Posted inଖେଳ

ଅନ୍ତିମ ଟେଷ୍ଟରେ କୋହଲି-ଷ୍ଟୋକ୍ସଙ୍କ ମଧ୍ୟରେ ଜୋରଦାର୍‌ କଥା କଟାକଟି: ଅମ୍ପାୟାରଙ୍କ ଯୋଗୁ ଟଳିଲା…

ଅହମ୍ମଦାବାଦ,୪।୩: ଭାରତୀୟ ଟିମ୍‌ ଗୁରୁବାର ଖେଳାଯାଉଥିବା ଅନ୍ତିମ ଟେଷ୍ଟର ପ୍ରଥମ ଦିନରେ ଭଲ ପ୍ରଦର୍ଶନ କରିଛି। ଅକ୍ଷର ପଟେଲ ଦୁଇ ଓପନର୍‌ଙ୍କୁ ଆଉଟ୍‌ କରିବା ପରେ ସିରାଜ୍‌ ଜୋ ରୁଟ୍‌ଙ୍କ ଉଇକେଟ ନେଇଥିଲେ। ଏସବୁ ଭିତରେ ଖେଳାଳିଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା। ବିଶେଷକରି ମହମ୍ମଦ ସିରାଜ ଏବଂ ବେନ୍‌ ଷ୍ଟୋକ୍ସଙ୍କ ମଧ୍ୟରେ ମାମଲା ବିଗିଡ଼ିଥିଲା। ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ପହଞ୍ଚିବା ପରେ ପରିସ୍ଥିତି ଅଶାନ୍ତ ହୋଇଥିଲା। ଘଟଣା ସମୟରେ କୋହଲି ହସୁଥିବା ନଜର ଆସିଥିଲେ। ହେଲେ ଷ୍ଟୋକ୍ସ ବେଶ୍‌ ଗମ୍ଭୀର ହୋଇ ନିଜର ପକ୍ଷ ରଖୁଥିଲେ। ଏହାଦେଖି ଅମ୍ପାୟାର ସେଠାରେ ପହଞ୍ଚି ଉଭୟ କ୍ରିକେଟରଙ୍କୁ ଅଲଗା କରିଥିଲେ। ହେଲେ ସିରାଜ ଏବଂ ଷ୍ଟୋକ୍ସ ପରସ୍ପରକୁ ଘୁରି ଘୁରି ଚାହୁଁଥିଲେ। ମାତ୍ର କେହି ସୀମା ଉଲ୍ଲଂଘନ କରି ନ ଥିଲେ। ଏହାର ଏକ ଭିଡିଓ ଏବେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ ଦେଖିବାକୁ ଭଲ ପାଆନ୍ତି ନାହିଁ ଏହି କ୍ରିକେଟରଙ୍କ ସ୍ତ୍ରୀ

ବିଶ୍ୱ କ୍ରିକେଟରେ ପରିଚୟ ସୃଷ୍ଟି କରିଥିବା କ୍ରିକେଟ ବ୍ରଦର୍ସଙ୍କ ମଧ୍ୟରେ ପାଣ୍ଡ୍ୟା ବ୍ରଦର୍ସଙ୍କ ନାମ ସାମିଲ ଅଛି। ଉଭୟ କ୍ରୁନାଲ ପାଣ୍ଡ୍ୟା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା...

ଓସିଏ ନିର୍ବାଚନ: ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ଭୋଟର ତାଲିକା

କଟକ ଅଫିସ,୧୪।୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନ ନେଇ ଏକ ଭୋଟର ତାଲିକା ଶୁକ୍ରବାର ଘୋଷଣା କରାଯାଇଛି। ତେବେ ଏହା ଚୂଡ଼ାନ୍ତ ନୁହେଁ। ଆସନ୍ତା...

ପ୍ରଜ୍ଞାନନ୍ଦ, ନନ୍ଦିଧାଙ୍କୁ ଟାଇଟଲ

ନୂଆଦିଲ୍ଲୀ, ୪ା୧୧ (ପି.ଟି.):ଏସିଆନ କଣ୍ଟିନେଣ୍ଟାଲ ଚେସ୍‌ ଚାମ୍ପିୟନଶିପ୍‌ରେ ଟପ୍‌ ସିଡ୍‌ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌. ପ୍ରଜ୍ଞାନନ୍ଦ ଓ ପି.ଭି. ନନ୍ଦିଧା ଯଥାକ୍ରମେ ଓପନ୍‌ ଓ ମହିଳା...

ଭାରତର ପରାଜୟ ପରେ ଉପଅଧିନାୟକଙ୍କ ଅଜବ ମନ୍ତବ୍ୟ

ସିଡନୀ,୩୦।୧୧: ଅଷ୍ଟ୍ରେଲିଆଠାରୁ କ୍ରମାଗତ ଦୁଇଟି ମ୍ୟାଚ ପରାସ୍ତ ହୋଇ ଭାରତୀୟ ଦଳ ସିରିଜ୍‌ ୨-୦ରେ ହାରିଛି । ଏବେ ଡିସେମ୍ବର ୨ରେ ସେ ସମ୍ମାନ ବଞ୍ଚାଇବା...

ଆଇପିଏଲ ଖେଳାଳି ନିଲାମରେ ଓଡ଼ିଶାର ୬

ଭୁବନେଶ୍ୱର, ୨୩।୧(କ୍ରୀଡ଼ା ପ୍ରତିନିଧି)- କରୋନା କଟକଣା ମଧ୍ୟରେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୧୩ତମ ସଂସ୍କରଣର ସ୍ମୃତି ମନରେ ତାଜା...

ସୁଦୀପ ଡୋପିଂ କଣ୍ଟ୍ରୋଲ ଅଫିସର ନିଯୁକ୍ତ

ଭୁବନେଶ୍ୱର, ୫ା୯ (ସ୍ପୋଟର୍‌ସ ବ୍ୟୁରୋ)-କିଟ୍‌ ୟୁନିଭର୍ସିଟି, କିମ୍ସ ପ୍ରଫେସର ସୁଦୀପ ଶତପଥୀ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌-ଓ୍ବେଷ୍ଟ ୨୦୨୦ ପାଇଁ ମେଡିକାଲ ପ୍ରତିନିଧି ଦଳରେ ଡୋପିଂ କଣ୍ଟ୍ରୋଲ...

ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଟି୨୦ ଖେଳିବ ଭାରତ; ଏମିତି ହୋଇପାରେ ସମ୍ଭାବ୍ୟ ଏକାଦଶ

ନୂଆଦିଲ୍ଲୀ,୧୯।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦ ରବିବାର ଖେଳାଯିବ। ଏହି ମ୍ୟାଚ୍‌ରେ ବର୍ଷା ବାଧକ ସାଜିପାରେ ବୋଲି କୁହାଯାଉଥିବା ବେଳେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ...

ଟି୨୦ରୁ ରୋହିତ ହେବେ ବିଦା, ପ୍ରତି ଫର୍ମାଟ ଲାଗି ଭିନ୍ନ ଟିମ୍‌ !

ନୂଆଦିଲ୍ଲୀ,୧୩।୧୨: ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଫ୍‌ ଇଣ୍ଡିଆ(ବିସିସିଆଇ)। ନୂଆ ବର୍ଷଠାରୁ ଏହି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଚଳିତ...

Advertisement
Archives

Model This Week