ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ଙ୍କୁ ପୁରସ୍କାରରେ ମିଳିଲା ‘୫ ଲିଟର ପେଟ୍ରୋଲ’, ଫଟୋ ଭାଇରାଲ ପରେ ଲୋକେ କହିଲେ…

ନୂଆଦିଲ୍ଲୀ,୨।୩: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। କିଛି ରାଜ୍ୟରେ ପେଟ୍ରୋଲ ଦାମ ଲିଟର ପ୍ରତି ୧୦୦ ଟଙ୍କା ହୋଇସାରିଛି। ଏହା ସାଧାରଣଜନତା ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧି ଦଳମାନେ ସମାଲୋଚନା କରୁଛନ୍ତି। ଏହି ସମୟରେ ମଧ୍ୟପ୍ରଦେଶର ଭୋପାଳରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଏଠାରେ ଏକ କ୍ରିକେଟ ଟୁର୍ନାମେଣ୍ଟରେ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ହୋଇଥିବା ଖେଳାଳିଙ୍କୁ ପୁରସ୍କାରସ୍ବରୂପ ୫ ଲିଟର ଦିଆଯାଇଛି। ଏହାର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।

ପେଟ୍ରୋଲ ଭର୍ତ୍ତି ଥିବା ଡବାରେ ‘ମନୋଜ ଶୁକ୍ଳା ପ୍ରିମିୟର ଲିଗ୍‌, ମୋଦି ବ୍ରାଣ୍ଡର ଦୁର୍ଲଭ ପେଟ୍ରୋଲ, ୫ ଲିଟରର ମୂଲ୍ୟ ୫୧୦ଟଙ୍କା ମ୍ୟାନ୍‌ ଅଫ ଦ ମ୍ୟାଚ୍‌’ବୋଲି ଲେଖାଯାଇଛି। ତେବେ ଟୁର୍ନାମେଣ୍ଟକୁ ଭୋପାଳ କଂଗ୍ରେସର ନେତା ମନୋଜ ଶୁକ୍ଳା ଆୟୋଜନ କରିଥିବା ଜଣାପଡ଼ିଛି। ଏହାର ଫାଇନାଲ ମୁକାବିଲା ରବିବାର ଖେଳାଯାଇଥିଲା। ସଲାଉଦ୍ଦିନ ଅବ୍ବାସୀ ଏଥିରେ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ହୋଇଥିଲେ। ଏବେ ତାଙ୍କର ଫଟୋ ଭାଇରାଲ ପରେ ଲୋକେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି। କିଛି ମୋଦି ସରକାରଙ୍କୁ ସମାଲୋଚନା କରୁଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୪୨ ସେକେଣ୍ଡରେ ୧.୭୫ କୋଟି ଟଙ୍କା ରୋଜଗାର କଲେ ୟୁଟ୍ୟୁବର୍‌!

ଆଜିକାଲି ଜୋନାଥନ ମା ନାମକ ଜଣେ ୟୁଟ୍ୟୁବର୍‌ ବହୁତ ଚର୍ଚ୍ଚାରେ ଅଛନ୍ତି। ୟୁଟ୍ୟୁବରେ ତାଙ୍କର ଜୋମା ଟେକ ନାମକ ଏକ ଚ୍ୟାନେଲ ଅଛି। ଏହା ଜରିଆରେ...

ବିଦେଶୀ ମହିଳାଙ୍କ ଜୀବନ ବଦଳାଇ ଦେଲା ‘ଦେଶୀ ଚା’

ବିଶ୍ୱର କିଛି ଲୋକପ୍ରିୟ ପାନୀୟ ମଧ୍ୟରେ ଚା’ ଅନ୍ୟତମ। ଦିନର ଆରମ୍ଭ ହୁଏ ଚା’ ସହିତ। ଭାରତରେ ଚା’ର ଲୋକପ୍ରିୟତା ଢେର୍‌ ଅଧିକ। ରାସ୍ତାକଡଠାରୁ ଆରମ୍ଭ...

ଜଣେ ଭଲ ପିତା ଆଣିଦେବା ପାଇଁ ସାନ୍ତାକ୍ଲଜ୍‌ଙ୍କୁ ଚିଠି ଲେଖିଲେ ୭ ବର୍ଷ ବାଳକ

ଟେକ୍ସାସ୍‌,୨୫।୧୨: ବନଦିନ ଅବସରରେ ଟେକ୍ସାସ୍‌ର ଜଣେ ୭ ବର୍ଷର କୋମଳମତି ବାଳକ ତାଙ୍କ ପାଇଁ ଉପହାର ଭାବେ ଜଣେ ଭଲ ପିତା ଆଣିଦେବାକୁ ସାନ୍ତାକ୍ଲଜ୍‌ଙ୍କୁ ଚିଠି...

ମନୋହରଙ୍କ କାର୍ଯ୍ୟକାଳ ୨ ମାସ ବଢିପାରେ ଆଇସିସି ଅଧ୍ୟକ୍ଷ ପଦ ଦୌଡ଼ରେ ଗେଭ୍ସ ସର୍ବାଗ୍ରେ

ନୂଆଦିଲ୍ଲୀ,୨୪।୪(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଅଧ୍ୟକ୍ଷ ଭାବେ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଆଉ ୨ ମାସ ବଢିପାରେ। ଜୁନ୍‌ରେ ସେ ପଦ ଛାଡିବେ ବୋଲି...

ଗୋଟିଏ ରାତିରେ ନିର୍ମାଣ କରାଯାଇଥିଲା ଏହି ମନ୍ଦିର: ଜାଗରରେ ହୋଇଥାଏ ଲକ୍ଷାଧିକ ଭକ୍ତଙ୍କ ସମାଗମ

ମହାଶିବରାତ୍ରି ଅବସରରେ ମଧ୍ୟପ୍ରଦେଶର ବିଦିଶା ଜିଲାରେ ଥିବା ଏକ ଶିବ ମନ୍ଦିରରେ ବିଶାଳ ମେଳାର ଆୟୋଜନ କରାଯାଇଥାଏ। ଜାଗରରେ ଏଠାକୁ ୧ ଲକ୍ଷରୁ ଅଧିକ ଭକ୍ତ...

ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

ଅଷ୍ଟ୍ରେଲୀୟ ଲେଗ ସ୍ପିନର ଆଦାମ ଜାମ୍ପା ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ହାଟୀ ଲେ ପାଲମେରଙ୍କୁ ବିବାହ କରିଛନ୍ତି। ଗତ...

ବିବାହର ୨ ସପ୍ତାହ ପରେ ସ୍ବାମୀଙ୍କୁ ମିଳିଲା ଶକ୍ତ ଧକ୍କା

ବିବାହ ପାଇଁ ଯୁବକ ଯୁବତୀ କେତେ ସ୍ବପ୍ନ ଦେଖିଥାନ୍ତି। ମନର ମଣିଷକୁ ନେଇ କେତେ ଆଶା ବାନ୍ଧିଥାନ୍ତି। ହେଲେ ଯେତେବେଳେ ତାଙ୍କୁ ବିଶ୍ୱାସରେ ବିଷ ମିଳେ...

ଧୋନୀଙ୍କୁ ଝଟକା ଦେଲା ଆଇସିସି

ସାଉଥାମ୍ପଟନ, ୭।୬- ଭାରତର ପୂର୍ବତନ ଅଧିନାୟକ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନୀଙ୍କୁ ଝଟକା ଲାଗିଛିି। ଧୋନୀଙ୍କ ଗ୍ଲୋଭସରେ ଥିବା ଭାରତୀୟ ପାରା ସ୍ପେଶାଲ...

Advertisement
Archives

Model This Week