Posted inଖେଳ

BCCI ନିୟମ ଭାଙ୍ଗିଲେ କୋହଲି? ଚାମ୍ପିଅନ୍ସ ଟ୍ରଫି ମଧ୍ୟରେ ଭାଇରାଲ ଫଟୋକୁ ନେଇ ଉଠୁଛି ପ୍ରଶ୍ନ

ନୂଆଦିଲ୍ଲୀ,୨୬।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଜବରଦସ୍ତ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ। ଏବେ ଦଳର ନଜର ଏବେ ଫାଇନାଲରେ ପ୍ରବେଶ କରିବା ଉପରେ ରହିଛି। ସେମିଫାଇନାଲ ପୂର୍ବରୁ ଟିମ ଇଣ୍ଡିଆକୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଗ୍ରୁପ ପର୍ଯ୍ୟାୟରେ ଶେଷ ମ୍ୟାଚ୍‌ ଖେଳିବାକୁ ପଡିବ। କିନ୍ତୁ ଏହା ପୂର୍ବରୁ ମଧ୍ୟ ଟିମ ଇଣ୍ଡିଆକୁ ବିରତି ମିଳିଛି। ଏହି ବିରତିରେ ଭାରତୀୟ ଖେଳାଳିମାନେ ବିଶ୍ରାମ ନେବା ପରେ ପୁଣି ଥରେ ଅଭ୍ୟାସ ଆରମ୍ଭ କରିଛନ୍ତି। କିନ୍ତୁ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି IPL ପାଇଁ ପ୍ରସ୍ତୁତି ଆରମ୍ଭ କରି ପ୍ରଶ୍ନ ଘେରକୁ ଆସିଛନ୍ତି। ସେ ବିସିସିଆଇର ନିୟମ ଭାଙ୍ଗିଛନ୍ତି କି ବୋଲି ପ୍ରଶ୍ନ କରାଯାଉଛି।

ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌ରେ ଟିମ ଇଣ୍ଡିଆ ପାକିସ୍ତାନକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା। ୨୩ ଫେବୃଆରୀରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବିରାଟ କୋହଲି ଭାରତୀୟ ଦଳ ପାଇଁ ଏକ ଚମତ୍କାର ଅପରାଜିତ ଶତକ ହାସଲ କରିଥିଲେ ଏବଂ ଦଳକୁ ବିଜୟୀ କରାଇଥିଲେ। ଏହି ବିଜୟ ପରେ ଟିମ ଇଣ୍ଡିଆର ପରବର୍ତ୍ତୀ ମ୍ୟାଚ୍‌ ପାଇଁ ଏବେ ଗୋଟିଏ ସପ୍ତାହର ବିରତି ରହିଛି। ଏପରି ପରିସ୍ଥିତିରେ ଭାରତୀୟ ଖେଳାଳିମାନେ ବିରତିର ପୂର୍ଣ୍ଣ ସୁଯୋଗ ଉଠାଇଛନ୍ତି।

କୋହଲି ବିଶ୍ରାମ ନେବା ସହିତ ଆଇପିଏଲ୍‌ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ କାମ ମଧ୍ୟ ସମାପ୍ତ କରିଛନ୍ତି। ସୋସିଆଲ ମିଡିଆରେ ବିରାଟଙ୍କ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ସେ ତାଙ୍କ ଆଇପିଏଲ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଜର୍ସି ପିନ୍ଧିଥିବାର ନଜର ଆସୁଛନ୍ତି। ଏହି ଫଟୋ ସହିତ ଦାବି କରାଯାଉଛି ଯେ କୋହଲି ଦୁବାଇର ଟିମ୍‌ ହୋଟେଲରେ ଏହି ଜର୍ସି ପିନ୍ଧିଥିଲେ ଏବଂ ଏହି ସମୟରେ ସେ IPL ୨୦୨୫ ସିଜିନ ପାଇଁ ଏକ ବିଜ୍ଞାପନ ଶୁଟିଂ କରୁଥିଲେ। ଏହି ଫଟୋସୁଟ ଜିଓଷ୍ଟାର ପାଇଁ କରାଯାଉଥିଲା।

ଗତ ମାସରେ ବିସିସିଆଇ ପକ୍ଷରୁ ଖେଳାଳିମାନଙ୍କ ପାଇଁ ନୂତନ ନିୟମ (ନିର୍ଦ୍ଦେଶନାମା) ଜାରି କରାଯାଇଥିଲା। ଯେଉଁଥିରେ ସ୍ପଷ୍ଟ କରାଯାଇଥିଲା ଯେ ଖେଳାଳିମାନେ କୌଣସି ଟୁର୍ନାମେଣ୍ଟ କିମ୍ବା ସିରିଜ ସମୟରେ ବ୍ୟକ୍ତିଗତ ଫଟୋଶୁଟ କିମ୍ବା ବିଜ୍ଞାପନ ଶୁଟ୍‌ କରିବେ ନାହିଁ। ଏଣୁ ବିରାଟଙ୍କ ଫଟୋ ଭାଇରାଲ ପରେ ସେ ବିସିସିଆଇ ନିୟମ ଭାଙ୍ଗିଛନ୍ତି କି ବୋଲି ପ୍ରଶ୍ନ କରାଯାଉଛି।
ତେବେ ବିସିସିଆଇ ଖେଳାଳିଙ୍କ ବ୍ୟକ୍ତିଗତ ପ୍ରମୋଶନ କିମ୍ବା ବିଜ୍ଞାପନକୁ ନେଇ ଏହି ନିୟମ ଲାଗୁ କରିଛି। କିନ୍ତୁ ଆଇପିଏଲ୍‌ ହେଉଛି ବିସିସିଆଇର ଟୁର୍ନାମେଣ୍ଟ। ଶୁଟିଂ ଏହାର ସରକାରୀ ପ୍ରସାରକଙ୍କ ପାଇଁ କରାଯାଉଛି। ଏଣୁ ଏହି ଶୁଟିଂ କୋହଲିଙ୍କ ପାଇଁ ବ୍ୟକ୍ତିଗତ କିମ୍ବା ବିଜ୍ଞାପନ ବର୍ଗରେ ଆସୁନାହିଁ।

ଚାମ୍ପିଅନ୍ସ ଟ୍ରଫି ଶେଷ ହେବାର ମାତ୍ର କିଛି ଦିନ ପରେ IPLର ୧୮ତମ ସିଜିନ ଆରମ୍ଭ ହେବ। ଏହି ଟୁର୍ନାମେଣ୍ଟର ଫାଇନାଲ ମାର୍ଚ୍ଚ ୯ ରେ ଖେଳାଯିବ, ଯେତେବେଳେ IPL ମାର୍ଚ୍ଚ ୨୨ ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ କୋହଲିଙ୍କ ବାଙ୍ଗାଲୋର ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସକୁ ଭେଟିବ। ଏଥର ବେଙ୍ଗାଲୁରୁ ଜଣେ ନୂତନ ଅଧିନାୟକଙ୍କ ନେତୃତ୍ୱରେ ଖେଳିବ। ଷ୍ଟାର ବ୍ୟାଟ୍ସମ୍ୟାନ ରଜତ ପଟିଦାରଙ୍କୁ ଦଳର ନୂତନ ଅଧିନାୟକ କରାଯାଇଛି, ଯିଏ ଫାଫ ଡୁ ପ୍ଲେସିଙ୍କ ସ୍ଥାନ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

ବରଗଡ଼ କେନାଲରେ ଆସିବ ପାଣି, ଏହି ମୁହୂର୍ତ୍ତରେ ଖୋଲିବ ଗେଟ…

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ଆସନ୍ତା ଜୁଲାଇ ମାସ ୨ତାରିଖ ସକାଳ ୯ଟାରୁ ପାଣି ଛଡାଯିବ । ଏହାକୁ ଦୃଷ୍ଟିରେ ରଖି ଏହି କେନାଲ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri