Posted inଖେଳ

ପୁଣି ବିବାଦରେ ଫଶିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୧୧:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟ ଓ୍ବାନ୍‌ ୮ କମ୍ୟୁନି (One8 commune) ବିବାଦରେ ଛନ୍ଦି ହୋଇପଡିଛି। କୋହଲିଙ୍କ ରେଷ୍ଟୁରାଣ୍ଟ ବିରୋଧରେ ଅଭିଯୋଗ ଆସିଛି ଯେ ଟାନ୍ସଜେଣ୍ଡର(LGBTQ +) ସମ୍ପ୍ରଦାୟର ଲୋକଙ୍କ ସହ ଏଠାରେ ଭେଦଭାବ କରାଯାଉଛି। ସେମାନଙ୍କୁ ଏହି ରେଷ୍ଟୁରାଣ୍ଟରେ ପ୍ରବେଶ କରିବାକୁ ଅନୁମତି ନାହିଁ । ବିରାଟଙ୍କ ଏହି ରେଷ୍ଟୁରାଣ୍ଟରେ ପୁଣେ, ଦିଲ୍ଲୀ ଏବଂ କୋଲକାତାରେ ଶାଖା ଅଛି। LGBTQIA+ ସମ୍ପ୍ରଦାୟର ଅଧିକାରକୁ ରକ୍ଷା କରୁଥିବା ଏକ ଗୋଷ୍ଠୀ ଇନଷ୍ଟାଗ୍ରାମରେ ଭେଦଭାବ ଅଭିଯୋଗକୁ ନେଇ ଏକ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଗ୍ରୁପ ‘ୟସ୍‌, ଉଇ ଏକ୍ସଜିଷ୍ଟ୍‌’(‘Yes, We Exist’) ପକ୍ଷରୁ ଏଭଳି ପୋଷ୍ଟ କରାଯାଇଛି। ପୋଷ୍ଟଟି ଏବେ ଭାଇରାଲ ହେଉଛି। ଏଥିରେ ଲେଖାଅଛି, ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟରେ LGBTQ+ ଅତିଥିମାନଙ୍କ ପାଇଁ କୌଣସି ପ୍ରବେଶ ନାହିଁ। ବିରାଟ ପୁଣେ, ଦିଲ୍ଲୀ ଏବଂ କୋଲକତାରେ ଓ୍ବାନ୍‌ ୮ କମ୍ୟୁନି ନାମକ ଏକ ରେଷ୍ଟୁରାଣ୍ଟ ଚଳାନ୍ତି। ଏଠାରେ ଟାନ୍ସଜେଣ୍ଡର ଦମ୍ପତି କିମ୍ବା ଟାନ୍ସଜେଣ୍ଡରଙ୍କ ଏହି ରେଷ୍ଟୁରାଣ୍ଟ ପ୍ରବେଶକୁ ଅନୁମତି ନାହିଁ। ରେଷ୍ଟୁରାଣ୍ଟରେ ଜୋମାଟୋ ଲିଷ୍ଟିରେ ଷ୍ଟାଗ୍‌ ପାଇଁ ଏଣ୍ଟ୍ରି ନାହିଁ। ଆମେ ୨ ସପ୍ତାହ ପୂର୍ବରୁ ସେମାନଙ୍କୁ ମେସେଜ କରିଥିଲୁ। ତାଙ୍କର କୌଣସି ଉତ୍ତର ଆସି ନ ଥିଲା। ଆମେ ପୁଣେ ବ୍ରାଞ୍ଚ୍‌ ସହ ଯୋଗାଯୋଗ କରିଥିଲୁ ବୋଲି ପୋଷ୍ଟରେ କୁହାଯାଇଛି। ଟ୍ରାନ୍ସଜେଣ୍ଡର ମହିଳାମାନଙ୍କୁ ସେମାନଙ୍କ ପୋଷାକ ଅନୁଯାୟୀ ଏଣ୍ଟ୍ରି ଦିଆଯାଏ। ପ୍ରକାଶ ଥାଉକି, ‘ୟସ୍‌, ଉଇ ଏକ୍ସଜିଷ୍ଟ୍‌’ ଦ୍ୱାରା କରାଯାଇଥିବା ଅଭିଯୋଗର ଜବାବରେ, ଓ୍ବାନ୍‌ ୮ କମ୍ୟୁନି ଏକ ବିବୃତ୍ତି ଜାରି କରି କରିଛି। ରେଷ୍ଟୁରାଣ୍ଟ ପକ୍ଷରୁ କୁହାଯାଇଛି ଯେ, ସେଠାରେ କୌଣସି ଲିଙ୍ଗଗତ ପାର୍ଥକ୍ୟ ନାହିଁ। ସମସ୍ତ ଲୋକଙ୍କୁ ସ୍ବାଗତ କରିବା ଉପରେ ଏହି ରେଷ୍ଟୁରାଣ୍ଟ ବିଶ୍ୱାସ କରେ। ଆରମ୍ଭରୁ ଆମେ ସମସ୍ତ ସମ୍ପ୍ରଦାୟର ସେବା କରିବାରେ ସର୍ବଦା ଚେଷ୍ଟା କରି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ହେବ ଭାରତ ପାକିସ୍ତାନ ଯୁଦ୍ଧ! ବିଲାୱଲ ଭୁଟ୍ଟୋଙ୍କ ପରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଭାରତକୁ ଦେଲେ ଧମକ

ଇସଲାମାବାଦ,୨୨।୬: ଭାରତ ମିଳିତ ଜାତିସଂଘରେ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ଦୀର୍ଘଦିନର ମତକୁ ପୁନରାବୃତ୍ତି କରିବା ପରେ ପାକିସ୍ତାନ କ୍ରୋଧିତ ହୋଇଛି। ପ୍ରାରମ୍ଭରେ, ପାକିସ୍ତାନ ପିପୁଲ୍ସ ପାର୍ଟି…

ରାଜ୍ୟରେ ପାଗ ପରିବର୍ତ୍ତନ: ଟ୍ବିନ୍‌ସିଟିରେ ଜାରି ରହିଛି ବର୍ଷା

ଭୁବନେଶ୍ୱର,୨୨ା୬: ସାରା ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିଛି। ଟ୍ବିନ୍‌ସିଟିରେ ରବିବାର ରାତିରୁ କିଛି ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ଆଜି ସକାଳୁ ମଧ୍ୟ ବର୍ଷା ଜାରି…

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri