Posted inଖେଳ

ବିରାଟ କୋହଲିଙ୍କ ବାର୍ଷିକ ଦରମା ଯେତେ, ପାକିସ୍ତାନ ଦଳର ସମସ୍ତ ଖେଳାଳି ନିଅନ୍ତି ସେତେ

ବିଶ୍ୱ କ୍ରିକେଟର୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରତିଦିନ ରନ ସ୍କୋର କରିବା ଏବଂ ନୂଆ ରେକର୍ଡ ସୃଷ୍ଟି କରିବାରେ ଆଗରେ ଥିବାବେଳେ ରୋଜଗାର କ୍ଷେତ୍ରରେ ମଧ୍ୟ ସେ ଶୀର୍ଷରେ ଅଛନ୍ତି। ସର୍ବାଧିକ ଆୟ କରୁଥିବା କ୍ରିକେଟରଙ୍କ ମଧ୍ୟରେ କୋହଲିଙ୍କ ନାମ ରହିଛି। ଯଦିଓ ତାଙ୍କର ବିଜ୍ଞାପନ ରୋଜଗାର ଅଲଗା ହୋଇଯାଏ, ବିସିସିଆଇରୁ ତାଙ୍କର ବାର୍ଷିକ ଦରମା ସମଗ୍ର ପାକିସ୍ତାନ ଦଳର ବାର୍ଷିକ ଦରମା ସହିତ ସମାନ। ନିକଟରେ, ବିସିସିଆଇ ଅକ୍ଟୋବର ୨୦୨୦ରୁ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଅବଧି ପାଇଁ ଟଙ୍କା ଚୁକ୍ତି କରିଛି। ରୋହିତ ଶର୍ମା ଏବଂ ଜସପ୍ରୀତ ବୁମ୍‌ରାଙ୍କ ସହ କୋହଲି ଗ୍ରେଡ ଏ ପ୍ଲସରେ ରହିଛନ୍ତି।
ବିସିସିଆଇ ଚୁକ୍ତିନାମା ଅନୁଯାୟୀ, ଏ+ ଖେଳାଳିମାନେ ବାର୍ଷିକ ୭ କୋଟି ଟଙ୍କା ପାଇଥିବାବେଳେ ଗ୍ରେଡ ଏ ଖେଳାଳିଙ୍କ ପାଖରେ ୫ କୋଟି ଟଙ୍କା ଚୁକ୍ତି ରହିଛି। ଗ୍ରେଡ-ବି ଏବଂ ସି ଖେଳାଳିମାନେ ଯଥାକ୍ରମେ ୩ କୋଟି ଏବଂ ୧ କୋଟି ଟଙ୍କା ପାଇଛନ୍ତି ।
ଏଥି ସହିତ, ପାକିସ୍ତାନ କ୍ରିକେଟ ବୋର୍ଡ ଏହାର ଖେଳାଳିଙ୍କୁ ୩ ଶ୍ରେଣୀ ତଥା ଗ୍ରେଡରେ ରଖିଛି । ଏ ଗ୍ରେଡର ୩ ଖେଳାଳି ପ୍ରତି ମାସରେ ୧୧ ଲକ୍ଷ ପାକିସ୍ତାନ ଟଙ୍କା (ଅର୍ଥାତ୍‌ ପ୍ରାୟ ୫.୨୦ ଲକ୍ଷ ଟଙ୍କା) ପାଇଥାନ୍ତି। ବାବର ଆଜାମ, ଶାହିନ ଆଫ୍ରିଦି ଏବଂ ଅଜହର ଅଲି ଏହି ଗ୍ରେଡରେ ଅଛନ୍ତି। ବି ବର୍ଗରେ ଯେଉଁମାନେ ୭.୫୦ ଲକ୍ଷ ପାକିସ୍ତାନୀ ଟଙ୍କା (ଅର୍ଥାତ୍‌ ୩.୫୪ ଲକ୍ଷ ଭାରତୀୟ ଟଙ୍କା) ଏବଂ ସି ବର୍ଗରେ ଥିବା ଲୋକମାନେ ୫.୫୦ ଲକ୍ଷ ପାକିସ୍ତାନୀ ଟଙ୍କା (ଅର୍ଥାତ୍ ୨.୬୦ ଲକ୍ଷ ଭାରତୀୟ ଟଙ୍କା) ପାଇଛନ୍ତ। ପାକିସ୍ତାନ ଏ ବର୍ଗରେ ୩ ଖେଳାଳି, ବି ରେ ୯ ଏବଂ ସି ବର୍ଗରେ ୬ ଖେଳାଳିଙ୍କୁ ସ୍ଥାନିତ କରିଛି। ଯଦି ପାକିସ୍ତାନୀ ଟଙ୍କା ଭାରତୀୟ ମୂଲ୍ୟରେ ରୂପାନ୍ତରିତ ହୁଏ, ତେବେ ପାକିସ୍ତାନ ଦଳର ସମ୍ପୂର୍ଣ୍ଣ ଦରମା ବିରାଟ କୋହଲି ପ୍ରତିବର୍ଷ ପାଇଥିବା ଦରମା ସହିତ ସମାନ। ପାକିସ୍ତାନ ବୋର୍ଡ ପ୍ରତିବର୍ଷ ଖେଳାଳିଙ୍କ ଫି ପାଇଁ ୭.୪ କୋଟି ଟଙ୍କା ଖର୍ଚ୍ଚ କରିଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri