Posted inଖେଳ

ବିରାଟ କୋହଲିଙ୍କ ପାଇଁ ବ୍ରତ ରଖିଲେ ୧୧ ବର୍ଷୀୟା ଆଥଲେଟ୍‌

ନୂଆଦିଲ୍ଲୀ,୧୮।୭: ଆଜିକାଲି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ନିଜ ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି। ସେ ପ୍ରାୟ ଅଢେଇ ବର୍ଷ ଧରି କୌଣସି ଫର୍ମାଟରେ ଶତକ ହାସଲ କରିବାରେ ସକ୍ଷମ ହୋଇ ନାହାଁନ୍ତି । ଏହି କାରଣରୁ ସେ ମଧ୍ୟ ଅନେକ ସମାଲୋଚନାର ଶିକାର ହେଉଛନ୍ତି। ବହୁ ପୂର୍ବତନ କ୍ରିକେଟର କୋହଲିଙ୍କ ଫର୍ମକୁ ଫେରିବା ପାଇଁ ବିଭିନ୍ନ ପ୍ରକାରର ପରାମର୍ଶ ଦେଉଛନ୍ତି। କିନ୍ତୁ ଭାରତର ଜଣେ ୧୧ ବର୍ଷୀୟା ଆଥଲେଟ୍‌ ଭିନ୍ନ ଦୃଷ୍ଟିକୋଣ ରହିଛି।
ଯୁବ ଭାରତୀୟ ପୂଜା ବିଷ୍ଣୋଇ କୋହଲି ଫର୍ମରେ ଫେରିବା ପାଇଁ ଏକ ଦିନିକିଆ ଉପବାସ କରିଛନ୍ତି। ପାଳନ କରିଥିଲେ। ସେ ଟୁଇଟ୍‌ କରି କହିଛନ୍ତି, ବିରାଟ କୋହଲି ସାର୍‌ ଫର୍ମରେ ଫେରିବା ପାଇଁ ମୁଁ ଆଜି(ରବିବାର)ଭଗବାନଙ୍କ ଉପବାସ ରଖିଛି। ତେବେ ଏହା ସତ୍ତ୍ୱେ କୋହଲି ଇଂଲଣ୍ଡ ବିପକ୍ଷ ଶେଷ ମ୍ୟାଚ୍‌ରେ ବିଫଳ ହୋଇଥିଲେ। ସେ ୨୨ଟି ବଲରେ ୧୭ ରନ କରି ଆଉଟ୍‌ ହୋଇଥିଲେ।
ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ କୋହଲି ଗତ କିଛି ଦିନ ହେବ ରନ କରିବାକୁ ସଂଘର୍ଷ କରୁଛନ୍ତି। ୩୩ ବର୍ଷୀୟ କୋହଲି ୨୦୧୯ ନଭେମ୍ବରରେ ଏକ ଶତକ ହାସଲ କରିଥିଲେ। ବିଗତ ୬ ବର୍ଷରେ ଦିନିକିଆରେ ବିରାଟଙ୍କ ପ୍ରଦର୍ଶନ ନିରାଶାଜନକ ରହିଛି। ସେ ୨୦୧୭ ରୁ ୨୦୧୯ ପର୍ଯ୍ୟନ୍ତ ୬୬ ଇନିଂସରେ ହାରାହାରି ୭୯.୧୯ରେ ୪୦୩୯ ରନ ସ୍କୋର କରିଥିଲେ। ଏଥିରେ ୧୭ଟି ଶତକ ସାମିଲ ଅଛି। ୨୦୨୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ, ବିରାଟ ହାରାହାରି ୩୬.୭୫ରେ ୨୦ ଇନିଂସରେ ମାତ୍ର ୭୩୫ ରନ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି।
ବିରାଟ କୋହଲି ଫାଉଣ୍ଡେସନ (ଭି.କେ.ଏଫ) ସହାୟତାରେ ଆଥଲେଟ ପୂଜା ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଛନ୍ତି। ତାଙ୍କ ନାମରେ ଅନେକ ରେକର୍ଡ ରହିଛି। ସେ ଜଣେ ଟ୍ରାକ ଆଥଲେଟ। ସେ ମାତ୍ର ୫ ବର୍ଷ ବୟସରେ ସିକ୍ସ ପ୍ୟାକ ଆବ୍ସ କରିବାରେ ଦୁନିଆର ସବୁଠାରୁ କନିଷ୍ଠ ବାଳିକା ହୋଇଥିଲେ। ପୂଜାଙ୍କ ସ୍ବପ୍ନ ହେଉଛି ଉସେନ ବୋଲ୍ଟଙ୍କ ପରି ଆଥଲେଟ ହେବା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?