Posted inଖେଳ

ମେଲବର୍ନ ବିମାନବନ୍ଦରରେ କୋହଲିଙ୍କ ସହ ଏମିତି କଲେ ବିଦେଶୀ ଖବରଦାତା, ରାଗିଗଲେ କିକ୍ରେଟର୍‌, ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ,୧୯।୧୨: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ମେଲବର୍ନ ବିମାନବନ୍ଦରରେ କୋହଲିଙ୍କ ସହ ବିବାଦ ହୋଇଛି। ଖବର ଅନୁଯାୟୀ ମେଲବର୍ନ ବିମାନବନ୍ଦରରେ ଉପସ୍ଥିତ ଥିବା ଟିଭି ଖବରଦାତାଙ୍କ ଉପରେ ବିରାଟ ରାଗିଯାଇଛନ୍ତି। ଫଟୋ କିମ୍ବା ଭିଡିଓ ନ ନିଆଯିବାକୁ କୋହଲି ଅନୁରୋଧ କରିଥିଲେ। କିନ୍ତୁ ଏହା ସତ୍ତ୍ୱେ ସେ ଭିଡିଓ କରିଥିଲେ, ଯାହା ପରେ ବିରାଟ ରାଗିଯାଇଥିଲେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ମେଲବର୍ନରେ ଖେଳାଯିବ।

ବାସ୍ତବରେ ଟିମ ଇଣ୍ଡିଆ ଗୁରୁବାର ବ୍ରିସବେନରୁ ମେଲବର୍ନରେ ପହଞ୍ଚିଛି। ବିମାନ ବନ୍ଦରରେ ବିଦେଶୀ ଗଣମାଧ୍ୟମର ଅନେକ ଖବରଦାତା ଉପସ୍ଥିତ ଥିଲେ। ମିଳିଥିବା ଖବର ଅନୁଯାୟୀ କୋହଲିଙ୍କ ପରିବାର ମଧ୍ୟ ମେଲବର୍ନରେ ପହଞ୍ଚିଛନ୍ତି। ଏଠାରେ ସେ ଫଟୋ କିମ୍ବା ଭିଡିଓ ନ ନେବାକୁ ଖବରଦାତାମାନଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସେମାନେ ମାନି ନ ଥିଲେ। ଫଳରେ କୋହଲି ଏଥିରେ ବିରକ୍ତ ହୋଇ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। କୋହଲି କହିଛନ୍ତି, ମୁଁ ମୋ ପିଲାମାନଙ୍କ ସହିତ ଗୋପନୀୟତା ଚାହୁଁଛି। ମୋର ସମ୍ମତି ବିନା ତୁମେ ଶୁଟିଂ କରିପାରିବ ନାହିଁ ।

ବିରାଟ ତାଙ୍କ ପରିବାର ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ । ତାଙ୍କ ଝିଅ ଭାମିକା ଜନ୍ମ ପରେ ମଧ୍ୟ ସେ ସୋସିଆଲ ମିଡିଆ ପୋଷ୍ଟରେ ଗୋପନୀୟତା ରଖିବାକୁ ଅନୁରୋଧ କରିଥିଲେ। ସେ ଏହା ଅନେକ ଥର ଉଲ୍ଲେଖ କରିଛନ୍ତି। ବିରାଟ ତାଙ୍କ ପରିବାରକୁ ଗଣମାଧ୍ୟମଠାରୁ ଦୂରରେ ରଖିବାକୁ ପସନ୍ଦ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର : ଜାତିଆଣ ମନ୍ତବ୍ୟ…

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଆସିକା ବ୍ଲକ ଅନ୍ତର୍ଗତ ହରିପଦପୁର ଗ୍ରାମପଞ୍ଚାୟତର ସମସ୍ୟା ନେଇ ବ୍ଲକରେ ଅନୁଷ୍ଠିତ ସମିତି ବୈଠକରେ ବିଧାୟକଙ୍କ ସମ୍ମୁଖରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଆର୍ଯ୍ୟପଲ୍ଲୀ ଫିସିଂ ହାର୍ବର କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଛତ୍ରପୁର, ୧୧ା୯ (ଦ୍ୱାରକା ପଟ୍ଟନାୟକ/ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସି…

ଶାଗୁଆନ କାଠ ବୋଝେଇ ପିକ୍ଅପ ଭ୍ୟାନ ଜବତ: ମାମଲା ରୁଜୁ କଲା ବନ ବିଭାଗ               

ଦିଗପହଣ୍ଡି/ମୋହନା,୧୧|୯(ଅଶେଷ ନାଥ ମିଶ୍ର/ ମନ୍ମଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ବନ ବିଭାଗ ଚନ୍ଦ୍ରଗିରି ରେଞ୍ଜ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ଗଜପତି…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ଚଳିତ ବର୍ଷର ଅଧିକ ପାଣି ବଂଶଧାରାରେ

ଗୁଡ଼ାରି, ୧୧।୯ (ପ୍ରମୋଦ କୁମାର ପତି): ଗୁଡ଼ାରି ବଂଶଧାରା ନଦୀରେ ଶୁକ୍ରବାର ଚଳିତ ବର୍ଷର ସର୍ବାଧିକ ଜଳ ପ୍ରବାହ ଦେଖିବାକୁ ମିଳିଛି। ନଦୀର ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା…

ପୋଡ଼ାମାରି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟରେ ୧୪ ତମ  ବନ ସହିଦ୍ ଦିବସ ପାଳିତ: ବଳିଦାନ ଦେଇଥିବା ବନ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ …

ପୋଡ଼ାମାରି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟ ରେ ୧୪ ତମ ବନ ସହିଦ୍ ଦିବସ ପାଳିତ ; * ବଳିଦାନ କରିଥିବା ବନ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ କରାଗଲା…

ଖରାରେ ସିଝିଲେ, ବର୍ଷାରେ ଭିଜିଲେ ଭିନ୍ନକ୍ଷମ

ହାଟଡିହୀ/ଛେନାପଦୀ,୧୧।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?