Advertisement
Posted inଜାତୀୟ

କମଲନାଥଙ୍କ ପରେ ଏବେ ଅଭଦ୍ର ଟିପ୍ପଣି ଦେଇ ଚର୍ଚ୍ଚାରେ ଶିବରାଜଙ୍କ ମନ୍ତ୍ରୀ

ଭୋପାଳ,୨୦ ।୧୦: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବୟାନ ପରେ ଏବେ ବିବାଦ ଥମିନାହିଁ । କନ୍ତୁ ଏହାରି ଭିତରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଜଣେ ନେତା ଏବେ ଆଉ ଏକ ଅଭଦ୍ର ଟିପ୍ପଣି ଦେଇ ଆସିଛନ୍ତି ଚର୍ଚ୍ଚାକୁ । ଭାଜପା ନେତା ବିସାହୁ ଲାଲ ସାହୁ କଂଗ୍ରେସ ନେତା ବିଶ୍ୱନାଥ ସିଂଙ୍କ ପତ୍ନୀଙ୍କ ଉଦ୍ଦେଶ୍ୟରେ ଅଭଦ୍ର ଟିପ୍ପଣି ଦେଇଥିବା ଜଣାପଡିଛି । ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ ଅନୁପପୁରର ବିଜେପି ପ୍ରାର୍ଥୀ ବିସାହୁ ଲାଲ ସାହୁଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସେଥିରେ ସେ କହିଛନ୍ତି କଂଗ୍ରେସ ନେତା ବିଶ୍ୱନାଥ ସିଂ ତାଙ୍କ ନିର୍ବାଚନ ଫର୍ମରେ ପ୍ରଥମ ପତ୍ନୀଙ୍କ ସମ୍ପର୍କରେ କିଛି ତଥ୍ୟ ଦେଇ ନାହାନ୍ତି ଓ ଦ୍ୱିତୀୟ ସ୍ତ୍ରୀଙ୍କ କଥା ସେ କହିଛନ୍ତି । ଏହାରି ମଧ୍ୟରେ ସାହୁ ଏକ ଅଭଦ୍ର ଟିପ୍ପଣି ଦେଇ ଦେଇଛନ୍ତି । ଏହାକୁ ନେଇ କଂଗ୍ରେସ ନେତା ବିଶ୍ୱନାଥ ସିଂ କହିଛନ୍ତି ଶ୍ରୀ ସାହୁ ଅପ୍ରାସଙ୍ଗିକ କଥା କହୁଛନ୍ତି । କାରଣ ସେ ନିର୍ବାନରେ ହାରିବାକୁ ଯାଉଛନ୍ତି । ମୁଁ ୧୫ ବର୍ଷ ହେଲା ବିବାହ କରିଛି ଓ ମୋର ୨ଟି ସନ୍ତାନ ଅଛନ୍ତି । ମୁଁ ସାହୁଙ୍କ ବିରୋଧରେ ମାନହାନି ମକଦ୍ଦମା କରିବି ବୋଲି ଶ୍ରୀ ସିଂ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀଙ୍କୁ ଭୋଟର ତାଲିକା ଯୋଗାଣ: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କୁ ନିର୍ବାଚନ କମିଶନ ଭୋଟର ତାଲିକାର ଦୁଇଟି କପି ଯୋଗାଇବା ବ୍ୟବସ୍ଥା ଭୋଟର ପଞ୍ଜିକରଣ ନିୟମାବଳୀ, ୧୯୬୦ରେ ରହିଛି।...

ପ୍ରଜାପତି ଉଡାଇଲେ ମୋଦି

କେବଡିଆ,୧୭।୯: ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦି ମଙ୍ଗଳବାର ୬୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ଗୁଜରାଟର ନର୍ମଦା ନଦୀ ନିକଟରେ ଥିବା ଷ୍ଟାଚ୍ୟୁ ଅଫ୍‌...

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି ହେଲେ ଲାଭ ସହିତ କ୍ଷତି ବି ସହିବ ଭାଜପା !

ନୂଆଦିଲ୍ଲୀ,୧୦।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକୁ ନେଇ କେନ୍ଦ୍ର ସରକାର ଏଠାରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଚିନ୍ତା କରୁଥିବା କେତେକ ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।...

କେଜ୍‌ରିଓ୍ବାଲଙ୍କ ରୋଡ ଶୋ’ରେ ପଥରମାଡ଼

ସୁରଟ,୨୮।୧୧: ଗୁଜରାଟରେ ବର୍ତ୍ତମାନ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ରହିଛି। ଏଥିପାଇଁ ସେଠାରେ ଲଗାତର ଭାବେ ରୋଡ ଶୋ’ ଓ ଜନସଭା ଅନୁଷ୍ଠିତ...

କରୋନା ପ୍ରଭାବ: ହସ୍ପିଟାଲରୁ ୩୫ ହଜାର ଟଙ୍କାର ମାସ୍କ ଚୋରି କଲେ ଫାର୍ମାସିଷ୍ଟ

ପୁଣେ, ୯।୩: ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ସରକାର ପରାମର୍ଶ ଦେଉଛନ୍ତି। ମାସ୍କ...

ଟିକାକରଣରେ ଭାରତ ଆଗରେ

ନୂଆଦିଲ୍ଲୀ, ୬।୨: କରୋନା ମହାମାରୀ ବିରୋଧରେ ଭାରତରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ପୃଥିବୀରେ ଟିକାକରଣ କ୍ଷେତ୍ରରେ ଭାରତ ଆଗୁଆ ରହିଛି। ଦେଶରେ ୨୧...

ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ରେ ନିଆଁ

ମୁମ୍ବାଇ,୯।୧୦: ମୁମ୍ବାଇର ଏକ ଲୋକାଲ୍‌ ଟ୍ରେନ୍‌ରେ ବୁଧବାର ସକାଳେ ନିଆଁ ଲାଗି ଯାଇଥିବା ଜଣାପଡିଛି। ପନବେଲ ଯାଉଥିବା ଏହି ଟ୍ରେନ୍‌ରେ ଓ୍ବାସି ରେଲଓ୍ବେ ଷ୍ଟେଶନରେ ନିଆ...

୨ କୋଟି ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ଦିନକରେ ୩.୫୭ ଲକ୍ଷ ସଂକ୍ରମିତ, ୩,୪୪୯ ମୃତ

ନୂଆଦିଲ୍ଲୀ,୪।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ...

Advertisement
Archives

Model This Week