ଗଞ୍ଜାମକୁ ଆସୁଥିବା ଲୋକଙ୍କ ଉପରେ ରଖାଯିବ ନଜର: ନିର୍ଦ୍ଦେଶ ଦେଲେ ଜ଼ିଲାପାଳ

ଛତ୍ରପୁର, ୨୩।୯(ଡି.ଏନ.ଏ): ଗଞ୍ଜାମରେ କରୋନା ସ୍ଥିତିରେ ବେଶ୍‌ ସୁଧାର ଆସିଛି । ଏନେଇ ଜ଼ିଲାବାସୀଙ୍କୁ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଭିଡିଓ ବାର୍ତ୍ତାରେ ଧନ୍ୟବାଦ ଜଣାଇଛନ୍ତି। ତେବେ ଏବେ ବି ବିପଦ ଟଳିନି। କେତେ ଲୋକେ ସମ୍ପୂର୍ଣ୍ଣ ଭୟମୁକ୍ତ ହୋଇ ସଚେତନତା ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଅନ୍ୟ ଜିଲାକୁ ଯିବା ଆସିବା କରୁଛନ୍ତି। ବସ ଅଟୋଗୁଡିକରେ ସଚେତନତା ନିୟମ ପାଳନ ହେଉନାହିଁ । ଯଦି ସଚେତନତା ପଦକ୍ଷେପ ଗ୍ରହଣ କରାଯିବ ନାହିଁ ତେବେ ପୁନର୍ବାର କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବ ଏବଂ ଅନେକ ଜନଜୀବନ ନଷ୍ଟ ହେବ। ଏଣୁ ଜିଲାବାସୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡିବ। ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ଓ  ପଡୋଶୀ ଜିଲାକୁ ଯାତାୟତ କରୁଥିବା ଯାତ୍ରୀଙ୍କ ନିମନ୍ତେ ଅନେକ ସଚେତନତା ପଦକ୍ଷେପ ଗ୍ରହଣ କରିବାକୁ ହେବ ବୋଲି ଜିଲାପାଳ କହିଛନ୍ତି। ଗଞ୍ଜାମ ଓ ଗଜପତି ଜିଲାକୁ ଛାଡି ରାଜ୍ୟର ଅନ୍ୟ ସମସ୍ତ ଜିଲାରେ ସଂକ୍ରମଣ ବୃଦ୍ଧି ପାଇଛି । ସଂକ୍ରମଣ ବୃଦ୍ଧି ଘଟୁଥିବା ଜିଲାରୁ ଆସୁଥିବା ବ୍ୟକ୍ତି ଓ ଏହି ଜିଲାରୁ ଅନ୍ୟ ଜିଲାକୁ ଯାତାୟତ କରୁଥିବା ବ୍ୟକ୍ତି ଉପରେ କଡା ନଜର ରଖିବାକୁ ସମସ୍ତ ଅଧିକାରୀଙ୍କୁ ଜ଼ିଲପାଳ ନିର୍ଦ୍ଦେଶ ଦେଇଛନ୍ତି। ସଚେତନତା ଓ ଚଢାଉ କାର୍ଯ୍ୟକୁ ବ୍ୟାପକ କରିବାକୁ ତଦସିଲଦାରଙ୍କୁ କୁହାଯାଇଛି। ସ୍ବାସ୍ଥ୍ୟ ଅଧିକାରୀ ଘରେ ଏକାନ୍ତବାସରେ ରହିଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଜୁମ ମିଟିଙ୍ଗ  କରି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଖବର ରଖିବେ  । ଯେଉଁ ଅଞ୍ଚଳରେ କୋଭିଡ ସଂକ୍ରମଣ ଦେଖାଯାଉଛି ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ କରି ନଜର ରଖିବା ପାଇଁ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ କାର୍ଯ୍ୟାଳୟ ଗୁଡିକ କୋଭିଡ ସଂକ୍ରମଣ ବିହୀନ ହେବ ବୋଲି ଜିଲାପାଳ ଆଶା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri