Posted inଖେଳ

୧୦୦୦ କୋଟି ସମ୍ପତ୍ତିର ମାଲିକ ବିରାଟ କୋହଲି; ଏହି ପ୍ରସଙ୍ଗରେ ଶାହରୁଖ-ସଲମାନଙ୍କଠାରୁ ଅଛନ୍ତି ପଛରେ…

ଶାହରୁଖ ଖାନ ଏବଂ ସଲମାନ ଖାନ ବଲିଉଡ ଇଣ୍ଡଷ୍ଟ୍ରିରେ ରାଜ୍‌ କରୁଥିବାବେଳେ ବିରାଟ କୋହଲି କ୍ରିକେଟ ଜଗତକୁ ରାଜ୍‌ କରୁଛନ୍ତି। ନିକଟରେ ଦେଶର ସବୁଠାରୁ ଧନୀ ଅଭିନେତାଙ୍କ ତାଲିକା ପ୍ରକାଶ ପାଇଥିଲା ଯେଉଁଥିରେ ଶାହାରୁଖ ଖାନ ଜିତିଥିଲେ। ସୁପରଷ୍ଟାର ଶାହାରୁଖ ହେଉଛନ୍ତି ଦେଶର ସବୁଠାରୁ ଧନୀ ଅଭିନେତା। ପୁଣିଥରେ କିଙ୍ଗ ଖାନ ଏହି ଯୁଦ୍ଧରେ ଜିତିଛନ୍ତି ଏବଂ ଏହି ପ୍ରସଙ୍ଗରେ ବିରାଟ କୋହଲିଙ୍କୁ ପରାସ୍ତ କରିଛନ୍ତି।

ଫର୍ଚ୍ୟୁନ ଇଣ୍ଡିଆ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଏହି ତାଲିକା ପ୍ରକାଶ କରିଛି। ଏଥିରେ ସର୍ବାଧିକ ଟିକସ ଦେଉଥିବା ତାରକାଙ୍କ ନାମ ପ୍ରକାଶ ପାଇଛି। ଏହି ତାଲିକା ଅନୁଯାୟୀ, ସେଲିବ୍ରିଟିମାନଙ୍କ ମଧ୍ୟରେ ଶାହାରୁଖ ଖାନ ସର୍ବାଧିକ ଟିକସ ଦେଉଥିବା ତାରକା ଅଟନ୍ତି। ୯୫ କୋଟି ଟଙ୍କା ଟ୍ୟାକ୍ସ ଦେବା ପରେ ଶାହାରୁଖ ୧ ନମ୍ବରରେ ଅଛନ୍ତି। ଦ୍ୱିତୀୟ ସ୍ଥାନରେ ସାଉଥ ଇଣ୍ଡଷ୍ଟ୍ରି ସୁପରଷ୍ଟାର ଥଲାପଥି ବିଜୟଙ୍କ ନାମ ରହିଛି। ବିଜୟ ୮୦ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି। ସଲମାନ ଖାନ ମଧ୍ୟ ପଛରେ ନାହାଁନ୍ତି।
ସୁପରଷ୍ଟାର ସଲମାନ ଖାନଙ୍କ ନାମ ତୃତୀୟ ସ୍ଥାନରେ ରହିଛି। ଫର୍ଚୁନ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ସଲମାନ ୭୫ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି। ସଲମାନଙ୍କ ପରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ନାମ ଚତୁର୍ଥ ସ୍ଥାନରେ ରହିଛି। ବିଗ ବି ୭୧ କୋଟି ଟଙ୍କା ଟ୍ୟାକ୍ସ ଦେଇଛି।
ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ସମ୍ପତ୍ତି ୧୦୦୦ କୋଟିରୁ ଅଧିକ, ସେ ଟ୍ୟାକ୍ସ ଦେବା ପ୍ରସଙ୍ଗରେ ଶାହାରୁଖ-ସଲମାନଙ୍କଠାରୁ ପଛରେ ଅଛନ୍ତି। ବିରାଟ କୋହଲିଙ୍କ ନାମ ପଞ୍ଚମ ସ୍ଥାନରେ ରହିଛି।
୩୫ ବର୍ଷିୟ ବିରାଟ କୋହଲି ୨୦୨୨୪ରେ ୬୬ କୋଟି ଟଙ୍କା ଦେଇଛନ୍ତି। ଫଳରେ ସେ ସର୍ବାଧିକ ଟିକସ ପ୍ରଦାନକାରୀ ଖେଳାଳି ହୋଇପାରିଛନ୍ତି। ପୂର୍ବତନ ଅଧିନାୟକ ଏମଏସ ଧୋନୀ ଏବଂ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଭଳି ଷ୍ଟାଲୱାର୍ଟଙ୍କ ନାମ ମଧ୍ୟ ଭାରତୀୟ ଖେଳାଳିଙ୍କ ମଧ୍ୟରେ ରହିଛି, ଯେଉଁମାନେ ସର୍ବାଧିକ ଟିକସ ଦିଅନ୍ତି। ବିରାଟଙ୍କ ପରେ ଅଜୟ ଦେବଗନଙ୍କ ନାମ ପରବର୍ତ୍ତୀ। ଅଜୟ ୪୨ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି।
ପୂର୍ବତନ ଅଧିନାୟକ ଏମଏସ ଧୋନୀ ୩୮ କୋଟି ଟଙ୍କା ଟ୍ୟାକ୍ସ ଦେବା ପରେ ୭ ନମ୍ବରରେ ଅଛନ୍ତି। ରଣବୀର କପୁରଙ୍କ ନାମ ଅଷ୍ଟମ ସ୍ଥାନରେ ରହିଛି। ସେ ୩୬ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି। ୨୮ କୋଟି ଟଙ୍କା ଟିକସ ଦେବା ପରେ ସଚିନ ତେନ୍ଦୁଲକର ନବମ ସ୍ଥାନରେ ଅଛନ୍ତି। ହ୍ରିତିକ ରୋଶନ ମଧ୍ୟ ୨୮ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି। ଏହି ତାଲିକାରେ କପିଲ ଶର୍ମାଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ସେ ହେଉଛନ୍ତି ଏକମାତ୍ର ହାସ୍ୟ ଅଭିନେତା ଯିଏ ୨୬ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି। କରୀନା କପୁର ୨୦ କୋଟି ଟଙ୍କା, ସହିଦ କପୁର ୧୮ କୋଟି ଟଙ୍କା ଏବଂ ମୋହନଲାଲ ୧୮ କୋଟି ଟଙ୍କା ଟ୍ୟାକ୍ସ ମଧ୍ୟ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?