ଗଞ୍ଜାମକୁ ଆସୁଥିବା ଲୋକଙ୍କ ଉପରେ ରଖାଯିବ ନଜର: ନିର୍ଦ୍ଦେଶ ଦେଲେ ଜ଼ିଲାପାଳ

ଛତ୍ରପୁର, ୨୩।୯(ଡି.ଏନ.ଏ): ଗଞ୍ଜାମରେ କରୋନା ସ୍ଥିତିରେ ବେଶ୍‌ ସୁଧାର ଆସିଛି । ଏନେଇ ଜ଼ିଲାବାସୀଙ୍କୁ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଭିଡିଓ ବାର୍ତ୍ତାରେ ଧନ୍ୟବାଦ ଜଣାଇଛନ୍ତି। ତେବେ ଏବେ ବି ବିପଦ ଟଳିନି। କେତେ ଲୋକେ ସମ୍ପୂର୍ଣ୍ଣ ଭୟମୁକ୍ତ ହୋଇ ସଚେତନତା ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଅନ୍ୟ ଜିଲାକୁ ଯିବା ଆସିବା କରୁଛନ୍ତି। ବସ ଅଟୋଗୁଡିକରେ ସଚେତନତା ନିୟମ ପାଳନ ହେଉନାହିଁ । ଯଦି ସଚେତନତା ପଦକ୍ଷେପ ଗ୍ରହଣ କରାଯିବ ନାହିଁ ତେବେ ପୁନର୍ବାର କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବ ଏବଂ ଅନେକ ଜନଜୀବନ ନଷ୍ଟ ହେବ। ଏଣୁ ଜିଲାବାସୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡିବ। ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ଓ  ପଡୋଶୀ ଜିଲାକୁ ଯାତାୟତ କରୁଥିବା ଯାତ୍ରୀଙ୍କ ନିମନ୍ତେ ଅନେକ ସଚେତନତା ପଦକ୍ଷେପ ଗ୍ରହଣ କରିବାକୁ ହେବ ବୋଲି ଜିଲାପାଳ କହିଛନ୍ତି। ଗଞ୍ଜାମ ଓ ଗଜପତି ଜିଲାକୁ ଛାଡି ରାଜ୍ୟର ଅନ୍ୟ ସମସ୍ତ ଜିଲାରେ ସଂକ୍ରମଣ ବୃଦ୍ଧି ପାଇଛି । ସଂକ୍ରମଣ ବୃଦ୍ଧି ଘଟୁଥିବା ଜିଲାରୁ ଆସୁଥିବା ବ୍ୟକ୍ତି ଓ ଏହି ଜିଲାରୁ ଅନ୍ୟ ଜିଲାକୁ ଯାତାୟତ କରୁଥିବା ବ୍ୟକ୍ତି ଉପରେ କଡା ନଜର ରଖିବାକୁ ସମସ୍ତ ଅଧିକାରୀଙ୍କୁ ଜ଼ିଲପାଳ ନିର୍ଦ୍ଦେଶ ଦେଇଛନ୍ତି। ସଚେତନତା ଓ ଚଢାଉ କାର୍ଯ୍ୟକୁ ବ୍ୟାପକ କରିବାକୁ ତଦସିଲଦାରଙ୍କୁ କୁହାଯାଇଛି। ସ୍ବାସ୍ଥ୍ୟ ଅଧିକାରୀ ଘରେ ଏକାନ୍ତବାସରେ ରହିଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଜୁମ ମିଟିଙ୍ଗ  କରି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଖବର ରଖିବେ  । ଯେଉଁ ଅଞ୍ଚଳରେ କୋଭିଡ ସଂକ୍ରମଣ ଦେଖାଯାଉଛି ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ କରି ନଜର ରଖିବା ପାଇଁ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ କାର୍ଯ୍ୟାଳୟ ଗୁଡିକ କୋଭିଡ ସଂକ୍ରମଣ ବିହୀନ ହେବ ବୋଲି ଜିଲାପାଳ ଆଶା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CJP ଆନ୍ଦୋଳନ ବେଳେ ପିଏମ୍‌ ମୋଦି କରିଥିବା ଭିଡିଓକୁ ଫେସବୁକ୍‌ କଲା ବ୍ୟାନ! ବିବାଦ ପରେ…

ନୂଆଦିଲ୍ଲୀ, ୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆ କମ୍ପାନି ମେଟା ବିବାଦରେ ଫସିଛି। ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ…

ଲଗାଣ ବର୍ଷାରେ ରାସ୍ତା ବେହାଲ୍‌: ଭାଙ୍ଗିଲା ଝାଟିମାଟି ଘର

କେସିଙ୍ଗା,୨୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପଥ ର୍ଲା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ମାଲପଡାର ଜିତେନ ଚଣ୍ଡୀଙ୍କ ଏକ ଝାଟିମାଟି ଘର ଲଗାଣ ବର୍ଷାରେ ଗତକାଲି…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଅଗଷ୍ଟ ୧ରୁ ବଦଳିବ ତତ୍କାଳ ଟିକେଟ୍ ବୁକିଂ ନିୟମ

ନୂଆଦିଲ୍ଲୀ,୨୮ା୭: ଆସନ୍ତା ଅଗଷ୍ଟ ୧ତାରିଖରୁ ବଦଳିବ ତତକାଳ ଟିକେଟ ବୁକିଂ ନିୟମ । ଭାରତୀୟ ରେଳବାଇ କାଉଣ୍ଟରରେ ତତକାଳ ଟିକେଟ୍ ବୁକ୍ କରିବା ପାଇଁ ଏକ ନୂତନ…

OSSTET-୨୦୨୬ ପରୀକ୍ଷା ତାରିଖ ଘୋଷଣା: ଏହିଦିନଠୁ ଆବେଦନ ପ୍ରକ୍ରିୟା ଆରମ୍ଭ!

କଟକ,୨୮।୭: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ), ଓଡ଼ିଶା ପକ୍ଷରୁ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି)-୨୦୨୬ର ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ବିଏସଇ…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କିଏ ଗଲେ, କିଏ ଆସିଲେ…

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟ ମାସରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇ ୨ଟି ଟେଷ୍ଟ ମ୍ୟାଚ ସିରିଜ ଖେଳିବ। ଏହି ସିରିଜ ପାଇଁ ବିସିସିଆଇ (BCCI) ମଙ୍ଗଳବାର…

ଅଗଷ୍ଟ ୧୩ରେ ଚାମେଲୀଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ: ୨୨ ୱାର୍ଡସଭ୍ୟଙ୍କ ମଧ୍ୟରୁ ୨୧ ସଭ୍ୟାସଭ୍ୟ…

କେନ୍ଦ୍ରାପଡ଼ା/ମହାକାଳପଡ଼ା,୨୮ା୭ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ତିଖିରୀ ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଆସନ୍ତା ଅଗଷ୍ଟ ୧୩ରେ ଅନାସ୍ଥା ପ୍ରସ୍ତାବ ଆସିବ। ଗତ…

ସିସିଟିଭିରେ କଏଦ ହେଲା ମହିଳାଙ୍କ ଚୋରି ଭିଡିଓ, ଦୋକନକୁ ଯାଇ…

ମୋହନା,୨୮।୭(ମନ୍ମଥ ମିଶ୍ର): ମୋହନାରେ କିଛିଦିନ ହେଲା ଠାକୁରାଣୀ ମନ୍ଦିରରୁ ମା’ଙ୍କ କିରଟି ସହ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିଲା । ଏହାସହ ପାନୀୟ ଜଳ ଯୋଗାଣ ପମ୍ପ…

ଲଗାଣ ବର୍ଷା, କେନ୍ଦୁଝରରେ ଆଜି ସମସ୍ତ ସ୍କୁଲ ଛୁଟି

ବଞ୍ଚୋ/କେନ୍ଦୁଝର,୨୮।୭(ପ୍ରଦୋଷ ବିଶ୍ୱାଳ /ନରେଶ ପଟ୍ଟନାୟକ ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜିଲାପାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri