ଗୋପାଳପୁରକୁ ବୟନ ଗ୍ରାମ ଭାବେ ଘୋଷଣା କରାଯିବ

ରସୁଲପୁର,୧୬।୧୧(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମାଖଣ୍ଡି ପଞ୍ଚାୟତର ଟସର ବସ୍ତ୍ରର ହବ୍‌ ଭାବେ ପରିଚିତ ଗୋପାଳପୁର ଗାଁକୁ ବୟନ ଗ୍ରାମ ଭାବେ ଘୋଷଣା କରାଯିବ ବୋଲି ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ବୁଣାକାରମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ା ଏହି ପ୍ରସ୍ତାବ ସମ୍ପର୍କରେ ଦୀର୍ଘଦିନ ହେବ ସରକାରଙ୍କ ନିକଟରେ ଦାବି ହୋଇଆସୁଛି ା ଏ ସମ୍ପର୍କରେ ବିଧାୟକ ଅବଗତ ଅଛନ୍ତି ା ତାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ନେଇ ସେ ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। ଏଥିସହ ବୁଣାକାରମାନଙ୍କ ସହ ଆଲୋଚନା ବେଳେ ତନ୍ତଶାଳା ନିର୍ମାଣ ପାଇଁ ଅନୁଦାନ ଓ ଶାଳା ନିର୍ମାଣ ପାଇଁ ଲାଗି ରହିଥିବା ଜମି ସମସ୍ୟାକୁ ଦୂର କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବା ଓ ଉପତ୍ାଦିତ ବସ୍ତ୍ର ପାଇଁ ବଜାର ସୁବିଧା ସୃଷ୍ଟି କରିବା ଉପରେ ବିଧାୟକ ଗୁରୁତ୍ୱାରୋପ କରିଥିଲେ। ବିଧାୟକ ମା’ତାରିଣୀ ତନ୍ତୁବାୟ ସହଯୋଗ ସମିତିର କର୍ମଶାଳା ପରିଦର୍ଶନ ପରେ ସମୀକ୍ଷା ଓ ଅନୁଧ୍ୟାନ ଆରମ୍ଭ ହୋଇଥିଲା। ସମିତିର ପ୍ରତିନିଧି ଅଶୋକ କୁମାର ଗୁଇଁ, କାର୍ତ୍ତିକ ଚନ୍ଦ୍ର ଗୁଇଁ, ପ୍ରଶାନ୍ତ ଗୁଇଁ, ଜୀବନ କୁମାର ବେହେରାଙ୍କ ସହ ଆଲୋଚନା କରିଥିଲେ ା ସେଠାରେ ସ୍ଥାପିତ ପ୍ରଥମ ଆଧୁନିକ କ୍ୟାଲେଣ୍ଡରିଂ ୟୁନିଟ୍‌କୁ ବୁଲି ଦେଖିବା ସମୟରେ ତାର କାର୍ଯ୍ୟକାରିତା ସମ୍ପର୍କରେ ପଚାରି ବୁଝିଥିଲେ। ଟସରରୁ ସୂତା କାଟିବା ସହ ଲୁଗାବୁଣିବା ପର୍ଯ୍ୟନ୍ତ ସମସ୍ତ ପଦ୍ଦତିକୁ ବିଧାୟକ ଅନୁଧ୍ୟାନ କରିଥିଲେ। ଏଥିସହ ଗୋପାଳପୁର ଗାଁର ଅଗ୍ରଣୀ ବୁଣାକର ସମିତି ଶ୍ରୀବିଷ୍ଣୁ ତନ୍ତୁବାୟ ସମିତି, ତାରାତାରାଣୀ ମହିଳା ତନ୍ତୁବାୟ ସହଯୋଗ ସମିତିରେ ଟସର ପ୍ରସ୍ତୁତ ଡିଜାଇନ ଶାଢିକୁ ଦେଖି ଖୁସି ବ୍ୟକ୍ତ କରିଥିଲେ ା ଏହି ଅବସରରେ ବୁଣାକାର ନେତା ରମେଶ ଚନ୍ଦ୍ର ଦାସ, ବୁଣାକାର ଉପଦେଷ୍ଟା ରବିନ୍ଦ୍ର ଗୁଇଁ, ବିଦ୍ୟାଧର ଦାସ, ବଳରାମ ଦାସ, ରାମ ଚନ୍ଦ୍ର ଦାସ ପ୍ରମୁଖଙ୍କ ସହ ଆଲୋଚନା କରି ବୁଣାକାରମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?