Posted inଖେଳ

ଥରେ ସ୍ତ୍ରୀଙ୍କ ପାଇଁ ଉପହାର ଆଣିବାକୁ ଯାଇଥିଲେ କୋହଲି, ଘଟିଥିଲା ଏମିତି

ମୁମ୍ବାଇ,୧୨।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଖରାପ ଫର୍ମରେ ଅଛନ୍ତି। ଆଇପିଏଲ୍‌ ୨୦୨୨ରେ ମଧ୍ୟରେ କୋହଲି ଆରସିବି ଇନ୍‌ସାଇଡର୍‌କୁ ଦେଇଥିବା ଏକ ସାକ୍ଷାତକାରରେ ନିଜ ଫର୍ମ ଏବଂ ବ୍ୟକ୍ତିଗତ ଜୀବନୀକୁ ନେଇ ଅନେକ ଖୁଲାସା କରିଛନ୍ତି। ଏହି ସମୟରେ ସେ ଏକ ମଜାଦାର କାହାଣୀ ଶୁଣାଇଥିଲେ। ଶ୍ରୀଲଙ୍କା ବିପକ୍ଷରେ ବେଙ୍ଗାଲୁରୁରେ ଏକ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଥିଲା। ମ୍ୟାଚ୍‌ର ତୃତୀୟ ଦିନ ଶେଷରେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କୁ ପାଇଁ କିଛି କିଣିବାକୁ ବେଙ୍ଗାଲୁରୁର ପ୍ରସିଦ୍ଧ ଥମ୍ପ୍ସ ବେକରୀକୁ ଯାଇଥିଲେ। ଅନୁଷ୍କା ଏଠାରେ ପିଲାଦିନେ ପପ୍ସ ଖାଉଥିଲେ। ତାଙ୍କୁ ପପ୍ସ ବହୁତ୍‌ ପସନ୍ଦ। ତେଣୁ ତାଙ୍କ ପାଇଁ ପପ୍ସ କିଣିବାକୁ ଥମ୍ପ୍ସ ବେକରୀ ଯାଇଥିଲେ କୋହଲି। କିନ୍ତୁ ଭୟ ଥିଲା ଯଦି ସେଠାରେ କେହି ତାଙ୍କୁ ଦେଖି ଦେବ ତେବେ ସୁରକ୍ଷାକର୍ମୀଙ୍କ ଆବଶ୍ୟକତା ପଡିପାରେ। କିନ୍ତୁ ସେ ମାସ୍କ ଏବଂ ଟୋପି ଲଗାଇ ଦୋକାନରେ ପ୍ରବେଶ କରିଥିଲେ। ଯେତେବେଳେ ସେ କାଉଣ୍ଟରରେ କ୍ରେଡିଟ୍‌ କାର୍ଡ ଦେଖାଇଥିଲେ ସେତେବେଳେ ମଧ୍ୟ ପରିଚୟ ଖୁଲାସା ହେବାର ସମ୍ଭାବନା ଥିଲା। କିନ୍ତୁ ଦୋକାନର କର୍ମଚାରୀ ଏତେ ବ୍ୟସ୍ତ ଥିଲେ ଯେ, ସେ ଆଦୌ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ। ଫଳରେ କୋହଲି ଆରାମରେ ଅନୁଷ୍କାଙ୍କ ପାଇଁ ଜିନିଷ କିଣି ନେଇ ଆସିଥିଲେ।
ଆଇପିଏଲ୍‌ ୨୦୨୨ରେ ଅନୁଷ୍କା ଆରସିବି କ୍ୟାମ୍ପରେ କୋହଲିଙ୍କ ସହ ରହୁଛନ୍ତି। ତାଙ୍କୁ ଅନେକ ଥର ବିରାଟ ଚିୟର୍‌ କରୁଥବା ଷ୍ଟାଡିୟମରେ ଦେଖିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

ସୁନ୍ଦରଗଡ଼ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବାସଭବନରେ ଭିଜିଲାନ୍ସ ରେଡ୍‌

ସୁନ୍ଦରଗଡ,୯।୧୦(ଜୟ ନାରାୟଣ ମେଣ୍ଡୁଳି): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ର ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର…

ପୁଣି ନୋବେଲ ଶାନ୍ତି ପୁରସ୍କାର ଦାବିକଲେ ଟ୍ରମ୍ପ୍‌, ୮ଯୁଦ୍ଧ ରୋକିଥିବା ଦାବି ଦୋହରାଇଲେ

ଓ୍ବାଶିଂଟନ,୯।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇଁ ପୁଣି ଥରେ ଦାବି ଉପସ୍ଥାପନ କରିଛନ୍ତି । ସେ ୮ଟି ଯୁଦ୍ଧର ସମାଧାନ କରିଛନ୍ତି…

ଭାରତର ନୂଆ କ୍ରିକେଟ୍‌ ବିସ୍ମୟ ତନ୍ମୟ: ଗୋଟିଏ ଟେଷ୍ଟରେ ୧୪ ଉଇକେଟ ନେଇ ରଚିଲେ ଇତିହାସ

ଅହମ୍ମଦାବାଦ,୯।୧୦: କ୍ରିକେଟ ପଡ଼ିଆରେ ଭାରତୀୟ ଯୁବ ସ୍ପିନର ତନ୍ମୟ ବଲୋଦାଙ୍କ କମାଲ। ଅଷ୍ଟ୍ରେଲିଆର ଅଣ୍ଡର-୧୯ ଦଳ ବିପକ୍ଷରେ ଦ୍ୱିତୀୟ ଅନୌପଚାରିକ ଟେଷ୍ଟ ମ୍ୟାଚ୍‌ରେ ନିଜର ଘାତକ ବୋଲିଂରେ…

ପଶ୍ଚିମବଙ୍ଗରୁ ତାମିଲନାଡୁ…. ଆଜି ୬ ଆସନର ରେଜଲ୍ଟ, କିଏ ମାରିବ ବାଜି?

ନୂଆଦିଲ୍ଲୀ,୯।୧୦: ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ଅକ୍ଟୋବର ୬ ତାରିଖରେ ହୋଇଥିବା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ଏଥିରେ ୫ଟି ବିଧାନସଭା ଆସନ…

ଇତିହାସ ବଦଳାଇବେ ଅଭିଷେକ ଶର୍ମା: କରିବେ ଏହି ବଡ଼ ବିଶ୍ୱ ରେକର୍ଡ

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ଆଜି ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ବିସ୍ଫୋରକ…

ମନ୍ତ୍ରୀ କରିଡର ଖାଁ ଖାଁ: ତୃତୀୟ ମହଲା ଚଳଚଞ୍ଚଳ

ଭୁବନେଶ୍ୱର, ୯ା୧୦(ରବିନାରାୟଣ ଜେନା):ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଆହୂତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ବେଳେ ପୂର୍ବାହ୍ନରେ ଲୋକସେବା ଭବନରେ ତୃତୀୟ ମହଲା ଚଳଚଞ୍ଚଳ ରହିିଥିଲା। ମାତ୍ର ଖାରବେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?