Posted inଖେଳ

ପୁଣି ବିବାଦରେ ଫଶିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୧୧:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟ ଓ୍ବାନ୍‌ ୮ କମ୍ୟୁନି (One8 commune) ବିବାଦରେ ଛନ୍ଦି ହୋଇପଡିଛି। କୋହଲିଙ୍କ ରେଷ୍ଟୁରାଣ୍ଟ ବିରୋଧରେ ଅଭିଯୋଗ ଆସିଛି ଯେ ଟାନ୍ସଜେଣ୍ଡର(LGBTQ +) ସମ୍ପ୍ରଦାୟର ଲୋକଙ୍କ ସହ ଏଠାରେ ଭେଦଭାବ କରାଯାଉଛି। ସେମାନଙ୍କୁ ଏହି ରେଷ୍ଟୁରାଣ୍ଟରେ ପ୍ରବେଶ କରିବାକୁ ଅନୁମତି ନାହିଁ । ବିରାଟଙ୍କ ଏହି ରେଷ୍ଟୁରାଣ୍ଟରେ ପୁଣେ, ଦିଲ୍ଲୀ ଏବଂ କୋଲକାତାରେ ଶାଖା ଅଛି। LGBTQIA+ ସମ୍ପ୍ରଦାୟର ଅଧିକାରକୁ ରକ୍ଷା କରୁଥିବା ଏକ ଗୋଷ୍ଠୀ ଇନଷ୍ଟାଗ୍ରାମରେ ଭେଦଭାବ ଅଭିଯୋଗକୁ ନେଇ ଏକ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଗ୍ରୁପ ‘ୟସ୍‌, ଉଇ ଏକ୍ସଜିଷ୍ଟ୍‌’(‘Yes, We Exist’) ପକ୍ଷରୁ ଏଭଳି ପୋଷ୍ଟ କରାଯାଇଛି। ପୋଷ୍ଟଟି ଏବେ ଭାଇରାଲ ହେଉଛି। ଏଥିରେ ଲେଖାଅଛି, ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟରେ LGBTQ+ ଅତିଥିମାନଙ୍କ ପାଇଁ କୌଣସି ପ୍ରବେଶ ନାହିଁ। ବିରାଟ ପୁଣେ, ଦିଲ୍ଲୀ ଏବଂ କୋଲକତାରେ ଓ୍ବାନ୍‌ ୮ କମ୍ୟୁନି ନାମକ ଏକ ରେଷ୍ଟୁରାଣ୍ଟ ଚଳାନ୍ତି। ଏଠାରେ ଟାନ୍ସଜେଣ୍ଡର ଦମ୍ପତି କିମ୍ବା ଟାନ୍ସଜେଣ୍ଡରଙ୍କ ଏହି ରେଷ୍ଟୁରାଣ୍ଟ ପ୍ରବେଶକୁ ଅନୁମତି ନାହିଁ। ରେଷ୍ଟୁରାଣ୍ଟରେ ଜୋମାଟୋ ଲିଷ୍ଟିରେ ଷ୍ଟାଗ୍‌ ପାଇଁ ଏଣ୍ଟ୍ରି ନାହିଁ। ଆମେ ୨ ସପ୍ତାହ ପୂର୍ବରୁ ସେମାନଙ୍କୁ ମେସେଜ କରିଥିଲୁ। ତାଙ୍କର କୌଣସି ଉତ୍ତର ଆସି ନ ଥିଲା। ଆମେ ପୁଣେ ବ୍ରାଞ୍ଚ୍‌ ସହ ଯୋଗାଯୋଗ କରିଥିଲୁ ବୋଲି ପୋଷ୍ଟରେ କୁହାଯାଇଛି। ଟ୍ରାନ୍ସଜେଣ୍ଡର ମହିଳାମାନଙ୍କୁ ସେମାନଙ୍କ ପୋଷାକ ଅନୁଯାୟୀ ଏଣ୍ଟ୍ରି ଦିଆଯାଏ। ପ୍ରକାଶ ଥାଉକି, ‘ୟସ୍‌, ଉଇ ଏକ୍ସଜିଷ୍ଟ୍‌’ ଦ୍ୱାରା କରାଯାଇଥିବା ଅଭିଯୋଗର ଜବାବରେ, ଓ୍ବାନ୍‌ ୮ କମ୍ୟୁନି ଏକ ବିବୃତ୍ତି ଜାରି କରି କରିଛି। ରେଷ୍ଟୁରାଣ୍ଟ ପକ୍ଷରୁ କୁହାଯାଇଛି ଯେ, ସେଠାରେ କୌଣସି ଲିଙ୍ଗଗତ ପାର୍ଥକ୍ୟ ନାହିଁ। ସମସ୍ତ ଲୋକଙ୍କୁ ସ୍ବାଗତ କରିବା ଉପରେ ଏହି ରେଷ୍ଟୁରାଣ୍ଟ ବିଶ୍ୱାସ କରେ। ଆରମ୍ଭରୁ ଆମେ ସମସ୍ତ ସମ୍ପ୍ରଦାୟର ସେବା କରିବାରେ ସର୍ବଦା ଚେଷ୍ଟା କରି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri