Posted inଖେଳ

ସମସ୍ତେ ଫୁଟବଲ୍‌ ଦେଖିବାରେ ବ୍ୟସ୍ତ, ତେଣେ କୋହଲି ପାକିସ୍ତାନ ପାଇଁ ଖେଳୁଛନ୍ତି; ଜାଣନ୍ତୁ କାହିଁକି ହେଉଛି ଏଭଳି ଚର୍ଚ୍ଚା…

ନୂଆଦିଲ୍ଲୀ,୧୪।୭: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ପରାଜିତ ହୋଇଛି। ଏହା ପରେ ସୋସିଆଲ ମିଡିଆରେ ପାକିସ୍ତାନର ପରାଜୟର ହ୍ୟାଟ୍ରିକ୍‌ ବିଷୟରେ ଆଲୋଚନା ହେଉଥିବା ବେଳେ ଭିନ୍ନ କାରଣକୁ ନେଇ ଦଳର ଜଣେ ଖେଳାଳି ଚର୍ଚ୍ଚାରେ। କାରଣଟି ହେଲା ସେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଭଳି ଦେଖାଯାଉଛନ୍ତି। କ୍ରିକେଟରଜଣଙ୍କ ହେଉଛନ୍ତି ଏହି ସିରିଜରେ ଡେବ୍ୟୁ କରିଥିବା ବ୍ୟାଟ୍ସମ୍ୟାନ୍‌ ସାଉଦ ଶକିଲ।

ଶକିଲଙ୍କ ଫଟୋକୁ ଶେୟାର କରି କ୍ରିକେଟ ପ୍ରଶଂସକଙ୍କ ମଧ୍ୟରୁ କିଛି ପ୍ରଶଂସା କରୁଥିବା ବେଳେ କିଛି ତାଙ୍କୁ କଟାକ୍ଷ କରୁଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ସମସ୍ତେ ଫୁଟବଲ୍‌ ଦେଖିବାରେ ବ୍ୟସ୍ତ ଅଛନ୍ତି। କୋହଲି ପାକିସ୍ତାନପାଇଁ ଖେଳୁଛନ୍ତି ବୋଲି କେହି ଜାଣିନାହାନ୍ତି।’ ଅନ୍ୟଜଣେ କହିଛନ୍ତି, ‘ବର୍ତ୍ତମାନ ପାକିସ୍ତାନର ମଧ୍ୟ ନିଜର କୋହଲି ଅଛି!’ସେହିଭଳି ଆଉଜଣେ କହିଛନ୍ତି, ‘ବିରାଟ କୋହଲି ପାକିସ୍ତାନ ଦଳକୁ ବଞ୍ଚାଇବାକୁ ଆସିଛନ୍ତି।’

ତେବେ ଶକିଲ ଇଂଲଣ୍ଡ ବିପକ୍ଷରେ ତିନୋଟି ଯାକ ମ୍ୟାଚ୍‌ ଖେଳିଥିଲେ। ହେଲେ ଗୋଟିଏ ମ୍ୟାଚ୍‌ ବ୍ୟତିତ ଅନ୍ୟ ଦୁଇଟିରେ ସେ ଭଲ ଖେଳିପାରି ନ ଥିଲେ। ଡେବ୍ୟୁ ବ୍ୟାଚ୍‌ରେ ସେ ରନ୍‌ କରିଥିବା ବେଳେ ଦ୍ୱିତୀୟ ଦିନିକିଆରେ ଅର୍ଦ୍ଧଶତକ ମାରିଥିଲେ। ତୃତୀୟ ମ୍ୟାଚ୍‌ରେ ଅଧିନାୟକ ବାବର ଆଜମ ଶତକ ମାରିଥିଲେ। ଏଥିପାଇଁ ଶକିଲଙ୍କୁ ବ୍ୟାଟିଂ କରିବାକୁ ଅଧିକ ସୁଯୋଗ ମିଳି ନ ଥିଲା। ଶେଷ ଦିନିକିଆରେ ୭ମ ସ୍ଥାନରେ ସେ ମଇଦାନକୁ ଓହ୍ଲାଇ ୩ ବଲ୍‌ରେ ୩ ରନ୍‌ କରି ଅପରାଜିତ ରହି ପାଭିଲିୟନକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

ଚାଷୀ ଆନ୍ଦୋଳନରେ ୪ଦିନର ସାମୟିକ ବିରତି

କୋକସରା,୨୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରାଠାରେ ଦୀର୍ଘ ୧୫ଦିନ ଧରି ଚାଲିଥିବା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘର ଆନ୍ଦୋଳନ ଗୁରୁବାର ନୂଆମୋଡ଼ ନେଇଛି।…

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

‘କକ୍ରୋଚ ଜନତା ପାର୍ଟି’ର ଅଧା ଫଲୋୟର୍ସ ପାକିସ୍ତାନୀ; ତଥ୍ୟ ଶେୟାର କରି ଏମିତି ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୨୧।୫: ଯଦିଓ ‘କକ୍ରୋଚ ଜନତା ପାର୍ଟି’କୁ ଜାତୀୟ ରାଜନୈତିକ ଆଲୋଚନାର ଅଂଶ ହେବା ପାଇଁ ଏହାର ଅନୁଗାମୀ ସଂଗ୍ରହ କରିବା ଅପେକ୍ଷା ଅଧିକ ସମୟ ଲାଗିଥାଇପାରେ, ଏହି…

ନେଇଥିଲେ ଅବସର: ବିଶ୍ୱକପ୍‌ ପାଇଁ ପୁଣି ଫେରିଲେ ଏହି ଖେଳାଳି

ବର୍ଲିନ,୨୧ା୫: ବିଶ୍ୱକପ୍‌ ଲାଗି ଭେଟେରାନ ଗୋଲକିପର ମାନୁଏଲ ନେଉରଙ୍କୁ ଅବସରରୁ ଫେରିବା ପାଇଁ ଜର୍ମାନୀ କୋଚ୍‌ ଜୁଲିଆନ ନାଗେଲ୍ସମ୍ୟାନ ରାଜି କରିଛନ୍ତି। ୪୦ ବର୍ଷୀୟ ନେଉର ୨୦୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri