସ୍ତାବ ଦେଇଥାଆନ୍ତି। ଏଭଳି ବ୍ୟକ୍ତିମାନଙ୍କ ମନରେ ଧାରଣା ରହିଛି ଯେ, ଭିଟାମିନ୍‌ ଖାଇଦେଲେ ରୋଗ ଭଲ ହେବା ସହ ସେମାନେ ସୁସ୍ଥ ହୋଇଯିବେ। ଏପରି ମାନସିକତା ଠିକ୍‌ ନୁହେଁ ବୋଲି ଏବେ ଦିଲ୍ଲୀର ମୌଲାନା ଆଜାଦ ମେଡିକାଲ କଲେଜ (ଏମ୍‌ଏଏମ୍‌ସି) ଓ ରାମ ମନୋହର ଲୋହିଆ ହସ୍ପିଟାଲର ବିଶେଷଜ୍ଞମାନେ ଦେଇଥିବା ମତରୁ ସ୍ପଷ୍ଟ ବୁଝାପଡ଼ିଯାଉଛି। ସେମାନେ କହିଛନ୍ତି, ନିର୍ଦ୍ଦିଷ୍ଟ ଲକ୍ଷଣ ଦେଖିବା ପରେ ଡାକ୍ତରଙ୍କ ଦ୍ୱାରା ଯଥାର୍ଥ ବୈଜ୍ଞାନିକ ପ୍ରମାଣସିଦ୍ଧ ଭିଟାମିନ୍‌ ବ୍ୟବହାର କରାଯିବା ଦରକାର। ବହୁ ପୁରୁଣା ରୋଗ ଲାଗି ପ୍ରତିଷେଧକ ଭାବେ ହେଉ କିମ୍ବା ଉତ୍ତମ ସ୍ବାସ୍ଥ୍ୟ ରକ୍ଷା ସକାଶେ ଅବିଚାରିତ ଭାବେ ଯେଭଳି ଭିଟାମିନ୍‌ ବ୍ୟବହାର କରାଯାଉଛି, ତାହାକୁ ବନ୍ଦ କରାଯିବା ଉଚିତ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ଭାରତ ସମେତ ବିଶ୍ୱବ୍ୟାପୀ ମଲ୍ଟିଭିଟାମିନ୍‌ ବହୁଳ ଭାବେ ବ୍ୟବହୃତ ହେଉଥିବା ପରିପ୍ରେକ୍ଷୀରେ ବିଶେଷଜ୍ଞ ଡାକ୍ତରମାନେ ଏଭଳି ଚେତାବନୀ ଦେଇଛନ୍ତି। ଏଥିସହିତ ସେମାନେ କହିଛନ୍ତି ଯେ, ଭାରତ ଭିଟାମିନ୍‌ କିମ୍ବା ମିନେରାଲ ସପ୍ଲିମେଣ୍ଟ୍‌ସ ସକାଶେ ବୈଜ୍ଞାନିକ ପ୍ରମାଣସିଦ୍ଧ ନିୟମାବଳୀ ଆଣିବା ଦରକାର। ଏଥିଲାଗି ନ୍ୟୁଟ୍ରିଶନ, ଫାର୍ମାକୋଲୋଜି ଏବଂ ନିଦାନ କ୍ଷେତ୍ରର ବିଶେଷଜ୍ଞଙ୍କ ମଧ୍ୟରେ ସହମତି ଅଣାଯିବା ଉଚିତ ବୋଲି କୁହାଯାଇଛି।
ଅବିଚାରିତ ଭାବେ ଭିଟାମିନ୍‌ ବ୍ୟବହାର କରାଯାଉଥିବାରୁ ଶରୀର ଉପରେ ତାହାର ଘୋର ପ୍ରଭାବ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି। ସେଥିମଧ୍ୟରୁ ସାଧାରଣରେ ଭିଟାମିନ୍‌-‘ବି’ ବହୁଳ ମାତ୍ରାରେ ଲୋକେ ସେବନ କରୁଛନ୍ତି। ୟୁଏସ୍‌ ପ୍ରିଭେନ୍‌ଶନ ସର୍ଭିସ ଟାସ୍କଫୋର୍ସ (ୟୁଏସ୍‌ପିଏସ୍‌ଟିଏଫ୍‌) ଗତ ସପ୍ତାହରେ ହୃଦ୍‌ ସମ୍ବନ୍ଧୀୟ ଓ କର୍କଟ ରୋଗର ପ୍ରତିରୋଧକ ଭାବେ ବ୍ୟବହୃତ ଭିଟାମିନ୍‌, ମିନେରାଲ୍ସ ଓ ମଲ୍ଟିଭିଟାମିନ୍‌ ସପ୍ଲିମେଣ୍ଟ ସଂକ୍ରାନ୍ତରେ ନୂଆ ନିୟମାବଳୀ ଜାରି କରିଛି। ଏହି ଦୁଇ ରୋଗ ଲାଗି ବିଶେଷକରି ବିଟା କାରୋଟିନ୍‌ କିମ୍ବା ଭିଟାମିନ୍‌-ଇ ସପ୍ଲିମେଣ୍ଟ ବ୍ୟବହାର ରୋକିବା ଲାଗି ସୁପାରିସ କରିଛି। ଜର୍ନାଲ ଅଫ୍‌ ଆମେରିକାନ୍‌ ମେଡିକାଲ ଆସୋସିଏଶନ୍‌ ପକ୍ଷରୁ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ଭାରତରେ ତନାଘନା ଆରମ୍ଭ ହୋଇଛି। ନୂଆଦିଲ୍ଲୀ ଏମ୍ସର ମେଡିସିନ୍‌ ବିଭାଗର ଆଡିଶନାଲ ପ୍ରଫେସର ନିରଜ ନିଶ୍ଚଳ କହିଛନ୍ତି ଯେ, ଭିଟାମିନ୍‌ ବଟିକା ସେବନ କରିବା ଅପେକ୍ଷା ଲୋକେ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଖାଇବା ଦରକାର। କିନ୍ତୁ ଆଜିର ଖାଦ୍ୟଶସ୍ୟ ଅନେକାଂଶରେ ରାସାୟନିକ ଓ କୀଟନାଶକ ପଦାର୍ଥ ଦ୍ୱାରା ବିଷାକ୍ତ ହୋଇଯାଇଛି। ଏପରିକି କୁକୁଡ଼ାର ଓଜନ ଶୀଘ୍ର ବଢ଼ାଇ ଦେବା ଲାଗି ରସାୟନଯୁକ୍ତ କୃତ୍ରିମ ଖାଦ୍ୟ ଦିଆଯାଉଛି। ଏହିସବୁକୁ ଯେତେବେଳେ ମଣିଷ ଖାଉଛନ୍ତି, ତାହା ସିଧାସଳଖ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଏହା ଦ୍ୱାରା ନୂତନ ପ୍ରକାରର ରୋଗ ବା ବ୍ୟାଧି ଦେଖିବାକୁ ମିଳୁଛି। ଅନେକ ସମୟରେ ‘ଅଚିହ୍ନା’ ରୋଗରେ ଲୋକଙ୍କ ମୃତ୍ୟୁ ଘଟୁଥିବା ଖବର ଗଣମାଧ୍ୟମରୁ ଶୁଣିବାକୁ ମିଳୁଛି। ଏହିଭଳି ଘଟଣା ସୀମିତ ଅଞ୍ଚଳରେ ରହୁଥିବାରୁ ବୁଝିହେବ ଯେ, ସେହି ଅଞ୍ଚଳରେ କିଛି ବିଶେଷ ରାସାୟନିକ ପଦାର୍ଥ ବ୍ୟବହୃତ ହେଉଥିବାରୁ ଲୋକେ ରୋଗାକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଯଦିଓ ଜୈବିକ ଚାଷ ଉପରେ ଗୁରୁତ୍ୱ ଦିଆଯାଉଛି, ଭାରତର ଜନସଂଖ୍ୟା ତୁଳନାରେ ଖାଦ୍ୟ ଉତ୍ପାଦନ ଯଥେଷ୍ଟ ହେବା ନେଇ ଆଶଙ୍କା ରହିଛି। ତଥାପି ଜନସାଧାରଣ ଯଥାସମ୍ଭବ ସ୍ବାସ୍ଥ୍ୟକର ଖାଦ୍ୟ ବାଛିବା ଜରୁରୀ ହୋଇପଡ଼ିଲାଣି।
ସାଧାରଣରେ ଭାରତୀୟମାନେ ଦେଶୀ ଚିକିତ୍ସା ଆପଣାଇ ରୋଗରୁ ମୁକ୍ତ ହୋଇପାରୁଥିଲେ। ହେଲେ ଏବେ ଫାର୍ମା କମ୍ପାନୀଗୁଡ଼ିକ ଦ୍ୱାରା ଭିଟାମିନ୍‌ ସପ୍ଲିମେଣ୍ଟର ଯେଭଳି ପ୍ରଚାର କରାଯାଉଛି ସେହି ଢାଞ୍ଚାରେ ଗ୍ରାମୀଣ ଲୋକମାନେ ମଧ୍ୟ ପଡ଼ିଯାଇଥିବା ଦେଖାଯାଉଛି। କୁହାଯାଏ ରୋଗରେ ପଡ଼ି ଆରୋଗ୍ୟ ହେବାଠାରୁ ପ୍ରତିଷେଧକ ଶ୍ରେୟସ୍କର। ପ୍ରତ୍ୟେକ ବ୍ୟକ୍ତି ପ୍ରତିଷେଧକମୂଳକ ଦିଗକୁ ଅନିଶା କରିବା ଭଲ କଥା। ଏବର ସମୟରେ ସ୍ବାସ୍ଥ୍ୟକର ଜୀବନଶୈଳୀର ଚାହିଦା ବଢ଼ିଛି। କିନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା କ’ଣ ରହିବ ତାହା ଉପରେ ଅଧିକାଂଶ ଗୁରୁତ୍ୱ ଦେଉ ନାହାନ୍ତି। ଯୋଗ ରୋଗର ଶ୍ରେଷ୍ଠ ଉପଚାର ବୋଲି କୁହାଯାଉଛି। ତାହା ନିୟମିତ ଅଭ୍ୟାସ କରାଗଲେ ସୁଫଳ ମିଳିଥାଏ। କିନ୍ତୁ ଯେଉଁଭଳି ଭାବେ ଗୋଟିଏ ଦିନ ଯୋଗ ଦିବସ ପାଳନ କରାଯାଉଛି, ତାହା ଏକ ରାଜନୈତିକ ପ୍ରଚାର ଛଡ଼ା ଅନ୍ୟ କିଛି ନୁହେଁ ବୋଲି ବୁଝାପଡ଼ୁଛି। ସେହିପରି ସ୍ବାସ୍ଥ୍ୟ ସମ୍ବନ୍ଧରେ ବହୁ ଲୋକ ଠିକ୍‌ ଭାବେ ଅବଗତ ନ ହୋଇ ଦେଖାଶିଖା ଢଙ୍ଗରେ ଭିଟାମିନ୍‌ ଔଷଧ ଖାଇଯାଉଛନ୍ତି। ଆଉ ଏହି ଧାରା କୋଭିଡ୍‌-୧୯ ମହାମାରୀ ବେଳେ ବ୍ୟାପକ ହୋଇଥିବା ସମସ୍ତେ ଅନୁଭବ କରିଛନ୍ତି। ରୋଗ ପ୍ରତିରୋଧକ ଶକ୍ତିବର୍ଦ୍ଧକ ଭାବେ ଭିଟାମିନ୍‌-‘ସି’ ଏବଂ ଭିଟାମିନ୍‌-‘ଡି’କୁ ଲୋକେ ସେହି ସମୟରେ ଚୋବେଇ ଚାଲିଥିଲେ। ୨୦୧୮ରେ ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ବିଶ୍ୱ ଡାଏଟେରି ସପ୍ଲିମେଣ୍ଟ ବଜାରରେ ଭିଟାମିନ୍‌ ସର୍ବାଧିକ ବିକ୍ରି ହୋଇଥିଲା, ଯାହାର ରାଜସ୍ବ ଆକାର ୩୭.୬ ବିଲିୟନ ଡଲାରରେ ପହଞ୍ଚତ୍ଥିଲା। ତେଣୁ କୋଭିଡ୍‌-୧୯ ପରେ ଏହାର ଆକାର କେତେ ବଢ଼ିଯାଇଥିବ ସାଧାରଣରେ କଳନା କରିବା କଷ୍ଟକର। ଭାରତ ପରିପ୍ରେକ୍ଷୀରେ ଦେଖିଲେ ହିସାବରୁ ଜଣାପଡ଼ିଛି ଯେ, ଏଠାରେ ଡାକ୍ତରମାନେ ଯେତେ ଔଷଧ ଲେଖିଥାଆନ୍ତି ସେଥିମଧ୍ୟରେ ୨୫ ପ୍ରତିଶତ ଭିଟାମିନ୍‌ ରହିଥାଏ। ଅର୍ଥାତ୍‌ ଫାର୍ମା କମ୍ପାନୀଗୁଡ଼ିକର ପ୍ରଚାର ଲାଗି ଡାକ୍ତରମାନେ କାର୍ଯ୍ୟ କରୁଥିବା ମଧ୍ୟ କୁହାଯାଉଛି। ଅତଏବ ଜନସାଧାରଣ ଆବଶ୍ୟକ ତଥା ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଉପରେ ଗୁରୁତ୍ୱ ଦେବା ଦରକାର। ଆଖିବୁଜି ଭିଟାମିନ୍‌ ଖାଇଦେଲେ ଯେ ଜଣେ ଉତ୍ତମ ସ୍ବାସ୍ଥ୍ୟଧାରୀ ହୋଇଯିବେ ଭାବିବା ଭୁଲ୍‌। ଭଲ ଭାବେ ଜାଣି ଓ ପରଖି ଉପଯୁକ୍ତ ଔଷଧ ବ୍ୟବହାର କଲେ ସୁଫଳ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri