Posted inଖେଳ

ବିରାଟ କୋହଲି ହେବେ ବ୍ୟାଟିଂ ଅଧିନାୟକ? ବଡ଼ ନିଷ୍ପତ୍ତି ନେବ RCB!

ନୂଆଦିଲ୍ଲୀ,୧୮।୩: ଆର୍‌ସିବି ଏଯାବତ ଆଇପିଏଲ୍‌ ଟାଇଟଲ ଜିତିନାହିଁ। କିନ୍ତୁ ଖେଳାଳି ଏବଂ ପ୍ରଶଂସକମାନେ ଆଇପିଏଲ୍‌ ୧୮ରେ କିଛି ଚମତ୍କାର ହୋଇପାରେ ବୋଲି ଆଶା କରୁଛନ୍ତି। ଏହି ଆଶାକୁ ଅଧିକ ବୃଦ୍ଧି କରିଛି ପୂର୍ବତନ କ୍ରିକେଟର ଏ ବି ଡିଭିଲିୟର୍ସଙ୍କ ପରାମର୍ଶ। ସେ କହିଛନ୍ତି ଯେ ଚଳିତ ସିଜନରେ କୋହଲିଙ୍କୁ ବ୍ୟାଟିଂ ଅଧିନାୟକ କରିବା ଉଚିତ। ତାଙ୍କ ଉପରେ ବ୍ୟାଟିଂ କ୍ରମକୁ ଭାଙ୍ଗିଯିବାକୁ ନ ଦେବାର ଦାୟିତ୍ୱ ଦେବାକୁ ହେବ। ତାଙ୍କୁ ସ୍ମାର୍ଟ କ୍ରିକେଟ ଖେଳି ଦଳର ଦାୟିତ୍ୱ ନେବା ଉଚିତ ବୋଲି ସେ କହିଛନ୍ତି।

ଡିଭିଲିୟର୍ସ କହିଛନ୍ତି ଯେ, RCBରେ ଫିଲ ସଲ୍ଟ ଭଳି ଖେଳାଳିଙ୍କ ଉପସ୍ଥିତି ବିରାଟଙ୍କ ଉପରେ ଚାପ ହ୍ରାସ କରିବ। ଯାହା ଫଳରେ ସେ ଅଧିକ ସ୍ବାଧୀନତାର ସହିତ ଖେଳିପାରିବେ। ଗତ ଦୁଇଟି ସିଜିନରେ କୋହଲିଙ୍କ ଷ୍ଟ୍ରାଇକ ରେଟ ବିଷୟରେ ଆଲୋଚନା ହୋଇଛି। ତଥାପି, RCB ଏହି ସିଜନରେ ଇଂଲଣ୍ଡର ଫିଲ ସଲ୍ଟ ଏବଂ ଲିଆମ ଲିଭିଙ୍ଗଷ୍ଟୋନ, ଅଷ୍ଟ୍ରେଲିଆର ଟିମ ଡେଭିଡ୍‌ ଏବଂ ୱେଷ୍ଟଇଣ୍ଡିଜ୍‌ର ରୋମାରିଓ ସେଫର୍ଡଙ୍କ ପରି ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନଙ୍କୁ ଦଳରେ ସାମିଲ କରିଛି। ଏ ବି ଡିଭିଲିୟର୍ସ ବିଶ୍ୱାସ କରନ୍ତି ଯେ ଏହି ଖେଳାଳିମାନଙ୍କ ଉପସ୍ଥିତି ବିରାଟଙ୍କୁ ଅଧିକ ସ୍ବାଧୀନତା ଦେବ। କୋହଲିଙ୍କୁ ତାଙ୍କର ଷ୍ଟ୍ରାଇକ ରେଟ୍‌ ବୃଦ୍ଧି କରିବାର ଚାପ ନେବାକୁ ପଡ଼ିବ ନାହିଁ।

ଏହାଛଡ଼ା ଏହି ସିଜନରେ ଆର୍‌ସିବିର ଟିମ୍‌ ଶକ୍ତିଶାଳୀ ଅଛି। ଯଦି ସେମାନେ ସଠିକ୍‌ ରଣନୀତି ସହିତ ଖେଳିବେ, ତେବେ ସେମାନେ ସେମାନଙ୍କର ପ୍ରଥମ ଆଇପିଏଲ୍‌ ଟାଇଟଲ୍‌ ଜିତିପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri