Posted inଖେଳ

ଏହି କ୍ରିକେଟର ସ୍ତ୍ରୀଙ୍କଠାରୁ ଫିଟ୍‌ନେସ୍‌ ମନ୍ତ୍ର ଶିଖିଥିଲେ ବିରାଟ କୋହଲି

କେବଳ ନିଜ ବ୍ୟାଟିଂ ପାଇଁ ନୁହେଁ, ଫିଟ୍‌ନେସ୍‌ ଲାଗି ମଧ୍ୟ ସେ ଅନ୍ୟ ଖେଳାଳିଙ୍କ ନିମନ୍ତେ ପ୍ରେରଣା ସାଜିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ବର୍ତ୍ତମାନ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସେ ଅନ୍ୟତମ। ନିଜକୁ ଫିଟ୍‌ ରଖିବା ପାଇଁ ଏବେ କୋହଲି ବିଶେଷ ଧ୍ୟାନ ଦେଉଛନ୍ତି। କିନ୍ତୁ ଜାଣିଛନ୍ତି କି, ବିରାଟ ଫିଟ୍‌ନେସ୍‌ ମନ୍ତ୍ର କାହାଠୁ ଶିଖିଥିଲେ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି କ୍ରିକେଟର ଦିନେଶ କାର୍ତ୍ତିକଙ୍କ ସ୍ତ୍ରୀ ଦୀପିକା ପାଲିକଲ। ଦେଶର ଜଣାଶୁଣା ସ୍କ୍ବାସ୍‌ ଖେଳାଳି ଦୀପିକା ହିଁ ବିରାଟଙ୍କୁ ଫିଟ୍‌ ରହିବାର ଟିପ୍ସ ଦେଇଥିଲେ। ଏହାର ଖୁଲାସା ଟିମ୍‌ ଇଣ୍ଡିଆର ପୂର୍ବତନ ଟ୍ରେନର ଶଙ୍କର ବାସୁ କରିଛନ୍ତି। ୨-୩ବର୍ଷ ପୂର୍ବରୁ ଆଇପିଏଲ୍‌ ଚାଲିଥିବାବେଳେ ଦୀପିକା ଏବଂ କୋହଲିଙ୍କ ମଧ୍ୟରେ ଭେଟ ହୋଇଥିଲା। ଏହି ଅବସରରେ ଦୀପିକା ଫିଟ୍‌ନେସ୍‌ ଉପରେ କୋହଲିଙ୍କୁ ମନ୍ତ୍ର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟେଷ୍ଟ: ଓ୍ବିଲିୟମସନଙ୍କ ଦ୍ୱିଶତକ

ହାମିଲଟନ,୫।୧୨(ଏପି): ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ଦମ୍‌ଦାର ଦ୍ୱିଶତକ ବଳରେ ନୁଜିଲାଣ୍ଡ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ତା’ର ସ୍ଥିତି ଦୃଢ କରିଛି। ଶୁକ୍ରବାର ଦ୍ୱିତୀୟ...

ପିତାଙ୍କ ମୃତ୍ୟୁର ୩ ଦିନ ପରେ ପଡିଆରେ ଏମିତି କରି ଦେଖାଇଲେ ପୁଅ, ସମସ୍ତେ କଲେ ସଲାମ୍‌

ଶାରଜା,୨୭।୧୦: ତିନି ଦିନ ପୂର୍ବେ ପିତାଙ୍କୁ ହରାଇଥିବା କିଙ୍ଗସ ଏକାଦଶ ପଞ୍ଜାବ ବ୍ୟାଟ୍ସମ୍ୟାନ ମନଦୀପ ସିଂ କୋଲକାତା ନାଇଟ ରାଇଡର୍ସ(କେକେଆର୍‌)ବିପକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଅପରାଜିତ...

ଇନ୍ଦୋର ଟେଷ୍ଟ: ମୟଙ୍କଙ୍କ ଦ୍ୱିଶତକ: ଭାରତର ବୃହତ୍‌ ସ୍କୋର

ଇନ୍ଦୋର,୧୫।୧୧(ପି.ଟି.)- ଓପନର ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ୱିଶତକ ସହାୟତାରେ ଭାରତ ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ବୃହତ୍‌ ସ୍କୋର ହାସଲ...

ଟେଷ୍ଟ ସିରିଜ: ଈଶାନ୍ତ ଆଉଟ, ୧୧ରେ ରୋହିତଙ୍କୁ ନେଇ ନିଷ୍ପତ୍ତି

ସିଡ୍‌ନୀ,୨୮।୧୧ (ପି.ଟି.): ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ଭାରତର ସବୁଠାରୁ ଅଭିଜ୍ଞ ବୋଲର ଈଶାନ୍ତ ଶର୍ମା ବାଦ୍‌ ପଡିଛନ୍ତି। ସିରିଜ ବେଳକୁ ସେ ମ୍ୟାଚ୍‌...

ବିସିସିଆଇ ଦେଲା କ୍ଲିନଚିଟ୍‌ : ରାଜେଶଙ୍କ ଉପରୁ ଉଠିଲା ବାସନ୍ଦ ଆଦେଶ

କଟକ ଅଫିସ,୭।୧୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଓଡ଼ିଶାର ଉଦୀୟମାନ ପେସ୍‌ ତାରକା ରାଜେଶ ମହାନ୍ତିଙ୍କ ଉପରୁ ବାସନ୍ଦ ଆଦେଶ ବୁଧବାର ଉଠାଇ ଦିଆଯାଇଛି।...

ସୀମା ପୁନିଆଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ପଟିଆଲା, ୩୦ା୬ (ପି.ଟି.)- ଭେଟେରାନ ଡିସ୍‌କସ୍‌ ଥ୍ରୋୟର ସୀମା ପୁନିଆ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଏଠାରେ ଚାଲିଥିବା ଜାତୀୟ ଆନ୍ତଃ-ରାଜ୍ୟ ଆଥ୍‌ଲେଟିକ୍ସ...

ଟ୍ରମ୍ପଙ୍କୁ ଭେଟିଲେ ଗାଭାସ୍କର

ନୂଆଦିଲ୍ଲୀ,୨୩।୮(ପିଟି): କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଗାଭାସ୍କର ଏକ ଚ୍ୟାରିଟି ପାଉଣ୍ଡେଶନ ପାଇଁ ସେ ଅର୍ଥ ଯୋଗାଡ଼...

୪୧ ବର୍ଷ ପରେ ହକିରେ ଅଲିମ୍ପିକ୍ସ ମେଡାଲ

ଟୋକିଓ,୫।୮: ଦୀର୍ଘ ୪୧ ବର୍ଷ ପରେ ଭାରତ ଅଲିମ୍ପିକ୍ସରେ ହକିରେ ପୁଣି ପଦକ ଜିତିଛି। ପୁରୁଷ ହକିରେ ଭାରତକୁ ଐତିହାସିକ ବିଜୟ ହୋଇଛି। ଜର୍ମାନୀକୁ ହରାଇ...

Advertisement
Archives

Model This Week