Posted inଖେଳ

ବିରାଟ କୋହଲିଙ୍କ ଟେନସନ୍‌ ହେଲା ଦୂର

ଲଣ୍ଡନ,୨୨।୭: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ଡରହମ୍‌ରେ କାଉଣ୍ଟି ସିଲେକ୍ଟ ଏକାଦଶ ବିପକ୍ଷରେ ତିନି ଦିନିଆ ୱାର୍ମ ଅପ ମ୍ୟାଚ ଖେଳୁଛି। ଦ୍ୱିତୀୟ ଦିନରେ ଉମେଶ ଯାଦବଙ୍କ ନେତୃତ୍ୱରେ ଭାରତୀୟ ବୋଲରମାନେ ଜବରଦସ୍ତ ବୋଲିଂ କରିଥିଲେ। ଖେଳ ଶେଷ ହେବା ପର୍ଯ୍ୟନ୍ତ, କାଉଣ୍ଟି ସିଲେକ୍ଟ ଏକାଦଶ ୯ ଉଇକେଟ ହରାଇ ୨୨୦ ରନ୍‌ କରିଥିଲା। ଉମେଶ ଯାଦବ ୨୨ ରନ ଦେଇ ୩ଟି ଉଇକେଟ ନେଇଥିବାବେଳେ ମହମ୍ମଦ ସିରାଜ ୩୨ ରନ ପାଇଁ ଦୁଇଟି ଉଇକେଟ ନେଇଥିଲେ। କାଉଣ୍ଟି ପାଇଁ ହସିବ ହମିଦ ୧୧୨ ରନର ଚମତ୍କାର ଇନିଂସ ଖେଳିଥିଲେ। ଉମେଶ-ସିରାଜଙ୍କ ବୋଲିଂରେ ଭାରତୀୟ ଅଧିନାୟକ ବିରାଟ କୋହଲି ବହୁତ ଖୁସି ଅଛନ୍ତି। ଉମେଶ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଖେଳିବା ନିଶ୍ଚିତ ବୋଲି କୁହାଯାଉଛି। ଦ୍ରୁତ ବୋଲିଂ ନେଇ କୋହଲି ଯେଉଁ ଟେନସନ୍‌ର ଥିଲେ ତାହା ଦୂର ହୋଇଥିବା କ୍ରିକେଟ୍‌ ବିଶେଷଜ୍ଞ ମାନେ ମତ ଦେଇଛନ୍ତି। ଏବେ କିଛି ଖେଳାଳି କ୍ୱାରାଣ୍ଟାଇନ୍‌ରେ ଯାଇଥିବାରୁ ଓ୍ବାଶିଂଟନ୍‌ ସୁନ୍ଦର ଏବଂ ଦ୍ରୁତ ବୋଲର ଆବେଶ ଖାନ କାଉଣ୍ଟି ଏକାଦଶ ପାଇଁ ଖେଳୁଛନ୍ତି। ଆଭେଶ ଆହତ ହୋଇଛନ୍ତି ଏବଂ ସେ ଏହି ମ୍ୟାଚ୍‌ରେ ଅଧିକ ଖେଳିବାକୁ ସମର୍ଥ ହେବେ ନାହିଁ। ସେ ମଧ୍ୟ ଇଂଲଣ୍ଡ ଗସ୍ତରୁ ବାଦ୍‌ ପଡିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri