Posted inଖେଳ

ଛକା ମାରି ସିକ୍ୟୁରିଟି ଗାର୍ଡଙ୍କ ମୁଣ୍ଡ ଫଟାଇଦେଲେ ବିରାଟ କୋହଲି !

ପର୍ଥ,୨୪।୧୧: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଟିମ୍‌ ଇଣ୍ଡିଆ ଦୃଢ଼ ସ୍ଥିତିରେ ପହଞ୍ଚିଛି। ଏହି ମୁକାବିଲାର ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆ ବିଫଳ ହେବା ପରେ ଦ୍ୱିତୀୟ ଇନିଂସରେ ଜବରଦସ୍ତ ପ୍ରଦର୍ଶନ କରୁଛି। ପ୍ରଥମେ ଯଶସ୍ବୀ ଜୈସଓ୍ବାଲଙ୍କ ଶତକ ପରେ କେଏଲ୍‌ ରାହୁଲ ଦମଦାର ଅର୍ଦ୍ଧଶତକ ବଳରେ ଦଳର ସ୍କୋର ଆଗେଇ ଚାଲିଥିଲା। ଏସବୁ ମଧ୍ୟରେ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଦ୍ୱିତୀୟ ଇନିଂସରେ ଲୟକୁ ଫେରିଥିଲେ। ଶତକୀୟ ଇନିଂସରେ ସେ ଏଭଳି ଏକ ଶର୍ଟ ଖେଳିଥିଲେ ଯାହା ଚର୍ଚ୍ଚାରେ ରହିଛି। ଏହାଦ୍ୱାରା ବାଉଣ୍ଡ୍ରି ପାଖରେ ବସିଥିବା ସୁରକ୍ଷା କର୍ମୀ ଆହତ ହୋଇଥିଲେ।
ମ୍ୟାଚ୍‌ର ତୃତୀୟ ଦିନ କୋହଲି ମଇଦାନକୁ ଓହ୍ଲାଇଥିଲେ। ପ୍ରଥମ ଇନିଂସରେ ୫ ରନ୍‌ କରି ଆଉଟ୍‌ ହୋଇଥିବା କୋହଲି ଭଲ ଶର୍ଟ ଖେଳିଥିଲେ। ଦ୍ରୁତ ବୋଲର ମାଇକେଲ ଷ୍ଟାର୍କଙ୍କ ଏକ ଶର୍ଟ ପିଚ୍‌ ବଲ୍‌କୁ ସେ ଅପର୍‌ କଟ୍‌ ଖେଳିଥିଲେ। ବଲ୍‌ଟି ସିଧା ଯାଇ ଥାର୍ଡ ମ୍ୟାନ୍‌ ବାଉଣ୍ଡ୍ରି ବାହାରେ ୬ ରନ୍‌ ଯାଏ ଯାଇଥିଲା। ହେଲେ ଏହି ସମୟରେ ଏକ ଦୁର୍ଘଟଣା ଘଟିଥିଲା।
ବାଉଣ୍ଡ୍ରି ନିକଟରେ ସୁରକ୍ଷାକର୍ମୀ ବସିଥିବା ବେଳେ ବଲ୍‌ଟି ସିଧା ଯାଇ ତାଙ୍କ ମୁଣ୍ଡରେ ବାଜିଥିଲା। ଏହି ଦୃଶ୍ୟ ଦେଖି ସମସ୍ତେ ଡରି ଯାଇଥିଲେ। ବିରାଟ ମଧ୍ୟ ଚିନ୍ତାରେ ପଡ଼ିଥିଲେ। ତୁରନ୍ତ ମେଡିକାଲ ଟିମ୍‌ ସେଠାରେ ପହଞ୍ଚି ତାଙ୍କ ଯାଞ୍ଚ କରିଥିଲେ। ବାଉଣ୍ଡ୍ରି କୁଶନ୍‌ରେ ବାଜି ବଲ୍‌ ଧୀର ହୋଇଯାଇଥିବା ଯୋଗୁ ମୁଣ୍ଡରେ ଅଧିକ ଆଘାତ ଲାଗି ନ ଥିବା କୁହାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?