Advertisement
Posted inଖେଳ

ସ୍ବତନ୍ତ୍ର କୀର୍ତ୍ତିମାନ ଅଧିକାରୀ ହେଲେ କୋହଲି

ନୂଆଦିଲ୍ଲୀ,୨।୩ : ଭାରତୀୟ ଅଧିନାୟକ ବିରାଟ କୋହଲି ହାସଲ କରିଛନ୍ତି ସ୍ବତନ୍ତ୍ର ଶତକ। ତେବେ ଏଥର କ୍ରିକେଟ ମଇଦାନରେ ନୁହେଁ, ବରଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ। ଏହି ସୋସିଆଲ ମିଡିଆରେ କୋହଲିଙ୍କ ଫଲୋଅର୍ସଙ୍କ ସଂଖ୍ୟା ୧୦୦ ନିୟୁତ ପାର କରିଛି। ଏଭଳି କୀର୍ତ୍ତିମାନ ଅନ୍ୟ କୌଣସି କ୍ରିକେଟରଙ୍କ ନାମରେ ନାହିଁ। ତେବେ ୩୨ ବର୍ଷୀୟ କୋହଲି ଏସିଆ-ପାସିଫିକର ପ୍ରଥମ ବ୍ୟକ୍ତି ଭାବେ ଏହି ମାଇଲଷ୍ଟୋନ ହାସଲ କରିଛନ୍ତି।

ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟୁଇଟ୍‌ କରି କୋହଲିଙ୍କୁ ଶୁଭେଚ୍ଛା ଜଣାଇଛି। ”କୋହଲି ପ୍ରଥମ କ୍ରିକେଟ ତାରକା, ଯାହାଙ୍କ ଫଲୋଅର୍ସଙ୍କ ସଂଖ୍ୟା ଇନ୍‌ଷ୍ଟାଗ୍ରାମରେ ୧୦୦ ନିୟୁତ ପାର କରିଛି“ ବୋଲି ଆଇସିସି ଟୁଇଟ୍‌ କରିଛି।

ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସର୍ବାଧିକ ଫଲୋଅର୍ସ ଥିବା କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛନ୍ତି କୋହଲି। ୨୬୫ ନିୟୁତ ଫଲୋଅର୍ସ ସହ ଶୀର୍ଷରେ ରହିଛନ୍ତି ପର୍ତ୍ତୁଗାଲ ଫୁଟ୍‌ବଲ ସୁପର ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ। ତାଙ୍କ ପଛକୁ ରହିଛନ୍ତି ଆର୍ଜେଣ୍ଟିନା ତଥା ବାର୍ସିଲୋନା ଷ୍ଟାର ଲିଓନେଲ ମେସି (୧୮୬ ନିୟୁତ) ଓ ବ୍ରାଜିଲର ନେମାର (୧୪୭ ନିୟୁତ)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘କୋହଲିଙ୍କୁ ଦେଖି ଖୁସିି ଲାଗୁଛି’

ଇସଲାମାବାଦ୍‌,୨୭।୧୦:ପାକିସ୍ତାନର ପୂର୍ବତନ ମହିଳା କ୍ରିକେଟ ଦଳର ଅଧିନାୟକ ସନା ମିର ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି। କୋହଲି ପାକିସ୍ତାନ ବିପକ୍ଷରେ ଏହି...

ଲାଇଭ ଚାଟ୍‌ରେ ମୁହଁ ଦେଖି ବ୍ରତ ଭାଙ୍ଗିଲେ ଧନଶ୍ରୀ, ସ୍ବାମୀ ନ ଥିବାରୁ ଥିଲେ ଦୁଃଖରେ…

ବମ୍ବେ: ଗୁରୁବାର ଥିଲା କରଓ୍ବାଚୌଥ। ଦେଶବିଦେଶରେ ଏହି ବ୍ରତକୁ ସଧବା ନାରୀମାନେ ବେଶ ଧୁମଧାମ୍‌ରେ ପାଳନ କରିଛନ୍ତି। ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଲେଗ୍‌ ସ୍ପିନର...

ଆଇପିଏଲ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି…

ମୁମ୍ବାଇ,୨୩।୫: ଆଇପିଏଲ ଇତିହାସରେ ପ୍ରଥମଥର ପାଇଁ ଗୋଟିଏ ସିଜିନ୍‌ରେ ୧୦୦୦ ଛକା ମାରିବାର ରେକର୍ଡ ସୃଷ୍ଟି ହୋଇଛି। ପଞ୍ଜାବ କିଙ୍ଗସ ବ୍ୟାଟ୍ସମ୍ୟାନ ଲିଆମ ଲିଭିଙ୍ଗଷ୍ଟୋନ ଚଳିତ...

ସ୍ବତନ୍ତ୍ର ଅର୍ଦ୍ଧଶତକ ପୂର୍ବରୁ ଏହି ପୂର୍ବତନ ଖେଳାଳିଙ୍କ ସହ କଥା ହୋଇଥିଲେ କୋହଲି

ଅହମ୍ମଦାବାଦ୍‌, ୧୫।୩ – ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦମ୍‌ଦାର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଏହି ମ୍ୟାଚ୍‌ ପୂର୍ବରୁ...

ଯୁବ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ଫାଇନାଲରେ ୮ ଭାରତୀୟ

ନୂଆଦିଲ୍ଲୀ,୨୨।୪(ପି.ଟି.): ପୋଲାଣ୍ଡର କିଏଲ୍ସଠାରେ ଚାଲିଥିବା ଯୁବ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ୭ ମହିଳାଙ୍କ ସମେତ ୮ ଭାରତୀୟ ବକ୍ସର ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ଭାରତ...

ମୁମ୍ବାଇ ଇଣ୍ଡିଆନ୍ସରୁ ପପୁଙ୍କୁ ଡାକରା

କଟକ ଅଫିସ,୨୦ା୧୦- ଓଡ଼ିଶା ସିନିୟର କ୍ରିକେଟ ଦଳର ବାମହାତୀ ଅର୍ଥୋଡକ୍ସ ପପୁ ରାୟଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ଡାକରା ଆସିଛି। ଭାରତୀୟ ପ୍ରିମିୟର ଲିଗ୍‌(ଆଇପିଏଲ)ର ସର୍ବାଧିକ...

ଚେସ୍‌ ଅଲିମ୍ପିଆଡ କ୍ୱାର୍ଟରରେ ଭାରତ: ପ୍ରଜ୍ଞାନାନନ୍ଦ, ଦିବ୍ୟାଙ୍କ ଆକର୍ଷଣୀୟ ପ୍ରଦର୍ଶନ

ଚେନ୍ନାଇ, ୨୪।୮(ପି.ଟି.): ଆର. ପ୍ରଜ୍ଞାନାନନ୍ଦ ଏବଂ ଦିବ୍ୟା ଦେଶମୁଖଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଭାରତ ୯ମ ତଥା ଅନ୍ତିମ ରାଉଣ୍ଡରେ ଶକ୍ତିଶାଳୀ ଚାଇନାକୁ ୪-୨ ବ୍ୟବଧାନରେ...

ଦିନିକିଆ ସିରିଜ ଜିତିଲା ଶ୍ରୀଲଙ୍କା

କଲମ୍ବୋ, ୨୯।୭- ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଶ୍ରୀଲଙ୍କା ୩୨ଟି ବଲ ବାକି ରଖି ୭ ଉଇକେଟରେ ଅତି ସହଜରେ ବିଜୟ ହାସଲ କରିଛି।...

Advertisement
Archives

Model This Week