Posted inଖେଳ

ସମସ୍ତେ ଫୁଟବଲ୍‌ ଦେଖିବାରେ ବ୍ୟସ୍ତ, ତେଣେ କୋହଲି ପାକିସ୍ତାନ ପାଇଁ ଖେଳୁଛନ୍ତି; ଜାଣନ୍ତୁ କାହିଁକି ହେଉଛି ଏଭଳି ଚର୍ଚ୍ଚା…

ନୂଆଦିଲ୍ଲୀ,୧୪।୭: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ପରାଜିତ ହୋଇଛି। ଏହା ପରେ ସୋସିଆଲ ମିଡିଆରେ ପାକିସ୍ତାନର ପରାଜୟର ହ୍ୟାଟ୍ରିକ୍‌ ବିଷୟରେ ଆଲୋଚନା ହେଉଥିବା ବେଳେ ଭିନ୍ନ କାରଣକୁ ନେଇ ଦଳର ଜଣେ ଖେଳାଳି ଚର୍ଚ୍ଚାରେ। କାରଣଟି ହେଲା ସେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଭଳି ଦେଖାଯାଉଛନ୍ତି। କ୍ରିକେଟରଜଣଙ୍କ ହେଉଛନ୍ତି ଏହି ସିରିଜରେ ଡେବ୍ୟୁ କରିଥିବା ବ୍ୟାଟ୍ସମ୍ୟାନ୍‌ ସାଉଦ ଶକିଲ।

ଶକିଲଙ୍କ ଫଟୋକୁ ଶେୟାର କରି କ୍ରିକେଟ ପ୍ରଶଂସକଙ୍କ ମଧ୍ୟରୁ କିଛି ପ୍ରଶଂସା କରୁଥିବା ବେଳେ କିଛି ତାଙ୍କୁ କଟାକ୍ଷ କରୁଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ସମସ୍ତେ ଫୁଟବଲ୍‌ ଦେଖିବାରେ ବ୍ୟସ୍ତ ଅଛନ୍ତି। କୋହଲି ପାକିସ୍ତାନପାଇଁ ଖେଳୁଛନ୍ତି ବୋଲି କେହି ଜାଣିନାହାନ୍ତି।’ ଅନ୍ୟଜଣେ କହିଛନ୍ତି, ‘ବର୍ତ୍ତମାନ ପାକିସ୍ତାନର ମଧ୍ୟ ନିଜର କୋହଲି ଅଛି!’ସେହିଭଳି ଆଉଜଣେ କହିଛନ୍ତି, ‘ବିରାଟ କୋହଲି ପାକିସ୍ତାନ ଦଳକୁ ବଞ୍ଚାଇବାକୁ ଆସିଛନ୍ତି।’

ତେବେ ଶକିଲ ଇଂଲଣ୍ଡ ବିପକ୍ଷରେ ତିନୋଟି ଯାକ ମ୍ୟାଚ୍‌ ଖେଳିଥିଲେ। ହେଲେ ଗୋଟିଏ ମ୍ୟାଚ୍‌ ବ୍ୟତିତ ଅନ୍ୟ ଦୁଇଟିରେ ସେ ଭଲ ଖେଳିପାରି ନ ଥିଲେ। ଡେବ୍ୟୁ ବ୍ୟାଚ୍‌ରେ ସେ ରନ୍‌ କରିଥିବା ବେଳେ ଦ୍ୱିତୀୟ ଦିନିକିଆରେ ଅର୍ଦ୍ଧଶତକ ମାରିଥିଲେ। ତୃତୀୟ ମ୍ୟାଚ୍‌ରେ ଅଧିନାୟକ ବାବର ଆଜମ ଶତକ ମାରିଥିଲେ। ଏଥିପାଇଁ ଶକିଲଙ୍କୁ ବ୍ୟାଟିଂ କରିବାକୁ ଅଧିକ ସୁଯୋଗ ମିଳି ନ ଥିଲା। ଶେଷ ଦିନିକିଆରେ ୭ମ ସ୍ଥାନରେ ସେ ମଇଦାନକୁ ଓହ୍ଲାଇ ୩ ବଲ୍‌ରେ ୩ ରନ୍‌ କରି ଅପରାଜିତ ରହି ପାଭିଲିୟନକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟ ଖେଳାଳି ପଡିଆକୁ ଆସିବା ପୂର୍ବରୁ ପିଉଥିଲେ ମଦ

କିଛି ଖେଳାଳି ଅଛନ୍ତି ଯେଉଁମାନେ ନିଜ ପରିଶ୍ରମରେ କ୍ରିକେଟରେ ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି। ଆଉ କିଛି ଖେଳାଳି ଅଛନ୍ତି ପ୍ରାରମ୍ଭରେ ନିଜ ପ୍ରଦର୍ଶନ ଦ୍ୱାରା...

ଧାଓ୍ବନଙ୍କଠାରୁ ଅରେଞ୍ଜ କ୍ୟାପ୍‌ ଛଡାଇ ନେଲେ ଏହି ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ ଆଇପିଏଲ୍‌ ପଏଣ୍ଟ ଟେବୁଲର ସ୍ଥିତି

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୧ରେ ଏମଏସ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) କ୍ରମାଗତ ପଞ୍ଚମ ବିଜୟ ହାସଲ କରିଛି। ଏକ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ...

କୋପା ଆମେରିକା ଫୁଟ୍‌ବଲ: ନକ୍‌ଆଉଟରେ ଆର୍ଜେଣ୍ଟିନା

ସାଓ ପାଉଲୋ,୨୩।୬: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଦଳ ନକ୍‌ଆଉଟରେ ପ୍ରବେଶ କରିଛି। ବ୍ରାସିଲିଆର ମାନେ ଗାରିଞ୍ଚା ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା...

ଆଧୁନିକ କ୍ରିକେଟରେ କେଉଁ ଖେଳାଳିଙ୍କ ଭଳି ବ୍ୟାଟିଂ କରିବାକୁ ଚାହାନ୍ତି ପ୍ରଶ୍ନରେ ଏଭଳି କହିଲେ ଗାଭାସ୍କର; ଚକିତ କଲା ନାମ…

ନୂଆଦିଲ୍ଲୀ,୩।୬: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ଟି୨୦ କ୍ରିକେଟର ବଡ଼ ପ୍ରଶଂସକ ବୋଲି ସ୍ବୀକାର କରିଛନ୍ତି। ତାଙ୍କ ସମୟର ଅନେକ ଖେଳାଳି...

ବିଶ୍ୱକପ୍‌ ପାଇଁ ସ୍ବତନ୍ତ୍ର ଲକେଟ୍‌ ପିନ୍ଧିଲେ ପାଣ୍ଡ୍ୟା

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜର ନିଆରା ଲୁକ୍‌ ପାଇଁ ପ୍ରସିଦ୍ଧ। କିମ୍ବଦନ୍ତୀ ଫୁଟବଲର ନିଏମାରଙ୍କୁ ଅନୁକରଣ କରୁଥିବା ପାଣ୍ଡ୍ୟା ତାଙ୍କ ଭଳି...

ଫ୍ରେଞ୍ଚ ଓପନ ଟେନିସ: ଓଷ୍ଟାପେଙ୍କୋ, କ୍ୱିଟୋଭା ତୃତୀୟ ରାଉଣ୍ଡରେ

ପ୍ୟାରିସ, ୨।୧୦(ଏପି): ପୂର୍ବତନ ଚାମ୍ପିୟନ ଲାଟିଭିଆର ଜେଲେନା ଓଷ୍ଟାପେଙ୍କୋ ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗୁରୁବାର...

ଭାରତ ସିଧା କ୍ୱାର୍ଟରଫାଇନାଲ ଖେଳିବ

ନୂଆଦିଲ୍ଲୀ,୨୯ା୭: ଏସିଆନ ଗେମ୍ସ ମହିଳା କ୍ରିକେଟ ପ୍ରତିଯୋଗିତା ପାଇଁ ଡ୍ର’ ଅନୁଷ୍ଠିତ ହୋଇଯାଇଛି। ତଦନୁସାରେ ଭାରତ ସିଧାସଳଖ କ୍ୱାର୍ଟରଫାଇନାଲ ଖେଳିବ। ଆଇସିସି ଦ୍ୱାରା ଦୁଇଟି ମ୍ୟାଚରୁ...

କୋହଲି ପେଟା ଇଣ୍ଡିଆ ପର୍ସନ ଅଫ୍‌ ଦି ଇୟର

ନୂଆଦିଲ୍ଳୀ,୨୦।୧୧(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ପିପୁଲ ଫର୍‌ ଦି ଏଥିକାଲ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମଲ୍ସ (ପେଟା) ଇଣ୍ଡିଆ ଫର୍ସନ ଅଫ୍‌ ଦି ଇୟର ବିବେଚିତ...

Advertisement
Archives

Model This Week